ମୁଖ୍ୟ ପ୍ରବେଶପଥ ଜଗିଛି ପ୍ରଶାସନ, ହେଲେ ଗଳାବାଟ ଦେଇ ପଶୁଛି ଛତିଶଗଡ଼ ଧାନ

ବରଗଡ,୨୩।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ରବି ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। ଧାନ ସଂଗ୍ରହ ପ୍ରକ୍ରିୟାକୁ ୭ଦିନ ବିତିଛି। ଜିଲାରେ ଚାଷୀଙ୍କ ଅମଳ ଧାନ ବିକ୍ରି ସରି ନାହିଁ। ଜିଲାର ଧାନ ବିକ୍ରି ସରିବାକୁ ଆହୁରି ପ୍ରାୟ ୨ମାସ ଲାଗିଯିବ। ଅନ୍ୟପଟେ ପଡ଼ୋଶୀ ଛତିଶଗଡ଼ ରାଜ୍ୟରେ ରବିଧାନ ସଂଗ୍ରହ ପ୍ରକିୟା ଚାଲୁ ନ ଥିବା ଯୋଗୁ ସେଠାକାର ଧାନ ବେପାରୀ ଜରିଆରେ ବରଗଡ଼ ଜିଲାକୁ ପଶୁଛି। ସେଭଳି ଧାନକୁ ରାତାରାତି କେତେକ ନିର୍ଦ୍ଦିଷ୍ଟ ଜାଗା ତଥା ମିଲ୍‌ରେ ରଖାଯାଉଛି ଏବଂ ଜିଲାର ବିଭିନ୍ନ ଧାନକ୍ରୟ କେନ୍ଦ୍ରରେ ଫଲ୍ସଏଣ୍ଟ୍ରି କରାଯାଉଥିବା ଅଭିଯୋଗ ହୋଇଛି। ଏହା ଜିଲାର ଚାଷୀଙ୍କ ଚିନ୍ତା ବଢ଼ାଇ ଦେଇଛି। ଜିଲାର ଚାଷୀମାନେ ଧାନ ବିକ୍ରି କରି ସାରି ନ ଥିବେ, ମାତ୍ର ଆଗାମୀ ଦିନରେ ଜିଲାରେ ଧାନକ୍ରୟ ଲକ୍ଷ୍ୟ ପୂରଣ ହୋଇ ତାହା ଧାନ ସଂଗ୍ରହ ପ୍ରକ୍ରିୟାରେ ବଡ଼ ସମସ୍ୟା ସୃଷ୍ଟି କରିବ ବୋଲି ଏବେଠାରୁ ଆଶଙ୍କା ପ୍ରକାଶ ପାଇଲାଣି। ଛତିଶଗଡ଼ ସୀମାବର୍ତ୍ତୀ ପ୍ରବେଶପଥ ଗୁଡ଼ିକ ଉପରେ କଡ଼ା ନଜର ରଖାଯାଇଛି ବୋଲି ପ୍ରଶାସନିକ ଅଧିକାରୀମାନେ କହୁଛନ୍ତି। କିନ୍ତୁ ସେହି ପ୍ରବେଶ ପଥ ଅତିକ୍ରମ କରି ଛତିଶଗଡ଼ର ଧାନ ବୋଝେଇ ଟ୍ରକ କେବଳ ସୀମାବର୍ତ୍ତୀ ଗ୍ରାମ ନୁହେଁ, ସିଧାସଳଖ ଜିଲା ସଦର ମହକୁମାକୁ ମଧ୍ୟ ପହଞ୍ଚି ପାରୁଛି। ଗତ କିଛିଦିନ ତଳେ ବରଗଡ଼ ସହର ଉପକଣ୍ଠ ହଲଦୀପାଲି ଛକରେ ଏଭଳି ଏକ ଟ୍ରକ ଧରାପଡ଼ିବା ଘଟଣା ଏହାର ଦୃଷ୍ଟାନ୍ତ ଅଟେ। ତେବେ ମୁଖ୍ୟରାସ୍ତା ଦେଇ ଯଦି ଛତିଶଗଡ଼ ଧାନ ଏଭଳି ପ୍ରବେଶ କରି ପାରୁଛି, ତେବେ ଜିଲାକୁ ସଂଯୋଗ କରୁଥିବା ଅନ୍ୟ ଗଳାବାଟ ଦେଇ ଏଠାକୁ କେତେ ପରିମାଣରେ ଧାନ ପଶୁଥିବ, ତାହା ସହଜରେ ଅନୁମେୟ।
୬ନମ୍ବର ଜାତୀୟ ରାଜପଥର ବରଗଡ଼ ଜିଲା ସୋହେଲା ବ୍ଲକ ଏବଂ ଅମ୍ବାଭୋନା ବ୍ଲକ ଦେଇ ଛତିଶଗଡ଼କୁ ମୁଖ୍ୟରାସ୍ତା ଗୁଡ଼ିକ ସଂଯୋଗ କରୁଛି। ମୁଖ୍ୟରାସ୍ତା ଗୁଡ଼ିକରେ ନିୟମିତ ଯାତ୍ରୀବାହୀ ବସ୍‌ ସହିତ ଅନ୍ୟ ଯାନବାହନ ଯାତାୟାତ କରୁଛି। ତେବେ ଏବେ ମୁଖ୍ୟରାସ୍ତା ସମେତ ବରଗଡ଼କୁ ଛତିଶଗଡ଼ ଧାନ ଚାଲାଣ ପାଇଁ ଉଭୟ ବ୍ଲକ ଦେଇ ରହିଥିବା ଗଳାବାଟ ଗୁଡ଼ିକ ଧାନ ବେପାରୀଙ୍କ ପ୍ରମୁଖ ମାଧ୍ୟମ ପାଲଟିଛି। ଛତିଶଗଡ଼ ରାଜ୍ୟର ନୂଆପଡ଼ା, କଞ୍ଚନପୁର, ବୋରିଦା ଖଏରଗଡ଼ି, ମାନିଅମୁରା, କେନ୍ଦାଢ଼ିପା, ରିଷିଡ଼ାରୁ ଯଥାକ୍ରମେ ବରଗଡ଼ ଜିଲା ଅମ୍ବଭୋନା ବ୍ଲକ ଅନ୍ତର୍ଗତ ବଡ଼ଧରା, ରୁଚିଦା, ଗଣ୍ଠିଆପାଲି, ବେହେରାପାଲି, ବିଲେଇଗଡ଼ି, ସାନ ସରେଇପାଲି, କୁମ୍ଭୋକୁ ରାସ୍ତା ସଂଯୋଗ ହୋଇଛି।
ତେବେ ଏହି ରାସ୍ତାଗୁଡ଼ିକ ମଧ୍ୟରୁ ନୂଆପଡ଼ା-ବଡ଼ଧରା, କଞ୍ଚନପୁର-ରୁଚିଦା, ବୋରିଦା-ଗଣ୍ଠିଆପାଲି ରାସ୍ତା ଦେଇ ମୁଖ୍ୟତଃ ଯାତ୍ରୀବାହୀ ବସ୍‌ ଏବଂ ଅନ୍ୟ ଯାନବାହନ ନିୟମିତ ଯାତାୟାତ କରିଥାଏ। ତେବେ ଛତିଶଗଡ଼ରୁ ଧାନ ଚାଲାଣ ପାଇଁ ଧାନ ବେପାରୀମାନେ ଏହି ରାସ୍ତା ବ୍ୟବହାର କରୁଥିଲେ ସୁଦ୍ଧା ଚଢ଼ାଉ ଭୟରେ ଖଏରଗଡ଼ି-ବେହେରାପାଲି, ମାନିଅମୁରା-ବିଲେଇଗଡ଼ି, କେନ୍ଦାଢ଼ିପା-ସାନ ସରେଇପାଲି, ରିଷିଡ଼ା ଭଳି ଗଳାବାଟରେ ଅନାୟାସରେ ବରଗଡ଼ ଜିଲାକୁ ଧାନ ଆଣୁଥିବା ଅଭିଯୋଗ ହୋଇଛି। ଏହା ସହିତ ଭଟଲି ବ୍ଲକର କାଶିପାଲି ଦେଇ ବରଡ଼ୋଲକୁ ସଂଯୋଗ କରୁଥିବା ରାସ୍ତାରେ ମଧ୍ୟ ଛତିଶଗଡ଼ ରାଜ୍ୟର ଧାନ ବୋଝେଇ ଟ୍ରକଗୁଡ଼ିକ ଆସୁଥିବା ସ୍ଥାନୀୟ ଲୋକେ କହୁଛନ୍ତି। ଅନୁରୂପଭାବେ ସୋହେଲା ବ୍ଲକ ଦେଇ ମଧ୍ୟ ଅନେକ ଗଳାବାଟ ରହିଛି ଏବଂ ସେହି ରାସ୍ତା ଗୁଡ଼ିକ ଦେଇ ବରଗଡ଼କୁ ଧାନ ପଶୁଥିବା ଅଭିଯୋଗ ହୋଇଛି। ଏହି ବ୍ଲକର କରଣ୍ଡୋଲା ପଞ୍ଚାୟତ ଦାମପାଲି, କାଶିପାଲି-କୁଦୋପାଲି, ଗ୍ରୀଞ୍ଜେଲ-ବୁଡ଼ାମାଳ ଦେଇ ଛତିଶଗଡ଼ରୁ ବରଗଡ଼କୁ ଧାନ ବୋଝେଇ ଟ୍ରକଗୁଡ଼ିକ ଆସୁଥିବା ଅଞ୍ଚଳର ଲୋକେ କହୁଛନ୍ତି। ଅନ୍ୟପଟେ ଛତିଶଗଡ଼ ଧାନ ଯେଭଳି ବରଗଡ଼କୁ ପଶିବ ନାହିଁ, ସେଥିପ୍ରତି ପ୍ରବେଶପଥ ଗୁଡ଼ିକରେ ସିସିଟିଭି ସ୍ଥାପନ ସହିତ ସ୍ବତନ୍ତ୍ର ସ୍କ୍ବାଡ୍‌ ନଜର ରଖିଥିବା କୁହାଯାଉଥିଲେ ହେଁ ତାହା ଧର୍ମକୁ ଆଖିଠାର ଭଳି ହୋଇଛି। ଏପରିକି ଗଳାବାଟ ଦେଇ ଛତିଶଗଡ଼ରୁ ବରଗଡ଼କୁ ଧାନ ନିୟମିତ ଆସୁଛି। ସେଥିପ୍ରତି ବିଭାଗୀୟ ଅଧିକାରୀମାନେ ଜାଣି ଅଜଣା ରହୁଛନ୍ତି। ମିଲର୍ସ, ବେପାରୀ ଏବଂ ବିଭାଗୀୟ କର୍ମଚାରୀଙ୍କ ମିଳିତ ସହଯୋଗରେ ଛତିଶଗଡ଼ ଧାନ ବରଗଡ଼କୁ ପ୍ରବେଶ କରୁଥିବା ଚାଷୀନେତାମାନେ ଅଭିଯୋଗ କରିଛନ୍ତି।
ସଂଯୁକ୍ତ କୃଷକ ସଙ୍ଗଠନର ଉପଦେଷ୍ଟା ରମେଶ ମହାପାତ୍ର କହିଛନ୍ତି, ସବୁବର୍ଷ ରବିଧାନ ବରଗଡ଼କୁ ଆସୁଛି। ନୂଆ ସରକାର ତାକୁ ଅଟକାଇବେ ବୋଲି ଆଶା ରହିଥିଲା। ମାତ୍ର ଆଗଭଳି ଏବେ ମଧ୍ୟ ଛତିଶଗଡ଼ରୁ ବରଗଡ଼କୁ ଧାନ ଆସୁଛି। ସିସିଟିଭି କେଉଁଠି ବସିଛି ଏବଂ ଏହା ରୋକିବାକୁ ଗଠିତ ଟାସ୍କଫୋର୍ସ ଏବଂ ପୋଲିସ କଣ କରୁଛନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି। ସେହିପରି ଜୟ କିଷାନ ଆନ୍ଦୋଳନର ସମ୍ପାଦକ ହର ବଣିଆଁ କହିଛନ୍ତି, ବ୍ୟବସାୟୀ ଏବଂ ମିଲର୍ସ ଜରିଆରେ ଛତିଶଗଡ଼ର ଧାନ ବରଗଡ଼ ଆସୁଛି। ଏଥିରେ ମିଲର୍ସ ଏବଂ ବ୍ୟବସାୟୀମାନେ ଲାଭବାନ ହେଉଛନ୍ତି। ମାତ୍ର ଶେଷରେ ବରଗଡ଼ ଜିଲାର ଚାଷୀମାନଙ୍କୁ ଧାନବିକ୍ରି ପାଇଁ ବହୁ ହଟହଟା ହେବାକୁ ପଡ଼ିଥାଏ ବୋଲି ବଣିଆଁ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆକ୍ଟିଭ୍‌ ହେଲା ବିରାଟ କୋହଲିଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟ, ଜାଣନ୍ତୁ କାହିଁକି ହୋଇଥିଲା ଡିଆକ୍ଟିଭେଟ୍‌

ନୂଆଦିଲ୍ଲୀ,୩୦।୧: ହଠାତ୍‌ ଗାଏବ ହୋଇଯାଇଥିବା ବିରାଟ କୋହଲିଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟ ପୁଣିଥରେ ଆକ୍ଟିଭ୍‌ ହୋଇଛି। କୋହଲି ତାଙ୍କ ଆକାଉଣ୍ଟ ଡିଲିଟ କରିଦେଇଥିବାରୁ ପ୍ରଶଂସକମାନେ ଚିନ୍ତିତ ଥିଲେ। ଇନଷ୍ଟାଗ୍ରାମ…

ମହେନ୍ଦ୍ର ସିଂହ ଧୋନିଙ୍କୁ ହଠାତ ଭେଟିଲେ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ, ରାଜନୈତିକ ମହଲରେ ଖୁବ ଚର୍ଚ୍ଚା

ରାଞ୍ଚି,୩୦।୧: ପୂର୍ବତନ ଭାରତୀୟ କ୍ରିକେଟ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ହଠାତ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଭେଟିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ମୁଖ୍ୟମନ୍ତ୍ରୀ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ…

ଜେଲ୍ ଭିତରେ ପ୍ରେମିକର ଜନ୍ମଦିନ ପାଳନ: ଭାଇରାଲ ହେଲା ଯୁବତୀଙ୍କ ‘ରିଲ୍ସ’

ନୂଆଦିଲ୍ଲୀ,୩୦।୧: ଛତିଶଗଡ଼ର ସବୁଠାରୁ ସୁରକ୍ଷିତ ଜେଲ୍‌ରୁ ଏକ ଚିନ୍ତାଜନକ ଦୃଶ୍ୟ ସାମ୍ନାକୁ ଆସିଛି। ଜଣେ ଯୁବତୀ ଜେଲ୍ ଭିତରେ ପଶି ନିଜ ପ୍ରେମିକକୁ ଭେଟିବା ସହ ସେଠାରେ…

ମହୁଲରୁ ହେବ ମୃଦୁପାନୀୟ, ଏନ୍‌ଆଇଟି-ଓର୍‌ମାସ୍‌ ମଧ୍ୟରେ ଏମ୍‌ଓୟୁ

ରାଉରକେଲା,୩୦।୧(ସଙ୍ଗୀତା ଜେନା): ଜଙ୍ଗଲଜାତ ଦ୍ରବ୍ୟ ମହୁଆ ବା ମହୁଲରୁ ଦେଶୀମଦ ତିଆରି ହେଉଥିଲା। ହେଲେ ଦିନକୁ ଦିନ ଜ୍ଞାନକୌଶଳ ବିକଶିତ ହେବା ପରେ ଏହି ଜଙ୍ଗଲଜାତ ଦ୍ରବ୍ୟରୁ…

ଶେଷ ହେଲା ରୁଷିଆ-ୟୁକ୍ରେନ ଯୁଦ୍ଧ? ଯୁଦ୍ଧବିରତିକୁ ନେଇ ବଡ଼ ଦାବି କଲେ ଟ୍ରମ୍ପ

ଓ୍ବାଶିଂଟନ,୩୦।୧: ୟୁକ୍ରେନରେ ଚାଲିଥିବା ଯୁଦ୍ଧ ଏବଂ ପ୍ରବଳ ଥଣ୍ଡା ମଧ୍ୟରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମାନବିକତା ଆଧାରରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ଟ୍ରମ୍ପ…

ପାନ ମସଲା ପ୍ରତିବନ୍ଧକ ଉପରେ H&FWର ବଡ଼ ବୟାନ, ବ୍ୟାନ ହେବନି ପାନ ମସଲା!

ଭୁବନେଶ୍ବର,୩୦।୧: ଓଡ଼ିଶାରେ ପାନ ମସଲାକୁ ବ୍ୟାନ କରିଥିଲେ ରାଜ୍ୟ ସରକାର । ବିଡ଼ି, ସିଗାରେଟ, ଗୁଟଖା ଏବଂ ତମାଖୁ ଭଳି ଉତ୍ପାଦର ପ୍ୟାକେଜିଂ, ସଂରକ୍ଷଣ ଏବଂ ଉତ୍ପାଦନ…

ଦୌଡ଼ରାଣୀଙ୍କ ଉପରେ ଭାଙ୍ଗିଲା ଦୁଃଖର ପାହାଡ଼, ଶୋକ ପ୍ରକାଶ କଲେ ମୋଦି

ନୂଆଦିଲ୍ଲୀ,୩୦।୧: ଭାରତୀୟ ଅଲିମ୍ପିକ ଆସୋସିଏସନର ସଭାପତି ଏବଂ ରାଜ୍ୟ ସଭା ସଦସ୍ୟ ପି.ଟି. ଉଷାଙ୍କ ସ୍ବାମୀ ଭି. ଶ୍ରୀନିବାସନଙ୍କ ଶୁକ୍ରବାର ସକାଳେ ଦେହାନ୍ତ ହୋଇଛି। ପରିବାର ସୂତ୍ରରୁ…

T20 World Cup 2026: ICC-ବାଂଲାଦେଶ ବିବାଦକୁ ନେଇ ମୁହଁ ଖୋଲିଲା ଶ୍ରୀଲଙ୍କା

ନୂଆଦିଲ୍ଲୀ,୩୦।୧: ୨୦୨୬ ଟି୨୦ ବିଶ୍ୱକପ ନେଇ ଆଇସିସି ଏବଂ ବାଂଲାଦେଶ ମଧ୍ୟରେ ବିବାଦ ଅନ୍ତର୍ଜାତୀୟ କ୍ରିକେଟରେ ଏକ ପ୍ରମୁଖ ପ୍ରସଙ୍ଗ ପାଲଟିଛି। ଭାରତ, ପାକିସ୍ତାନ ଏବଂ ବାଂଲାଦେଶ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri