ମୁଖ୍ୟ ପ୍ରବେଶପଥ ଜଗିଛି ପ୍ରଶାସନ, ହେଲେ ଗଳାବାଟ ଦେଇ ପଶୁଛି ଛତିଶଗଡ଼ ଧାନ

ବରଗଡ,୨୩।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ରବି ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। ଧାନ ସଂଗ୍ରହ ପ୍ରକ୍ରିୟାକୁ ୭ଦିନ ବିତିଛି। ଜିଲାରେ ଚାଷୀଙ୍କ ଅମଳ ଧାନ ବିକ୍ରି ସରି ନାହିଁ। ଜିଲାର ଧାନ ବିକ୍ରି ସରିବାକୁ ଆହୁରି ପ୍ରାୟ ୨ମାସ ଲାଗିଯିବ। ଅନ୍ୟପଟେ ପଡ଼ୋଶୀ ଛତିଶଗଡ଼ ରାଜ୍ୟରେ ରବିଧାନ ସଂଗ୍ରହ ପ୍ରକିୟା ଚାଲୁ ନ ଥିବା ଯୋଗୁ ସେଠାକାର ଧାନ ବେପାରୀ ଜରିଆରେ ବରଗଡ଼ ଜିଲାକୁ ପଶୁଛି। ସେଭଳି ଧାନକୁ ରାତାରାତି କେତେକ ନିର୍ଦ୍ଦିଷ୍ଟ ଜାଗା ତଥା ମିଲ୍‌ରେ ରଖାଯାଉଛି ଏବଂ ଜିଲାର ବିଭିନ୍ନ ଧାନକ୍ରୟ କେନ୍ଦ୍ରରେ ଫଲ୍ସଏଣ୍ଟ୍ରି କରାଯାଉଥିବା ଅଭିଯୋଗ ହୋଇଛି। ଏହା ଜିଲାର ଚାଷୀଙ୍କ ଚିନ୍ତା ବଢ଼ାଇ ଦେଇଛି। ଜିଲାର ଚାଷୀମାନେ ଧାନ ବିକ୍ରି କରି ସାରି ନ ଥିବେ, ମାତ୍ର ଆଗାମୀ ଦିନରେ ଜିଲାରେ ଧାନକ୍ରୟ ଲକ୍ଷ୍ୟ ପୂରଣ ହୋଇ ତାହା ଧାନ ସଂଗ୍ରହ ପ୍ରକ୍ରିୟାରେ ବଡ଼ ସମସ୍ୟା ସୃଷ୍ଟି କରିବ ବୋଲି ଏବେଠାରୁ ଆଶଙ୍କା ପ୍ରକାଶ ପାଇଲାଣି। ଛତିଶଗଡ଼ ସୀମାବର୍ତ୍ତୀ ପ୍ରବେଶପଥ ଗୁଡ଼ିକ ଉପରେ କଡ଼ା ନଜର ରଖାଯାଇଛି ବୋଲି ପ୍ରଶାସନିକ ଅଧିକାରୀମାନେ କହୁଛନ୍ତି। କିନ୍ତୁ ସେହି ପ୍ରବେଶ ପଥ ଅତିକ୍ରମ କରି ଛତିଶଗଡ଼ର ଧାନ ବୋଝେଇ ଟ୍ରକ କେବଳ ସୀମାବର୍ତ୍ତୀ ଗ୍ରାମ ନୁହେଁ, ସିଧାସଳଖ ଜିଲା ସଦର ମହକୁମାକୁ ମଧ୍ୟ ପହଞ୍ଚି ପାରୁଛି। ଗତ କିଛିଦିନ ତଳେ ବରଗଡ଼ ସହର ଉପକଣ୍ଠ ହଲଦୀପାଲି ଛକରେ ଏଭଳି ଏକ ଟ୍ରକ ଧରାପଡ଼ିବା ଘଟଣା ଏହାର ଦୃଷ୍ଟାନ୍ତ ଅଟେ। ତେବେ ମୁଖ୍ୟରାସ୍ତା ଦେଇ ଯଦି ଛତିଶଗଡ଼ ଧାନ ଏଭଳି ପ୍ରବେଶ କରି ପାରୁଛି, ତେବେ ଜିଲାକୁ ସଂଯୋଗ କରୁଥିବା ଅନ୍ୟ ଗଳାବାଟ ଦେଇ ଏଠାକୁ କେତେ ପରିମାଣରେ ଧାନ ପଶୁଥିବ, ତାହା ସହଜରେ ଅନୁମେୟ।
୬ନମ୍ବର ଜାତୀୟ ରାଜପଥର ବରଗଡ଼ ଜିଲା ସୋହେଲା ବ୍ଲକ ଏବଂ ଅମ୍ବାଭୋନା ବ୍ଲକ ଦେଇ ଛତିଶଗଡ଼କୁ ମୁଖ୍ୟରାସ୍ତା ଗୁଡ଼ିକ ସଂଯୋଗ କରୁଛି। ମୁଖ୍ୟରାସ୍ତା ଗୁଡ଼ିକରେ ନିୟମିତ ଯାତ୍ରୀବାହୀ ବସ୍‌ ସହିତ ଅନ୍ୟ ଯାନବାହନ ଯାତାୟାତ କରୁଛି। ତେବେ ଏବେ ମୁଖ୍ୟରାସ୍ତା ସମେତ ବରଗଡ଼କୁ ଛତିଶଗଡ଼ ଧାନ ଚାଲାଣ ପାଇଁ ଉଭୟ ବ୍ଲକ ଦେଇ ରହିଥିବା ଗଳାବାଟ ଗୁଡ଼ିକ ଧାନ ବେପାରୀଙ୍କ ପ୍ରମୁଖ ମାଧ୍ୟମ ପାଲଟିଛି। ଛତିଶଗଡ଼ ରାଜ୍ୟର ନୂଆପଡ଼ା, କଞ୍ଚନପୁର, ବୋରିଦା ଖଏରଗଡ଼ି, ମାନିଅମୁରା, କେନ୍ଦାଢ଼ିପା, ରିଷିଡ଼ାରୁ ଯଥାକ୍ରମେ ବରଗଡ଼ ଜିଲା ଅମ୍ବଭୋନା ବ୍ଲକ ଅନ୍ତର୍ଗତ ବଡ଼ଧରା, ରୁଚିଦା, ଗଣ୍ଠିଆପାଲି, ବେହେରାପାଲି, ବିଲେଇଗଡ଼ି, ସାନ ସରେଇପାଲି, କୁମ୍ଭୋକୁ ରାସ୍ତା ସଂଯୋଗ ହୋଇଛି।
ତେବେ ଏହି ରାସ୍ତାଗୁଡ଼ିକ ମଧ୍ୟରୁ ନୂଆପଡ଼ା-ବଡ଼ଧରା, କଞ୍ଚନପୁର-ରୁଚିଦା, ବୋରିଦା-ଗଣ୍ଠିଆପାଲି ରାସ୍ତା ଦେଇ ମୁଖ୍ୟତଃ ଯାତ୍ରୀବାହୀ ବସ୍‌ ଏବଂ ଅନ୍ୟ ଯାନବାହନ ନିୟମିତ ଯାତାୟାତ କରିଥାଏ। ତେବେ ଛତିଶଗଡ଼ରୁ ଧାନ ଚାଲାଣ ପାଇଁ ଧାନ ବେପାରୀମାନେ ଏହି ରାସ୍ତା ବ୍ୟବହାର କରୁଥିଲେ ସୁଦ୍ଧା ଚଢ଼ାଉ ଭୟରେ ଖଏରଗଡ଼ି-ବେହେରାପାଲି, ମାନିଅମୁରା-ବିଲେଇଗଡ଼ି, କେନ୍ଦାଢ଼ିପା-ସାନ ସରେଇପାଲି, ରିଷିଡ଼ା ଭଳି ଗଳାବାଟରେ ଅନାୟାସରେ ବରଗଡ଼ ଜିଲାକୁ ଧାନ ଆଣୁଥିବା ଅଭିଯୋଗ ହୋଇଛି। ଏହା ସହିତ ଭଟଲି ବ୍ଲକର କାଶିପାଲି ଦେଇ ବରଡ଼ୋଲକୁ ସଂଯୋଗ କରୁଥିବା ରାସ୍ତାରେ ମଧ୍ୟ ଛତିଶଗଡ଼ ରାଜ୍ୟର ଧାନ ବୋଝେଇ ଟ୍ରକଗୁଡ଼ିକ ଆସୁଥିବା ସ୍ଥାନୀୟ ଲୋକେ କହୁଛନ୍ତି। ଅନୁରୂପଭାବେ ସୋହେଲା ବ୍ଲକ ଦେଇ ମଧ୍ୟ ଅନେକ ଗଳାବାଟ ରହିଛି ଏବଂ ସେହି ରାସ୍ତା ଗୁଡ଼ିକ ଦେଇ ବରଗଡ଼କୁ ଧାନ ପଶୁଥିବା ଅଭିଯୋଗ ହୋଇଛି। ଏହି ବ୍ଲକର କରଣ୍ଡୋଲା ପଞ୍ଚାୟତ ଦାମପାଲି, କାଶିପାଲି-କୁଦୋପାଲି, ଗ୍ରୀଞ୍ଜେଲ-ବୁଡ଼ାମାଳ ଦେଇ ଛତିଶଗଡ଼ରୁ ବରଗଡ଼କୁ ଧାନ ବୋଝେଇ ଟ୍ରକଗୁଡ଼ିକ ଆସୁଥିବା ଅଞ୍ଚଳର ଲୋକେ କହୁଛନ୍ତି। ଅନ୍ୟପଟେ ଛତିଶଗଡ଼ ଧାନ ଯେଭଳି ବରଗଡ଼କୁ ପଶିବ ନାହିଁ, ସେଥିପ୍ରତି ପ୍ରବେଶପଥ ଗୁଡ଼ିକରେ ସିସିଟିଭି ସ୍ଥାପନ ସହିତ ସ୍ବତନ୍ତ୍ର ସ୍କ୍ବାଡ୍‌ ନଜର ରଖିଥିବା କୁହାଯାଉଥିଲେ ହେଁ ତାହା ଧର୍ମକୁ ଆଖିଠାର ଭଳି ହୋଇଛି। ଏପରିକି ଗଳାବାଟ ଦେଇ ଛତିଶଗଡ଼ରୁ ବରଗଡ଼କୁ ଧାନ ନିୟମିତ ଆସୁଛି। ସେଥିପ୍ରତି ବିଭାଗୀୟ ଅଧିକାରୀମାନେ ଜାଣି ଅଜଣା ରହୁଛନ୍ତି। ମିଲର୍ସ, ବେପାରୀ ଏବଂ ବିଭାଗୀୟ କର୍ମଚାରୀଙ୍କ ମିଳିତ ସହଯୋଗରେ ଛତିଶଗଡ଼ ଧାନ ବରଗଡ଼କୁ ପ୍ରବେଶ କରୁଥିବା ଚାଷୀନେତାମାନେ ଅଭିଯୋଗ କରିଛନ୍ତି।
ସଂଯୁକ୍ତ କୃଷକ ସଙ୍ଗଠନର ଉପଦେଷ୍ଟା ରମେଶ ମହାପାତ୍ର କହିଛନ୍ତି, ସବୁବର୍ଷ ରବିଧାନ ବରଗଡ଼କୁ ଆସୁଛି। ନୂଆ ସରକାର ତାକୁ ଅଟକାଇବେ ବୋଲି ଆଶା ରହିଥିଲା। ମାତ୍ର ଆଗଭଳି ଏବେ ମଧ୍ୟ ଛତିଶଗଡ଼ରୁ ବରଗଡ଼କୁ ଧାନ ଆସୁଛି। ସିସିଟିଭି କେଉଁଠି ବସିଛି ଏବଂ ଏହା ରୋକିବାକୁ ଗଠିତ ଟାସ୍କଫୋର୍ସ ଏବଂ ପୋଲିସ କଣ କରୁଛନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି। ସେହିପରି ଜୟ କିଷାନ ଆନ୍ଦୋଳନର ସମ୍ପାଦକ ହର ବଣିଆଁ କହିଛନ୍ତି, ବ୍ୟବସାୟୀ ଏବଂ ମିଲର୍ସ ଜରିଆରେ ଛତିଶଗଡ଼ର ଧାନ ବରଗଡ଼ ଆସୁଛି। ଏଥିରେ ମିଲର୍ସ ଏବଂ ବ୍ୟବସାୟୀମାନେ ଲାଭବାନ ହେଉଛନ୍ତି। ମାତ୍ର ଶେଷରେ ବରଗଡ଼ ଜିଲାର ଚାଷୀମାନଙ୍କୁ ଧାନବିକ୍ରି ପାଇଁ ବହୁ ହଟହଟା ହେବାକୁ ପଡ଼ିଥାଏ ବୋଲି ବଣିଆଁ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଏହି ଜିଲାରେ ରହିଛି ହୀରାଖଣି, ସୂଚନା ଦେଇ ମନ୍ତ୍ରୀ କହିଲେ…

ଭୁବନେଶ୍ୱର,୧୯ା୩: ଓଡ଼ିଶାରେ ମିଳିଛି ହୀରାଖଣିର ସନ୍ଧାନ। ତେବେ ରାଜ୍ୟର ନୂଆପଡ଼ା ଜିଲାରେ ଏହି ଖଣିର ସନ୍ଧାନ ମିଳିଛି। ନୂଆପଡ଼ାର କାଲମିଦାଦରଠାରେ ହୀରା ପଥର ଚିହ୍ନଟ କରାଯାଇଥିବା ନେଇ…

ତଣ୍ଟି ଚିପି ସ୍ତ୍ରୀଙ୍କୁ ହତ୍ୟା କଲେ ସ୍ବାମୀ

ପୋଲସରା,୧୯।୩: ଗଞ୍ଜାମ ଜିଲା ପୋଚାଲୁଣ୍ଡି ଗାଁରେ ଗୁରୁବାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ପାରିବାରିକ କଳହରୁ ସ୍ତ୍ରୀଙ୍କ ତଣ୍ଟି ଚିପି ସ୍ବାମୀ ହତ୍ୟା କରିଥିବା ଅଭିଯୋଗ…

କ୍ରସ୍‌ ଭୋଟିଂ ନେଇ ସୁବାସିନୀଙ୍କ ବଡ଼ ଖୁଲାସା, କହିଲେ ନବୀନଙ୍କ ନିର୍ଦ୍ଦେଶରେ ଭୋଟ୍‌ ଦେଇଛି

ଭୁବନେଶ୍ୱର,୧୯ା୩: କ୍ରସ୍‌ ଭୋଟିଂ ଅଭିଯୋଗ ନେଇ ପ୍ରତିକ୍ରିୟା ରଖିଛନ୍ତି ବିଧାୟିକା ସୁବାସିନୀ ଜେନା। ସେ କହିଛନ୍ତି, ମୁଁ ଆମ ଦଳର ସୁପ୍ରିମୋ ନବୀନ ବାବୁଙ୍କ ନିର୍ଦ୍ଦେଶରେ ଭୋଟ୍‌…

ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଛି କଣ୍ଟେଇପଲ୍ଲୀ ଭିଏସ୍‌ଏସ୍‌

ଭଞ୍ଜନଗର,୧୯ା୩(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡ କେନ୍ଦ୍ରୀୟ ବନାଞ୍ଚଳ ପକ୍ଷରୁ ଜଙ୍ଗଲ ନିଆଁ ରୋକିବା ପାଇଁ ଏକ ସାଇକେଲ ରାଲି କଣ୍ଟେଇପଲ୍ଲୀରୁ ବାହାରିଥିଲା।…

‘ସାଂଗଠନିକ କାର୍ଯ୍ୟର ପ୍ରସାର ଜରୁରୀ’

ବଞ୍ଚୋ,୧୯ା୩(ପ୍ରଦୋଷ କୁମାର ବିଶ୍ୱାଳ): ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ ଆନନ୍ଦପୁର ଷ୍ଟାଡିୟମରେ ନେତାଜୀ ପ୍ରଭାତ ଶାଖା ପକ୍ଷରୁ ରାଷ୍ଟ୍ରୀୟ ହିନ୍ଦୁ ନବବର୍ଷ ଉତ୍ସବ ଆଡମ୍ବରପୂର୍ଣ୍ଣ ଭାବେ ପାଳନ…

ଡାଲମା ହାଣ୍ଡିରୁ ବାହାରିଲା ବିଷାକ୍ତ ସାପ, ପ୍ରସାଦ ସେବନ ପରେ ଘଟିଲା…

ପଟ୍ଟମୁଣ୍ଡାଇ,୧୯ା୩(କଳ୍ପତରୁ ନାୟକ): ଡାଲମା ହାଣ୍ଡିରେ ଏକ ବିଷାକ୍ତ ସାପ ପଡ଼ିଯିବାରୁ ଏହି ଡାଲମା ଖାଇ ୩୦ ଅସୁସ୍ଥ ହୋଇପଡ଼ିଛନ୍ତି। ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି…

ଶେୟାର ମାର୍କେଟ୍‌ରେ ହାହାକାର: ଗୋଟିଏ ଘଣ୍ଟାରେ ପ୍ରାୟ ୭.୬ ଲକ୍ଷ କୋଟି ଟଙ୍କା ହରାଇଲେ ନିବେଶକ

ମୁମ୍ବାଇ,୧୯।୩: ଭାରତୀୟ ଷ୍ଟକ ବଜାରରେ ଗୁରୁବାର ହାହାକାର ଦେଖିବାକୁ ମିଳିଛି। ବଜାର ଖୋଲିବାର ମାତ୍ର ଗୋଟିଏ ଘଣ୍ଟା ମଧ୍ୟରେ ନିବେଶକମାନେ ପ୍ରାୟ ୭.୬ ଲକ୍ଷ କୋଟି ଟଙ୍କା…

ପ୍ରଧାନଆଚାର୍ଯ୍ୟଙ୍କ ନିଲମ୍ବନ ନେଇ ପ୍ରତିବାଦ, ଫାଟକରେ ତାଲା ପକାଇ ଧାରଣାରେ ବସିଲେ ଗୁରୁମା-ଗୁରୁଜୀ

ତିହିଡ଼ି,୧୯ା୩(ସଞ୍ଜିତ ବଳ): ଭଦ୍ରକ ଜିଲା ତିହିଡ଼ିସ୍ଥିତ ଶିଶୁବିଦ୍ୟାମନ୍ଦିରର ଗୁରୁମା ଓ ଗୁରୁଜୀମାନେ ଗୁରୁବାର ସକାଳେ ବିଦ୍ୟାମନ୍ଦିର ଫାଟକରେ ତାଲା ପକାଇ ଧାରଣା ଦେଇଛନ୍ତି। ପ୍ରଧାନଆଚାର୍ଯ୍ୟଙ୍କୁ ନିଲମ୍ବନ ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri