ବରଗଡ଼ରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ: ବୈଷ୍ଣୋଦେବୀ ମନ୍ଦିରରେ କଲେ ପୂଜାର୍ଚ୍ଚନା

ବରଗଡ଼,୨୬।୧୧(ପ୍ରେମାନନ୍ଦ ଖମାରୀ):  ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେଓ ସାଏ ବୁଧବାର ବରଗଡ଼ ଗସ୍ତରେ ଆସିଛନ୍ତି । ହେଲିକପ୍ଟର ଯୋଗେ ସେ  ପହଞ୍ଚିଛନ୍ତି । ବରଗଡ଼ ବ୍ଲକ ବଗେଇବିରା ଗ୍ରାମର ଅସ୍ଥାୟୀ ହେଲିପ୍ୟାଡରେ ଓହ୍ଲାଇବା ପରେ ସେ ସେଠାରୁ କାର୍ ଯୋଗେ ବରଗଡ଼ ବ୍ଲକ ତୁରୁଙ୍ଗା ବୈଷ୍ଣୋଦେବୀ ମନ୍ଦିରକୁ ଆସିଥିଲେ । ମନ୍ଦିରକୁ ପହଞ୍ଚିବା ପରେ ମାଁ ବୈଷ୍ଣୋଦେବୀଙ୍କୁ ଦର୍ଶନ ସହିତ ମୁଖ୍ୟମନ୍ତ୍ରୀ ସାଏ ମନ୍ଦିରରେ ପୂଜାର୍ଚ୍ଚନା କରୁଛନ୍ତି।

 

Dharitri – Odisha’s No.1 Odia Daily