ବରଗଡ଼ ଆସୁଛନ୍ତି ଛତିଶଗଡ଼ ମୁଖ୍ୟମନ୍ତ୍ରୀ

ବରଗଡ଼,୨୫।୧୧(ପ୍ରେମାନନ୍ଦ ଖମାରୀ)- ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେଓ ସାଏ ବୁଧବାର ବରଗଡ଼ ଗସ୍ତରେ ଆସୁଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ, ପୂର୍ବାହ୍ନ ୧୧ଟା ୪୫ମିନିଟରେ ସେ ଛତିଶଗଡ଼ ରାଜ୍ୟ ରାୟପୁର ପୋଲିସ୍ ଗ୍ରାଉଣ୍ଡସ୍ଥିତ ହେଲିପ୍ୟାଡରୁ ହେଲିକ୍ୟାପ୍ଟର ଯୋଗେ ବରଗଡ଼ ଅଭିମୁଖେ ବାହାରିବେ। ଅପରାହ୍ନ ୧୨ଟା ୫୫ମିନିଟରେ ମୁଖ୍ୟମନ୍ତ୍ରୀ ସାଏ ବରଗଡ଼ ବ୍ଲକ ବଗେଇବିରା ଗ୍ରାମର ଅସ୍ଥାୟୀ ହେଲିପ୍ୟାଡରେ ଓହ୍ଲାଇବେ। ସେଠାରୁ କାର୍ ଯୋଗେ ବରଗଡ଼ ବ୍ଲକ ତୁରୁଙ୍ଗା ବୈଷ୍ଣୋଦେବୀ ମନ୍ଦିରକୁ ଆସିବେ। ଅପରାହ୍ନ ୧ଟାରେ ଉକ୍ତ ମନ୍ଦିରକୁ ପହଞ୍ଚି ମାଁ ବୈଷ୍ଣୋଦେବୀଙ୍କୁ ସେ ଦର୍ଶନ କରିବା ସହିତ ଅପରାହ୍ନ ୧ଟା ୩୦ମିନିଟ୍ ପର୍ଯ୍ୟନ୍ତ ଦେବୀଙ୍କ ପୂଜାର୍ଚ୍ଚନା କରିବେ। ଏହାପରେ ଅଧଘଣ୍ଟା ରହଣି କରି ଅପରାହ୍ନ ୨ଟାରେ କାର୍ ଯୋଗେ ବଗେଇବିରାର ଅସ୍ଥାୟୀ ହେଲିପ୍ୟାଡକୁ ସେ ଯିବେ ଏବଂ ଅପରାହ୍ନ ୨ଟା ୫ମିନିଟରେ ସେଠାରୁ ହେଲିକ୍ୟାପ୍ଟର ଯୋଗେ ପୁଣି ଛତିଶଗଡ଼ ଫେରିଯିବା କାର୍ଯ୍ୟକ୍ରମ ରହିଛି।

Dharitri – Odisha’s No.1 Odia Daily

Share