Posted inଜାତୀୟ

ଛତିଶଗଡ଼ ବିଧାନସଭା ନିର୍ବାଚନ ପୂର୍ବରୁ ଭାଜପା ନେତାଙ୍କୁ ହତ୍ୟା କଲେ ମାଓବାଦୀ

ରାୟପୁର,୪।୧୧: ଛତିଶଗଡ଼ରେ ପ୍ରଥମ ପର୍ଯ୍ୟାୟ ବିଧାନସଭା ମତଦାନ ପୂର୍ବରୁ ନିର୍ବାଚନୀ ପ୍ରଚାର କରୁଥିବା ଜଣେ ଭାଜପା କାର୍ଯ୍ୟକର୍ତ୍ତାଙ୍କୁ ହତ୍ୟା କରିଛନ୍ତି ମାଓବାଦୀ। ରତନ ଦୁବେ ଭାଜପା ନାରାୟଣପୁର ଜିଲାର ଉପାଧ୍ୟକ୍ଷ ଥିଲେ। ପୋଲିସ ପକ୍ଷରୁ ଏହି ହତ୍ୟାକାଣ୍ଡ ବିଷୟରେ ସୂଚନା ମିଳିଛି।

କୁହାଯାଉଛି ଯେ, ରତନ ଦୁବେ ପ୍ରଚାର କରୁଥିବା ସମୟରେ ମାଓବାଦୀମାନେ ତାଙ୍କ ଉପରେ ଆକ୍ରମଣ କରିଥିଲେ। ପୋଲିସ ବର୍ତ୍ତମାନ ଘଟଣାର ତଦନ୍ତ କରୁଛି। ଏହି ଘଟଣା ଶନିବାର ଜିଲାର କୌଶଲନାର ଅଞ୍ଚଳରେ ଘଟିଛି । ଜିଲ୍ଲା ପଞ୍ଚାୟତରେ ଏହି ଅଞ୍ଚଳର ପ୍ରତିନିଧିତ୍ୱ କରୁଥିବା ଦୁବେଙ୍କ ହତ୍ୟା ଘଟଣାର ତଦନ୍ତ ପାଇଁ ଏକ ଟିମ୍ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ରାଜ୍ୟରେ ବିଧାନସଭା ନିର୍ବାଚନ ୭ ଏବଂ ୧୭ ନଭେମ୍ବରରେ ଦୁଇଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ପାକିସ୍ତାନକୁ ବଡ଼ ଝଟ୍‌କା, ହରମୁଜରେ ପାକ୍‌ ଜାହାଜ ସହ ଇରାନ କଲା ଏମିତି କାଣ୍ଡ…ଟ୍ରମ୍ପ କାବା!

ତେହରାନ,୨୫।୩: ଆମେରିକା-ଇସ୍ରାଏଲ ବିବାଦ ମଧ୍ୟରେ ଆଞ୍ଚଳିକ ମଧ୍ୟସ୍ଥତା ପାଇଁ ଏକ ଦାବିଦାର ଭାବରେ ନିଜକୁ ସ୍ଥାପିତ କରୁଥିବା ପାକିସ୍ତାନକୁ ଇରାନ ଏକ ବଡ଼ ଝଟକା ଦେଇଛି। ଏକ…

ରାମନବମୀ ନେଇ ଚଳଚଞ୍ଚଳ କୋରାପୁଟ ସହର:  ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ…  

କୋରାପୁଟ,୨୫।୩(ଅମିତାଭ ବେହେରା ): ଆସନ୍ତା ୨୭ ତାରିଖରେ ପବିତ୍ର ରାମ ନବମୀ ଉତ୍ସବ ପାଳନ କରାଯିବାକୁ ଥିବାବେଳେ ଏ ନେଇ କୋରାପୁଟ ସହରରେ ବ୍ୟାପକ ପ୍ରସ୍ତୁତି ଚାଲିଛି।…

ମଣ୍ଡିରେ ପଡ଼ିଛି ଚାଷୀଙ୍କ ଧାନ, ଟୋକନ ଆସିବା ପରେ ବି ଧାନ କିଣୁ ନାହାନ୍ତି ସରକାର

ମାଲକାନଗିରି,୨୫ା୩(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା କଂଗ୍ରେସ କମିଟି ତରଫରୁ ବୁଧବାର ୧୨ ଘଣ୍ଟିଆ ଜିଲା ବନ୍ଦ ପାଳନ କରାଯାଇଛି। ୪ ଦଫା ଦାବି ନେଇ ଏହି ବନ୍ଦ…

ଦିନରେ ଶସ୍ତା ରାତିରେ ମହଙ୍ଗା ହେବ ବିଜୁଳି, ଇଲେକ୍ଟ୍ରି ସପ୍ଲାଏକୁ ନେଇ ଆସିଲା ନୂଆ ନିୟମ

ପାଟନା,୨୫।୩: ରାଜ୍ୟବାସୀ ଧ୍ୟାନ ଦିଅନ୍ତୁ! ବିଦ୍ୟୁତ ବିଲ ସମ୍ପର୍କରେ ଏକ ନୂଆ ଅପଡେଟ ଆସିଛି। ସାରା ରାଜ୍ୟରେ ବିଦ୍ୟୁତ ସମ୍ୱନ୍ଧୀୟ ନୂତନ ନିୟମ ଜାରି କରାଯାଇଛି। ଏବେଠାରୁ,…

କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା, ଏଲପିଜି ବୁକିଂ ନିୟମରେ ହୋଇନି ପରିବର୍ତ୍ତନ

ନୂଆଦିଲ୍ଲୀ,୨୫।୩: ବିଭିନ୍ନ ମହଲରେ ରିପୋର୍ଟ ଆସିଛି ଯେ ସରକାର ଏଲପିଜି ବୁକିଂ ପାଇଁ ନିୟମ ପରିବର୍ତ୍ତନ କରିଛନ୍ତି। ଦୁଇଟି ସିଲିଣ୍ଡର କିମ୍ୱା ଡବଲ କନେକ୍ସନ ଥିବା ଗ୍ରାହକମାନଙ୍କୁ…

ଯୁଦ୍ଧ ମଧ୍ୟରେ ଉତ୍ତରାଧିକାରୀ ଘୋଷଣା କଲା ଇରାନ, ଜାଣନ୍ତୁ କିଏ ସେହି ମହମ୍ମଦ ବାଘେର

ନୂଆଦିଲ୍ଲୀ,୨୫।୩: ସର୍ବୋଚ୍ଚ ଜାତୀୟ ସୁରକ୍ଷା ପରିଷଦ ସଚିବ ଅଲି ଲାରିଜାନିଙ୍କ ମୃତ୍ୟୁ ପରେ, ଇରାନ ବ୍ରିଗେଡିୟର ଜେନେରାଲ ମହମ୍ମଦ ବାଘେର ଜୋଲକାଦରଙ୍କୁ ଏହାର ନୂତନ ସୁରକ୍ଷା ମୁଖ୍ୟ…

ଯୁଦ୍ଧ ଭିତରେ ‘ଏମରଜେନ୍ସି’ ଘୋଷଣା କଲା ଏହି ଦେଶ, ଲକ୍‌ଡାଉନ ପରି ବନ୍ଦ ହେଲା…

ନୂଆଦିଲ୍ଲୀ,୨୫।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷର ଚାପ ଏବେ ଫିଲିପାଇନ୍ସ ପର୍ଯ୍ୟନ୍ତ ପହଞ୍ଚିଛି। ସାତ ସମୁଦ୍ର ଦୂର। ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ଯୋଗୁଁ, ବିଶ୍ୱ ଇନ୍ଧନ ଯୋଗାଣ…

ଗୋଟି ଗୋଟି ସବୁ ଦେଶଠାରୁ ଯୁଦ୍ଧ କ୍ଷତି ଆଦାୟ କରିବ ଇରାନ, ଖେଳିଲା ବଡ଼ ଗେମ୍‌, ଏବେ ଭୋଗିବ ସାରା ବିଶ୍ୱ

ନୂଆଦିଲ୍ଲୀ, ୨୫।୩: ଟଳିନି ବିଶ୍ୱ ସଙ୍କଟ । ଯୁଦ୍ଧ ଦ୍ୱାରା ଏପର୍ଯ୍ୟନ୍ତ ହୋଇଥିବା କ୍ଷତି କେବଳ ଏକ ଝଲକ ଥିଲା। ପ୍ରକୃତ ସଙ୍କଟ ଏବେ ଆରମ୍ଭ ହୋଇଛି,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri