ଛତ୍ରପୁର ୧୯।୦୧(ସନ୍ତୋଷ ପାଢ଼ୀ/ଦିଲୀପ ସାମଲ ) : ଗଞ୍ଜାମ ଜିଲା ଛତ୍ରପୁର ଥାନା ଅଞ୍ଚଳରୁ ୨ ଜଣ ସାଇବର ଠକକୁ ପୋଲିସ ଗିରଫ କରିଛି । ଗିରଫ ଦ୍ୱୟ ହେଲେ ହିଞ୍ଜିଳି ଅଞ୍ଚଳର ପବିତ୍ର କୁମାର ପ୍ରଧାନ ଓ ପୋଲସରା ଥାନା ବର୍ତ୍ତିନ ଅଞ୍ଚଳର ମଣ୍ଟୁ ପାତ୍ର । ଏମାନେ ନିଜକୁ ପୋଲିସ କର୍ମଚାରୀଙ୍କ ପରିଚୟ ଦେଇ ଟଙ୍କା ଠକୁଥିଲେ।
ସୂଚନା ଅନୁସାରେ, ଛତ୍ରପୁର ଦେବୀନଗର ଅଞ୍ଚଳର ସ୍ବାଗତ ମିଶ୍ର ୫ ନଭେମ୍ବର ୨୦୨୩ରେ ନିଜର କ୍ରେଡିଟ କାର୍ଡରୁ କୌଣସି କାରଣରୁ ୨ ଲକ୍ଷ ୭୪ ହଜାର ଟଙ୍କା ଠକାମିର ଶିକାର ହୋଇଥିଲେ । ଏହାପରେ ସେ ଏହି ଦୁଇ ଜଣ ଠକଙ୍କ ସଂସ୍ପର୍ଶରେ ଆସିଥିଲେ । ଉଭୟ ଠକ ନିଜକୁ ସାଇବର କର୍ମଚାରୀ ବୋଲି ପରିଚୟ ଦେଇଥିଲେ । ପରେ ଏହି ଦୁଇ ଜଣ ସ୍ବାଗତକୁ ଠକିବାରେ ଲାଗିଥିଲେ । ବିଭିନ୍ନ ସମୟରେ ସ୍ବାଗତଙ୍କଠାରୁ ୧ ଲକ୍ଷ ୬୪ ହଜାର ଟଙ୍କା ନେଇଯାଇଥିଲେ । ସ୍ବାଗତ ୨ ଲକ୍ଷ ୭୪ ହଜାର ଟଙ୍କା ଫେରିପାଇବା ଆଶାରେ ୧ ଲକ୍ଷ ୬୪ ହଜାର ହରାଇଥିଲେ । ପରେ ସେ ଠକାମିର ଶିକାର ହୋଇଥିବା ଜାଣିବା ପରେ ଛତ୍ରପୁର ଥାନାରେ ଅଭିଯୋଗ କରିଥିଲେ। ଛତ୍ରପୁର ଥାନା ପୋଲିସ ଘଟଣାର ତଦନ୍ତ କରି ଉକ୍ତ ଦୁଇ ନକଲି ସାଇବର କର୍ମଚାରୀଙ୍କୁ ଗିରଫ କରିଛି।


