ଛତ୍ରପୁର,୧୧।୧୨ (ଦିଲ୍ଲୀପ ସାମଲ ): ମାନବିକତା ଦେଖାଇଲେ ଛତ୍ରପୁର ବିଧାୟକ। ଦୁର୍ଘଟଣାରେ ଆହତ ହୋଇଥିବା ବିଧାୟକ ବାପା ପୁଅଙ୍କୁ ମେଡିକାଲ ପଠାଇଛନ୍ତି। ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ଗଞ୍ଜାମ ଜିଲା ଚମାଖଣ୍ଡି ଥାନା ଅନ୍ତର୍ଗତ ଗୋବିନ୍ଦପୁର ଛକ ଜାତୀୟ ରାଜପଥରେ । ଛତ୍ରପୁର ବିଧାୟକ କୃଷ୍ଣ ନାୟକ ଛତ୍ରପୁରରୁ ବ୍ରହ୍ମପୁର ଅଭିମୁଖେ ଯାଉଥିଲେ। ଏହି ସମୟରେ ଗୋଟିଏ ବାଇକରେ ଛତ୍ରପୁରରୁ ବ୍ରହ୍ମପୁର ଅଭିମୁଖେ ଯାଉଥିବା ବାପା ଓ ପୁଅ ଦୁର୍ଘଟଣା ହୋଇ ଗୋବିନ୍ଦପୁର ଛକ ଜାତୀୟ ରାଜପଥ ରାସ୍ତା କଡ଼ରେ ପଡ଼ିଥିଲେ । ଏହାକୁ ଦେଖି ବିଧାୟକ ନିଜେ ଗାଡ଼ିରୁ ଓହ୍ଲାଇ ପଡ଼ିଥିଲେ । ନିକଟରେ ଥିବା ଜାତୀୟ ରାଜପଥ ପାଟ୍ରୋଲିଂ ଗାଡ଼ିରେ ଆହତ ବାପା ଓ ପୁଅଙ୍କୁ ବ୍ରହ୍ମପୁର ଏମକେସିଜି ମେଡିକାଲକୁ ଚିକିତ୍ସା ନିମନ୍ତେ ପଠାଇଥିଲେ । ଉଭୟ ବାପା ଓ ପୁଅଙ୍କ ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ହୋଇଥିବା ଜଣାପଡ଼ିଛି। ତେବେ ବିଧାୟକଙ୍କ ଏଭଳି କାର୍ଯ୍ୟକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି । ବିଧାୟକ ସହିତ ଉଦ୍ଧାର ବେଳେ ଅଞ୍ଚଳର ବହୁ ଯୁବକ ଉପସ୍ଥିତ ଥିଲେ।


