ଆହାର ଉପରେ ପାହାର ଦେଲା ଅଦିନିଆ ବର୍ଷା, କ୍ଷେତରେ ଜଳମଗ୍ନ ହୋଇ ପଡ଼ିଥିବା ପାଚିଲା ଧାନର ସମୀକ୍ଷା କଲେ ଛତ୍ରପୁର ବିଧାୟକ

ଛତ୍ରପୁର,୨୨।୧୨(ଦିଲ୍ଲୀପ ସାମଲ): ଅଦିନିଆ ବର୍ଷା ଉଜାଡ଼ି ଦେଇଛି ଚାଷୀର ବର୍ଷକର ଦାନାପାଣି। କଟା ହୋଇଥିବା ଧାନ ନା ମଣ୍ଡିକୁ ଯାଇପାରିଛି ନା ଖଳାକୁ। କ୍ଷେତ ମଝିରେ ସୁନାର ଫସଲ ବରବାଦ ହୋଇଯାଇଛି। ବତୁରି ଯାଇଛି କଟା ହୋଇଥିବା ଧାନ। ୨ ଦିନର କୋହଲା ପାଗ ସାଙ୍ଗକୁ ଝିପିଝିପି ବର୍ଷା ଭାତ ହାଣ୍ଡିକୁ ଉଜାଡ଼ି ଦେବା ପରେ ଏବେ ନିରାଶ ହୋଇପଡ଼ିଛନ୍ତି ଚାଷୀକୂଳ। ଅମଳ ବେଳକୁ ଅଦିନିଆ ବର୍ଷାରେ ଅକଲ ଗୁଡୁମ ଅବସ୍ଥା।

ଗଞ୍ଜାମ ଜିଲାର ସମସ୍ତ ଅଞ୍ଚଳ ସହ ଛତ୍ରପୁର ବ୍ଲକ ଅଞ୍ଚଳରେ ଅମଳ ଧାନ ଗଜା ହେବା ପ୍ରାୟ ସୁନିଶ୍ଚିତ। ଛତ୍ରପୁର ବ୍ଲକର ବଡମାଧପୁର, ଗୋବା, ବରଙ୍ଗ , ପୋଟଲାମପୁର, ବଉଳଗାଁ, ମହାନାଦପୁର, ବିପୁଳିଙ୍ଗି, ଭିକାରୀପଲ୍ଲି, ଅଗସ୍ତି ନୂଆଗାଁ, ପୋଡାପଦର ଆଦି ଅଞ୍ଚଳର ଚାଷୀ ବିଶେଷ ପ୍ରଭାବିତ ହୋଇଛନ୍ତି। କେବଳ ଏତିକି ନୁହେଁ ଏଠାକାର ଅଞ୍ଚଳରେ ଅଧିକାଂଶ ଲୋକ କଞ୍ଚାଲଙ୍କା, ଚିନାବାଦାମ ଆଦି ଫସଲ କରନ୍ତି। ହେଲେ ଅଦିନିଆ ଲଘୁଚାପ ଜନିତ ବର୍ଷା ଯୋଗୁ ଏହା ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି।

ରବିବାର ବଡମାଧପୁର ଛତ୍ରପୁର ବ୍ଲକ ଅଞ୍ଚଳର ବିଭିନ୍ନ ଗାଁକୁ ବୁଲି ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ ଏହାର ସମୀକ୍ଷା କରିଛନ୍ତି। କ୍ଷୟକ୍ଷତିର ଆକଳନ କରିବା ପାଇଁ ସମ୍ପୃକ୍ତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଚଳିତ ବର୍ଷ ଗଞ୍ଜାମ ଜିଲାରେ ଡିସେମ୍ବର ୨୩ ତାରିଖରୁ ମଣ୍ଡି ଆରମ୍ଭ ହେବାକୁ ଥିବା ବେଳେ ଅଧିକାଂଶ ଚାଷୀଙ୍କ ଚାଷ ଜମିରେ ପାଣି ଜମି ପାଚିଲା ଧାନ ନଷ୍ଟ ହୋଇଯାଇଛି। ଏହି ଲଘୁଚାପ ଜନିତ ଅଦିନିଆ ବର୍ଷା ଚାଷୀଙ୍କୁ ଦେଇଛି ଅସରନ୍ତି ଦୁଃଖ। ମିଲରମାନେ ଚାଷୀଙ୍କୁ ଏଫଏକ୍ୟୁ ମାନର ଧାନ ମାଗିଲେ ଦବା ଅସମ୍ଭବ। ଏଣୁ ଧାନ କିଣାରେ ଏଫଏକ୍ୟୁ ମାନ କୋହଳ ସହ ଯଥାଶୀଘ୍ର କ୍ଷୟକ୍ଷତିର ଆକଳନ କରି କ୍ଷତିପୂରଣ ଦେବା ପାଇଁ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଧରିତ୍ରୀ ପ୍ରଭାବ: ବାପାଙ୍କ ଦଶାହ କାର୍ଯ୍ୟପାଇଁ  ଝିଅପୁଅ ଗାଁ ଲୋକଙ୍କୁ ଭିକ୍ଷା ମାଗିବା ଘଟଣା, ଅସହାୟ ପରିବାରଙ୍କୁ ମିଳିଲା …

ଦିଗପହଣ୍ଡି,୨୧|୮(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୌଡ଼ଗାଁ ନୂଆସାହିର ଗୋବିନ୍ଦ ମହାରଣା(୪୯)ଙ୍କ ୧୫ ତାରିଖ ବିଳମ୍ବିତ ରାତିରେ ଆକସ୍ମିକ ମୃତ୍ୟୁ ଘଟିଥିଲା। ଗୋବିନ୍ଦଙ୍କ ମୃତ୍ୟୁପରେ…

ଟୁରିଷ୍ଟ ବସ୍‌ରେ ଯାତ୍ରୀ ନେବା ପଡ଼ିଲା ମହଙ୍ଗା

କୋକସରା,୨୧।୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଳକ ବିଜୁ ଏକ୍ସପ୍ରେସ ୱେ ଏବଂ ୨୬ ନମ୍ବର ଜାତୀୟ ରାଜପଥରେ ୧୫ରୁ ଊଦ୍ଦର୍‌ବ ଟୁରିଷ୍ଟ ବସ୍‌ ବେଆଇନ…

ଘରପଟ୍ଟା ପାଇଁ ତହସିଲଦାରଙ୍କ ଦ୍ୱାରସ୍ଥ ହେଲେ ବଳଦିଆଡ଼ିହ ଗ୍ରାମବାସୀ

ଗଞ୍ଜାମ,୨୧ା୮(ବିଦ୍ୟାଧର ସାହୁ): ଗଞ୍ଚାମ ବ୍ଲକ୍‌ ହୁମା ପଞ୍ଚାୟତ ଅନ୍ତର୍ଗତ ବଳଦିଆଡ଼ିହ ଗ୍ରାମର ଗ୍ରାମବାସୀମାନେ ହୁମା ପଞ୍ଚାୟତର ସମିତି ସଭ୍ୟ ଧ୍ରୁବ ଚରଣ ସାହୁଙ୍କ ନେତୃତ୍ୱରେ ଗଞ୍ଜାମ ତହସିଲଦାର…

ପ୍ରଧାନ ଶିକ୍ଷକଙ୍କ ବାଇକରେ ଥିବା ମଦ ବୋତଲ ଭାଇରାଲ: ପ୍ରଧନଶିକ୍ଷକ ନିଲମ୍ବିତ

ପାତ୍ରପୁର,୨୧ା୮(ଉମା ଚରଣ ନେପାକ): ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ ତୁରୁବୁଡି ପଞ୍ଚାୟତ ନୂଆଗଡ଼ ପ୍ରାଥମିକ ବିଦ୍ୟାଳୟ ଛାତ୍ରୀଛାତ୍ରଙ୍କୁ ଗତ ଦୁଇ ଦିନ ହେଲା ମଧ୍ୟାହ୍ନ ଭୋଜନ ମିଳୁ…

ଦୁଇଟି ସନ୍ତାନର ବାପା ହେବା ପରେ ଶେଷରେ ପ୍ରେମିକାଙ୍କ ହାତ ଧରିଲେ ଅର୍ଜୁନ ରାମପାଲ, ଛୁଟୁଛି ଶୁଭେଚ୍ଛାର ସୁଅ

ମୁମ୍ବାଇ: ବିବାହ କରି ଚର୍ଚ୍ଚାକୁ ଆସିଛନ୍ତି ଆଉଜଣେ ଅଭିନେତା । ସେ ହେଲେ ବଲିଉଡ ଅଭିନେତା ଅର୍ଜୁନ ରାମପାଲ। ପ୍ରେମିକା ତଥା ସାଉଥ ଆଫ୍ରିକାନ ମଡେଲ ଫ୍ୟାଶନ…

ଅସ୍ତିତ୍ୱ ହରାଉଛି ପ୍ରାକୃତିକ ଜଳ ଉତ୍ସ ସୁନ୍ଦରନାଳ

କୁଆଁରମୁଣ୍ଡା,୨୧ା୮(ମହେନ୍ଦ୍ର କୁମାର ସାହୁ): ସୁନ୍ଦରନାଳ ହେଉଛି କୁଆଁରମୁଣ୍ଡା ବ୍ଲକ ଅଞ୍ଚଳରେ ପ୍ରବାହିତ ଏକ ପ୍ରାକୃତିକ ଜଳ ଉତ୍ସ। ଏହି ଜଳ ଉତ୍ସ କୁମଝରିଆ ପଞ୍ଚାୟତର ପଟୁଆ ବାହାଲ-ତାଲସେରା…

ଭଡା ଘରୁ ମିଳିଲା ପୋଲିସ କର୍ମଚାରୀଙ୍କ ମୃତଦେହ: ୩ ବର୍ଷ ହେଲା…

ଭବାନୀପାଟଣା,୨୧।୮(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସହର ପୁରୁଣାପଡାର ଏକ ଭଡା ଘରୁ ଶୁକ୍ରବାର ଜଣେ ଡିଭିଏଫ(ଜିଲା ସ୍ୱେଚ୍ଛାସେବୀ ବାହିନୀ)ପୋଲିସ କର୍ମଚାରୀଙ୍କ ଝୁଲନ୍ତା ମୃତ ଦେହ…

ହୀରାକୁଦରେ ବନ୍ଦ ହେଲା ୮ ଗେଟ୍‌, ୭ ଗେଟ୍‌ରେ ହେଉଛି ବନ୍ୟାଜଳ ନିଷ୍କାସନ

ସମ୍ବଲପୁର,୨୧ା୮(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରକୁ କ୍ରମଶଃ ବନ୍ୟାଜଳ ପ୍ରବେଶ ପରିମାଣ ହ୍ରାସ ପାଇବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଶୁକ୍ରବାର ଜଳଭଣ୍ଡାରର ୨ ପର୍ଯ୍ୟାୟରେ ୮ ସ୍ଲୁଇସ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri