ଧରିତ୍ରୀର ପ୍ରଭାବ: ବେସାହାରା ଭାଇ ଭଉଣୀଙ୍କୁ ସାହାଯ୍ୟର ହାତ ବଢ଼ାଇଲେ ବିଧାୟକ

ଗଞ୍ଜାମ,୨୧।୧୨(ବିଦ୍ୟାଧର ସାହୁ ): ଧରିତ୍ରୀରେ ଖବର ପ୍ରକାଶ ପରେ ପଡିଲା ପ୍ରଭାବ । ବେସାହାରା ଭାଇଭଉଣୀକୁ ସାହାଯ୍ୟର ହାତ ବଢ଼ାଇଲେ ଛତ୍ରପୁର ବିଧାୟକ । ଗଞ୍ଜାମ ବ୍ଲକ ରାମଗଡ଼ ପଞ୍ଚାୟତ ଗଜପତି ନଗର ତିନି ନମ୍ବର ସାହିରେ ସ୍ବର୍ଗତ ଦିନେଶ୍ୱର ବେହେରା ନଳବଣ ଅଞ୍ଚଳ ଚିଲିକାରେ ମାଛ ମାରୁଥିବା ବେଳେ ହୃଦଘାତରେ ମୃତ୍ୟୁ ହୋଇଥିଲା । ଦିନେଶ୍ୱରଙ୍କ ମୃତ୍ୟୁର ଠିକ ଛଅ ବର୍ଷ ପରେ ସ୍ତ୍ରୀ ତ୍ରିବେଣୀ ବେହେରା ମଧ୍ୟ ଏକ ଅଜଣା ଗାଡି ଧକ୍କାରେ ପ୍ରାଣ ହରାଇଛନ୍ତି । ଦିନେଶ୍ୱରଙ୍କ ମା ରାଧା ବେହେରା, ଅଭିଆଡ଼ି ଭଉଣୀ ଝୁନୁ ବେହେରା ଏବଂ ଦିନେଶ୍ୱରଙ୍କ ପୁଅ ଦେବାଶିଷ ଓ ଝିଅ ସୋନାଲି ଦୁଃଖସୁଖରେ ପରିବାର ପରିପୋଷଣ କରୁଥିଲେ ।

ଗତ ତିନି ଦିନ ତଳେ ରାଧାଙ୍କର ମୃତ୍ୟୁ ପରେ ବେସାହାରା ହୋଇ ପଡିଥିଲେ ଦିନେଶ୍ୱରଙ୍କ ଝିଅ ସୋନାଲି ଓ ପୁଅ ଦେବାଶିଷ । ସୋନାଲି ଯୁକ୍ତ ତିନିରେ ପଢ଼ୁଥିବା ବେଳେ ଦଶମ ଶ୍ରେଣୀରେ ଅଧୟନ କରୁଛନ୍ତି ଦେବାଶିଷ । ପରିବାର ସମସ୍ତଙ୍କୁ ହରାଇ ବେସାହାରା ଭାଇ ଭଉଣୀ ବଞ୍ଚିବାକୁ ରାହା ଖୋଜୁଛନ୍ତି । ଏନେଇ ଧରିତ୍ରୀରେ ଖବର ପ୍ରକାଶ ପାଇବା ପରେ ଶନିବାର ଦିନ ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ ଉକ୍ତ ଗ୍ରାମରେ ପହଞ୍ଚି ବେସାହାରା ଭାଇ ଭଉଣୀଙ୍କୁ ଆର୍ଥିକ ସହାୟତା କରିଛନ୍ତି । ସେହି ପଞ୍ଚାୟତ ସରପଞ୍ଚ ସନ୍ତୋଷିନୀ ବେହେରା, ଭାଜପା ଯୁବନେତା ରଞ୍ଜନ ତରାଇ, ସରପଞ୍ଚ ପ୍ରତିନିଧି ବିକ୍ରମ କୁମାର ବେହେରା ଉପସ୍ଥିତ ଥିଲେ ।

ଏଥିସହ ଶିକ୍ଷକ ପ୍ରଫୁଲ୍ଲ ଚନ୍ଦ୍ର ମାଝୀ, ଶିକ୍ଷୟିତ୍ରୀ ରୀନା ବେହେରା ଏବଂ ସରକାରୀ କର୍ମଚାରୀ ସେବା ସଙ୍ଘ ପକ୍ଷରୁ ମଧ୍ୟ ଆର୍ଥିକ ସହାୟତା କରିଥିବା ବେଳେ ଅନେକ ସଂଗଠନ ସହଯୋଗର ହାତ ବଢ଼େଇ ଥିବା ଜଣା ପଡିଛି । ବାପା ମା ଙ୍କୁ ହରାଇ ଯେତିକି ଭାଙ୍ଗି ପଡି ନଥିଲେ ଏବେ ଜେଜେମା ଙ୍କୁ ହରାଇ ସମ୍ପୂର୍ଣ ଭାଙ୍ଗି ପଡ଼ିଥିବା କହିଛନ୍ତି ସୋନାଲି ଓ ଦେବାଶିଷ । ବର୍ତ୍ତମାନ ତାଙ୍କର ସାହାରା କହିଲେ ଅବିଭାହିତ ପିଉସୀ ଝୁନୁ । ପିଉସୀ ଝୁନୁଙ୍କର ମଧ୍ୟ ଅଣ୍ଟାରେ ଆଘାତ ଯୋଗୁଁ ମୂଲ ଲାଗି ପାରୁ ନାହାନ୍ତି । କେମିତି ଆମେ ବଞ୍ଚିବୁ କିଏ ଆମକୁ ଖାଇବାକୁ ଦେବ ଆମେ ବଞ୍ଚିବାକୁ ରାହା ଖୋଜୁଛୁ ବୋଲି କୋହ ଭରା କଣ୍ଠରେ କହିଛନ୍ତି ସୋନାଲି ଓ ଦେବାଶିଷ ।


Enter your email to get our daily news in your inbox.

All Right Reserved By Dharitri.Com

ନଦିଗାଁ ରାସ୍ତାର ପ୍ରସ୍ତାବିତ ମଦ ଦୋକାନକୁ ବିରୋଧ, ଧୂଷୁରୀ ଥାନା ଘେରାଉ କଲେ ଶତାଧିକ ମହିଳା

ଅସୁରାଳି,୫ା୭(ସନ୍ତୋଷ ସାହୁ): ଧୂଷୁରୀ ଥାନା ଅଞ୍ଚଳର ନଦିଗାଁ ରାସ୍ତା ନିକଟରେ ପ୍ରସ୍ତାବିତ ମଦ ଦୋକାନ ଖୋଲିବାକୁ ବିରୋଧ କରିଛନ୍ତି ସ୍ଥାନୀୟ ମହିଳା । ରବିବାର ଶତାଧିକ ମହିଳା…

ଟ୍ରମ୍ପଙ୍କ ଧମକର କଡ଼ା ଜବାବ ଦେଲା ଇରାନ; ନା ସଭ୍ୟତା, ନା ଇତିହାସ….

ତେହରାନ,୫ା୭: ଡୋନାଲ୍ଡ ଟ୍ରମ୍ପଙ୍କ ନିରନ୍ତର ବୟାନବାଜି ଉପରେ ଇରାନ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି । ଟ୍ରମ୍ପ ଦାବି କରିଥିଲେ ଯେ ସେ ଦେଶର ବରିଷ୍ଠ ନେତାମାନଙ୍କୁ…

ପାରାଗୁଏକୁ ହରାଇ କ୍ୱାର୍ଟର ଫାଇନାଲରେ ପହଞ୍ଚିଲା ଫ୍ରାନ୍ସ

ଫିଲାଡେଲଫିଆ, ୫ା୭: ପେନାଲ୍ଟି କିକ୍‌ରୁ କିଲିଆନ ଏମ୍‌ବାପେଙ୍କ ଗୋଲ ବଳରେ ରବିବାର ଖେଳାଯାଇଥିବା ରାଉଣ୍ଡ ଅଫ୍‌-୧୬ ମ୍ୟାଚ୍‌ରେ ଫ୍ରାନ୍ସ ୧-୦ ଗୋଲରେ ପାରାଗୁଏକୁ ପରାସ୍ତ କରି କ୍ୱାର୍ଟର…

ବର୍ଷାରେ ବେହାଲ କେସିଙ୍ଗା, ରେଳ ଷ୍ଟେଶନରେ ପାଣି ଗଳୁଥିବାରୁ ଯାତ୍ରୀ ହନ୍ତସନ୍ତ

କେସିଙ୍ଗା,୫।୭(ତୁମେଶ୍ୱର ସାହୁ): ସମ୍ବଲପୁର ରେଲୱେ ଡିଭିଜନ ଅନ୍ତର୍ଗତ କେସିଙ୍ଗା ରେଲୱେ ଷ୍ଟେଶନକୁ ଗତ ମାସ ୨୬ ତାରିଖରେ ଜେନେରାଲ ମେନେଜର ପରମେଶ୍ବର ଫୁଙ୍କାୱାଲଙ୍କ ସମେତ ଡି ଆର…

ସମ୍ପତ୍ତି ପାଇଁ ସୈତାନ ସାଜିଲେ ଆପଣା ଭାଇ: ପରସ୍ପରକୁ ହତ୍ୟା ଉଦ୍ୟମ ପରେ ଗଲେ ଜେଲ୍‌

ଦିଗପହଣ୍ଡି,୫।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୋକର୍ଣ୍ଣପୁର ପଞ୍ଚାୟତ ଅନଙ୍ଗପୁର ଗ୍ରାମରେ ଗତ ଏପ୍ରିଲ ୨୧ ତାରିଖ  ସକାଳେ ପୈତୃକ ସମ୍ପତ୍ତି ପାଇଁ ପାରିବାରିକ…

ଚିଠା ଭୋଟର ତାଲିକା ପ୍ରକାଶ, ବାଦ୍ ପଡିଲେ ୩୬,୩୪୨

ଭଞ୍ଜନଗର,୫।୭(ବାବୁଲା ପ୍ରଧାନ): ଭଞ୍ଜନଗର ଉପଖଣ୍ଡ ଅନ୍ତର୍ଗତ ୩ଟି ନିର୍ବାଚନ ମଣ୍ଡଳୀ ଭଞ୍ଜନଗର, ଆସ୍କା ଏବଂ ସୋରଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀ ଦାୟିତ୍ୱରେ ଥିବା ଇ.ଆର୍.ଓ ମାନଙ୍କ ଦ୍ଵାରା…

ଶୋଇଥିବା ବେଳେ ଯୁବକଙ୍କୁ ପଥର ଛେଚି ହତ୍ୟା

କେନ୍ଦୁଝର,୫।୭(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ସଦର ଥାନା ଅନ୍ତର୍ଗତ ଅଞ୍ଜର ଗ୍ରାମର ଏକ ଘରୁ ପୋଲିସ ରବିବାର ଜଣେ ଯୁବକଙ୍କ ରକ୍ତାକ୍ତ ମୃତଦେହ ଜବତ କରିଛି।…

ବରଗଡ଼ରେ ଉନ୍ମୋଚନ ହେଲା ଚିଠା ଭୋଟର ତାଲିକା, ଜିଲାପାଳ କହିଲେ….

ବରଗଡ଼,୫।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସଭାଗୃହଠାରେ ରବିବାର ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (SIR) ପ୍ରକ୍ରିୟା ଅନ୍ତର୍ଗତ ଚିଠା ନିର୍ବାଚନ ତାଲିକା ଆନୁଷ୍ଠାନିକ ଭାବେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri