ପରଲୋକରେ ଛତ୍ରପୁର ଧରିତ୍ରୀ ଖବରଦାତା ସନ୍ତୋଷ ପାଢୀ

ପୁରୁଷୋତ୍ତମପୁର/ଛତ୍ରପୁର,୨୦।୧୦(ସବିତା ମିଶ୍ର/ଦୀଲିପ ସାମଲ/ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ଛତ୍ରପୁର ବ୍ଲକ ପ୍ରତିନିଧି ତଥା ଧରିତ୍ରୀ ଖବରଦାତା ସନ୍ତୋଷ କୁମାର ପାଢୀଙ୍କ ପରଲୋକ ଘଟିଛି। ୪୫ ବର୍ଷ ବୟଷରେ ସୋମବାର ଅପରାହ୍ନରେ କାଳିଆବାଲି ସ୍ଥିତ ବାସଭବନରେ ତାଙ୍କର ଦେହାନ୍ତ ଘଟିଛି । ସେ ଜଣେ ଦକ୍ଷ ଓ ନିର୍ଭିକ ଖବରଦାତା ଭାବେ ଜିଲାରେ ନିଜ ପରିଚୟ ସୃଷ୍ଟି କରିଥିଲେ।
ସେ ଗତକିଛିଦିନ ହେଲା ଅସୁସ୍ଥ ହୋଇ ଚିକିତ୍ସିତ ହେଉଥିଲେ।  ମୃତ୍ୟୁବେଳେ ତାଙ୍କପାଖରେ ତାଙ୍କର ସାନଭାଇ ଶୁଶାନ୍ତ ପାଢୀ ଓ ତିନିଭଉଣୀ ଉପସ୍ଥିତ ଥିଲେ। ତାଙ୍କର ଏହି ଅକାଳ ବିୟୋଗରେ ଧରିତ୍ରୀ ପରିବାରରେ ଶୋକରଛାୟା ଖେଳିଯାଇଛି। ଖବର ପାଇ  ଗଞ୍ଜାମର ସମସ୍ତ ଖବରଦାତା ତାଙ୍କ ବାସଭବନରେ  ପହଞ୍ଚି ଶେଷଦର୍ଶନ କରିଛନ୍ତି। ତାଙ୍କର ମରଶରୀରକୁ ପୂରୀ ସ୍ବର୍ଗଦ୍ବାର ନିଆଯାଇ ସେଠାରେ ଅନ୍ତିମ ସତ୍କାର କରାଯିବ ବୋଲି ପରିବାର ପକ୍ଷରୁ ସୂଚନା ମିଳିଛି।

Share
Tags: ganjam