ରିଷିଡ଼ା, ୧୮ା୮(ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରିଷିଡ଼ା ଫାଣ୍ଡି ପୋଲିସ ସୂଚନା ଅନୁସାରେ ଜିଏସ୍ଟି ଏନ୍ଫୋର୍ସମେଣ୍ଟ ଟିମ୍ ମଙ୍ଗଳବାର ଟିକସ ଫାଙ୍କି ବେଆଇନ ଭାବେ ସାମଗ୍ରୀ ଚାଲାଣ କରୁଥିବା ଦୁଇଟି ଗାଡିଠାରୁ ଜରିମାନା ଆଦାୟ କରିଛି। ସୂଚନା ମତେ ଫାଣ୍ଡି ଅଧିକାରୀ ମନୁଆ ବିଡ଼ିକା ପାନମସଲା, ସାବୁନ ଆଦି ନେଉଥିବା ଏକ ପିକ୍ଅପ ଗାଡି (ଓଡି ୦୮ଜି ୩୮୭୭) ଓ ଭାଙ୍ଗ ନେଉଥିବା ପିକ୍ଅପ (ଓଡି ୦୩ ଏଇ ୮୯୯୯)କୁ ତନଖି କଲାବେଳେ ଜିଏସ୍ଟି ଫାଙ୍କିଥିବା ଜାଣିବାକୁ ପାଇଥିଲେ। ସେ ଏ ନେଇ ଖବର ଦେବାପରେ ଜିଏସ୍ଟି ଏନ୍ଫୋର୍ସମେଣ୍ଟ ଭବାନୀପାଟଣାର ସହକାରୀ କମିଶନର ଦିବ୍ୟଜ୍ୟୋତି ନନ୍ଦ ଓ ସହକାରୀ ବାଣିଜ୍ୟକର ଅଧିକାରୀ ସୁଧାଂଶୁ ଶେଖର ବେହେରାଙ୍କୁ ନେଇ ଗଠିତ ଟିମ୍ ଆସି ସାବୁନ ଉପରେ ଦୁଇ ଲକ୍ଷ ଓ ଭାଙ୍ଗ ଉପରେ ୭୦ହଜାର ଟଙ୍କାର ଜିଏସ୍ଟି ଆଦାୟ କରିଥିଲେ।


