ଛତର ଯାତ୍ରା ରକ୍ତରଞ୍ଜିତ

ଭବାନୀପାଟଣା,୨୩।୧୦(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ମା’ ମାଣିକେଶ୍ୱରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା ରବିବାର ମହାସମାରୋହରେ ପାଳିତ ହୋଇଯାଇଛି। କଳାହାଣ୍ଡିର ଆଦିବାସୀ ଓ ଆର୍ଯ୍ୟ ସଂସ୍କୃତିର ମିଶ୍ରଣରେ ସୃଷ୍ଟି ହୋଇଛି ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା। ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ଲକ୍ଷାଧିକ ଭକ୍ତଙ୍କ ସମାଗମରେ ଯାତ୍ରା ସମ୍ପନ୍ନ ହୋଇଛି। ମା’ଙ୍କ ଛତରକୁ ଦର୍ଶନ କରି ଭକ୍ତମାନେ ଆନନ୍ଦଲାଭ କରିଥିବା ବେଳେ ହଜାର ହଜାର ସଂଖ୍ୟାରେ ପଶୁ ବଳି ଦିଆଯାଇଥିବା ଦେଖିବାକୁ ମିଳିଛି। ଅନେକ ରାଜ୍ୟରେ ବଳିପ୍ରଥା ଏକ ପ୍ରକାର ବନ୍ଦ ହୋଇଆସୁଥିବା ବେଳେ ଏହି ଯାତ୍ରାରେ ମା’ଙ୍କ ଛତର ସାମ୍ନାରେ ପ୍ରଶାସନ ଉପସ୍ଥିତିରେ ହଜାର ହଜାର ପଶୁ ବଳି ଦିଆଯାଇଛି। ଏତେ ସଂଖ୍ୟାରେ ପଶୁବଳି ଯୋଗୁ ରକ୍ତରଞ୍ଜିତ ହୋଇଥିଲା ଭବାନୀପାଟଣା ସହରର ମୁଖ୍ୟ ରାସ୍ତା। ଭକ୍ତଙ୍କ ମାନସିକ ଆଗରେ ହାର୍‌ ମାନିଥିଲା ପ୍ରଶାସନ।
ଶାକ୍ତଭୂମି କଳାହାଣ୍ଡିରେ ଦଶହରା କହିଲେ ଏଠିକାର ଅଧିଷ୍ଠାତ୍ରୀ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରାକୁ ବୁଝାଏ। କଳାହାଣ୍ଡିର ମୂଳ ଅଧିବାସୀ ଏହି ଶକ୍ତିର ଉପାସକ। ଆଶ୍ବିନ ମାସ କୃଷ୍ଣପକ୍ଷ ଅଷ୍ଟମୀ ଦିନ ଭବାନୀପାଟଣା ରାଜପ୍ରାସାଦରେ ଥିବା ମାଣିକେଶ୍ବରୀଙ୍କ ପୀଠରେ ମୁଣ୍ଡବସାଠାରୁ ଆରମ୍ଭ କରି ମହାଷ୍ଟମୀ ପର୍ଯ୍ୟନ୍ତ ମା’ ମାଣିକେଶ୍ବରୀଙ୍କୁ ସ୍ବତନ୍ତ୍ର ରୀତିନୀତରେ ପୂଜାର୍ଚ୍ଚନା କରାଯାଇଥାଏ। ରବିବାର ଭୋରରେ ଜେନାଖାଲରେ ପାରମ୍ପରିକ ରୀତିନୀତି ଅନୁସାରେ ମା’ଙ୍କ ଗୁପ୍ତପୂଜା ସମ୍ପନ୍ନ ହୋଇଥିଲା। ପରେ ପୂଜକ ଏବଂ ବାହୁକମାନେ ମା’ଙ୍କ ବିଜୟ ପ୍ରତିମା ଛତରକୁ ଧରି ମନ୍ଦିର ଅଭିମୁଖେ ବାହାରିଥିଲେ। ଏହି ଅବସରରେ ଜେନାଖାଲରୁ ମା’ଙ୍କ ମନ୍ଦିର ପର୍ଯ୍ୟନ୍ତ ୩ କି.ମି. ରାସ୍ତାରେ ଲକ୍ଷାଧିକ ଭକ୍ତ ମା’ଙ୍କ ଦର୍ଶନ କରିଥିଲେ। ମାନସିକଧାରୀ ପଶୁ ପକ୍ଷୀ ବଳି ଦେଇଥିଲେ। ସେହିପରି ଆଉ କିଛି ଭକ୍ତ ଧୂପ, ଦୀପ, ନଡ଼ିଆ ଭାଙ୍ଗି ମା’ଙ୍କୁ ସ୍ବାଗତ କରିଥିଲେ। ମା’ଙ୍କ ଛତର ଯାତ୍ରାରେ ୩୦ରୁ ଅଧିକ ସାଂସ୍କୃତିକ ଦଳ, ଘଣ୍ଟ ଦଳ, ଘୁମୁରା ଦଳ, ସ୍ଥାନୀୟ କଳାକାର ନିଜର କଳା ପରିବେଷଣ କରିଥିଲେ। ଘଣ୍ଟ ଦଳ, ଢୋଲ ନିଶାନରେ ଦୁଲୁକି ଉଠିଥିଲା ଭବାନୀପାଟଣା ସହର। ଚାରିଆଡେ ରହିଥିଲା ଆଧ୍ୟାତ୍ମିକ ପରିବେଶ। ମଧ୍ୟାହ୍ନ ୧୨ଟା ୪୦ରେ ମା’ଙ୍କ ଛତର ମାଣିକେଶ୍ୱରୀ ମନ୍ଦିରରେ ପହଞ୍ଚତ୍ଥିଲ। ଏହି ସମୟରେ କଳାହାଣ୍ଡି ମହାରାଜା ଅନନ୍ତ ପ୍ରତାପ ଦେଓ ଉପସ୍ଥିତ ରହି ମା’ଙ୍କ ଛତରକୁ ମନ୍ଦିରକୁ ପାଛୋଟି ନେଇଥିଲେ। ଏହି ଛତର ଯାତ୍ରାର ଦର୍ଶନ ପାଇଁ ପଡୋଶୀ ରାଜ୍ୟ ତଥା କଳାହାଣ୍ଡି ଜିଲା ଓ ଜିଲା ବାହାରର ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥିଲା। ଅନ୍ୟପଟେ ଶାନ୍ତିର ପ୍ରତୀକ କପୋତକୁ ମଧ୍ୟ ଯାତ୍ରା ସମୟରେ ଭକ୍ତମାନେ ଉଡାଇଥିବା ଦେଖିବାକୁ ମିଳିଥିଲା । ବଳି ଯୋଗୁ ରକ୍ତରଞ୍ଜିତ ହୋଇ ପଡ଼ିଥିଲା ଜେନାଖାଲଠାରୁ ମନ୍ଦିର ଯାଏଁ ପ୍ରାୟ ୩ କି.ମି. ରାସ୍ତା। ଚଳିତବର୍ଷ ଛତର ଯାତ୍ରା ଯେମିତି ଶାନ୍ତିଶୃଙ୍ଖଳା ସହ ଅନୁଷ୍ଠିତ ହେବ ଓ ଭକ୍ତମାନେ କିପରି ସୁରକ୍ଷିତ ଭାବେ ମା’ଙ୍କ ଦର୍ଶନ କରିପାରିବେ ସେ ନେଇ କଳାହାଣ୍ଡି ଏସ୍‌ପି ଅଭିଳାଷ ଜି. ବ୍ୟାପକ ପଦକ୍ଷେପ ନେଇଥିଲେ। ଛତର ଯାତ୍ରା ପାଇଁ ୧୨ ପ୍ଲାଟୁନ ପୋଲିସ ମୁତୟନ ହେବା ସହ ୨ଜଣ ଅତିରିକ୍ତ ଏସ୍‌ପି, ୯ ଡିଏସ୍‌ପି,୧୯ ଇନ୍ସପେକ୍ଟର, ୩୧ ଏସଆଇ, ୫୪ ଏଏସଆଇ ଶାନ୍ତିଶୃଙ୍ଖଳା ନିୟନ୍ତ୍ରଣ କରିଥିଲେ। ଏପରିକି ଛତର ଯାତ୍ରା ଲାଗି ପୋଲିସ ପ୍ରଶାସନ ପକ୍ଷରୁ ଭକ୍ତଙ୍କ ଗତିବିଧିକୁ ନଜର ରଖିବା ପାଇଁ ସିସିଟିଭି ବ୍ୟବସ୍ଥା ମଧ୍ୟ କରାଯାଇଥିଲା। ଫଳରେ ଲକ୍ଷାଧିକ ଭକ୍ତ ସାମିଲ ହେବା ସତ୍ତ୍ୱେ ମଧ୍ୟ ଏହି ଯାତ୍ରାରେ କୌଣସି ବିଶୃଙ୍ଖଳା ସୃଷ୍ଟି ହୋଇ ନ ଥିଲା। ସେହିପରି ଯାତ୍ରାରେ ପ୍ରଶାସନ ପକ୍ଷରୁ ଅତିରିକ୍ତ ଜିଲାପାଳ ତନ୍ମୟ କୁମାର ଦରୱାନ, ଭବାନୀପାଟଣା ଉପଜିଲାପାଳ ଡ. ବିଶ୍ୱଜିତ ଦାସ, କଳାହାଣ୍ଡି ତହସିଲଦାର ଉପେନ୍ଦ୍ର ଲୁହା, ଜିଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ମନୋଜ କୁମାର ବେହେରା, ସ୍ଥାନୀୟ ଇଓ ଚିନ୍ମୟ କୁମାର ନାୟକ ପ୍ରମୁଖ ସୁରକ୍ଷା ବ୍ୟବସ୍ଥା ତଦାରଖ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରକ୍‌ରେ ପିଟି ହୋଇ ଦୁଇ ବାଇକ୍‌ ଆରୋହୀ ଗୁରୁତର, ଜଣେ ବୁର୍ଲା ସ୍ଥାନାନ୍ତର

ବଲାଙ୍ଗୀର,୧୦।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର-ଭବାନୀପାଟଣା ୨୬ ନମ୍ବର ଜାତୀୟ ରାଜପଥର ମଠଖାଇ ମନ୍ଦିର ଓ ସିନଖମନ ରାସ୍ତା ମଝିରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ରାସ୍ତାରେ...

ଏସବୁ ରାଜ୍ୟରେ ବଢିବ SIR ସମୟସୀମା: ରିପୋର୍ଟ

ନୂଆଦିଲ୍ଲୀ,,୧୦।୧୨: ସ୍ୱତନ୍ତ୍ର ପରିଚୟପତ୍ର ସଂଶୋଧନ (SIR) ପାଇଁ ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ ସମେତ ଅନେକ ରାଜ୍ୟରେ ସମୟସୀମା ବଢ଼ାଇବାକୁ ନିର୍ବାଚନ କମିଶନ (EC) ଯୋଜନା କରୁଥିବା ଶୀର୍ଷ...

ପଲାଣଘାଟି ପଞ୍ଚାୟତକୁ ଜିଲାସ୍ତରୀୟ ପୁରସ୍କାର

ପାଟଣା,୧୦ା୧୨(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅନ୍ତର୍ଗତ ପଲାଣଘାଟି ପଞ୍ଚାୟତକୁ ଜିଲା ଜଳ ଓ ପରିମଳ ମିଶନ ପକ୍ଷରୁ ବିଶ୍ୱ ଶୌଚାଳୟ ଦିବସରେ ଜିଲାସ୍ତରରେ...

ଚାଷୀଙ୍କ ସହ ଆଲୋଚନା କଲେ ବିଧାୟକ, ଅମଳ ଧାନକୁ ନେଇ…

ପାରଳାଖେମୁଣ୍ଡି,୧୦ା୧୨(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ବିଧାୟକ ଇଂ. ରୂପେଶ କୁମାର ପାଣିଗ୍ରାହୀ କାଶୀନଗର ବ୍ଲକ ଖାରଡ଼ା ଗ୍ରାମାଞ୍ଚଳ ଗସ୍ତ କରି ଚାଷୀଙ୍କ ସହ ବିଭିନ୍ନ...

ରାସ୍ତାରେ ଓଲଟି ପଡ଼ିଲା ଗ୍ୟାସ୍‌ ବୋଝେଇ ଟ୍ୟାଙ୍କର, ଦୁର୍ଘଟଣା ଏତେ ଭୟଙ୍କର ଯେ ଲୋକେ…

ଲାଞ୍ଜିଗଡ଼,୧୦ା୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଭବାନୀପାଟଣାରୁ ରାୟଗଡ଼ାକୁ ସଂଯୋଗ କରୁଥିବା ୬ ନମ୍ବର ରାଜ୍ୟ ରାଜପଥ ବଞ୍ଜାରି ଘାଟି ନିକଟରେ ବୁଧବାର ସନ୍ଧ୍ୟାରେ ଗୋଟିଏ...

ନବନିଯୁକ୍ତ ରାଇରଙ୍ଗପୁର ଭାଜପା ପ୍ରଭାରୀଙ୍କୁ ଛୁଟୁଛି ଶୁଭେଚ୍ଛାର ସୁଅ

ପାଟଣା,୧୦ା୧୨(ବୀରକିଶୋର ଦାଶ): ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ରାଜ୍ୟ ସଂଗଠନ ମନ୍ତ୍ରୀ ମାନସ ମହାନ୍ତି କେନ୍ଦୁଝର ଜିଲା ଭାଜପା ପୂର୍ବତନ ସଭାପତି ଅଂଶୁମାନ...

ଜାପାନରରେ ପୁଣି ୬.୫ ତୀବ୍ରତାର ଭୂକମ୍ପ; ଦୁଇ ଦିନରେ ଦ୍ୱିତୀୟ ଶକ୍ତିଶାଳୀ ଝଟକା

ମୁମ୍ବାଇ,୧୦।୧୨: ଗତ ସୋମବାର ୭.୫ ତୀବ୍ରତାର ଶକ୍ତିଶାଳୀ ଭୂକମ୍ପ ଯୋଗୁଁ ସୁନାମୀ ଚେତାବନୀ ଜାରି ହେବାର ୪୮ ଘଣ୍ଟା ମଧ୍ୟରେ ବୁଧବାର ପୁଣିଥରେ ଜାପାନର ଉତ୍ତରାଞ୍ଚଳ...

ଦିଗପହଣ୍ଡିରେ ଏଡିଜେ କୋର୍ଟ ପ୍ରତିଷ୍ଠା ଦାବି

ଦିଗପହଣ୍ଡି,୧୦ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲାର ଦିଗପହଣ୍ଡି ଠାରେ ଏଡିଜେ କୋର୍ଟ ସହ ଜିଲା ସବଡିଭିଜନ କାର୍ଯ୍ୟାଳୟ ପ୍ରତିଷ୍ଠା ନିମନ୍ତେ ସ୍ଥାନୀୟ ଖେମୁଣ୍ଡି ଓକିଲ ସଂଘ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri