ଛତର ଯାତ୍ରା ରକ୍ତରଞ୍ଜିତ

ଭବାନୀପାଟଣା,୨୩।୧୦(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ମା’ ମାଣିକେଶ୍ୱରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା ରବିବାର ମହାସମାରୋହରେ ପାଳିତ ହୋଇଯାଇଛି। କଳାହାଣ୍ଡିର ଆଦିବାସୀ ଓ ଆର୍ଯ୍ୟ ସଂସ୍କୃତିର ମିଶ୍ରଣରେ ସୃଷ୍ଟି ହୋଇଛି ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା। ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ଲକ୍ଷାଧିକ ଭକ୍ତଙ୍କ ସମାଗମରେ ଯାତ୍ରା ସମ୍ପନ୍ନ ହୋଇଛି। ମା’ଙ୍କ ଛତରକୁ ଦର୍ଶନ କରି ଭକ୍ତମାନେ ଆନନ୍ଦଲାଭ କରିଥିବା ବେଳେ ହଜାର ହଜାର ସଂଖ୍ୟାରେ ପଶୁ ବଳି ଦିଆଯାଇଥିବା ଦେଖିବାକୁ ମିଳିଛି। ଅନେକ ରାଜ୍ୟରେ ବଳିପ୍ରଥା ଏକ ପ୍ରକାର ବନ୍ଦ ହୋଇଆସୁଥିବା ବେଳେ ଏହି ଯାତ୍ରାରେ ମା’ଙ୍କ ଛତର ସାମ୍ନାରେ ପ୍ରଶାସନ ଉପସ୍ଥିତିରେ ହଜାର ହଜାର ପଶୁ ବଳି ଦିଆଯାଇଛି। ଏତେ ସଂଖ୍ୟାରେ ପଶୁବଳି ଯୋଗୁ ରକ୍ତରଞ୍ଜିତ ହୋଇଥିଲା ଭବାନୀପାଟଣା ସହରର ମୁଖ୍ୟ ରାସ୍ତା। ଭକ୍ତଙ୍କ ମାନସିକ ଆଗରେ ହାର୍‌ ମାନିଥିଲା ପ୍ରଶାସନ।
ଶାକ୍ତଭୂମି କଳାହାଣ୍ଡିରେ ଦଶହରା କହିଲେ ଏଠିକାର ଅଧିଷ୍ଠାତ୍ରୀ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରାକୁ ବୁଝାଏ। କଳାହାଣ୍ଡିର ମୂଳ ଅଧିବାସୀ ଏହି ଶକ୍ତିର ଉପାସକ। ଆଶ୍ବିନ ମାସ କୃଷ୍ଣପକ୍ଷ ଅଷ୍ଟମୀ ଦିନ ଭବାନୀପାଟଣା ରାଜପ୍ରାସାଦରେ ଥିବା ମାଣିକେଶ୍ବରୀଙ୍କ ପୀଠରେ ମୁଣ୍ଡବସାଠାରୁ ଆରମ୍ଭ କରି ମହାଷ୍ଟମୀ ପର୍ଯ୍ୟନ୍ତ ମା’ ମାଣିକେଶ୍ବରୀଙ୍କୁ ସ୍ବତନ୍ତ୍ର ରୀତିନୀତରେ ପୂଜାର୍ଚ୍ଚନା କରାଯାଇଥାଏ। ରବିବାର ଭୋରରେ ଜେନାଖାଲରେ ପାରମ୍ପରିକ ରୀତିନୀତି ଅନୁସାରେ ମା’ଙ୍କ ଗୁପ୍ତପୂଜା ସମ୍ପନ୍ନ ହୋଇଥିଲା। ପରେ ପୂଜକ ଏବଂ ବାହୁକମାନେ ମା’ଙ୍କ ବିଜୟ ପ୍ରତିମା ଛତରକୁ ଧରି ମନ୍ଦିର ଅଭିମୁଖେ ବାହାରିଥିଲେ। ଏହି ଅବସରରେ ଜେନାଖାଲରୁ ମା’ଙ୍କ ମନ୍ଦିର ପର୍ଯ୍ୟନ୍ତ ୩ କି.ମି. ରାସ୍ତାରେ ଲକ୍ଷାଧିକ ଭକ୍ତ ମା’ଙ୍କ ଦର୍ଶନ କରିଥିଲେ। ମାନସିକଧାରୀ ପଶୁ ପକ୍ଷୀ ବଳି ଦେଇଥିଲେ। ସେହିପରି ଆଉ କିଛି ଭକ୍ତ ଧୂପ, ଦୀପ, ନଡ଼ିଆ ଭାଙ୍ଗି ମା’ଙ୍କୁ ସ୍ବାଗତ କରିଥିଲେ। ମା’ଙ୍କ ଛତର ଯାତ୍ରାରେ ୩୦ରୁ ଅଧିକ ସାଂସ୍କୃତିକ ଦଳ, ଘଣ୍ଟ ଦଳ, ଘୁମୁରା ଦଳ, ସ୍ଥାନୀୟ କଳାକାର ନିଜର କଳା ପରିବେଷଣ କରିଥିଲେ। ଘଣ୍ଟ ଦଳ, ଢୋଲ ନିଶାନରେ ଦୁଲୁକି ଉଠିଥିଲା ଭବାନୀପାଟଣା ସହର। ଚାରିଆଡେ ରହିଥିଲା ଆଧ୍ୟାତ୍ମିକ ପରିବେଶ। ମଧ୍ୟାହ୍ନ ୧୨ଟା ୪୦ରେ ମା’ଙ୍କ ଛତର ମାଣିକେଶ୍ୱରୀ ମନ୍ଦିରରେ ପହଞ୍ଚତ୍ଥିଲ। ଏହି ସମୟରେ କଳାହାଣ୍ଡି ମହାରାଜା ଅନନ୍ତ ପ୍ରତାପ ଦେଓ ଉପସ୍ଥିତ ରହି ମା’ଙ୍କ ଛତରକୁ ମନ୍ଦିରକୁ ପାଛୋଟି ନେଇଥିଲେ। ଏହି ଛତର ଯାତ୍ରାର ଦର୍ଶନ ପାଇଁ ପଡୋଶୀ ରାଜ୍ୟ ତଥା କଳାହାଣ୍ଡି ଜିଲା ଓ ଜିଲା ବାହାରର ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥିଲା। ଅନ୍ୟପଟେ ଶାନ୍ତିର ପ୍ରତୀକ କପୋତକୁ ମଧ୍ୟ ଯାତ୍ରା ସମୟରେ ଭକ୍ତମାନେ ଉଡାଇଥିବା ଦେଖିବାକୁ ମିଳିଥିଲା । ବଳି ଯୋଗୁ ରକ୍ତରଞ୍ଜିତ ହୋଇ ପଡ଼ିଥିଲା ଜେନାଖାଲଠାରୁ ମନ୍ଦିର ଯାଏଁ ପ୍ରାୟ ୩ କି.ମି. ରାସ୍ତା। ଚଳିତବର୍ଷ ଛତର ଯାତ୍ରା ଯେମିତି ଶାନ୍ତିଶୃଙ୍ଖଳା ସହ ଅନୁଷ୍ଠିତ ହେବ ଓ ଭକ୍ତମାନେ କିପରି ସୁରକ୍ଷିତ ଭାବେ ମା’ଙ୍କ ଦର୍ଶନ କରିପାରିବେ ସେ ନେଇ କଳାହାଣ୍ଡି ଏସ୍‌ପି ଅଭିଳାଷ ଜି. ବ୍ୟାପକ ପଦକ୍ଷେପ ନେଇଥିଲେ। ଛତର ଯାତ୍ରା ପାଇଁ ୧୨ ପ୍ଲାଟୁନ ପୋଲିସ ମୁତୟନ ହେବା ସହ ୨ଜଣ ଅତିରିକ୍ତ ଏସ୍‌ପି, ୯ ଡିଏସ୍‌ପି,୧୯ ଇନ୍ସପେକ୍ଟର, ୩୧ ଏସଆଇ, ୫୪ ଏଏସଆଇ ଶାନ୍ତିଶୃଙ୍ଖଳା ନିୟନ୍ତ୍ରଣ କରିଥିଲେ। ଏପରିକି ଛତର ଯାତ୍ରା ଲାଗି ପୋଲିସ ପ୍ରଶାସନ ପକ୍ଷରୁ ଭକ୍ତଙ୍କ ଗତିବିଧିକୁ ନଜର ରଖିବା ପାଇଁ ସିସିଟିଭି ବ୍ୟବସ୍ଥା ମଧ୍ୟ କରାଯାଇଥିଲା। ଫଳରେ ଲକ୍ଷାଧିକ ଭକ୍ତ ସାମିଲ ହେବା ସତ୍ତ୍ୱେ ମଧ୍ୟ ଏହି ଯାତ୍ରାରେ କୌଣସି ବିଶୃଙ୍ଖଳା ସୃଷ୍ଟି ହୋଇ ନ ଥିଲା। ସେହିପରି ଯାତ୍ରାରେ ପ୍ରଶାସନ ପକ୍ଷରୁ ଅତିରିକ୍ତ ଜିଲାପାଳ ତନ୍ମୟ କୁମାର ଦରୱାନ, ଭବାନୀପାଟଣା ଉପଜିଲାପାଳ ଡ. ବିଶ୍ୱଜିତ ଦାସ, କଳାହାଣ୍ଡି ତହସିଲଦାର ଉପେନ୍ଦ୍ର ଲୁହା, ଜିଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ମନୋଜ କୁମାର ବେହେରା, ସ୍ଥାନୀୟ ଇଓ ଚିନ୍ମୟ କୁମାର ନାୟକ ପ୍ରମୁଖ ସୁରକ୍ଷା ବ୍ୟବସ୍ଥା ତଦାରଖ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଇରାନ ଯୁଦ୍ଧରେ ରୁଷିଆର ଏଣ୍ଟ୍ରି? ଟ୍ରମ୍ପଙ୍କ ହଜିଲା ନିଦ, ଭୟଙ୍କର ହୋଇପାରେ…

ନୂଆଦିଲ୍ଲୀ/ତେହେରାନ, ୨୬।୩: ପଶ୍ଚିମ ଏସିଆରେ ଜାରି ରହିଥିବା ଯୁଦ୍ଧ ମଧ୍ୟରେ ରୁଷିଆ ଏବଂ ଇରାନର ବଢୁଥିବା ନିକଟତରତା ବିଶ୍ୱ ପାଇଁ ଚିନ୍ତାର କାରଣ ପାଲଟିଛି। ପଶ୍ଚିମା ଗୋଇନ୍ଦା…

ନଦୀକୁ ଖସିଲା ବସ୍‌: ୨୪ ମୃତ, ଏବେ ବି ଅନେକ ନିଖୋଜ

ଢାକା,୨୬ା୩: ବାଂଲାଦେଶରେ ଏକ ବସ୍‌ ନଦୀ ମଧ୍ୟକୁ ଖସିପଡ଼ିବାରୁ ଅନୂ୍ୟନ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନେକ ନିଖୋଜ ଅଛନ୍ତି। ସେମାନଙ୍କୁ ଉଦ୍ଧାର ପାଇଁ ଉଦ୍ୟମ…

ବସଷ୍ଟାଣ୍ଡରେ OSRTC ବସ୍‌ରେ ଲାଗିଲା ନିଆଁ: ଜୀବନ ବଞ୍ଚାଇବାକୁ କିଏ ଝରକା ପଟେ ଡେଇଁଲେ ତ କିଏ… VIDEO 

କୋରାପୁଟ, ୨୬।୩ (ଅମିତାଭ ବେହେରା): କୋରାପୁଟ ବସଷ୍ଟାଣ୍ଡରେ ଏକ ବଡ଼ ଧରଣର ଅଘଟଣ ଟଳିଯାଇଛି। ଗୁରୁବାର ସଂନ୍ଧ୍ୟାରେ ଏକ ସରକାରୀ (OSRTC) ବସ୍‌ରେ ହଠାତ ନିଆଁ ଲାଗିଯିବା…

ରାମ ନବବୀ ପାଇଁ ହାଇଆଲର୍ଟରେ ସମ୍ୱଲପୁର ସହର, ଜାରି ହେଲା ମ୍ୟାପ୍‌

ସମ୍ୱଲପୁର,୨୬ା୩(ପ୍ରମୋଦ ବହିଦାର): ଶୁକ୍ରବାର ଶ୍ରୀରାମ ନବମୀ ଉପଲକ୍ଷେ ପାଳିତ ହେବାକୁ ଥିବା ଶ୍ରୀରାମ ଜନ୍ମୋତ୍ସବ ଓ ଶୋଭାଯାତ୍ରା ପାଇଁ ହାଇଆଲର୍ଟରେ ରହିଛି ସମଗ୍ର ସମ୍ୱଲପୁର ସହର। ସମଗ୍ର…

କିଏ ସେହି ଅଜଣା ବ୍ୟକ୍ତି? ମହେନ୍ଦ୍ରଗିରି ପାଦଦେଶରୁ ମୃତଦେହ ଉଦ୍ଧାର ପରେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା

ପାରଳାଖେମୁଣ୍ଡି, ୨୬।୩ (ଗିରିଧାରୀ ପରିଚ୍ଛା): ଗଜପତି  ଜିଲା ଗାରାବନ୍ଧ ଥାନା ଅନ୍ତର୍ଗତ ମହେନ୍ଦ୍ରଗିରି ପାଦଦେଶରେ ଥିବା ମାଡ଼ବା ଗ୍ରାମ ନିକଟସ୍ଥ ଏଙ୍ଗାରସିଂ ପାହାଡ଼ ଉପରୁ ଜଣେ ଅଜଣା…

ଏମିତି ପ୍ରଶ୍ନରେ ରାଗିଗଲେ ଶୁବମନ ଗିଲ, T20 ଟିମରୁ…

ନୂଆଦିଲ୍ଲୀ,୨୬।୩: ଭାରତୀୟ ଦିନିକିଆ ଏବଂ ଟେଷ୍ଟ ଅଧିନାୟକ ଶୁବମନ ଗିଲ ଗୁରୁବାର କହିଛନ୍ତି ଯେ ୨୦୨୬ ଟି୨୦ ବିଶ୍ୱକପ ପୂର୍ବରୁ ଭାରତୀୟ ଦଳରୁ ବାଦ ପଡ଼ିବା ପରେ…

ଛିଡ଼ା ହୋଇଥିଲା ଜେସିବି, ପଛରୁ ପିଟିଲା ବାଇକ: ଯୁବକ ଗୁରୁତର, ଆମ୍ବୁଲାନ୍ସ ନମିଳିବାରୁ…

ନନ୍ଦପୁର, ୨୬।୩ (ତୁଷାର କାନ୍ତ ମହାନ୍ତି): କୋରାପୁଟ  ଜିଲା ନନ୍ଦପୁର-ସେମିଳିଗୁଡ଼ା ସଂଯୋଗୀ ଏମଡିଆର-୫୫ ରାସ୍ତାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ରାସ୍ତା କଡ଼ରେ ଛିଡ଼ା ହୋଇଥିବା…

ଚକ୍‌ମା ଦେଉଛନ୍ତି ଟ୍ରମ୍ପ! ପୁଣି ଓଲଟିଲେ, କହିଲେ ‘ଡିଲ ପାଇଁ ଭିକ୍ଷା କରୁଥିଲା ଇରାନ, ମୁଁ ନୁହେଁ’, ସାରା ବିଶ୍ୱ ଆଶ୍ଚର୍ଯ୍ୟ

ଓ୍ବାଶିଂଟନ,୨୬।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଇରାନ ସହିତ ଶାନ୍ତି ଚୁକ୍ତିର ସମ୍ଭାବନା ଉପରେ ସନ୍ଦେହ ପ୍ରକାଶ କରି କହିଛନ୍ତି ଯେ ଇରାନ ଯୁଦ୍ଧ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri