ସମିତି ଦଖଲ ପାଇଁ ଛକାପଞ୍ଝା

ଢେଙ୍କାନାଳ ଅଫିସ, ୨୪।୨:  ଢେଙ୍କାନାଳ ଜିଲାରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ୪ ପର୍ଯ୍ୟାୟରେ ଶେଷ ହୋଇଛି। ଏହାପରେ ଜିଲାର ୮ ବ୍ଲକ ମଧ୍ୟରେ ପଞ୍ଚାୟତ ସମିତି ଅଧ୍ୟକ୍ଷ ପଦବୀ ଦଖଲ କରିବା ଲାଗି ପ୍ରମୁଖ ରାଜନୈତିକ ଦଳଗୁଡ଼ିକ ମଧ୍ୟରେ ଛକାପଞ୍ଝା ଆରମ୍ଭ ହୋଇଛି। ଫଳାଫଳ ବାହାରିବା ପୂର୍ବରୁ ବିଜୟ ସମ୍ଭାବନା ଥିବା ସମିତିସଭ୍ୟମାନେ ଅଜ୍ଞାତବାସକୁ ଚାଲିଯାଇଥିବାବେଳେ ଏହାକୁ ନେଇ ରାଜନୈତିକ ବାତାବରଣ ଉଷ୍ମ ହୋଇଛି।
ନିର୍ବାଚନ ଶେଷ ପରେ ଜିଲାର ୨୧୨ ପଞ୍ଚାୟତରୁ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ସମିତିସଭ୍ୟଙ୍କ ଭାଗ୍ୟ ଏବେ ଭୋଟ ବାକ୍ସରେ ସିଲ୍‌ ହୋଇଛି। ୨୬ ତାରିଖରୁ ୩ଦିନ ଧରି ବିଧିବଦ୍ଧ ଭାବେ ଭୋଟ ଗଣତି ହେବାକୁ ଥିବାବେଳେ ସରକାରୀ ଭାବେ ୨୮ ତାରିଖରେ ଫଳାଫଳ ବାହାରିବ। ଏହାପରେ ସମିତିସଭ୍ୟମାନେ ଅଧ୍ୟକ୍ଷ ବାଛିବେ। ଏହାକୁ ନେଇ ଘୋଡ଼ାବେପାର ହେବାର ସମ୍ଭାବନା ଥିବାରୁ ବିଭିନ୍ନ ବ୍ଲକର ସମିତିସଭ୍ୟମାନଙ୍କୁ ସମର୍ଥିତ ଦଳ ପକ୍ଷରୁ ଅଜ୍ଞାତବାସରେ ପଠାଇ ଦିଆଯାଇଛି। ଅନ୍ୟପଟେ ସ୍ବାଧୀନ ଭାବେ ଲଢୁଥିବା କେତେଜଣ ସମିତିସଭ୍ୟଙ୍କ ଉପରେ ମଧ୍ୟ ସବୁ ଦଳ ନଜର ପକାଇଛନ୍ତି। ସଂଖ୍ୟା ଗରିଷ୍ଠ ନ ହେଲେ ବିଜୟୀ ସ୍ବାଧୀନ ପ୍ରାର୍ଥୀ ପ୍ରମୁଖ ଭୂମିକା ଗ୍ରହଣ କରିବେ। ତେଣୁ ଏବେଠାରୁ କଳ ବଳ କୌଶଳ ଖଟାଇ ସେମାନଙ୍କୁ ନିଜ ପକ୍ଷକୁ ଆଣିବାକୁ ନିର୍ବାଚନ ମଙ୍ଗ ଧରିଥିବା ନେତାମାନେ ଉଦ୍ୟମ କରୁଛନ୍ତି। ଏହାକୁ ନେଇ ଦଳୀୟ ନେତୃବୃନ୍ଦ ମୁହଁ ଖୋଲୁନାହାନ୍ତି। ଅନ୍ୟପଟେ ନିଜ ମନପସନ୍ଦର ପ୍ରାର୍ଥୀଙ୍କୁ ଅଧ୍ୟକ୍ଷ ପଦବୀରେ ବସାଇବାକୁ ରଣନୀତି ପ୍ରସ୍ତୁତ କରାଯାଉଥିବା ଜଣାପଡ଼ିଛି।

ଭୋଟଗଣତିର ଭିଡିଓଗ୍ରାଫି ହେବ
ଢେଙ୍କାନାଳ ଜିଲାରେ ସମସ୍ତ ୮ ବ୍ଲକ କାର୍ଯ୍ୟାଳୟରେ ଫେବୃୟାରୀ ୨୬ରୁ ୨୮ ଯାଏ ଭୋଟଗଣତି ହେବ। ଏଥିଲାଗି ଜୋର୍‌ସୋର୍‌ରେ ଚାଲିଛି ପ୍ରଶାସନିକ ପ୍ରସ୍ତୁତି। ୨୬ ତାରିଖରେ ପ୍ରତ୍ୟେକ ବ୍ଲକ ଅନ୍ତର୍ଗତ ୧ନଂ. ଜିଲା ପରିଷଦ ଜୋନ୍‌ ଏବଂ ଏହା ଅଧୀନରେ ଥିବା ପଞ୍ଚାୟତର ସରପଞ୍ଚ, ସମିତିସଭ୍ୟ ଓ ଓ୍ବାର୍ଡମେମ୍ବର ପଦବୀ ଲାଗି ଭୋଟଗଣତି ହେବ। ଅନୁରୂପ ଭାବେ ୨୭ ତାରିଖରେ ୨ନଂ. ଜୋନ୍‌, ୨୮ ତାରିଖରେ ୩ନଂ. ଜୋନ୍‌ ପାଇଁ ଭୋଟ ଗଣତି ହେବ। ୪ଟି ଜୋନ୍‌ ଥିବା ବ୍ଲକଗୁଡ଼ିକର ମତଗଣନା ୨୮ ତାରିଖ ଦିନ ହିଁ ଶେଷ ହେବ। ଏହାପରେ ଚୂଡ଼ାନ୍ତ ଫଳାଫଳ ପ୍ରକାଶ ପାଇବ। ଭୋଟଗଣତିରେ ଭିଡିଓଗ୍ରାଫି କରାଯିବ। ଫଳାଫଳ ଜାଣିବାକୁ ମତଗଣନା କେନ୍ଦ୍ର ବାହାରେ ଏଲ୍‌ଇଡି ଟିଭି ଲାଗିବ। ଗୋଟିଏ ଜୋନ୍‌ରେ ଯେତିକି ପଞ୍ଚାୟତ ରହିଛି, ମତଗଣନା ଲାଗି ସେତିକି ଟେବୁଲ ରହିବ। ସକାଳ ୮ଟାରୁ ଭୋଟ ଗଣନା ଆରମ୍ଭ ହେବ। ଆଇନଶୃଙ୍ଖଳା ଏଡ଼ାଇବାକୁ ଯଥେଷ୍ଟ ପୋଲିସ ଫୋର୍ସ ମୁତୟନ କରାଯିବ ବୋଲି ଜିଲା ପଞ୍ଚାୟତ ଅଧିକାରୀ ଚନ୍ଦ୍ରଶେଖର ମହାରଣା ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାଇକରେ ଯାଉଥିବାବେଳେ ହଠାତ୍‌ ସାମ୍ନାକୁ ଚାଲିଆସିଲା କୁକୁର, ଘଟଣାସ୍ଥଳରେ…

ପରଜଙ୍ଗ, ୩୧।୩(ନିଗମାନନ୍ଦ ଦଳବେହେରା) : ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ସରାଙ୍ଗ ଫାଣ୍ଡି ଅଧୀନ ୫୩ ନଂ ଜାତୀୟ ରାଜପଥର ଦୁର୍ଗା ହୋଟେଲ ସମ୍ମୁଖରେ ମଙ୍ଗଳବାର ପୂର୍ବାହ୍ନରେ…

ଧାନମଣ୍ଡିରେ ବ୍ୟାପକ ଅନିୟମିତତା: ରାସ୍ତାରେ ଧାନ ରଖି ପ୍ରତିବାଦ କଲେ ଚାଷୀ

ପରଜଙ୍ଗ,୩୦ା୩(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକସ୍ଥିତ ସାଆନ୍ଦା କୃଷି ସମବାୟ ସମିତି କାର୍ଯ୍ୟାଳୟ ଅଧିନରେ ହେଉଥିବା ଧାନମଣ୍ଡିରେ ବ୍ୟାପକ ଅନିୟମିତତା ଅଭିଯୋଗ ହୋଇଛି। ଯେଉଁ ଚାଷୀମାନେ…

ସମାଜର ମୁଖ୍ୟସ୍ରୋତରେ ସାମିଲ ହେବେ ଦିବ୍ୟାଙ୍ଗ, ନିଜେ ଆତ୍ମନିର୍ଭରଶୀଳ ହୋଇ…

ପରଜଙ୍ଗ,୨୬ା୩(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ମହେଶ୍ଚନ୍ଦ୍ର ସୁବାହୁସିଂହ ନୋଡାଲ ବିଦ୍ୟାପୀଠ ପରିସରରେ ଗୁରୁବାର ଆୟୋଜକ ପରଜଙ୍ଗ ବ୍ଲକ ପ୍ରଶାସନ ଏବଂ ଜିଲା ସାମାଜିକ ସୁରକ୍ଷା ଓ…

 ପଡୋଶୀ ଘର ଅଳିଆ ଗଦାରୁ ବ୍ୟାପିଲା ନିଆଁ: ଜଳିଗଲା….

ପରଜଙ୍ଗ,୨୩।୩ ( ନିଗମାନନ୍ଦ ଦଳବେହେରା): ଢ଼େଙ୍କାନାଳ ଜିଲା  ପରଜଙ୍ଗ ବ୍ଲକ ପିତିରି ପଞ୍ଚାୟତ ପଡିିଆଭଙ୍ଗା ସାହିରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏଥିରେ ଗ୍ରାମର ରମେଶ ଜେନାଙ୍କ  ଦୁଇ…

ମା‘ ତାରିଣୀ ମନ୍ଦିରର ବାର୍ଷିକ ଉତ୍ସବ: ଚଳଚଞ୍ଚଳ ପରଜଙ୍ଗ ଗାଁ

ପରଜଙ୍ଗ,୨୨।୩ (ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ବଜାର ମଧ୍ୟରେ ମା’ ତାରିଣୀଙ୍କ ମନ୍ଦିର ରହିଛି ।ଏହି ମନ୍ଦିରରେ ୩ ଦିନ ଧରି ହେବାକୁ ଥିବା ୧୨…

କାମାକ୍ଷାନଗର କଲେଜ ଛାତ୍ରୀଙ୍କୁ ବଳାତ୍କାର ପରେ ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତଙ୍କୁ ଧରିଲା ପୋଲିସ, ଓଗାଳିଲେ ସବୁ ସତ

କାମାକ୍ଷାନଗର,୨୧ା୩(ସୁଧୀର କୁମାର ପରିଡ଼ା): ଢେଙ୍କାନାଳ ଜିଲା କାମାକ୍ଷାନଗର ବହୁ ଚର୍ଚ୍ଚିତ କଲେଜ ଛାତ୍ରୀ ବଳାତ୍କାର ଓ ହତ୍ୟା ଘଟିବାର ତିନିଦିନ ପରେ ମୁଖ୍ୟ ଅଭିଯୁକ୍ତଙ୍କୁ ପୋଲିସ ଧରିବାରେ…

ଜଙ୍ଗଲରେ ପଡ଼ିଛି ଛାତ୍ରୀଙ୍କ କ୍ଷତବିକ୍ଷତ ମୃତଦେହ, ପାରିପାର୍ଶ୍ୱିକ ସ୍ଥିତିରୁ ଜଣାପଡୁଛି…

କାମାକ୍ଷାନଗର,୧୯ା୩(ସୁଧୀର କୁମାର ପରିଡ଼ା): ଢେଙ୍କାନାଳ ଜିଲା କାମାକ୍ଷାନଗର ଥାନା ସାରୁଆଳି ଗ୍ରାମ ଜଙ୍ଗଲରେ ଜଣେ କଲେଜ ଛାତ୍ରୀଙ୍କ କ୍ଷତବିକ୍ଷତ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଛି। କାମାକ୍ଷାନଗର ମହିଳା…

ପାଖାପାଖି ମାସେ ହେବ ନିଖୋଜ ଥିଲେ ଗଗନ: ଗଛରୁ ମିଳିଲା…

ପରଜଙ୍ଗ୧୯।୩( ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା କନ୍ଦରସିଂହା ଦଳିତ ବସ୍ତିର ଗଗନ ନାୟକ ଗତ ଫେବୃଆରୀ ମାସ ୨୨ଠାରୁ ନିଖୋଜ ଥିବା ପରିବାର ଲୋକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri