ସମିତି ଦଖଲ ପାଇଁ ଛକାପଞ୍ଝା

ଢେଙ୍କାନାଳ ଅଫିସ, ୨୪।୨:  ଢେଙ୍କାନାଳ ଜିଲାରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ୪ ପର୍ଯ୍ୟାୟରେ ଶେଷ ହୋଇଛି। ଏହାପରେ ଜିଲାର ୮ ବ୍ଲକ ମଧ୍ୟରେ ପଞ୍ଚାୟତ ସମିତି ଅଧ୍ୟକ୍ଷ ପଦବୀ ଦଖଲ କରିବା ଲାଗି ପ୍ରମୁଖ ରାଜନୈତିକ ଦଳଗୁଡ଼ିକ ମଧ୍ୟରେ ଛକାପଞ୍ଝା ଆରମ୍ଭ ହୋଇଛି। ଫଳାଫଳ ବାହାରିବା ପୂର୍ବରୁ ବିଜୟ ସମ୍ଭାବନା ଥିବା ସମିତିସଭ୍ୟମାନେ ଅଜ୍ଞାତବାସକୁ ଚାଲିଯାଇଥିବାବେଳେ ଏହାକୁ ନେଇ ରାଜନୈତିକ ବାତାବରଣ ଉଷ୍ମ ହୋଇଛି।
ନିର୍ବାଚନ ଶେଷ ପରେ ଜିଲାର ୨୧୨ ପଞ୍ଚାୟତରୁ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ସମିତିସଭ୍ୟଙ୍କ ଭାଗ୍ୟ ଏବେ ଭୋଟ ବାକ୍ସରେ ସିଲ୍‌ ହୋଇଛି। ୨୬ ତାରିଖରୁ ୩ଦିନ ଧରି ବିଧିବଦ୍ଧ ଭାବେ ଭୋଟ ଗଣତି ହେବାକୁ ଥିବାବେଳେ ସରକାରୀ ଭାବେ ୨୮ ତାରିଖରେ ଫଳାଫଳ ବାହାରିବ। ଏହାପରେ ସମିତିସଭ୍ୟମାନେ ଅଧ୍ୟକ୍ଷ ବାଛିବେ। ଏହାକୁ ନେଇ ଘୋଡ଼ାବେପାର ହେବାର ସମ୍ଭାବନା ଥିବାରୁ ବିଭିନ୍ନ ବ୍ଲକର ସମିତିସଭ୍ୟମାନଙ୍କୁ ସମର୍ଥିତ ଦଳ ପକ୍ଷରୁ ଅଜ୍ଞାତବାସରେ ପଠାଇ ଦିଆଯାଇଛି। ଅନ୍ୟପଟେ ସ୍ବାଧୀନ ଭାବେ ଲଢୁଥିବା କେତେଜଣ ସମିତିସଭ୍ୟଙ୍କ ଉପରେ ମଧ୍ୟ ସବୁ ଦଳ ନଜର ପକାଇଛନ୍ତି। ସଂଖ୍ୟା ଗରିଷ୍ଠ ନ ହେଲେ ବିଜୟୀ ସ୍ବାଧୀନ ପ୍ରାର୍ଥୀ ପ୍ରମୁଖ ଭୂମିକା ଗ୍ରହଣ କରିବେ। ତେଣୁ ଏବେଠାରୁ କଳ ବଳ କୌଶଳ ଖଟାଇ ସେମାନଙ୍କୁ ନିଜ ପକ୍ଷକୁ ଆଣିବାକୁ ନିର୍ବାଚନ ମଙ୍ଗ ଧରିଥିବା ନେତାମାନେ ଉଦ୍ୟମ କରୁଛନ୍ତି। ଏହାକୁ ନେଇ ଦଳୀୟ ନେତୃବୃନ୍ଦ ମୁହଁ ଖୋଲୁନାହାନ୍ତି। ଅନ୍ୟପଟେ ନିଜ ମନପସନ୍ଦର ପ୍ରାର୍ଥୀଙ୍କୁ ଅଧ୍ୟକ୍ଷ ପଦବୀରେ ବସାଇବାକୁ ରଣନୀତି ପ୍ରସ୍ତୁତ କରାଯାଉଥିବା ଜଣାପଡ଼ିଛି।

ଭୋଟଗଣତିର ଭିଡିଓଗ୍ରାଫି ହେବ
ଢେଙ୍କାନାଳ ଜିଲାରେ ସମସ୍ତ ୮ ବ୍ଲକ କାର୍ଯ୍ୟାଳୟରେ ଫେବୃୟାରୀ ୨୬ରୁ ୨୮ ଯାଏ ଭୋଟଗଣତି ହେବ। ଏଥିଲାଗି ଜୋର୍‌ସୋର୍‌ରେ ଚାଲିଛି ପ୍ରଶାସନିକ ପ୍ରସ୍ତୁତି। ୨୬ ତାରିଖରେ ପ୍ରତ୍ୟେକ ବ୍ଲକ ଅନ୍ତର୍ଗତ ୧ନଂ. ଜିଲା ପରିଷଦ ଜୋନ୍‌ ଏବଂ ଏହା ଅଧୀନରେ ଥିବା ପଞ୍ଚାୟତର ସରପଞ୍ଚ, ସମିତିସଭ୍ୟ ଓ ଓ୍ବାର୍ଡମେମ୍ବର ପଦବୀ ଲାଗି ଭୋଟଗଣତି ହେବ। ଅନୁରୂପ ଭାବେ ୨୭ ତାରିଖରେ ୨ନଂ. ଜୋନ୍‌, ୨୮ ତାରିଖରେ ୩ନଂ. ଜୋନ୍‌ ପାଇଁ ଭୋଟ ଗଣତି ହେବ। ୪ଟି ଜୋନ୍‌ ଥିବା ବ୍ଲକଗୁଡ଼ିକର ମତଗଣନା ୨୮ ତାରିଖ ଦିନ ହିଁ ଶେଷ ହେବ। ଏହାପରେ ଚୂଡ଼ାନ୍ତ ଫଳାଫଳ ପ୍ରକାଶ ପାଇବ। ଭୋଟଗଣତିରେ ଭିଡିଓଗ୍ରାଫି କରାଯିବ। ଫଳାଫଳ ଜାଣିବାକୁ ମତଗଣନା କେନ୍ଦ୍ର ବାହାରେ ଏଲ୍‌ଇଡି ଟିଭି ଲାଗିବ। ଗୋଟିଏ ଜୋନ୍‌ରେ ଯେତିକି ପଞ୍ଚାୟତ ରହିଛି, ମତଗଣନା ଲାଗି ସେତିକି ଟେବୁଲ ରହିବ। ସକାଳ ୮ଟାରୁ ଭୋଟ ଗଣନା ଆରମ୍ଭ ହେବ। ଆଇନଶୃଙ୍ଖଳା ଏଡ଼ାଇବାକୁ ଯଥେଷ୍ଟ ପୋଲିସ ଫୋର୍ସ ମୁତୟନ କରାଯିବ ବୋଲି ଜିଲା ପଞ୍ଚାୟତ ଅଧିକାରୀ ଚନ୍ଦ୍ରଶେଖର ମହାରଣା ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅଗ୍ନିକାଣ୍ଡରେ ଜଳିଗଲା ୪ ବଖରା, ସାହାଯ୍ୟ କଲେ କାମାକ୍ଷାନଗର ବିଧାୟକ

ଭୁବନ ୧୯/୧୨( ବିପିନ ବିହାରୀ ସେଠୀ): ଢେଙ୍କାନାଳ ଜିଲା ଭୁବନ ବ୍ଲକ ଭୁଷଳ ପଞ୍ଚାୟତ କିର୍ତ୍ତନ ପୁର ଗ୍ରାମର ଗଙ୍ଗା ମଳିକ ସାହିରେ ଅଗ୍ନିକାଣ୍ଡ ଘଟିଛି...

ପାଟିତୁଣ୍ଡରୁ ତୁମୁଳକାଣ୍ଡ, ଦାଦାକୁ ଠେଙ୍ଗାରେ ପିଟି ହତ୍ୟା କଲା ପୁତୁରା

ଢେଙ୍କାନାଳ,୧୭ା୧୨ (ରତନ ନାୟାର): ଢେଙ୍କାନାଳ ଜିଲା ସଦର ଥାନା ଗୋବିନ୍ଦପୁର ଫାଣ୍ଡି ହୁଣ୍ଡି ସାହିରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ମଙ୍ଗଳବାର ରାତିରେ...

ଭାରସାମ୍ୟ ହରାଇ ରାସ୍ତାରେ ଓଲଟିଲା ଲୁହା ବୋଝେଇ ଟ୍ରକ୍‌, ଭିତରେ ଥିଲେ ଚାଳକ…

ପରଜଙ୍ଗ୧୨।୧୨(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ଦଦରାଘାଟି ଫାଣ୍ଡି ଅଧୀନ ୧୪୯ ନଂ ଜାତୀୟ ରାଜପଥର କୁଲେଇ ବଅଁରପାଳ ଛକ ନିକଟରେରେ ଭାରସାମ୍ୟ ହରାଇ...

ପେଟ୍ରୋଲ ପମ୍ପ ପାଇଁ ଶହଶହ  ଟ୍ରିପ୍‌ ବାଲି ଚେରି: ଉପ ଜିଲାପାଳ କହିଲେ…

ପରଜଙ୍ଗ,୧୧।୧୨(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଦେଇ ଯାଇଥିବା ରେଙ୍ଗାଳି ବାମପାର୍ଶ୍ୱ କେନାଲର ବଡ଼ଝରା ଗାଁ ନିକଟରୁ ଶହଶହ ଟ୍ରିପ୍‌ ମାଟି ଚୋରି ହୋଇଛି। ୫୩...

ତହସିଲଦାରଙ୍କ ସରକାରୀ ଗାଡ଼ି ଜବତ: ସିଲ୍‌ କରିବାକୁ ଯିବାବେଳେ…

ଢେଙ୍କାନାଳ,୧୧।୧୨ (ରତନ ନାୟାର): ଜମି ଅଧିଗ୍ରହଣ ବାବଦ କ୍ଷତିପୂରଣ ପ୍ରଦାନ ନିମନ୍ତେ ଅଦାଲତଙ୍କ ନିର୍ଦ୍ଦେଶକୁ ଅବମାନନା କରି ଢେଙ୍କାନାଳ ସଦର ତହସିଲଦାର ସ୍ବାଧୀନ କୁମାର ବେହେରା...

ଢାବାରେ ଯୁବକଙ୍କୁ ଖଣ୍ଡାରେ ହାଣି ଲହୁଲୁହାଣ କଲେ ଦୁର୍ବୃତ୍ତ

ପରଜଙ୍ଗ,୯।୧୨(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ କାମାକ୍ଷାନଗର ଥାନା ସିଆରିମାଳିଆ ଗ୍ରାମ ନିକଟ ରେଙ୍ଗାଳି ବାମ ପାର୍ଶ୍ୱ କେନାଲ ପାଖରେ ଥିବା ଏକ ଢାବାରେ...

କେନାଲ ଭିତରକୁ ପଶିଗଲା କାର୍‌

ପରଜଙ୍ଗ,୮ା୧୨(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନାଠାରୁ ଅଳ୍ପ ଦୂର ପରଜଙ୍ଗ ବଜାର ଦେଇ ଯାଇଥିବା ପୂର୍ତ୍ତ ବିଭାଗ ରାସ୍ତାର ପରଜଙ୍ଗ ଶାଖା କେନାଲ ଭିତରକୁ...

ବ୍ଲକ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ, ଯୋଗ ଦେଲେ…

ପରଜଙ୍ଗ, ୫।୧୨(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ ବିଶ୍ୱେଶ୍ୱର ବିଦ୍ୟାପୀଠ ମୁଣ୍ଡେଇଲୋଠାରେ ଶୁକ୍ରବାର ବ୍ଲକ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛ। ଏହି ପ୍ରଦର୍ଶନୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri