Posted inଜାତୀୟ

ଶିକ୍ଷକଙ୍କୁ ମହଙ୍ଗା ପଡ଼ିଲା ଟାଓ୍ବେଲ ପିନ୍ଧି ଅନଲାଇନ କ୍ଲାସ ନେବା

ଚେନ୍ନାଇ, ୨୫।୫: ଟାଓ୍ବେଲ ପିନ୍ଧି ଅନଲାଇନ କ୍ଲାସ ନେବା ଶିକ୍ଷକଙ୍କୁ ମହଙ୍ଗା ପଡ଼ିଛି। ଚାକିରି ହରାଇବା ସହ ଗିରଫ ହୋଇଛନ୍ତି ଚେନ୍ନାଇର ଜଣାଶୁଣା ସ୍କୁଲର ଜଣେ ୫୯ ବର୍ଷୀୟ ଶିକ୍ଷକ। ଚେନ୍ନାଇର କେକେ ନଗର ଅଞ୍ଚଳରେ ଥିବା ସ୍କୁଲ ସେଶାଦ୍ରି ବାଳା ବିଦ୍ୟା ଭବନର ଛାତ୍ରୀଛାତ୍ର ଅଭିଯୋଗ କରିବା ପରେ ଶିକ୍ଷକଙ୍କୁ ପୋକ୍ସୋ ଆଇନରେ ଗିରଫ କରାଯାଇଛି। ତାଙ୍କ ବିରୋଧରେ ଆଇଟି ଆଇନ ମର୍ଯ୍ୟଦା ଭଙ୍ଗ କରିବା ଓ ଯୌନ ସମ୍ବନ୍ଧୀୟ ବିଷୟ ବାଣ୍ଟିବା ଭଳି ଦଫା ମଧ୍ୟ ଲଗାଯାଇଛି।

ଉକ୍ତ ଶିକ୍ଷକଙ୍କ ବିରୋଧରେ ବହୁ ପୂର୍ବତନ ଓ ବର୍ତ୍ତମାନ ଛାତ୍ରୀଛାତ୍ର ଆଣିଛନ୍ତି ଯୌନ ଶୋଷଣ ଏବଂ ଅନୁଚିତ ବ୍ୟବହାର ଅଭିଯୋଗ। ଛାତ୍ରୀଛାତ୍ରଙ୍କ ପରିଚୟକୁ ଲୁଚାଇ ସେମାନଙ୍କ ଅଭିଯୋଗକୁ ଏକତ୍ରିତ କରି ଜଣେ ପୂର୍ବତନ ଛାତ୍ରୀ ପୋଲିସ ନିକଟରେ ଅଭିଯୋଗ କରିଥିଲେ। ତେବେ ଯୌନ ଶୋଷଣ ସମ୍ପର୍କରେ ସ୍କୁଲ ଅଧିକାରୀଙ୍କୁ ପୂର୍ବରୁ ଜଣାଥିଲା। ହେଲେ ସେମାନେ ଏହାକୁ ଅଣଦେଖା କରିଥିବା କିଛି ଛାତ୍ରୀ ଅଭିଯୋଗ କରିଛନ୍ତି।

ସୋମବାର ଡିଏମ୍‌କେ ଏମ୍‌ପି କାନିମୋଝି ଘଟଣା ସମ୍ପର୍କରେ ଟୁଇଟ୍‌ କରି ଏସ୍‌ବିବି ସ୍କୁଲର କମର୍ସ ଶିକ୍ଷକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ। ଏହାପରେ ଉକ୍ତ ଶିକ୍ଷକଙ୍କୁ ସସ୍‌ପେଣ୍ଡ କରିବା ସହ ପୋଲିସକୁ ଜଣାଇଥିଲେ ସ୍କୁଲ ଅଧିକାରୀ।


Enter your email to get our daily news in your inbox.

All Right Reserved By Dharitri.Com

ମାନବାଧିକାର, ଆମର ଦୈନନ୍ଦିନ ଆବଶ୍ୟକତା

ଆଜି ସାରା ବିଶ୍ୱରେ ଅନ୍ତର୍ଜାତୀୟ ମାନବାଧିକାର ଦିବସ ପାଳନ ହେଉଛି । ଚଳିତ ବର୍ଷ ଜାତିସଂଘ ତରଫରୁ ଏହି ଦିବସ ପାଇଁ ସ୍ଲୋଗାନ ରହିଛି ”ମାନବାଧିକାର,...

୧୬ ବର୍ଷ ପରେ ହତ୍ୟା ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ

ଭଞ୍ଜନଗର,୧୦/୧୨(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ ନୂଆଁପଲ୍ଲୀ ଗ୍ରାମର ଟୁକୁନା ନାଇକଙ୍କୁ ପୋଲିସ ଏକ ହତ୍ୟା ମାମଲାରେ ସୋମବାର ଗିରଫ କରିଛି। ଏହାପରେ ତାଙ୍କୁ...

ଭଞ୍ଜନଗରରେ ଖୁସିର ଲହରୀ: ପ୍ରଦ୍ୟୁମ୍ନ ଭାଜପା ରାଜ୍ୟ ଓବିସି ମୋର୍ଚ୍ଚା ସଭାପତି

ଭଞ୍ଜନଗର,୧୦।୧୨(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ୍ନ କୁମାର ନାୟକଙ୍କୁ ଭାଜପା ରାଜ୍ୟ ଓବିସି ମୋର୍ଚ୍ଚା ସଭାପତି ଭାବେ ମଙ୍ଗଳବାର ନିଯୁକ୍ତି ଦିଆଯାଇଛି। ଏହି ଖବର...

ଯୁକ୍ତ୨ ପରୀକ୍ଷା ସୂଚୀରେ ପରିବର୍ତ୍ତନ

ଭୁବନେଶ୍ୱର,୧୦।୧୨(ସୁଚିସ୍ମିତା ସାହୁ): ଯୁକ୍ତ୨ ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ ହୋଇଛି। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍‌ଏସ୍‌ଇ) ପରିବର୍ତ୍ତିତ ସୂଚୀ ଅନୁଯାୟୀ, ମାର୍ଚ୍ଚ ୧୧ରେ ହେବାକୁ...

ନ୍ୟୁୟର୍କ ଟାଇମ୍ସ ଷ୍ଟାଇଲିଶ୍‌ ପିପୁଲ ତାଲିକାରେ ଶାହରୁଖ୍‌

ନୂଆଦିଲ୍ଲୀ,୧୦ା୧୨(ପି.ଟି.):ବଲିଉଡ୍‌ ଅଭିନେତା ଶାହରୁଖ୍‌ ଖାନ୍‌ ନ୍ୟୁୟର୍କ ଟାଇମ୍ସର ୬୭ ମୋଷ୍ଟ ଷ୍ଟାଇଲିଶ୍‌ ପିପୁଲ ତାଲିକାରେ ସ୍ଥାନିତ ହୋଇଛନ୍ତି। ୨୦୨୫ ବର୍ଷ ପାଇଁ ପ୍ରକାଶିତ ଏହି ତାଲିକାରେ...

ଆଦାନୀ ଗ୍ରୁପ କଲା ବଡ଼ ଡିଲ୍‌, ଭାରତରେ ପାଇଲଟ ଟ୍ରେନିଂ ଓ ପ୍ରତିରକ୍ଷା ସିମୁଲେସନରେ ହେବ ପରିବର୍ତ୍ତନ!

ନୂଆଦିଲ୍ଲୀ,୯।୧୨: ଆଡାନୀ ଗ୍ରୁପର ପ୍ରତିରକ୍ଷା ଓ ଏରୋସ୍ପେସ ଆର୍ମ ADSTL (ଆଡାନୀ ଡିଫେନ୍ସ ସିଷ୍ଟମ୍ସ ଏଣ୍ଡ ଟେକ୍ନୋଲୋଜିଜ ଲିମିଟେଡ) ଏବଂ ପ୍ରାଇମ ଏରୋ ସର୍ଭିସେସ LLP...

ପାଦରେ ସୁନା ପିନ୍ଧିବା କାହିଁକି ଅଶୁଭ? ପିନ୍ଧିଲେ ମାଡ଼ି ଆସିବ…

ବର୍ତ୍ତମାନ, ସୁନା ବିଶ୍ୱର ସବୁଠାରୁ ମହଙ୍ଗା ଧାତୁ ମଧ୍ୟରୁ ଗୋଟିଏ। ସୁନା ସମସ୍ତଙ୍କୁ ଆକର୍ଷିତ କରେ। ମହିଳାମାନେ ସୁନା ଅଳଙ୍କାରକୁ ଭଲ ପାଆନ୍ତି। ଅଳଙ୍କାର ପିନ୍ଧିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri