ଯଖପୁରା ଷ୍ଟେଶନ ନିକଟରେ ଚେନ୍ନାଇ ସେଣ୍ଟ୍ରାଲ୍ ଏକ୍ସପ୍ରେସ୍ ଲାଇନଚ୍ୟୁତ, ମୃତାହତ…

ଯାଜପୁର,୫।୨: ଯାଜପୁର ରୋଡ୍ ଷ୍ଟେଶନ ନିକଟରେ ଚେନ୍ନାଇ ସେଣ୍ଟ୍ରାଲ୍ ଏକ୍ସପ୍ରେସ୍ ଲାଇନଚ୍ୟୁତ । ଯଖପୁରା ଷ୍ଟେଶନ ନିକଟରେ ଟ୍ରାକରୁ ଖସିଛି ୩ଟି ବଗି । ଆରମ୍ଭରୁ ଦୁଇଟି ବଗି ଛାଡି ତିନୋଟି ବଗି ଲାଇନଚ୍ୟୁତ ହୋଇଛି । ଯଦି କହିବା ଏକ ବଡ଼ ଦୁର୍ଘଟଣାରୁ ବର୍ତ୍ତି ଯାଇଛନ୍ତି ଲୋକେ । ତେବେ ଉଦ୍ଧାର ପାଇଁ ଭଦ୍ରକୁ ଏକ ରେସକ୍ୟୁ ଟିମ ଯଖପୁରା ଷ୍ଟେଶନ ଅଭିମୁଖେ ଯାଇଥିବା ସୂଚନା ରହିଛି । ତେବେ କେଉଁ ପରିସ୍ଥିତିରେ ତିନୋଟି ବଗି ଲାଇନଚ୍ୟୁତ ହେଲା ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇପାରି ନାହିଁ । ସେହିପରି ଟ୍ରେନରେ କେତେ ଜଣ ରହିଥିଲେ ସେନେଇ ମଧ୍ୟ କୌଣସି ତଥ୍ୟ ମିଳିପାରି ନାହିଁ ।

ତେବେ ଦୁର୍ଘଟଣାରେ କେହି ମୃତାହତ ହୋଇନଥିବା ନେଇ ପୂର୍ବତଟ ରେଳବାଇର ମୁଖ୍ୟ ଲୋକ ସମ୍ପର୍କ ଅଧିକାରୀ ସୂଚନା ଦେଇଛନ୍ତି । ଦୁର୍ଘଟଣାର କାରଣ ଖୋଜିବା ପାଇଁ ଘଟଣାସ୍ଥଳକୁ ବରିଷ୍ଠ ଅଧିକାରୀ ଯାଇଛନ୍ତି । ସମସ୍ତ ଯାତ୍ରୀଙ୍କୁ ଗନ୍ତବ୍ୟସ୍ଥଳରେ ପହଞ୍ଚାଇବା ପାଇଁ ଯୋଜନା ହୋଇଛି ବୋଲି ସେ କହିଛନ୍ତି ।

 

Dharitri – Odisha’s No.1 Odia Daily

 

Share