ବିବାହର ପ୍ରତିଶ୍ରୁତି ଦେଇ ପ୍ରତାରଣା: ମା’ଙ୍କ ସହ ଥାନା ସମ୍ମୁଖରେ ଯୁବତୀଙ୍କ ଧାରଣା

ଦିଗପହଣ୍ଡି,୪।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଜକର ଗ୍ରାମର ଶ୍ରାବଣୀ ମହାରଣାଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ଗତ ୧୭ ବର୍ଷ ହେଲା ସମ୍ପର୍କ ରଖିବା ପରେ ମାଣିକ୍ୟପୁର ଗ୍ରାମର ଅମରେଶ କୁମାର ପ୍ରଧାନ ପ୍ରତାରଣା କରିଥିବା ଅଭିଯୋଗ ହୋଇଛି। ଅମରେଶ ତାଙ୍କ ଗ୍ରାମର ଅନ୍ୟଜଣେ ଯୁବତୀଙ୍କୁ ବିବାହ କରିବାକୁ ନିଷ୍ପତ୍ତି ନେବା ପରେ ଶ୍ରାବଣୀ ଗତ ୧ ତାରିଖରେ କେ.ନୂଆଗାଁ ଥାନାରେ ପହଞ୍ଚି ଏତଲା ଦେଇଥିଲେ। ପୋଲିସ ଅମରେଶଙ୍କୁ ଥାନାକୁ ଡ଼କାଇ ପଚରାଉଚୁରା କରିବା ପରେ ତାଙ୍କୁ ଛାଡ଼ି ଦେଇଥିବା ପ୍ରତିବାଦରେ ଶ୍ରାବଣୀ ମଙ୍ଗଳବାର କେ.ନୂଆଗାଁ ଥାନା ସମ୍ମୁଖରେ ଧାରଣାରେ ବସିଥିଲେ। ନ୍ୟାୟ ନ ମିଳିଲେ ସେ ଆତ୍ମାହୁତି ଦେବା ପାଇଁ ଚେତାବନୀ ଦେଇଛନ୍ତି।

ଗତ ୨୦୦୮ ମସିହାରେ ଶ୍ରାବଣୀ ଗାଁ ହାଇସ୍କୁଲରେ ୧୦ମ ଶ୍ରେଣୀରେ ପଢୁଥିବାବେଳେ ସହପାଠୀ ଅମରେଶ ତାଙ୍କୁ ବିବାହ କରିବାର ପ୍ରତିଶ୍ରୁତି ଦେଇ ଶାରିରୀକ ସମ୍ପର୍କ ରଖିଥିଲେ। ପରବର୍ତ୍ତୀ ସମୟରେ ଶ୍ରାବଣୀ ଜୟପୁର ପାରାବେଡ଼ା ଜିରୁ ପଠାନ ଲେନରେ ରହିବା ସହ ସେଠାକାର କଲେଜରେ ପାଠ ପଢୁଥିଲେ। ପରେ ଭୁବନେଶ୍ୱରସ୍ଥିତ ଏକ ଅନୁଷ୍ଠାନରେ ଉଚ୍ଚ ଶିକ୍ଷା କରୁଥିବାବେଳେ ଗତ ୨୦୧୨ରେ ଅମରେଶ ଶ୍ରାବଣୀଙ୍କୁ ବ୍ରହ୍ମପୁର ଡ଼କାଇ ତାଙ୍କୁ ବିବାହ କରିବି ବୋଲି ପ୍ରସ୍ତାବ ଦେଇଥିଲେ।

୨୦୧୩ରୁ ସେ ନିୟମିତ ଭାବେ ତାଙ୍କ ସହ ସମ୍ପର୍କ ରଖିଥିଲେ। ଅମରେଶ ଚେନ୍ନାଇ ର ଭେଣ୍ଟ୍ରା ହେଲଥ ପ୍ରାଇଭେଟ ଲିମିଟେଡ଼ ନାମକ ଏକ ଘରୋଇ କମ୍ପାନୀରେ କାମ କରୁଥିବା ବେଳେ ଶ୍ରାବଣୀଙ୍କୁ ସେଠାକୁ ଡାକି ନେଇ ସହକର୍ମୀଙ୍କ ନିକଟରେ ସ୍ତ୍ରୀର ପରିଚୟ ଦେଇ ରଖିଥିଲେ। ଶ୍ରାବଣୀଙ୍କ ସହ ଦୀର୍ଘବର୍ଷ ହେଲା ସମ୍ପର୍କ ରଖିବା ପରେ ଅମରେଶ ଅନ୍ୟ ଜଣେ ଯୁବତୀ ଙ୍କୁ ବିବାହ ପାଇଁ ଉଦ୍ୟମ କରିବା ପରେ ଶ୍ରାବଣୀ ଏନେଇ ଗତ ୨୦୨୪ ଡିସେମ୍ବର ୨୦ ତାରିଖରେ ଜୟପୁର ଥାନାରେ ଅମରେଶଙ୍କ ବିରୋଧରେ ଏତଲା ଦେଇଥିଲେ।

ଏତଲାକୁ ଭିତ୍ତିକରି ଥାନା ମାମଲା ନଂ.୩୫୮/୨୪ ଅନୁଯାୟୀ, ପୋଲିସ ମକଦ୍ଦମା ରୁଜୁ କରି ତଦନ୍ତ ଚଳାଇଥିବା ଜଣାପଡିଛି। ପୋଲିସର ତଦନ୍ତ ପ୍ରକ୍ରିୟା ଚାଲିଥିବାବେଳେ ଅମରେଶ ମାଣିକ୍ୟପୁର ଗ୍ରାମର ଅନ୍ୟଜଣେ ଯୁବତୀଙ୍କୁ ବୁଧବାର ବିବାହ କରିବା ପାଇଁସ୍ଥିର କରିଥିବା ଶ୍ରାବଣୀ ତାଙ୍କ ଏତଲାରେ ଉଲ୍ଲେଖ କରିଛନ୍ତି। ଏନେଇ ଥାନା ଆଇଆଇସି କିଶୋର କୁମାର ସାମଲଙ୍କୁ ପଚାରିବାରୁ ଅମରେଶଙ୍କ ନାଁରେ ପୂର୍ବରୁ ସମାନ ଧରଣର ଅଭିଯୋଗ କ୍ରମେ ଜୟପୁର ଥାନାରେ ମାମଲା ରୁଜୁ କରାଯିବା ସହ ପୋଲିସ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ। ହାଇକୋର୍ଟଙ୍କ ଆଦେଶ ପ୍ରକାରେ ସେ ଜାମିନରେ ଥିବା ତଦନ୍ତରୁ ଜଣାପଡିଛି। ମାମଲା ନ ସରିବା ଯାଏଁ ଅନ୍ୟତ୍ର ବିବାହ ନ କରିବାକୁ ଅମରେଶଙ୍କୁ ତାଗିଦ କରାଯାଇଥିବା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦେଶୀ ବନ୍ଧୁକ ଜବତ, ଜଣେ ଗିରଫ

ଦେବଗଡ,୨୩।୩(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ରିଆମାଳ ବ୍ଲକ ତଥା କୁଣ୍ଢେଇଗୋଳା ଥାନା ପୋଲିସ ରବିବାର ଉକ୍ତ ଥାନା ଅନ୍ତର୍ଗତ ଧଉରାଖମଣ ଗ୍ରାମର କେଶବ ହେମ୍ରମ (୩୦)…

ଘରୁ ଲକ୍ଷାଧିକ ଟଙ୍କା ଚୋରି ଘଟଣା; ୯୨ ହଜାର ୫ ଶହ ଟଙ୍କା ଜବତ, ୩ ନାବାଳକ କରିଥିଲେ…

ଦିଗପହଣ୍ଡି/ଚିକିଟି,୨୨।୩(ଅଶେଷ ନାଥ ମିଶ୍ର/ ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟିପେଣ୍ଠ ଗ୍ରାମ ପଦ୍ମନଗର ୬ଷ୍ଠ ଲେନ ବାସିନ୍ଦା ମଙ୍ଗୁଳୁ ପ୍ରଧାନଙ୍କ ଘରୁ ଚୋରି ଘଟଣାରେ ପୋଲିସକୁ…

ଦିଗପହଣ୍ଡିରେ ଜନଗଣନାର ପ୍ରଥମ ପର୍ଯ୍ୟାୟ ପ୍ରଶିକ୍ଷଣ ଶିବିର ଉଦଘାଟିତ, ତହସିଲଦାର…

ଦିଗପହଣ୍ଡି,୨୨ା୩(ଅଶେଷ ନାଥ ମିଶ୍ର): ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ ଦିଗପହଣ୍ଡି ତହସିଲ ଓ ଏନଏସି ପ୍ରଶାସନ ପକ୍ଷରୁ ବଡଖେମୁଣ୍ଡି ହାଇସ୍କୁଲ ପରିସରରେ ଜାତୀୟ ଜନଗଣନା ୨୦୨୭ର…

ତାଲପାଲିପଡା ଶ୍ରୀରାମମନ୍ଦିର ବିଗ୍ରହ ପ୍ରତିଷ୍ଠା ଉତ୍ସବ ଆରମ୍ଭ, ଉତ୍ସବମୁଖର…

ବଲାଙ୍ଗୀର,୨୨ା୩(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ତାଲପାଲିପଡାରେ ପୁନଃନିର୍ମାଣ ହୋଇଥିବା ଶ୍ରୀରାମମନ୍ଦିରର ବିଗ୍ରହପ୍ରତିଷ୍ଠା ଉତ୍ସବ ରବିବାର ଠାରୁ ଆରମ୍ଭ ହୋଇଯାଇଛି । ଆୟୋଜକ କମିଟି ସହିତ ପଡାର ଶତାଧିକ…

ମଧ୍ୟପ୍ରାଚ୍ୟ ଯୁଦ୍ଧ: ମୋଦିଙ୍କ ଅଧ୍ୟକ୍ଷତାରେ ୩ଘଣ୍ଟା ଧରି ବସିଲା ଉଚ୍ଚସ୍ତରୀୟ ବୈଠକ, ତେଲ-ଗ୍ୟାସ ନେଇ ଦେଲେ ବଡ଼ ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୨।୩: ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଉତ୍ତେଜନା ମଧ୍ୟରେ ରବିବାର ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ବସିଥିଲା । ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଅନୁଷ୍ଠିତ ଏହି ଉଚ୍ଚସ୍ତରୀୟ…

ପଞ୍ଜାବ କିଙ୍ଗ୍ସକ ଦଳକୁ ନେଇ ବଡ଼ ମତ ରଖିଲେ ଇର୍ଫାନ ପଠାନ, ଜାଣନ୍ତୁ…

ନୂଆଦିଲ୍ଲୀ,୨୨ା୩: ଭାରତର ପୂର୍ୱତନ ଅଲରାଉଣ୍ଡର ଇର୍ଫାନ ପଠାନଙ୍କ ମତରେ ପଞ୍ଜାବ କିଙ୍ଗ୍ସ (ପିବିକେଏସ୍‌) ଏବେ ଉଚିତ ଦିଗରେ ଆଗଉଛି। ଦଳ ଅକ୍ସନରେ ଭଲ କରିବା ସହ ଚଳିତ…

ପାରିବାରିକ କଳହର କରୁଣ ପରିଣତି; ଆତ୍ମହତ୍ୟା କଲେ ନବବଧୂ, କାରଣ ଜାଣିଲେ…

ଦିଗପହଣ୍ଡି,୨୨।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଷ୍ଟେଟବ୍ୟାଙ୍କ ସମ୍ମୁଖ ରାମଚନ୍ଦ୍ର ନଗରରେ ରହୁଥିବା ଚନ୍ଦ୍ରମା ଗୌଡ଼ (୨୮)ନାମକ ଜଣେ ନବବଧୂ ଆତ୍ମହତ୍ୟା କରିଥିବା ଜଣାପଡିଛି ।…

ବସ୍‌ରେ ଚାଲାଣ ହେଉଥିଲା କଫସିରଫ: ମାଡ଼ି ବସିଲା ପୋଲିସ

ଡୁଙ୍ଗୁରିପାଲି,୨୨।୩(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଲକ ରାମପୁର ଥାନା ପୋଲିସ ରବିବାର ୟ୧୫ ସହ ବୋତଲ କଫସିରଫ ଜବତ କରି ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri