Cheapest Flight Ticket: କମ୍‌ ମୂଲ୍ୟରେ ହେବ ବିମାନ ଟିକେଟ ବୁକିଂ! ଜାଣନ୍ତୁ କିଭଳି କରିବେ…

ନୂଆଦିଲ୍ଲୀ,୫।୨ : ଭାରତୀୟଙ୍କ ମଧ୍ୟରେ କୌଣସି ଯାତ୍ରା ପାଇଁ ଟ୍ରେନକୁ ପସନ୍ଦ କରିବାର ସବୁଠାରୁ ବଡ କାରଣ ହେଉଛି କମ ମୂଲ୍ୟରେ ଟ୍ରେନ ସିଟ ଉପଲବ୍ଧ । ଦୀର୍ଘ ଦୂରତା ଯାତ୍ରା ପାଇଁ ଟ୍ରେନ ଟିକେଟ ମହଙ୍ଗା ନୁହେଁ ଏବଂ ଏକ ଆରାମଦାୟକ ଯାତ୍ରା । ଅବଶ୍ୟ, କମ ସମୟ ଯାତ୍ରା ପାଇଁ ଅନେକେ ବିମାନରେ ଯିବାକୁ ପସନ୍ଦ କରନ୍ତି, କିନ୍ତୁ ସମସ୍ତଙ୍କର ଆର୍ଥିକ ସ୍ଥିତି ସ୍ବଚ୍ଛଳ ନ ଥିବାରୁ ବିମାନ ଟିକେଟ କିଣିବା ସମ୍ଭବପର ହୋଇ ନ ଥାଏ।

ମାତ୍ର ଏବେ ଟ୍ରେନ ଟିକେଟର ସମାନ ମୂଲ୍ୟରେ ବିମାନ ଟିକେଟ କିଣିହେବ। କିଭଳି ଏଭଳି ହେବ ସେ ନେଇ ଜାଣିବା ଜରୁରୀ ହୋଇପଡ଼ିଛି।

ସାଧାରଣତଃ ଏସି ଟ୍ରେନ ଟିକେଟ ମୂଲ୍ୟ ୧୦୦୦ ରୁ ୩୦୦୦ ଟଙ୍କା ମଧ୍ୟରେ ରହିଥାଏ। ଯେତେବେଳେ କି, ବିମାନ ଟିକେଟ ମୂଲ୍ୟ ୨୦୦୦ ରୁ ଅଧିକ ଅଟେ, କିନ୍ତୁ ଯଦି ଆପଣ ଶସ୍ତା ବିମାନ ଟିକେଟ ବୁକ କରିବାକୁ ଚାହାନ୍ତି, ତେବେ ଏଥିପାଇଁ କିଛି ୱେବସାଇଟ କିମ୍ବା କମ୍ପାନୀର ଅଫିସିଆଲ ୱେବସାଇଟ ପରିଦର୍ଶନ କରି ଯାଞ୍ଚ କରିହେବ।

ଫ୍ଲିପକାର୍ଟ ପରିଦର୍ଶନ କରି ଆପଣ ଶସ୍ତା ବିମାନ ଟିକେଟ ବୁକ କରିପାରିବେ । ଏଥିପାଇଁ ଇ-କମର୍ସ ସାଇଟରେ ଟାଭେଲ ଅପଶନକୁ ଯିବାକୁ ପଡିବ, ସେଠାରେ ଗୁଗୁଲ ଫ୍ଲାଇଟ ଅପଶନକୁ ଯିବାକୁ ପଡିବ। ଏଠାକୁ ଯାଇ ଫିଲ୍ଟର ବ୍ୟତୀତ ଅନ୍ୟ ବୈଶିଷ୍ଟ୍ୟ ବ୍ୟବହାର କରି ଶସ୍ତା ଟିକେଟ ବୁକିଂ କରିହେବ। ଯାତ୍ରା କରିବାକୁ ଚାହୁଁଥିବା ଦିନର ତାରିଖ ଏବଂ ଗନ୍ତବ୍ୟ ସ୍ଥଳକୁ ଏଣ୍ଟ୍ରି କରି ନୋଟିଫିକେଶନ ଟର୍ନ ଅନ କରିବାକୁ ହେବ।

ଏହା ଦ୍ୱାରା କେବେ ଏବଂ କେଉଁ ମୂଲ୍ୟରେ ବିମାନ ଟିକେଟ ଉପଲବ୍ଧ ତାହା ବିଷୟରେନୋଟିଫିକେଶନମାଧ୍ୟମରେ ସୂଚନା ପାଇବାକୁ ସକ୍ଷମ ହେବେ। ଏହି ସାଇଟଗୁଡିକ ବ୍ୟତୀତ, ଆପଣ କାର୍ଡ ଅଫର ମାଧ୍ୟମରେ କିମ୍ବା ଅନ୍ୟ ଟ୍ରାଭେଲ ସାଇଟଗୁଡିକ ପରିଦର୍ଶନ କରି ଏୟାର ଟିକେଟ ବୁକ କରିହେବ ।


Enter your email to get our daily news in your inbox.

All Right Reserved By Dharitri.Com

ଗଜପତିରେ ଗଞ୍ଜେଇ କାରବାର ଉପରେ ପୋଲିସର ଶକ୍ତ ପ୍ରହାର: ୪.୦୬ ଟନ୍‌ର ଗଞ୍ଜେଇ ଜବତ, ମୂଲ୍ୟ…

ପାରଳାଖେମୁଣ୍ଡି/ମୋହନା, ୨୬।୩ (ଗିରିଧାରୀ ପରିଚ୍ଛା/ମନ୍ମଥ ମିଶ୍ର): ଗଜପତି ଜିଲାରେ ଅବାଧ ଗଞ୍ଜେଇ ଚାଷ ଓ ଚାଲାଣକୁ ରୋକିବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ଚଢାଉକୁ ଜୋରଦାର କରାଯାଇଛି।…

West Asia Conflict: ‘ପରିସ୍ଥିତି କରୋନା ପରି ହେବାକୁ ଯାଉଛି’ – ଯୁଦ୍ଧ ଲଢୁଥିବା ଦେଶଗୁଡ଼ିକ ଏହାର ପ୍ରଭାବକୁ ଅନୁଭବ କରୁନାହାଁନ୍ତି

ମସ୍କୋ,୨୬।୩: ରୁଷିଆ ରାଷ୍ଟ୍ରପତି ପୁଟିନ ପଶ୍ଚିମ ଏସିଆରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଦେଇଛନ୍ତି। ସେ କହିଛନ୍ତି ଯେ ଏହି ସଂଘର୍ଷର ପ୍ରଭାବ ପୂର୍ବାନୁମାନ…

ଦୁଃସାହସ! ଯୁଦ୍ଧ ଭିତରେ ଟ୍ରମ୍ପଙ୍କ ଭାଷା କହିଲାଣି ପାକିସ୍ତାନ! ଇସାକ ଦାରଙ୍କ ବୟାନକୁ ନେଇ ନିଆଁବାଣ ଇରାନ

ଇସଲାମାବାଦ,୨୬।୩: ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଇସାକ ଦାର ଗୁରୁବାର (୨୬ ମାର୍ଚ୍ଚ, ୨୦୨୬) କହିଛନ୍ତି ଯେ ଆମେରିକା ଏବଂ ଇରାନ ମଧ୍ୟରେ ପରୋକ୍ଷ ଶାନ୍ତି ଆଲୋଚନା ଚାଲିଛି।…

ପଟ୍ଟାମୁଣ୍ଡାଇରେ ଚାଞ୍ଚଲ୍ୟ: କଳିଙ୍ଗାଘାଟ ନଦୀପଠାରୁ ଅଖାରେ ଭର୍ତ୍ତି ମଣିଷ କଙ୍କାଳ ଉଦ୍ଧାର, ହତ୍ୟା କରି ଫିଙ୍ଗି ଦେଇଥିବା ସନ୍ଦେହ…

ପଟ୍ଟାମୁଣ୍ଡାଇ,୨୬।୩(କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଗୁଣୁପୁର କଳିଙ୍ଗାଘାଟ ନଦୀପଠାରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ନଦୀପଠାରୁ ମଣିଷ ଖପୁରୀ ଓ…

ରୋହିତ ଶର୍ମା-ବିରାଟ କୋହଲି ଆଗାମୀ ଗୋଟିଏ ବର୍ଷ ମଧ୍ୟରେ କେତେ ମ୍ୟାଚ ଖେଳିବେ, ସିଡ୍ୟୁଲ ଜାରିକଲା BCCI

ନୂଆଦିଲ୍ଲୀ,୨୬।୩: ଆଗାମୀ ବର୍ଷ ପାଇଁ ଟିମ ଇଣ୍ଡିଆର ଘରୋଇ ସିରିଜ ସୂଚୀ ପ୍ରକାଶ ପାଇଛି। ଅଷ୍ଟ୍ରେଲିଆ, ୱେଷ୍ଟଇଣ୍ଡିଜ, ଶ୍ରୀଲଙ୍କା ଏବଂ ଜିମ୍ବାୱେ ଆଗାମୀ ୧୨ ମାସ ବା…

IPL 2026: ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ ଘୋଷଣା କଲା BCCI, ୧୨ ସହରରେ ମୁକାବିଲା, ମାର୍ଚ୍ଚ ୨୮ରୁ ଆରମ୍ଭ ହେବ…

ନୂଆଦିଲ୍ଲୀ,୨୬।୩: କ୍ରିକେଟ ପ୍ରେମୀଙ୍କ ଅପେକ୍ଷାର ଅନ୍ତ। ବିସିସିଆଇ (BCCI) ପକ୍ଷରୁ ଆଇପିଏଲ ୨୦୨୬ (IPL 19th Season)ର ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି। ଆସନ୍ତାମାର୍ଚ୍ଚ ୨୮ ତାରିଖରୁ…

ଦୂଷିତ ପାଣି ବ୍ୟବହାର କରି ସେବାଶ୍ରମ ବିଦ୍ୟାଳୟର ଛାତ୍ରୀଛାତ୍ର ଅସୁସ୍ଥ, ମେଡିକାଲ ଟିମ୍‌ ପହଞ୍ଚି…

ବାଙ୍କୀ,୨୬ା୩(ଶୁଭେନ୍ଦୁ ମହାପାତ୍ର): ବାଙ୍କୀ ବ୍ଲକ ଅନ୍ତର୍ଗତ କଦଳୀବାଡ଼ି ପଞ୍ଚାୟତସ୍ଥିତ ସେବାଶ୍ରମ ସରକାରୀ ବିଦ୍ୟାଳୟର ଛାତ୍ରୀଛାତ୍ର ଜଣ୍ଡିସ୍‌ ରୋଗରେ ଆକ୍ରାନ୍ତ ଥିବା ଅଭିଭାବକ ଓ ଗ୍ରାମବାସୀ ଅଭିଯୋଗ କରିଛନ୍ତି।…

ବ୍ରିଜ୍‌ ଉପରେ ହଠାତ୍‌ ଫାଟିଲା ପାନୀଳ ଜଳ ପାଇପ୍‌, ଆଉ ତା’ ପରେ…

ଗୁଣପୁର,୨୬ା୩(ସଂକେତ ପାତ୍ର): ସ୍ଥାନୀୟ ଗୁଣପୁର-ବିକ୍ରମପୁରକୁ ସଂଯୋଗ କରୁଥିବା ବ୍ରିଜ୍‌ ଉପରେ ଥିବା ପାନୀୟଜଳ ପାଇପ୍‌ ଫାଟିଯାଇ ଅଧିକ ସମୟ ଧରି ପାଣି ବହୁଥିବା ଦେଖାଯାଇଛି। ସୂଚନାନୁସାରେ, କେନ୍ଦ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri