ରେଳବାଇର ଭଡ଼ା ସଂସ୍କାର: ମଧ୍ୟବିତ୍ତ ପରିବାର ପାଇଁ ଶସ୍ତା ହେବ ସିମେଣ୍ଟ

ନୂଆଦିଲ୍ଲୀ,୧୮।୧୧: ରେଳବାଇ ଦ୍ୱାରା ପ୍ରବର୍ତ୍ତିତ ଭଡ଼ା ସଂସ୍କାର ଯୋଗୁଁ ମଧ୍ୟବିତ୍ତ ପରିବାର ପାଇଁ ସିମେଣ୍ଟ ପରିବହନ ଖର୍ଚ୍ଚ ହ୍ରାସ ପାଇବ ବୋଲି ମଙ୍ଗଳବାର କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି।

ସେ କହିଛନ୍ତି ଯେ, ସିମେଣ୍ଟ ପରିବହନ ଲଜିଷ୍ଟିକ୍ସକୁ ସରଳ କରିବା ପାଇଁ ଟ୍ୟାଙ୍କ କଣ୍ଟେନରରେ ବଲ୍କ ସିମେଣ୍ଟ ପାଇଁ ଭଡ଼ାର ଯୁକ୍ତିକରଣ ଏବଂ ବଲ୍କ ସିମେଣ୍ଟ ଟର୍ମିନାଲ୍ ପାଇଁ ନୀତିର ଶୁଭାରମ୍ଭ କରାଯାଇଛି।

ଏକ ନୂତନ ଟ୍ୟାଙ୍କ କଣ୍ଟେନର ଡିଜାଇନ୍ କରାଯାଇଛି ଯେଉଁଥିରେ କାରଖାନାରେ ହିଁ ବଲ୍କ ସିମେଣ୍ଟ୍ ଲୋଡ୍ ହୋଇ ବିନା ପ୍ରଦୂଷଣରେ ସିଧାସଳଖ ଖାଉଟିଙ୍କ ପାଖରେ ପହଞ୍ଚି ପାରିବ। ଏହି ବ୍ୟବସ୍ଥା ଅନ୍ତର୍ଗତ, ପରିବହନ ଦୂରତା ଓ ଓଜନ ସ୍ଲାବ୍ ହଟାଇ ଦିଆଯାଇଛି। ସଂଶୋଧିତ ବ୍ୟବସ୍ଥାରେ, ବାସ୍ତବ ଦୂରତା ପାଇଁ ପ୍ରତି ଟନ୍ ପ୍ରତି କିଲୋମିଟର ପିଛା ଫ୍ଲାଟ୍ ରେଟ୍ ୦.୯୦ ପଇସା ଧାର୍ଯ୍ୟ କରାଯାଇଛି।

ଏହି ନୀତି ‘ମେକ୍ ଇନ୍ ଇଣ୍ଡିଆ’ ଉତ୍ପାଦ ଟ୍ୟାଙ୍କ କଣ୍ଟେନର ବ୍ୟବହାରକୁ ପ୍ରୋତ୍ସାହିତ କରୁଛି, ଯାହା ମଲ୍ଟିମୋଡାଲ୍ ପରିବହନ ପାଇଁ ଉପଯୁକ୍ତ। ଏହା ବ୍ୟତୀତ, ରେଳବାଇ ସାରା ଦେଶରେ ବଲ୍କ ସିମେଣ୍ଟ ଟର୍ମିନାଲ୍ (BCT) ବିକାଶ ପାଇଁ ସୁବିଧା ଯୋଗାଇବ, ଯାହା ସିମେଣ୍ଟର ସହଜ ହ୍ୟାଣ୍ଡଲିଂ, ସଂରକ୍ଷଣ ଏବଂ ବିତରଣରେ ସାହାଯ୍ୟ କରିବ।

ସେ ଆହୁରି ମଧ୍ୟ କହିଛନ୍ତି ଯେ ଭାରତ ୧.୬ ବିଲିୟନ ଟନ୍ ପରିବହନ କରି ବିଶ୍ୱର ଦ୍ୱିତୀୟ-ବୃହତ୍ତମ ମାଲ୍ ପରିବହନକାରୀ ରେଳବାଇ ଭାବରେ ଯୁକ୍ତରାଷ୍ଟ୍ରକୁ ଅତିକ୍ରମ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

କେରଳରେ ଭୟଙ୍କର ସଡ଼କ ଦୁର୍ଘଟଣା: ଟ୍ରକ୍‌କୁ ପିଟିଲା କାର୍‌; ୮ ଛାତ୍ରଙ୍କ ମୃତ୍ୟୁ

ତ୍ରିଶୂର ,୫।୯: କେରଳର ତ୍ରିଶୂର ଜିଲାରେ ଶୁକ୍ରବାର ବିଳମ୍ବିତ ରାତିରେ ଘଟିଛି ଭୟଙ୍କର ସଡ଼କ ଦୁର୍ଘଟଣା। ଏକ ଟ୍ରକ୍‌କୁ କାର୍‌ ଧକ୍କା ଦେବା ଫଳରେ କାର୍‌ରେ ଥିବା…

ମୋଦିଙ୍କ ପାଇଁ ଚକୋଲେଟ୍‌ର ‘ଇଣ୍ଡିଆ ଗେଟ୍‌’ ଆଣିଥିଲେ ବେଲଜିୟମ ପ୍ରଧାନମନ୍ତ୍ରୀ, ଭାରତରେ ପହଞ୍ଚିବା ପରେ ଘଟିଲା ଏମିତି କିଛି!

ନୂଆଦିଲ୍ଲୀ,୫।୯: ଭାରତ ଗସ୍ତରେ ଆସିଥିବା ବେଲଜିୟମ ପ୍ରଧାନମନ୍ତ୍ରୀ ବାର୍ଟ ଡି ୱେଭର୍‌ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଇଁ ଆଣିଥିଲେ ଏକ ଅତ୍ୟନ୍ତ ନିଆରା ଉପହାର। ଭାରତର ପ୍ରସିଦ୍ଧ…

ବୈଦେଶିକ ମୁଦ୍ରାଭଣ୍ଡାରରେ ୧୧ ବିଲିୟନ ଡଲାର ବୃଦ୍ଧି

ନୂଆଦିଲ୍ଲୀ,୫ା୯: ଅଗଷ୍ଟ ୨୮ ସୁଦ୍ଧା ଶେଷ ହୋଇଥିବା ସପ୍ତାହରେ ଭାରତର ବୈଦେଶିକ ମୁଦ୍ରାଭଣ୍ଡାର ପରିମାଣରେ ୧୧.୪୭୫ ବିଲିୟନ ଡଲାର ବୃଦ୍ଧି ଘଟିବା ସହ ମୋଟ ଭଣ୍ଡାର ପରିମାଣ…

୧.୮୫ କୋଟି ଗ୍ରାହକଙ୍କ ସହ ଜିଓ ଓଡ଼ିଶାରେ ଅଗ୍ରଣୀ

ଭୁବନେଶ୍ୱର, ୫ା୯: ସାରା ଦେଶ ସହ ଓଡ଼ିଶାରେ ମଧ୍ୟ ରିଲାଏନ୍ସ ଜିଓ ୫ ସେପ୍ଟେମ୍ବର ୨୦୧୬ରେ ବ୍ୟବସାୟିକ ଟେଲିସେବା ଆରମ୍ଭ କରିଥିଲା। ୧୦ ବର୍ଷ ମଧ୍ୟରେ ଜିଓ…

ସେପ୍ଟେମ୍ବର ୧୫ରୁ ବନ୍ଦ ହୋଇପାରେ ଦୋକାନୀଙ୍କ ୟୁପିଆଇ

ନୂଆଦିଲ୍ଲୀ,୫ା୯: ଅନ୍‌ଲାଇନ ପେମେଣ୍ଟ ବ୍ୟବସ୍ଥାକୁ ନେଇ ଏବେ ଦେଶରେ ୧୦ ଲକ୍ଷ କ୍ଷୁଦ୍ର ବ୍ୟବସାୟୀ ସଙ୍କଟରେ ପଡ଼ିଛନ୍ତି। କାରଣ ସେମାନଙ୍କ କଓ୍ବୋଇସି ପ୍ରକ୍ରିୟା ଏ ପର୍ଯ୍ୟନ୍ତ ଶେଷ…

କ୍ରମାଗତ କ୍ଷତି ପରେ ଶେୟାର ବଜାରରେ ସାମାନ୍ୟ ସୁଧାର

ମୁମ୍ବାଇ,୫ା୯: ଚଳିତ ସପ୍ତାହରେ କ୍ରମାଗତ ଭାବେ ୪ଟି କାର୍ଯ୍ୟଦିବସରେ ଶେୟାର ବଜାର କାରବାର ହ୍ରାସ ପାଇ ଆସିଥିଲାବେଳେ ଶୁକ୍ରବାର କାରବାର ପରେ ସାମାନ୍ୟ ସୁଧାର ଆସିଛି। ଏହାଦ୍ୱାରା…

ଡୋପ୍‌ ଟେଷ୍ଟରେ ଧରାପଡ଼ିଥିବା ଏୟାର ଇଣ୍ଡିଆ ପାଇଲଟ୍‌ ବହିଷ୍କୃତ

ନୂଆଦିଲ୍ଲୀ,୫ା୯: ଫୁକେଟ୍‌ରୁ ଦିଲ୍ଲୀ ଉଡ଼ାଣ ବେଳେ ବିମାନ ହଠାତ୍‌ ୩୦୦ ଫୁଟ୍‌ ଖସିବା ଘଟଣା ପରେ ନିଷେଧ ନିଶାଦ୍ରବ୍ୟ ସେବନ କରିଥିବା ଡୋପ୍‌ ଟେଷ୍ଟରୁ ଧରାପଡ଼ିବା ପରେ…

ଭୀଷଣ ପାଗ ନେଇ ସତର୍କ କରାଇଲେ ଡବ୍ଲ୍ୟୁଏମ୍‌ଓ ମୁଖ୍ୟ: ଫେବୃଆରୀ ଯାଏ ଜାରି ରହିବ…

ନୂଆଦିଲ୍ଲୀ,୫ା୯: ପ୍ରଶାନ୍ତ ମହାସାଗର ଉପରେ ସକ୍ରିୟ ଥିବା ଏଲ୍‌ ନିନୋ ଆଗାମୀ ମାସଗୁଡ଼ିକରେ ଅଧିକ ଘନୀଭୂତ ହୋଇ ଏକ ଶକ୍ତିଶାଳୀ ରୂପ ନେବ ଏବଂ ଆସନ୍ତାବର୍ଷ ଫେବୃଆରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri