ବିଏସ୍‌ଏନ୍‌ଏଲର ଶସ୍ତା ପ୍ଲାନ୍‌

ନୂଆଦିଲ୍ଲୀ: ଭାରତ ସଞ୍ଚାର ନିଗମ ଲିମିଟେଡ୍‌ (ବିଏସ୍‌ଏନ୍‌ଏଲ୍‌) ଶନିବାର ଦେଶରେ ସବୁଠାରୁ ଶସ୍ତା ପ୍ଲାନ୍‌ର ଶୁଭାରମ୍ଭ କରିଛି। କମ୍ପାନୀ ୪୭ ଟଙ୍କା ମୂଲ୍ୟର ଏକ ନୂତନ ରିଚାର୍ଜ ପ୍ଲାନ୍‌ ଆରମ୍ଭ କରିଛି। ଏହି ପ୍ଲାନ୍‌ ଯୋଜନାରେ ଅସୀମିତ ଭଏସ୍‌ କଲିଂ (ବିଏସ୍‌ଏନ୍‌ଏଲ୍‌କୁ ଅସୀମିତ କଲିଂ) ବ୍ୟତୀତ ଡାଟା ଏବଂ ଏସ୍‌ଏମ୍‌ଏସ୍‌ ଭଳି ସୁବିଧା ପ୍ରଦାନ କରୁଛି। ସବୁଠାରୁ ବଡ଼ କଥା ହେଲା, ଦେଶରେ ଉଭୟ ଡାଟା ଓ କଲିଂ ପାଇଁ ଦିଆଯାଉଥିବା ଶସ୍ତା ପ୍ଲାନ୍‌ ମଧ୍ୟରୁ ଏହା ସବୁଠାରୁ ଶସ୍ତା ବୋଲି ଜଣାପଡିଛି। ତେବେ ଏହି ପ୍ଲାନ୍‌ ପାଇଁ କିଛି ସର୍ତ୍ତାବଳୀ ମଧ୍ୟ ରହିଛି। ଏହି ପ୍ଳାନ୍‌ର ଲାଭ ସେହିମାନେ ପାଇପାରିବେ ଯେଉଁମାନେ ନୂଆ ଗ୍ରାହକ ହୋଇଥିବେ ଓ ପ୍ରଥମ ଥର ପାଇଁ ରିଚାର୍ଜ କରିବେ। ଏହା ଅନ୍ୟ ଟେଲିକମ କମ୍ପାନୀ ଅପେକ୍ଷା ସବୁଠାରୁ ଶସ୍ତା ଏଫ୍‌ଆର୍‌ସି (ଫାଷ୍ଟ ରିଚାର୍ଜ)ବୋଲି ଜଣାପଡିଛି। ପୂର୍ବରୁ ଭାରତୀ ଏୟାରଟେଲ ଏବଂ ଭୋଡାଫୋନ୍‌-ଆଇଡିଆର ଫାଷ୍ଟ ରିଚାର୍ଜ ୯୭ ଟଙ୍କାରୁ ଆରମ୍ଭ ହୋଇଥିବାବେଳେ ଜିଓ ସିମ୍‌ରେ ପ୍ରାଇମ ସବ୍‌ସ୍କ୍ରିପ୍‌ସନ ପାଇବା ପାଇଁ ଆପଣଙ୍କୁ ୯୯ ଟଙ୍କା ଖର୍ଚ୍ଚ କରିବାକୁ ପଡୁଥିଲା। ବିଏସ୍‌ଏନ୍‌ଏଲ୍‌ର ୪୭ ଟଙ୍କା ରିଚାର୍ଜରେ ଗ୍ରାହକମାନେ ଅସୀମିତ ରୋମିଂ, ଏସ୍‌ଟିଡି ଏବଂ ଲୋକାଲ କଲ୍‌ କରିପାରିବେ। ଏହା ସହିତ ରୋମିଂରେ ଅସୀମିତ କଲିଂର ଲାଭ ମଧ୍ୟ ପାଇପାରିବେ। ଉକ୍ତ ପ୍ଲାନ୍‌ ସହିତ ୧୪ ଜିବି ଡାଟା ଉପଲବ୍ଧ ସହ୨୮ ଦିନର ବୈଧତା ରହିଛି। ଏହା ଜରିଆରେ ପ୍ରତିଦିନ ୧୦୦ ଟି ଏସ୍‌ଏମ୍‌ଏସ୍‌ କରିପାରିବେ। ତେବେ ଏଫ୍‌ଆର୍‌ସି ୪୭କୁ ଏକ ପ୍ରୋତ୍ସାହନମୂଳକ ଅଫର ଭାବରେ ୩୧ ମାର୍ଚ୍ଚ ୨୦୨୧ ପର୍ଯ୍ୟନ୍ତ ଉପଲବ୍ଧ କରାଯାଇଛି। ପ୍ରାଥମିକ ପର୍ଯ୍ୟାୟରେ ବର୍ତ୍ତମାନ ଚେନ୍ନାଇ ଏବଂ ତାମିଲନାଡୁ ଟେଲିକମ୍‌ ସର୍କଲରେ ନୂତନ ବ୍ୟବହାରକାରୀଙ୍କ ପାଇଁ ଉପଲବ୍ଧ ହେବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଜୋକୋଭିଚ୍‌, ବୋନମାଟିଙ୍କୁ ଲୌରିଅସ ପୁରସ୍କାର

ମାଡ୍ରିଡ୍‌, ୨୪ା୪ (ଏପି): ସମ୍ମାନଜନକ ଲୌରିଅସ୍‌ ଓ୍ବାଲର୍‌ଡ ସ୍ପୋଟର୍‌ସ ଆଓ୍ବାର୍ଡ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଗତବର୍ଷ ପ୍ରଥମଥର ମହିଳା ବିଶ୍ୱକପ୍‌ ଜିତିଥିବା ସ୍ପେନ୍‌ ଦୁଇଟି ପୁରସ୍କାର...

ଶେୟାର ବଜାର କାରବାରରେ ଉତ୍ସାହ

ନୂଆଦିଲ୍ଲୀ,୨୪।୪: କ୍ରମାଗତ ୩ୟ ଦିନ ଲାଗି ଘରୋଇ ଶେୟାର ବଜାର କାରବାରରେ ବୃଦ୍ଧି ଘଟିଛି। ଏପରିକି ଚଳିତ ସପ୍ତାହର ୨ୟ କାର୍ଯ୍ୟ ଦିବସର ଫଳାଫଳ ଅନୁଯାୟୀ...

ପ୍ରବୀଣ ଟିପିଡବ୍ଲ୍ୟୁଓଡିଏଲ୍‌ର ନୂତନ ସିଇଓ

ଭୁବନେଶ୍ୱର,୨୪।୪: ଟିପି ଓ୍ବେଷ୍ଟର୍ନ ଓଡ଼ିଶା ଡିଷ୍ଟ୍ରିବ୍ୟୁଶନ ଲିମିଟେଡ୍‌ (ଟିପିଡବ୍ଲ୍ୟୁଓଡିଏଲ୍‌) ର ନୂତନ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ଭାବେ ପ୍ରବୀଣ କୁମାର ବର୍ମା ନିକଟରେ ଦାୟିତ୍ୱ ଗ୍ରହଣ...

ଲାଲଚାନ୍ଦ୍‌ ଜୁଏଲର୍ସର ଗୋଲ୍ଡ ଲକ୍‌ ଅଫର

ଭୁବନେଶ୍ୱର,୨୪।୪(ଅଭୟ ଦାଶ): ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଅକ୍ଷୟ ତୃତୀୟା ଉପଲକ୍ଷେ ଲାଲ୍‌ଚାନ୍ଦ୍‌ ଜୁଏଲର୍ସର ଆକର୍ଷଣୀୟ ଅଫର ଓ ଅଗ୍ରିମ ବୁକିଂ ସମ୍ପର୍କରେ ଘୋଷଣା...

ଆଇଟି କମ୍ପାନୀରେ କମୁଛି ନିଯୁକ୍ତି

ଭୁବନେଶ୍ୱର,୨୪।୪(ଅନୁରାଧା ମହାରଣା): ଲୋକଙ୍କୁ ନିଯୁକ୍ତି ପ୍ରଦାନ କ୍ଷେତ୍ରରେ ଶୀର୍ଷରେ ଥିବା ଆଇଟି ସଂସ୍ଥାଗୁଡ଼ିକର ସ୍ଥିିତି ଭଲ ନାହିଁ। ବିଶ୍ୱର ବଡ଼ ବଡ଼ ବୈଷୟିକ କମ୍ପାନୀଗୁଡ଼ିକରେ ଛଟେଇ...

ବେଦାନ୍ତ ଆଲୁମିନିୟମରେ ଓ୍ବାର୍ଲଡ ଆର୍ଥ ଡେ

ନୂଆଦିଲ୍ଲୀ,୨୩।୪: ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବେଦାନ୍ତ ଆଲୁମିନିୟମ ପରିସରରେ ଓ୍ବାର୍ଲଡ ଆର୍ଥ ଡେ ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ କମ୍ପାନୀ ପକ୍ଷରୁ...

ଏଏମ୍‌ଏନ୍‌ଏସ୍‌ ଇଣ୍ଡିଆର ନୂତନ ସିଏଚ୍‌ଡି ଉଦ୍‌ଘାଟିତ

ଭୁବନେଶ୍ୱର,୨୩।୪: ଆର୍ସେଲର ମିତ୍ତଲ ନିପ୍ପନ ଷ୍ଟିଲ୍‌ ଇଣ୍ଡିଆ ବା ଏଏମ୍‌ଏନ୍‌ଏସ୍‌ ଇଣ୍ଡିଆ ଲିମିଟେଡର ନୂତନ କମ୍ୟୁନିଟି ହେଲ୍‌ଥ ଡିସ୍‌ପେନ୍‌ସାରି (ସିଏଚ୍‌ଡି) ନିକଟରେ ଉଦ୍‌ଘାଟିତ ହୋଇଯାଇଛି। ଏପରିକି...

ରିଲାଏନ୍ସ ଜିଓର ନେଟ ଲାଭ ୨୦,୪୬୬ କୋଟି

ନୂଆଦିଲ୍ଲୀ,୨୩।୪: ଦେଶର ସର୍ବବୃହତ୍‌ ଦୂରସଞ୍ଚାର ସେବା ପ୍ରଦାନକାରୀ କମ୍ପାନୀ ତଥା ରିଲାଏନ୍ସ ଜିଓ ଇନ୍‌ଫୋକମ ଲିମିଟେଡ୍‌ର ନିର୍ଦ୍ଦେଶକମଣ୍ଡଳୀ ବୈଠକ ସୋମବାର ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri