ବିଏସ୍‌ଏନ୍‌ଏଲର ଶସ୍ତା ପ୍ଲାନ୍‌

ନୂଆଦିଲ୍ଲୀ: ଭାରତ ସଞ୍ଚାର ନିଗମ ଲିମିଟେଡ୍‌ (ବିଏସ୍‌ଏନ୍‌ଏଲ୍‌) ଶନିବାର ଦେଶରେ ସବୁଠାରୁ ଶସ୍ତା ପ୍ଲାନ୍‌ର ଶୁଭାରମ୍ଭ କରିଛି। କମ୍ପାନୀ ୪୭ ଟଙ୍କା ମୂଲ୍ୟର ଏକ ନୂତନ ରିଚାର୍ଜ ପ୍ଲାନ୍‌ ଆରମ୍ଭ କରିଛି। ଏହି ପ୍ଲାନ୍‌ ଯୋଜନାରେ ଅସୀମିତ ଭଏସ୍‌ କଲିଂ (ବିଏସ୍‌ଏନ୍‌ଏଲ୍‌କୁ ଅସୀମିତ କଲିଂ) ବ୍ୟତୀତ ଡାଟା ଏବଂ ଏସ୍‌ଏମ୍‌ଏସ୍‌ ଭଳି ସୁବିଧା ପ୍ରଦାନ କରୁଛି। ସବୁଠାରୁ ବଡ଼ କଥା ହେଲା, ଦେଶରେ ଉଭୟ ଡାଟା ଓ କଲିଂ ପାଇଁ ଦିଆଯାଉଥିବା ଶସ୍ତା ପ୍ଲାନ୍‌ ମଧ୍ୟରୁ ଏହା ସବୁଠାରୁ ଶସ୍ତା ବୋଲି ଜଣାପଡିଛି। ତେବେ ଏହି ପ୍ଲାନ୍‌ ପାଇଁ କିଛି ସର୍ତ୍ତାବଳୀ ମଧ୍ୟ ରହିଛି। ଏହି ପ୍ଳାନ୍‌ର ଲାଭ ସେହିମାନେ ପାଇପାରିବେ ଯେଉଁମାନେ ନୂଆ ଗ୍ରାହକ ହୋଇଥିବେ ଓ ପ୍ରଥମ ଥର ପାଇଁ ରିଚାର୍ଜ କରିବେ। ଏହା ଅନ୍ୟ ଟେଲିକମ କମ୍ପାନୀ ଅପେକ୍ଷା ସବୁଠାରୁ ଶସ୍ତା ଏଫ୍‌ଆର୍‌ସି (ଫାଷ୍ଟ ରିଚାର୍ଜ)ବୋଲି ଜଣାପଡିଛି। ପୂର୍ବରୁ ଭାରତୀ ଏୟାରଟେଲ ଏବଂ ଭୋଡାଫୋନ୍‌-ଆଇଡିଆର ଫାଷ୍ଟ ରିଚାର୍ଜ ୯୭ ଟଙ୍କାରୁ ଆରମ୍ଭ ହୋଇଥିବାବେଳେ ଜିଓ ସିମ୍‌ରେ ପ୍ରାଇମ ସବ୍‌ସ୍କ୍ରିପ୍‌ସନ ପାଇବା ପାଇଁ ଆପଣଙ୍କୁ ୯୯ ଟଙ୍କା ଖର୍ଚ୍ଚ କରିବାକୁ ପଡୁଥିଲା। ବିଏସ୍‌ଏନ୍‌ଏଲ୍‌ର ୪୭ ଟଙ୍କା ରିଚାର୍ଜରେ ଗ୍ରାହକମାନେ ଅସୀମିତ ରୋମିଂ, ଏସ୍‌ଟିଡି ଏବଂ ଲୋକାଲ କଲ୍‌ କରିପାରିବେ। ଏହା ସହିତ ରୋମିଂରେ ଅସୀମିତ କଲିଂର ଲାଭ ମଧ୍ୟ ପାଇପାରିବେ। ଉକ୍ତ ପ୍ଲାନ୍‌ ସହିତ ୧୪ ଜିବି ଡାଟା ଉପଲବ୍ଧ ସହ୨୮ ଦିନର ବୈଧତା ରହିଛି। ଏହା ଜରିଆରେ ପ୍ରତିଦିନ ୧୦୦ ଟି ଏସ୍‌ଏମ୍‌ଏସ୍‌ କରିପାରିବେ। ତେବେ ଏଫ୍‌ଆର୍‌ସି ୪୭କୁ ଏକ ପ୍ରୋତ୍ସାହନମୂଳକ ଅଫର ଭାବରେ ୩୧ ମାର୍ଚ୍ଚ ୨୦୨୧ ପର୍ଯ୍ୟନ୍ତ ଉପଲବ୍ଧ କରାଯାଇଛି। ପ୍ରାଥମିକ ପର୍ଯ୍ୟାୟରେ ବର୍ତ୍ତମାନ ଚେନ୍ନାଇ ଏବଂ ତାମିଲନାଡୁ ଟେଲିକମ୍‌ ସର୍କଲରେ ନୂତନ ବ୍ୟବହାରକାରୀଙ୍କ ପାଇଁ ଉପଲବ୍ଧ ହେବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବଜାରରେ ହଲଚଲ୍! ଫୁଡ୍ ଡେଲିଭରି ବଜାରକୁ ଏଣ୍ଟ୍ରି କରିବ ଫ୍ଲିପକାର୍ଟ, Zomato-Swiggyକୁ କଡ଼ା ଟକ୍କର

ନୂଆଦିଲ୍ଲୀ,୨।୮:ଇ-କମର୍ସ କମ୍ପାନୀ ଫ୍ଲିପକାର୍ଟ ବର୍ତ୍ତମାନ ଖାଦ୍ୟ ବିତରଣ (ଫୁଡ୍ ଡେଲିଭରି) ବ୍ୟବସାୟକୁ ଓହ୍ଲାଇବା ପାଇଁ ପ୍ରସ୍ତୁତି ଚଳାଇଛି। କମ୍ପାନୀ ପାଖାପାଖି ଅଗଷ୍ଟ ୧୫ ତାରିଖରୁ ବେଙ୍ଗାଲୋରରୁ ନିଜର…

ପର୍ବପର୍ବାଣୀ ପୂର୍ବରୁ ବଡ଼ ଝଟକା! ଦୈନନ୍ଦିନ ବ୍ୟବହାରର ସାମଗ୍ରୀ ଉପରେ ମହଙ୍ଗା ମାଡ଼, ବଢିଯିବ ଦାମ୍‌

ନୂଆଦିଲ୍ଲୀ,୧।୮: ବର୍ତ୍ତମାନ ମୌସୁମୀ ଋତୁ ଚାଲିଛି। ଯେପରି ମୌସୁମୀ ବିଦାୟ ନେବ, ଭାରତୀୟମାନେ ପର୍ବପର୍ବାଣୀକୁ ସ୍ବାଗତ କରିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଦେବେ। ଘର ରଙ୍ଗ କରିବାଠାରୁ…

ନୂଆ ମାସ, ନୂଆ ନିୟମ! ଅଗଷ୍ଟ ୧ରୁ ବଦଳିଲା ଅନେକ ବ୍ୟବସ୍ଥା, ଜାଣନ୍ତୁ କ’ଣ କ’ଣ…

ନୂଆଦିଲ୍ଲୀ,୧।୮: ପ୍ରତି ମାସର ପ୍ରଥମ ଦିନ ପରି ଅଗଷ୍ଟ ମାସ ମଧ୍ୟ ଏହା ସହିତ କିଛି ପରିବର୍ତ୍ତନ ନେଇ ଆସୁଛି, ଯାହା ଆମର ଏବଂ ଆପଣଙ୍କ ଜୀବନ…

ଟ୍ରେନ୍‌ରେ ଅଧିକ ସାମଗ୍ରୀ ନେବା ହେଲା ସହଜ! କନ୍‌ଫର୍ମ ଟିକେଟ୍‌ରେ ଆରମ୍ଭ ହେଲା ଅନ୍‌ଲାଇନ୍ ଲଗେଜ୍ ବୁକିଂ

ନୂଆଦିଲ୍ଲୀ,୩୧।୭: ଭାରତୀୟ ରେଳ ୩୧ ଜୁଲାଇରୁ କନ୍‌ଫର୍ମ ଟ୍ରେନ୍ ଟିକେଟ୍ ଥିବା ଯାତ୍ରୀଙ୍କ ପାଇଁ ବ୍ୟକ୍ତିଗତ ଜିନିଷପତ୍ର (ପର୍ସନାଲ ଲଗେଜ୍)ର ଅନ୍‌ଲାଇନ୍ ବୁକିଂ ଆରମ୍ଭ କରିବାକୁ ଯାଉଛି।…

ରକ୍ଷାବନ୍ଧନ ପୂର୍ବରୁ ବଡ଼ ଝଟକା! ପୋଷ୍ଟ ଅଫିସ ବଢ଼ାଇଲା ସ୍ପିଡ୍ ପୋଷ୍ଟ ଦର, ଜାଣିନିଅନ୍ତୁ କେତେ…

ନୂଆଦିଲ୍ଲୀ,୩୦।୭: ଆଜି ମଧ୍ୟ, ବହୁ ସଂଖ୍ୟକ ଲୋକ ପାନ୍, ଆଧାର କିମ୍ବା ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ ପଠାଇବା ପାଇଁ ସ୍ପିଡ୍ ପୋଷ୍ଟ ବ୍ୟବହାର କରିବାକୁ ପସନ୍ଦ କରନ୍ତି…

ଲକ୍ଷ୍ମୀ ଯୋଜନା: ପ୍ରତିମାସରେ ମିଳିବ ୨୫୦୦ଟଙ୍କା, RD ରେ ଜମା କଲେ ସିଧା ୧ ଲକ୍ଷ! ଜାଣନ୍ତୁ ସମ୍ପୂର୍ଣ୍ଣ ହିସାବ…

ନୂଆଦିଲ୍ଲୀ,୩୦।୭: ସାଧାରଣତଃ ଆମକୁ ଟଙ୍କା ମିଳିଲେ ଆମେ ତାହା ଖର୍ଚ୍ଚ କରିଦେଇଥାଉ, କିନ୍ତୁ କିଛି ଟଙ୍କା ଯଦି ଆର.ଡି. (RD) ରେ ନିବେଶ କରାଯାଏ, ତେବେ ଅନେକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri