ଶସ୍ତା-ମହଙ୍ଗା…

ନୂଆଦିଲ୍ଲୀ, ୧।୨ : ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ଚତୁର୍ଥ ଥର ପାଇଁ ମଙ୍ଗଳବାର ବଜେଟ ଉପସ୍ଥାପନ କରିବାକୁ ପାର୍ଲାମେଣ୍ଟକୁ ଆସିଥିଲେ। ବାଦାମୀ ରଙ୍ଗର ଶାଢ଼ି ପିନ୍ଧି ସେ ପୂର୍ବାହ୍ନ ୧୧ଟାରେ ଟାବଲେଟ୍‌ରୁ ଦ୍ୱିତୀୟଥର କାଗଜବିହୀନ ବଜେଟ ପାଠ କରିବା ଆରମ୍ଭ କରିଥିଲେ। ଦେଶ ସ୍ବାଧୀନତାର ୭୫ବର୍ଷ ଉପଲକ୍ଷେ ‘ଆଜାଦୀ କା ଅମୃତ ମହୋତ୍ସବ’ ପାଳନ କରୁଛି। ଆଉ ୨୫ବର୍ଷ ପରେ ରାଷ୍ଟ୍ର ସ୍ବାଧୀନତାର ୧୦୦ବର୍ଷରେ ପଦାର୍ପଣ କରି ଅମୃତ କାଳରେ ପହଞ୍ଚତ୍ବ। ୯୧ ମିନିଟ୍‌ର ଭାଷଣରେ ଅର୍ଥମନ୍ତ୍ରୀ ସମୁଦାୟ ୯ ହଜାର ୭୦୧ ଶବ୍ଦ ଉଚ୍ଚାରଣ କରିଥିଲେ, ଯାହା ଗତ ବଜେଟ୍‌ ତୁଳନାରେ ୪୩% କମ୍‌ ଥିଲା। ୨୦୨୧-୨୨ ବଜେଟ୍‌ରେ ସେ ୧୭ ହଜାର ୩୧ ଶବ୍ଦ କହିଥିଲେ। ସୀତାରମନ ନିଜ ଅଭିଭାଷଣରେ ୩୬ଥର ଡିଜିଟାଲ, ୨୬ ଥର ଭିତ୍ତିଭୂମି, ୨୨ ଥର ଟିକସ ଶବ୍ଦର ବ୍ୟବହାର କରିଥିବାବେଳେ ଗରିବ ଏବଂ କୋଭିଡ୍‌କୁ ୨ଥର ଏବଂ ଛାତ୍ର ଓ ମହିଳା ଶବ୍ଦ ମାତ୍ର ଥରେ ଲେଖାଏ ବ୍ୟବହାର କରିଥିବା ଦେଖିବାକୁ ମିଳିଥିଲା। ସର୍ବାଧିକ ଡିଜିଟାଲ ଶବ୍ଦ ବ୍ୟବହାର କରାଯାଇଥିବାରୁ କେନ୍ଦ୍ର ସରକାର ବଜେଟରେ ଡିଜିଟାଲକୁ ଫୋକସ କରିଛନ୍ତି।
ବଜେଟରେ ଅର୍ଥମନ୍ତ୍ରୀଙ୍କ ଦ୍ୱାରା ପ୍ରଧାନମନ୍ତ୍ରୀ ଗତିଶକ୍ତି, ଅନ୍ତର୍ଭୁକ୍ତୀକରଣ ବିକାଶ, ଉତ୍ପାଦନ ଅଭିବୃଦ୍ଧି, ସୂର୍ଯ୍ୟୋଦୟ ସୁଯୋଗ, ଶକ୍ତି ପ୍ରବାହ, ଜଳବାୟୁ କାର୍ଯ୍ୟାନ୍ବୟନ ଏବଂ ପୁଞ୍ଜିନିବେଶ ଲାଗି ଅନୁକୂଳ ବାତାବରଣ ଭଳି କ୍ଷେତ୍ରଗୁଡ଼ିକ ଅଗ୍ରପ୍ରାଧାନ୍ୟ ପାଇଛି। କରୋନା ପ୍ରଭାବିତ ଭାରତରେ ସ୍ବାସ୍ଥ୍ୟ ଭିତ୍ତିଭୂମିରେ ଯଥେଷ୍ଟ ଉନ୍ନତି ଦେଖାଦେଇଛି। ଦେଶ ଏବେ ମୁଖ୍ୟ ଚ୍ୟାଲେଞ୍ଜଗୁଡ଼ିକୁ ସମ୍ମୁଖୀନ ହେବା ପାଇଁ ନିଜକୁ ଦୃଢ଼ କରିପାରିଛି। ବଜେଟର ଉପସ୍ଥାପନା ପରେ କିଛି ସାମଗ୍ରୀ ମହଙ୍ଗା ହେବ ଏବଂ କିଛି ସାମଗ୍ରୀ ଶସ୍ତା ହୋଇଥିବା ସମ୍ପର୍କରେ କୁହାଯାଇଛି।

୩୯.୪୫ ଲକ୍ଷ କୋଟିର ବଜେଟ ଉପସ୍ଥାପନ
ଗତିଶକ୍ତି ଯୋଜନାକୁ ଗୁରୁତ୍ୱ
୨୦୨୩ରୁ ଭାରତରେ ଡିଜିଟାଲ ମୁଦ୍ରା
ଆରମ୍ଭ ହେବ ଇ-ପାସପୋର୍ଟ
ସ୍କୁଲ ପିଲାଙ୍କ ପାଇଁ ପିଏମ୍‌ ଇ-ବିଦ୍ୟା କାର୍ଯ୍ୟକ୍ରମ
ଏମ୍‌ଏସ୍‌ଏମ୍‌ଇ ପାଇଁ ଋଣ ଗ୍ୟାରେଣ୍ଟି ଅବଧି ବୃଦ୍ଧି
ଆରମ୍ଭ ହେବ ଟେଲି ମେଣ୍ଟାଲ ହେଲ୍‌ଥ ପ୍ରୋଗ୍ରାମ
୫ବର୍ଷରେ ୬୦ ଲକ୍ଷଙ୍କୁ ନିଯୁକ୍ତି
୮୦ ଲକ୍ଷ ପିଏମ୍‌ ଆବାସ ପାଇଁ ୪୮ ହଜାର କୋଟି
୭୫ ଜିଲାରେ ୭୫ ଡିଜିଟାଲ ବ୍ୟାଙ୍କିଙ୍ଗ ୟୁନିଟ୍‌
୧.୫ ଲକ୍ଷ ପୋଷ୍ଟ ଅଫିସରେ ଏଟିଏମ୍‌
ପ୍ରତିରକ୍ଷା କ୍ଷେତ୍ର ଲାଗି ୫.୨୫ ଲକ୍ଷ କୋଟିର ବ୍ୟୟବରାଦ

ବିଦେଶରୁ ଆସୁଥିବା ଯନ୍ତ୍ରଗୁଡ଼ିକ ଶସ୍ତା ହେବ। ପୋଷାକ ଏବଂ ଚମଡ଼ା ସାମଗ୍ରୀ ଶସ୍ତା ହେବ। ଚାଷ ଉପକରଣ ଶସ୍ତା ହେବ । ମୋବାଇଲ ଚାର୍ଜର, ଯୋତା ଚପଲ, ହୀରା ଅଳଙ୍କାର, ପ୍ୟାକେଜିଂ ବାକ୍ସ,ରତ୍ନ ଏବଂ ଅଳଙ୍କାର ଅଦି ଶସ୍ତା ହେବ।

ସେହିପରି ମହଙ୍ଗା ହୋଇଥିବା ସାମଗ୍ରୀ ମଧ୍ୟରେ ବିଦେଶରୁ ଆସୁଥିବା ଛତା, କ୍ୟାପିଟାଲ ଗୁଡସ୍‌, ମିଶ୍ରିତ ଇନ୍ଧନ ,
ଇମିଟେଶନ ଅଳଙ୍କାର ଆଦି ରହିଛି।

 ଶସ୍ତା

ଔଷଧ
ଷ୍ଟିଲ ସ୍କ୍ରାପ୍‌
ଚମଡ଼ା ସାମଗ୍ରୀ
କପଡ଼ା
ଏସିଟିକ୍‌ ଏସିଡ୍‌
କୋକୁଆ ବିନ୍ସ
କୃଷି ଉପକରଣ
ମୋବାଇଲ୍‌ ଫୋନ ଚାର୍ଜର
ହୀରା ଅଳଙ୍କାର
ରତ୍ନ ପଥର
ଇଲେକ୍‌ଟ୍ରୋନିକ୍ସ ସାମଗ୍ରୀ
ମିଥାଇଲ ଆଲକୋହଲ୍‌
ପେଟ୍ରୋଲିୟମ ସାମଗ୍ରୀ ପାଇଁ ଆବଶ୍ୟକ କେମିକାଲ୍‌

 

ମହଙ୍ଗା

ଇମ୍ପୋର୍ଟେଡ୍‌ ସାମଗ୍ରୀ
ସୋଲାର ସେଲ୍‌
ଛତା
ଲାଉଡ୍‌ସ୍ପିକର
ସ୍ମାର୍ଟ ମିଟର
ହେଡ୍‌ ଫୋନ୍‌
ଇଅର୍‌ ଫୋନ୍‌
ଇଲେକ୍ଟ୍ରୋନିକ୍ସ ଖେଳନା ପାଟର୍‌ସ
ଏକ୍ସ-ରେ ମେଶିନ୍‌
ଇମିଟେଶନ ଗହଣା
ଅଣ ମିଶ୍ରିତ ପେଟ୍ରୋଲ, ଡିଜେଲ

ବଜେଟରେ ସରକାର ରତ୍ନ ଏବଂ ଅଳଙ୍କାର ଉପରେ କଷ୍ଟମ ଡ୍ୟୁଟି ହ୍ରାସ କରିଛନ୍ତି। କଷ୍ଟମ ଡ୍ୟୁଟି ୫ ପ୍ରତିଶତ ହ୍ରାସ କରାଯାଇଛି। ଏହା ବ୍ୟତୀତ ସରକାର କଟା ଏବଂ ପଲିସ ହୋଇଥିବା ହୀରା ଉପରେ କଷ୍ଟମ ଡ୍ୟୁଟି ମଧ୍ୟ ୫ ପ୍ରତିଶତ ହ୍ରାସ କରିଛନ୍ତି। ଇସ୍ପାତ ସ୍କ୍ରାପ ଉପରେ କଷ୍ଟମ ଡ୍ୟୁଟି ଏକ ବର୍ଷ ପାଇଁ ବୃଦ୍ଧି କରାଯାଇଛି। ଏଥିସହିତ ମେନ୍ଥା ଅଏଲ ଉପରେ କଷ୍ଟମ ଡ୍ୟୁଟି କମ୍‌ ହୋଇଛି।

ସେହିପରି ବଜେଟରେ କ୍ୟାପିଟାଲ ଗୁଡସ୍‌ର ଆମଦାନୀ ଶୁଳ୍କ ଉପରେ କଷ୍ଟମ ଡ୍ୟୁଟି ୭.୫ ପ୍ରତିଶତ କରାଯାଇଛି। ଏହା ବ୍ୟତୀତ ଇମିଟେଶନ ଅଳଙ୍କାର ଉପରେ କଷ୍ଟମ ଡ୍ୟୁଟି ବୃଦ୍ଧି ହୋଇଛି । ବିଦେଶୀ ଛତା ଉପରେ ଶୁଳ୍କ ୨୦ ପ୍ରତିଶତ ବୃଦ୍ଧି ହେବା ସହିତ ମିଶ୍ରିତ ଇନ୍ଧନ କ୍ଷେତ୍ରରେ କଷ୍ଟମ ଡ୍ୟୁଟିକୁ ବଢାଇ ଦିଆଯାଇଛି।

 


Enter your email to get our daily news in your inbox.

All Right Reserved By Dharitri.Com

ଡେବ୍ୟୁ ମ୍ୟାଚରେ କମାଲ କଲେ କୁପର କନୋଲି; ଗୁଜରାଟ ମୁହଁରୁ ବିଜୟ ଛଡ଼ାଇ ଆଣିଲା ପଞ୍ଜାବ

ନୂଆଦିଲ୍ଲୀ,୩୧।୩: ଆଇପିଏଲ୍‌ ୨୦୨୫ର ଉପବିଜେତା ପଞ୍ଜାବ କିଙ୍ଗସ ନୂଆ ସିଜନ୍‌ରେ ନିଜର ବିଜୟ ଯାତ୍ରା ଆରମ୍ଭ କରିଛି। ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ପଞ୍ଜାବ ଟିମ ଏକ କଡ଼ା…

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍‌କୁ ନିଜେ ଦଖଲ କର’

ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…

ଶିବମ୍‌ ଦୁବେଙ୍କୁ ଆଉଟ କରିବା ପରେ କାହିଁକି ‘ଗନ୍‌-ସଟ୍‌’ ସେଲିବ୍ରେଶନ କରିଥିଲେ ଜାଡେଜା? ନିଜେ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୩୧।୩: ସୋମବାର ଖେଳାଯାଇଥିବା ହାଇଭୋଲଟେଜ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (RR)ର ଷ୍ଟାର୍‌ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜର ପୁରୁଣା ଟିମ ଚେନ୍ନାଇ ସୁପର କିଙ୍ଗସ (CSK) ବିପକ୍ଷରେ…

ଭାଜପାରେ ଯୋଗଦେଲେ ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌

ନୂଆଦିଲ୍ଲୀ,୩୧ା୩: ଭାରତର ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌ ମଙ୍ଗଳବାର ଭାରତୀୟ ଜନତା ପାର୍ଟି (ଭାଜପା)ରେ ଯୋଗଦେଇଛନ୍ତି। ପଶ୍ଚିମବଙ୍ଗରେ ହେବାକୁଥିବା ବିଧାନସଭା ନିର୍ବାଚନ ପୂର୍ବରୁ ୫୧ ବର୍ଷୀୟ ପେସ୍‌…

LIVE ମ୍ୟାଚ୍‌ରେ ଭୋ ଭୋ ହୋଇ କାନ୍ଦି ପକାଇଲେ ଜାଡେଜା, CSK ଲୋଗୋକୁ କଲେ ଚୁମ୍ବନ; ପ୍ରଶଂସକଙ୍କୁ ଭାବବିହ୍ବଳ କରୁଛି VIDEO 

ଅହମ୍ମଦାବାଦ,୩୧।୩: ଚେନ୍ନାଇ ସୁପର କିଙ୍ଗସ (CSK)  ସହ ରବୀନ୍ଦ୍ର ଜାଡେଜା ଦୀର୍ଘ ବର୍ଷ ଧରି ଜଡ଼ିତ ହୋଇ ରହିଥିଲେ। କିନ୍ତୁ ଆଇପିଏଲ ୨୦୨୬ରେ ଏହି ସମୀକରଣ ବଦଳି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri