ଡିଜିଟାଲ ଆରେଷ୍ଟରେ ଫସିଲେ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ: ଦେଢ଼କୋଟି ଲୁଟିନେଲେ ସାଇବର ଠକ

ଭୁବନେଶ୍ୱର, ୧୦ା୧୧(ସତ୍ୟଜିତ ରାଉତ):ରାଜଧାନୀରେ ସାଇବର ଅପରାଧର ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି। ସାଇବର ଠକମାନେ ଜଣେ ବରିଷ୍ଠ ନାଗରିକଙ୍କୁ ଡିଜିଟାଲ ଆରେଷ୍ଟ କରି ତାଙ୍କଠାରୁ ଦେଢ଼ କୋଟି ଟଙ୍କା ଲୁଟିନେଇଛନ୍ତି। ଠକେଇର ଶିକାର ବ୍ୟକ୍ତି ଜଣକ ହେଲେ ଶହୀଦନଗର ଥାନା ଅନ୍ତର୍ଗତ ଭିଏସ୍‌ଏସ୍‌ନଗର ହାଉସିଂବୋର୍ଡ କଲୋନୀରେ ରହୁଥିବା ବରିଷ୍ଠ ନାଗରିକ ତଥା ଚାର୍ଟାର୍ଡ ଆକାଉଣ୍ଟାଣ୍ଟ୍‌ ବିଜୟ କୁମାର ସାହୁ। ଏପରିକି ବିଜୟ ଓ ତାଙ୍କ ସ୍ତ୍ରୀଙ୍କୁ ଡିଜିଟାଲ ଆରେଷ୍ଟ କରାଯାଇଥିବା ଧମକ ଦେଇ ଅପରାଧୀମାନେ ଉଭୟଙ୍କୁ ୧୦ ଦିନ ଧରି ଗୃହବନ୍ଦୀ ରଖିଥିଲେ। ସାଇବର ଅପରାଧୀଙ୍କ ଦ୍ୱାରା ଏଭଳି ମାନସିକ ନିର୍ଯାତନାର ଶିକାର ହୋଇ ଘରେ ବନ୍ଦୀ ଥିବା ଦମ୍ପତିଙ୍କୁ କମିଶନରେଟ୍‌ ପୋଲିସ ଉଦ୍ଧାର କରିବା ପରେ ଶୁକ୍ରବାର ଘଟଣା ପଦାକୁ ଆସିଛି। ଗୁରୁବାର ରାତିରେ ବିଜୟ ଏନେଇ ଭୁବନେଶ୍ୱର ସାଇବର କ୍ରାଇମ ଓ ଅର୍ଥନୈତିକ ଅପରାଧ ଥାନାରେ ଅଭିଯୋଗ କରିଥିଲେ। ତେବେ ଠକେଇର ପରିମାଣ ଢ଼େର ଅଧିକ ଥିବାରୁ ସାଇବର ଥାନା ପକ୍ଷରୁ ଏହି ମାମଲାକୁ କ୍ରାଇମବ୍ରାଞ୍ଚକୁ ଟ୍ରାନ୍ସଫର୍‌ କରିଦିଆଯାଇଛି। କ୍ରାଇମବ୍ରାଞ୍ଚର ସାଇବର ଥାନା ପକ୍ଷରୁ ଏ ସମ୍ପର୍କରେ ମାମଲା ରୁଜୁ କରାଯାଇ ଘଟଣାର ଛାନଭିନ୍‌ ଆରମ୍ଭ କରାଯାଇଛି।

ମିଳିଥିବା ସୂଚନା ଅନୁଯାୟୀ, ଚାର୍ଟାର୍ଡ ଆକାଉଣ୍ଟାଣ୍ଟ୍‌ ବିଜୟ କିଛିବର୍ଷ ତଳେ ଅବସର ନେଇଥିଲେ। ସେ ସ୍ତ୍ରୀଙ୍କ ସହ ରହୁଥିବା ବେଳେ ତାଙ୍କ ପିଲାମାନେ ବିଦେଶରେ ରହୁଛନ୍ତି। ୧୦ଦିନ ତଳେ ବିଜୟଙ୍କୁ ସାଇବର ଠକମାନେ କଲ୍‌ କରି ନିଜକୁ ମୁମ୍ବାଇ କ୍ରାଇମ୍‌ବ୍ରାଞ୍ଚ ଅଧିକାରୀ ପରିଚୟ ଦେଇ ଧମକାଇଥିଲେ। ତାଙ୍କ ନମ୍ବର ଏକ କ୍ରାଇମ ସିଣ୍ଡିକେଟ୍‌ରେ ବ୍ୟବହାର ହୋଇଥିବା ସେମାନେ କହିବାରୁ ବିଜୟ ଡରିଯାଇଥିଲେ। ସାଇବର ଠକମାନେ ପୋଲିସ ପୋଷାକରେ ଭିଡିଓ କଲ୍‌ କରିଥିଲେ। ତାଙ୍କୁ ଗିରଫ କରାଯାଇଥିବା କହି ବ୍ଲାକ୍‌ମେଲ୍‌ କରିଥିଲେ। ଘରୁ ବାହାରକୁ ନ ଯିବାକୁ ଦମ୍ପତିଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏପରିକି ସାଇବର ଠକଙ୍କ କଥାକୁ ବିଶ୍ୱାସ କରି ବିଜୟ ତାଙ୍କ ବ୍ୟକ୍ତିଗତ ତଥ୍ୟ ଦେବା ସହ ବିଭିନ୍ନ ପର୍ଯ୍ୟାୟରେ ସେମାନଙ୍କ ଆକାଉଣ୍ଟଙ୍କୁ ଟଙ୍କା ପଠାଇ ଦେଇଥିଲେ। ଏପରିକି ନିଜ ପାଖରେ ପର୍ଯ୍ୟାପ୍ତ ଟଙ୍କା ନ ଥିବାରୁ ସେ ଋଣ ମଧ୍ୟ ଆଣିଥିଲେ। ଏହି ଘଟଣା ବିଷୟରେ ବିଜୟ ଓ ତାଙ୍କ ସ୍ତ୍ରୀ କାହାକୁ ନ କହି ଘରେ ମାନସିକ ଅବସାଦରେ ରହୁଥିଲେ। ସାଇବର ଠକମାନେ ନିରନ୍ତର ଭିଡିଓ କଲ୍‌ରେ ରହି ଦମ୍ପତିଙ୍କୁ ଡରାଇବା ସହ ତାଗିଦ୍‌ କରୁଥିଲେ। ତେବେ ବୟସ୍କ ଦମ୍ପତି ଘରୁ ବାହାରୁ ନ ଥିବାରୁ ସ୍ଥାନୀୟ ଲୋକଙ୍କ ସନ୍ଦେହ ହୋଇଥିଲା। ସେମାନେ ଗୁରୁବାର ରାତିରେ ଶହୀଦନଗର ଥାନାକୁ ଖବର ଦେଇଥିଲେ। ପୋଲିସ ଟିମ୍‌ ତାଙ୍କ ଘରକୁ ଯାଇ ଡାକିଥିଲେ ମଧ୍ୟ ସେମାନେ କବାଟ ଖୋଲି ନ ଥିଲେ। ବହୁ ଅନୁରୋଧ ପରେ ସେମାନେ ଭରସା କରି ବାହାରକୁ ଆସିଥିଲେ। ଏହାପରେ ପୋଲିସ ଟିମ୍‌ ଦମ୍ପତିଙ୍କୁ ସାଇବର ଥାନାକୁ ନେଇଥିଲା। ତେବେ ଟଙ୍କା ହରାଇ ସର୍ବସ୍ବାନ୍ତ ହୋଇପଡିଥିବାରୁ ସେମାନେ ମାନସିକ ଚାପରେ ଥିବା ଦେଖିବାକୁ ମିଳିଥିଲା।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଏଆଇ ପ୍ରସ୍ତୁତ ମୋଦିଙ୍କ ଆପତ୍ତିଜନକ ଫଟୋ ଶେୟାର କରିଥିବା ଯୁବକ ଗିରଫ

ନୂଆଦିଲ୍ଲୀ,୨୧ା୩: ଆର୍ଟିଫିସିଆଲ୍‌ ଇଣ୍ଟେଲିଜେନ୍ସ (ଏଆଇ) ସହାୟତାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆପତ୍ତିଜନକ ଫଟୋ ପ୍ରସ୍ତୁତ କରି ସୋସିଆଲ୍‌ ମିଡିଆରେ ଶେୟାର କରିଥିବା ଅଭିଯୋଗରେ ବିହାରର ସିଦ୍ଧନାଥ କୁମାରଙ୍କୁ…

ସୁନାଖଳା ପାହାଡ଼ରେ ବାଘ ଆତଙ୍କ, ଲୋକେ ଭୟଭୀତ

ପାତ୍ରପୁର୨୧।୩(ଉମାଚରଣ ନେପାକ): ଗଞ୍ଜାମ ଜିଲା ସାମନ୍ତିଆପଲ୍ଲୀ ବନାଞ୍ଚଳ ଅଧୀନ ଲଙ୍କା-ସୁନାଖଳା ପାହାଡ଼ ନିକଟରେ ଶନିବାର ସନ୍ଧ୍ୟାରେ ଏକ କଲରାପତିରିଆ ବାଘ ବସିଥିବା ସ୍ଥାନୀୟ ଲୋକେ ଦେଖିଥିବା ଚର୍ଚ୍ଚା…

ବିଜେଡି ଛାଡ଼ିଲେ ବସ୍ତା ବ୍ଲକ ସଭାପତି ଅନିଲ ମହାନ୍ତି, କହିଲେ ଏହି ବଡ଼ କାରଣ…

ବାଲେଶ୍ୱର, ୨୧।୩(ବାଞ୍ଛାନିଧି ଦେ): ବିଜେଡି ଛାଡ଼ିଲେ ବାଲେଶ୍ୱର ଜିଲା ବସ୍ତା ବ୍ଲକ ସଭାପତି ଅନିଲ କୁମାର ମହାନ୍ତି l ସେ ଶନିବାର ଦଳର ପ୍ରାଥମିକ ସଦସ୍ୟ ପଦରୁ…

ସ୍ତ୍ରୀଙ୍କୁ ତଣ୍ଟିଚିପି ହତ୍ୟା କରିବା ପରେ ଆତ୍ମହତ୍ୟାର ରୂପ ଦେଇଥିଲେ ସ୍ବାମୀ, ଅଦାଲତ ଶୁଣାଇଲେ ଏମିତି ରାୟ

ଥୁଆମୂଳ ରାମପୁର,୨୧ା୩(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଓ ଦୌରା ଜଜ୍‌ ଅଦାଲତ ଏକ ସମ୍ବେଦନଶୀଳ ହତ୍ୟା ମାମଲାର ବିଚାର କରି ଅଭିଯୁକ୍ତ ସ୍ବାମୀଙ୍କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି।…

ସ୍ବାମୀଙ୍କ ମୃତ୍ୟୁ ଖବର ଶୁଣି ଛାତରୁ ଡେଇଁ ପଡ଼ିଲେ ସ୍ତ୍ରୀ, ଆଉ ତା’ପରେ…

କଣ୍ଟାବାଞ୍ଜି,୨୧।୩: ବଲାଙ୍ଗୀର ଜିଲା ବଙ୍ଗୋମୁଣ୍ଡା ଥାନା କପିଳାଭଟା ଗାଁରେ ଶନିବାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ବାମୀଙ୍କ ମୃତ୍ୟୁ ଖବର ଶୁଣି ସ୍ତ୍ରୀ ଛାତରୁ ଡେଇଁ…

ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ୍‌ କରି ଜଙ୍ଗଲରେ ବିସ୍ଫୋରକ ଖଞ୍ଜିଥିଲେ ମାଓବାଦୀ, ବଡ଼ ଅଘଟଣ ଘଟିବା ପୂର୍ବରୁ…

ବାଲିଗୁଡ଼ା,୨୧ା୩(ସଞ୍ଜୟ କୁମାର ପାଣିଗ୍ରାହୀ): ସମଗ୍ର କନ୍ଧମାଳ ଜିଲାରେ କୋମ୍ବିଂ ଅପରେଶନକୁ ଜୋରଦାର କରାଯାଉଥିବା ବେଳେ ଏକ ବଡ଼ଧରଣର ଅଘଟଣରୁ ବର୍ତ୍ତିଯାଇଛନ୍ତି ସୁରକ୍ଷାକର୍ମୀ। ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରି ଜଙ୍ଗଲରେ…

ସାକ୍ଷୀଗୋପାଳଙ୍କୁ ଦର୍ଶନ କରି ଟଳି ପଡ଼ିଲେ ବୃଦ୍ଧା

ସାକ୍ଷୀଗୋପାଳ,୨୧ା୩(କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ): ଶନିବାର ସନ୍ଧ୍ୟାରେ ଶ୍ରୀ ସାକ୍ଷୀଗୋପାଳଙ୍କୁ ଦର୍ଶନ କରିବା ପରେ ଜଣେ ବୃଦ୍ଧା ତୀର୍ଥଯାତ୍ରୀ ହଠାତ୍‌ ଟଳି ପଡ଼ିଥିଲେ। ତାଙ୍କ ସହିତ ରହିଥିବା…

କାମାକ୍ଷାନଗର କଲେଜ ଛାତ୍ରୀଙ୍କୁ ବଳାତ୍କାର ପରେ ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତଙ୍କୁ ଧରିଲା ପୋଲିସ, ଓଗାଳିଲେ ସବୁ ସତ

କାମାକ୍ଷାନଗର,୨୧ା୩(ସୁଧୀର କୁମାର ପରିଡ଼ା): ଢେଙ୍କାନାଳ ଜିଲା କାମାକ୍ଷାନଗର ବହୁ ଚର୍ଚ୍ଚିତ କଲେଜ ଛାତ୍ରୀ ବଳାତ୍କାର ଓ ହତ୍ୟା ଘଟିବାର ତିନିଦିନ ପରେ ମୁଖ୍ୟ ଅଭିଯୁକ୍ତଙ୍କୁ ପୋଲିସ ଧରିବାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri