Posted inଜାତୀୟ

ପୂର୍ବତନ ପ୍ରତିରକ୍ଷା ସଚିବଙ୍କ ବିରୋଧରେ ଚାର୍ଜଶିଟ୍‌

ନୂଆଦିଲ୍ଲୀ,୧୭।୩ : ବହୁଚର୍ଚ୍ଚିତ ୩,୭୦୦ କୋଟି ଟଙ୍କାର ଅଗୁସ୍ତା ଓ୍ବେଷ୍ଟଲ୍ୟାଣ୍ଡ ଭିଭିଆଇପି ହେଲିକପ୍ଟର କିଣା ଦୁର୍ନୀତିର ତଦନ୍ତ କରୁଥିବା କେନ୍ଦ୍ରୀୟ ତଦନ୍ତକାରୀ ଟିମ୍‌ (ସିବିଆଇ) ବୁଧବାର ପୂର୍ବତନ ପ୍ରତିରକ୍ଷା ସଚିବ ତଥା ପୂର୍ବତନ ସିଏଜି ଶଶୀକାନ୍ତ ଶର୍ମା ଏବଂ ଭାରତୀୟ ବାୟୁସେନାର କେତେଜଣ ଅବସରପ୍ରାପ୍ତ ଅଧିକାରୀଙ୍କ ବିରୋଧରେ ଅତିରିକ୍ତ ଚାର୍ଜଶିଟ୍‌ ଦାଖଲ କରିଛି। ହେଲିକପ୍ଟର କିଣା ଚୁକ୍ତିନାମାରେ ଲାଞ୍ଚ କାରବାର ସହ ସମ୍ପୃକ୍ତ ଶର୍ମାଙ୍କ ବିରୋଧରେ ମୋକଦ୍ଦମା ଚଳାଇବାକୁ ସିବିଆଇ ସରକାରଙ୍କୁ ଅନୁମତି ମାଗିଥିଲା। ଅନୁମତି ମିଳିବା ପରେ ତାଙ୍କ ବିରୋଧରେ ଅତିରିକ୍ତ ଚାର୍ଜଶିଟ୍‌ ଦାଖଲ ହୋଇଛି। ଶର୍ମା ୨୦୧୧ରୁ ୨୦୧୩ ମଧ୍ୟରେ ପ୍ରତିରକ୍ଷା ସଚିବ ରହିଥିଲେ। ଏହା ପରେ ୨୦୧୩ରୁ ୨୦୧୭ ତାଙ୍କୁ କମ୍ପ୍‌ଟ୍ରୋଲର ଆଣ୍ଡ୍‌ ଅଡିଟର ଜେନେରାଲ (ସିଏଜି) ନିଯୁକ୍ତ କରାଯାଇଥିଲା। ଶର୍ମାଙ୍କ ବ୍ୟତୀତ ଚାର୍ଜଶିଟ୍‌ରେ ତତ୍କାଳୀନ ଏୟାର ଭାଇସ୍‌ ମାର୍ଶାଲ ଯଶବୀର ସିଂ ପାନେସାର, ଉପମୁଖ୍ୟ ଟେଷ୍ଟ ପାଇଲଟ୍‌ ଏସ୍‌.ଏ. କୁନ୍ତେ, ତତ୍କାଳୀନ ଓ୍ବିଙ୍ଗ୍‌ କମାଣ୍ଡର ଥୋମା ମାଥ୍ୟୁ ଏବଂ ଗ୍ରୁପ୍‌ କ୍ୟାପ୍‌ଟେନ୍‌ ଏନ୍‌. ସନ୍ତୋଷଙ୍କ ନାଁ ରହିଛି। କୁନ୍ତେ ଏବଂ ସନ୍ତୋଷ ଏୟାର କମୋଡର ଭାବେ ଅବସର ଗ୍ରହଣ କରିଥିଲେ।
ଅଗୁସ୍ତା ଓ୍ବେଷ୍ଟଲ୍ୟାଣ୍ଡ କମ୍ପାନୀରୁ ୧୨ଟି ଭିଭିଆଇପି ହେଲିକପ୍ଟର କ୍ରୟ ନିମନ୍ତେ ଡିଲ୍‌ ଚୂଡ଼ାନ୍ତ କରିବା ଲାଗି ବ୍ୟାପକ ଲାଞ୍ଚ କାରବାର ଅଭିଯୋଗ ହୋଇଥିଲା। ଏଥିରେ ପୂର୍ବତନ ପ୍ରତିରକ୍ଷା ସଚିବ ସମ୍ପୃକ୍ତ ଥିବା ଜଣାପଡ଼ିବା ପରେ ୨୦୨୦ରେ ସିବିଆଇ ତଦନ୍ତ ଆଗେଇବା ନେଇ ସମ୍ପୃକ୍ତ ମନ୍ତ୍ରଣାଳୟର ଅନୁମତି ଚାହିଁଥିଲା। ୨୦୧୬ରେ ସିବିଆଇର ଏକ ସ୍ବତନ୍ତ୍ର ଟିମ୍‌ ଏହି ଦୁର୍ନୀତି ମାମଲାର ତଦନ୍ତ ଦାୟିତ୍ୱ ନେବା ପରେ ୨୦୧୭ ସେପ୍ଟେମ୍ବର ୧ରେ ପୂର୍ବତନ ଏୟାର ଚିଫ୍‌ ମାର୍ଶାଲ ଏସ୍‌.ପି. ତ୍ୟାଗୀ ଓ ଅନ୍ୟ ୧୧ ଜଣଙ୍କ ବିରୋଧରେ ପ୍ରଥମ ଚାର୍ଜଶିଟ୍‌ ଦାଖଲ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବାମଣ୍ଡା କପ୍‌ କ୍ରିକେଟ୍‌: ୟୁନିୟନ ସ୍ପୋର୍ଟିଂ ଚାମ୍ପିୟନ

ଦେବଗଡ଼,୨୮ା୧୨(ଶଶାଙ୍କ ଶେଖର ଝାଙ୍କର): ସ୍ଥାନୀୟ ଇନ୍ଦିରା ଗାନ୍ଧୀ ଷ୍ଟାଡିୟମରେ ଚାଲିଥିବା ୩୫ତମ ବାମଣ୍ଡା କପ୍‌ କ୍ରିକେଟ ଟୁର୍ନାମେଣ୍ଟ ରବିବାର ଉଦ୍‌ଯାପିତ ହୋଇଯାଇଛି। ଫାଇନାଲରେ କଟକର ୟୁନିୟନ...

ଇତିହାସ ରଚିଲେ ସ୍ମୃତି ମନ୍ଧାନା: ମିତାଲି ରାଜଙ୍କ ପରେ ଦ୍ୱିତୀୟ ଭାରତୀୟ ଭାବେ କଲେ ବଡ ରେକର୍ଡ

ଥିରୁବନନ୍ତପୁରମ,୨୮ା୧୨: ଭାରତୀୟ ମହିଳା କ୍ରିକେଟ୍‌ର ଉପ-ଅଧିନାୟିକା ସ୍ମୃତି ମନ୍ଧାନା ରବିବାର ଶ୍ରୀଲଙ୍କା ବିପକ୍ଷ ମ୍ୟାଚ୍‌ରେ ଏକ ବଡ଼ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ସେ ଅନ୍ତର୍ଜାତୀୟ କ୍ରିକେଟର...

ଭଲିବଲ ଟୁର୍ନାମେଣ୍ଟ ଆରମ୍ଭ: ପ୍ରଥମ ମ୍ୟାଚ୍‌ରେ ବ୍ରହ୍ମପୁର ବିଜୟୀ

ଦିଗପହଣ୍ଡି,୨୮।୧୨: ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ ରବିବାର ଉଦ୍‌ଘାଟିତ ହୋଇଯାଇଛି। ଖେମୁଣ୍ଡି ସ୍ପୋର୍ଟି କ୍ଲବ ଆନୁକୂଲ୍ୟରେ...

ଭୁବନେଶ୍ବର ପରେ କଟକରେ ବିଜେଡି ମେଳି, ନାଁ ଧରି ଅସନ୍ତୋଷ ଝାଡ଼ିଲେ ଦେବାଶିଷ ସାମନ୍ତରାୟ

କଟକ,୨୮ା୧୨: ବିଜେଡି ନେତାଙ୍କର ମେଳି ପରେ ମେଳିର ଫଟୋ ସାମ୍ନାକୁ ଆସୁଛି । ବିଜେଡି ନେତାଙ୍କ ଘନ ଘନ ମେଳିକୁ ନେଇ ରାଜନୈତିକ ଚର୍ଚ୍ଚା ବଢ଼ିବାରେ...

ୟୁକ୍ରେନ୍‌କୁ ବଡ଼ ଚେତାବନୀ ଦେଲେ ପୁଟିନ୍‌

ମସ୍କୋ,୨୮ା୧୨: ରୁଷିଆ-ୟୁକ୍ରେନ୍‌ ଯୁଦ୍ଧକୁ ୪ ବର୍ଷ ପୂରିବାକୁ ଯାଉଛି। ଏହାର ପରିସମାପ୍ତି ପାଇଁ ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କୁ ଫ୍ଲୋରିଡ଼ାରେ...

ମଇଁଷିର କ୍ଷୀରରେ ତିଆରି ହେଲା ରାଇତା.. ଏବେ ରାବିଜ ଟିକା ପାଇଁ ହସ୍ପିଟାଲରେ ପୁରା ଗ୍ରାମବାସୀ, ଜାଣନ୍ତୁ କାରଣ

ନୂଆଦିଲ୍ଲୀ,୨୮ା୧୨:  ଉତ୍ତର ପ୍ରଦେଶର ବଦାଉନରୁ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। କୁକୁର କାମୁଡ଼ାରେ ମୃତ୍ୟୁବରଣ କରିଥିବା ଏକ ମଇଁଷି ଏବେ ସମଗ୍ର ଗାଁ ପାଇଁ...

ବରଗଡ଼ ଧନୁଯାତ୍ରା: ପରିବହନ ବିଭାଗ ଉପରେ ଲଗାଇଲେ ୧୨ ଲକ୍ଷ ଜରିମାନା କଲେ କଂସ ମହାରାଜା

ବରଗଡ଼,୨୮ା୧୨: ବିଶ୍ୱର ସର୍ବବୃହତ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରାରେ ମହାରାଜା କଂସଙ୍କ ଶାସନ ଜାରି ରହିଛି। ନିଜର ନଗର ପରିକ୍ରମା ସମୟରେ ମହାରାଜା ବରଗଡ଼ ସରକାରୀ...

ପାଟପୁରରେ କଂଗ୍ରେସର ପ୍ରତିଷ୍ଠା ଦିବସ ପାଳିତ, ସଙ୍ଗଠନ ସୁଦୃଢ ପାଇଁ ଆହ୍ବାନ ଦେଲେ ବିଧାୟକ

ଦିଗପହଣ୍ଡି,୨୮|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ସାରଙ୍ଗ ପଡିଆ ଠାରେ ରବିବାର ଭାରତୀୟ ଜାତୀୟ କଂଗ୍ରେସ ଦଳର ୧୪୦ ତମ ପ୍ରତିଷ୍ଠା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri