Posted inଜାତୀୟ

ପୂର୍ବତନ ପ୍ରତିରକ୍ଷା ସଚିବଙ୍କ ବିରୋଧରେ ଚାର୍ଜଶିଟ୍‌

ନୂଆଦିଲ୍ଲୀ,୧୭।୩ : ବହୁଚର୍ଚ୍ଚିତ ୩,୭୦୦ କୋଟି ଟଙ୍କାର ଅଗୁସ୍ତା ଓ୍ବେଷ୍ଟଲ୍ୟାଣ୍ଡ ଭିଭିଆଇପି ହେଲିକପ୍ଟର କିଣା ଦୁର୍ନୀତିର ତଦନ୍ତ କରୁଥିବା କେନ୍ଦ୍ରୀୟ ତଦନ୍ତକାରୀ ଟିମ୍‌ (ସିବିଆଇ) ବୁଧବାର ପୂର୍ବତନ ପ୍ରତିରକ୍ଷା ସଚିବ ତଥା ପୂର୍ବତନ ସିଏଜି ଶଶୀକାନ୍ତ ଶର୍ମା ଏବଂ ଭାରତୀୟ ବାୟୁସେନାର କେତେଜଣ ଅବସରପ୍ରାପ୍ତ ଅଧିକାରୀଙ୍କ ବିରୋଧରେ ଅତିରିକ୍ତ ଚାର୍ଜଶିଟ୍‌ ଦାଖଲ କରିଛି। ହେଲିକପ୍ଟର କିଣା ଚୁକ୍ତିନାମାରେ ଲାଞ୍ଚ କାରବାର ସହ ସମ୍ପୃକ୍ତ ଶର୍ମାଙ୍କ ବିରୋଧରେ ମୋକଦ୍ଦମା ଚଳାଇବାକୁ ସିବିଆଇ ସରକାରଙ୍କୁ ଅନୁମତି ମାଗିଥିଲା। ଅନୁମତି ମିଳିବା ପରେ ତାଙ୍କ ବିରୋଧରେ ଅତିରିକ୍ତ ଚାର୍ଜଶିଟ୍‌ ଦାଖଲ ହୋଇଛି। ଶର୍ମା ୨୦୧୧ରୁ ୨୦୧୩ ମଧ୍ୟରେ ପ୍ରତିରକ୍ଷା ସଚିବ ରହିଥିଲେ। ଏହା ପରେ ୨୦୧୩ରୁ ୨୦୧୭ ତାଙ୍କୁ କମ୍ପ୍‌ଟ୍ରୋଲର ଆଣ୍ଡ୍‌ ଅଡିଟର ଜେନେରାଲ (ସିଏଜି) ନିଯୁକ୍ତ କରାଯାଇଥିଲା। ଶର୍ମାଙ୍କ ବ୍ୟତୀତ ଚାର୍ଜଶିଟ୍‌ରେ ତତ୍କାଳୀନ ଏୟାର ଭାଇସ୍‌ ମାର୍ଶାଲ ଯଶବୀର ସିଂ ପାନେସାର, ଉପମୁଖ୍ୟ ଟେଷ୍ଟ ପାଇଲଟ୍‌ ଏସ୍‌.ଏ. କୁନ୍ତେ, ତତ୍କାଳୀନ ଓ୍ବିଙ୍ଗ୍‌ କମାଣ୍ଡର ଥୋମା ମାଥ୍ୟୁ ଏବଂ ଗ୍ରୁପ୍‌ କ୍ୟାପ୍‌ଟେନ୍‌ ଏନ୍‌. ସନ୍ତୋଷଙ୍କ ନାଁ ରହିଛି। କୁନ୍ତେ ଏବଂ ସନ୍ତୋଷ ଏୟାର କମୋଡର ଭାବେ ଅବସର ଗ୍ରହଣ କରିଥିଲେ।
ଅଗୁସ୍ତା ଓ୍ବେଷ୍ଟଲ୍ୟାଣ୍ଡ କମ୍ପାନୀରୁ ୧୨ଟି ଭିଭିଆଇପି ହେଲିକପ୍ଟର କ୍ରୟ ନିମନ୍ତେ ଡିଲ୍‌ ଚୂଡ଼ାନ୍ତ କରିବା ଲାଗି ବ୍ୟାପକ ଲାଞ୍ଚ କାରବାର ଅଭିଯୋଗ ହୋଇଥିଲା। ଏଥିରେ ପୂର୍ବତନ ପ୍ରତିରକ୍ଷା ସଚିବ ସମ୍ପୃକ୍ତ ଥିବା ଜଣାପଡ଼ିବା ପରେ ୨୦୨୦ରେ ସିବିଆଇ ତଦନ୍ତ ଆଗେଇବା ନେଇ ସମ୍ପୃକ୍ତ ମନ୍ତ୍ରଣାଳୟର ଅନୁମତି ଚାହିଁଥିଲା। ୨୦୧୬ରେ ସିବିଆଇର ଏକ ସ୍ବତନ୍ତ୍ର ଟିମ୍‌ ଏହି ଦୁର୍ନୀତି ମାମଲାର ତଦନ୍ତ ଦାୟିତ୍ୱ ନେବା ପରେ ୨୦୧୭ ସେପ୍ଟେମ୍ବର ୧ରେ ପୂର୍ବତନ ଏୟାର ଚିଫ୍‌ ମାର୍ଶାଲ ଏସ୍‌.ପି. ତ୍ୟାଗୀ ଓ ଅନ୍ୟ ୧୧ ଜଣଙ୍କ ବିରୋଧରେ ପ୍ରଥମ ଚାର୍ଜଶିଟ୍‌ ଦାଖଲ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ସରକାରଙ୍କ ନୂଆ ନିର୍ଦ୍ଦେଶ: ତେଲ-ଗ୍ୟାସ ବ୍ୟବହାର କରୁଥିବା କମ୍ପାନୀଗୁଡ଼ିକୁ କରିବାକୁ ପଡିବ ଏହି କାମ

ନୂଆଦିଲୀ,୨୦।୩: ପଶ୍ଚିମ ଏସିଆରେ ସଂଘର୍ଷ ଯୋଗୁ ସୃଷ୍ଟି ହୋଇଥିବା ବିଶ୍ୱ ଶକ୍ତି ସଙ୍କଟ ମଧ୍ୟରେ, ସରକାର ଦେଶ ମଧ୍ୟରେ ଅତ୍ୟାବଶ୍ୟକୀୟ ସାମଗ୍ରୀ ଆଇନ ଲାଗୁ କରିଛନ୍ତି। ଏହି…

ଯୁଦ୍ଧ ମଧ୍ୟରେ ଆଡଭାଇଜରି ଜାରି କଲା DGCA: ଏହି ୯ଟି ଦେଶର ଆକାଶମାର୍ଗରେ ଯାତ୍ରା ନ କରିବାକୁ ପରାମର୍ଶ

ନୂଆଦିଲ୍ଲୀ,୨୦ା୩: ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (DGCA) ଯୁଦ୍ଧଗ୍ରସ୍ତ ଉପସାଗରୀୟ ଅଞ୍ଚଳରେ ୯ଟି ଦେଶର ଆକାଶମାର୍ଗକୁ ଏଡ଼ାଇବା ପାଇଁ ପରାମର୍ଶ ଦେଇଛି। ଏହି ଅଞ୍ଚଳରେ ଚାଲିଥିବା ସଂଘର୍ଷ…

ହର୍ମୁଜ ପ୍ରଣାଳୀକୁ ପୁନଃ ଖୋଲିବାରେ ସାହାଯ୍ୟ କରିବେ ଛଅଟି ଦେଶ; ବିଶ୍ୱ ସାରାରେ ଖାଦ୍ୟ ସଙ୍କଟ ତୀବ୍ର ହୋଇପାରେ

ତେହାରାନ,୨୦।୩: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ଦିନକୁ ଦିନ ଭୟଙ୍କର ହେବାରେ ଲାଗିଛି। ଆମେରିକା ଏବଂ ଇସ୍ରାଏଲର ଭୟଙ୍କର ଆକ୍ରମଣରୁ ପୂର୍ବରୁ ଜଳୁଥିବା ଏକ ମୋର୍ଚ୍ଚାରେ, ଇରାନ…

ଯୁଦ୍ଧ ଭିତରେ ଖସିଲା ସୁନାଦର; ଦେଢଲକ୍ଷରୁ ତଳକୁ ଖସିଲା ଭରିଏ ସୁନାର ମୂଲ୍ୟ!

ନୂଆଦିଲ୍‌ଲୀ,୨୦।୩: ଖସିଲା ସୁନା, ରୁପା ଦର । ସପ୍ତାହକ ମଧ୍ୟରେ ୨୦ ହଜାର ଟଙ୍କା ଖସିଲାଣି ସୁନା ଦର । ଦେଢ଼ ଲକ୍ଷରୁ ତଳକୁ ଖସିଲା ଭରିଏ…

ବଢିଲା ଭାରତ-ଚାଇନା ସମେତ ଅନେକ ଦେଶର ଟେନସନ, ୫ ବର୍ଷ ପର୍ଯ୍ୟନ୍ତ ଗ୍ୟାସ ସପ୍ଲାଇ ଉପରେ ପଡ଼ିବ ପ୍ରଭାବ

ଦୋହା/ନୂଆଦିଲ୍ଲୀ,୨୦।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ, ଇରାନ କେବଳ ଇସ୍ରାଏଲ ଏବଂ ଆମେରିକା ବିରୁଦ୍ଧରେ ଆକ୍ରମଣ ଆରମ୍ଭ କରୁନାହିଁ ବରଂ ଉପସାଗରୀୟ ରାଷ୍ଟ୍ରଗୁଡ଼ିକୁ ମଧ୍ୟ ଟାର୍ଗେଟ କରୁଛି।…

ଆଫଗାନିସ୍ତାନକୁ ଯୁଦ୍ଧରେ ସାହାଯ୍ୟ କରୁଛି ଭାରତ! ପାକିସ୍ତାନ ଆଣିଲା ସାଂଘାତିକ ଅଭିଯୋଗ…

ନୂଆଦିଲ୍‌ଲୀ,୨୦।୩: ଆଫଗାନିସ୍ତାନରେ ତାଲିବାନର ସର୍ୱୋଚ୍ଚ ନେତା ହିବାତୁଆଲ୍ଲାହ ଆଖୁନ୍ଦଜାଦା ପାକିସ୍ତାନ ସମ୍ପର୍କରେ ଏକ ଅତ୍ୟନ୍ତ କଠୋର ଏବଂ ସ୍ପଷ୍ଟ ବାର୍ତ୍ତା ଦେଇଛନ୍ତି। ଇଦ-ଉଲ-ଫିତର ଅବସରରେ କାନ୍ଦାହାରର ଇଦଗାହରେ…

ପ୍ରସ୍ତାବିତ ମେଗା ଷ୍ଟିଲ୍‌ପ୍ଲାଣ୍ଟ ପାଇଁ ଗ୍ରାମସଭା ଚାଲିଥିବାବେଳେ ଧସ୍ତାଧସ୍ତି, ଏକର ପିଛା ଏତିକି କୋଟି ଦାବି କରି…

ପାଟଣା,୨୦ା୩(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ତହସିଲ ଅଞ୍ଚଳରେ ପ୍ରସ୍ତାବିତ ମେଗା ଷ୍ଟିଲ୍‌ ପ୍ଲାଣ୍ଟ୍‌ ପ୍ରତିଷ୍ଠା ପାଇଁ ଶୁକ୍ରବାର ଚେମଣା ପଞ୍ଚାୟତ ଧନୁର୍ଜୟପୁର ଗ୍ରାମ ସ୍କୁଲ ପଡ଼ିଆରେ…

ବିଶ୍ୱର ସବଠୁ ଖୁସି ଦେଶ କିଏ ଜାଣନ୍ତି: ଏହି ସ୍ଥାନରେ ଅଛି ଭାରତ

ଲଣ୍ଡନ,୨୦ା୩:ଫିନ୍‌ଲାଣ୍ଡ ବିଶ୍ୱର ସବୁଠୁ ସୁଖୀ ରାଷ୍ଟ୍ର ଭାବେ ନିଜର ମାନ୍ୟତା ବଜାୟ ରଖିଛି। କ୍ରମାଗତ ଭାବେ ୯ମ ଥର ପାଇଁ ବିଶ୍ୱର ସବୁଠୁ ସୁଖୀ ରାଷ୍ଟ୍ର ସୂଚୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri