Posted inଫୁରସତ

ଚରଣଙ୍କୁ ପରିଚୟ ଦେଇଛି କାଗଜ ମୁଖା

ଖୋର୍ଦ୍ଧା ଜିଲାର ବେଗୁନିଆ ବ୍ଲକ ଅନ୍ତର୍ଗତ କରଡ଼ ଗାଡ଼ିଆ ଗାଁ। ଏହି ଗାଁ କାଗଜମୁଖା ହସ୍ତଶିଳ୍ପ ପାଇଁ ବେଶ୍‌ ପ୍ରସିଦ୍ଧି ରହିଛି। ଏହି ଗାଁରେ ଥିବା କେତୋଟି ମୁଖା ତିଆରି ପରିବାର ମଧ୍ୟରେ ଶିଳ୍ପୀ ଚରଣ ମହାପାତ୍ରଙ୍କ ପରିବାର ଅନ୍ୟତମ। ଚରଣ ମହାପାତ୍ରଙ୍କ ବୟସ ପ୍ରାୟ ୬୭ ହେବ। ପିତା ଗଦାଧର ମହାପାତ୍ର ବି ଏହି କାଗଜ ମୁଖା କାମ କରୁଥିଲେ। ତାଙ୍କ ଦ୍ୱାରା ଅନୁପ୍ରାଣିତ ହୋଇ ଚରଣ ମଧ୍ୟ ସେହି କଳାକୁ ଆପଣେଇଲେ। ଚରଣ କୁହନ୍ତି,‘ଆମର ପୂର୍ବପୁରୁଷମାନେ ବିଭିନ୍ନ କାରୁକାର୍ଯ୍ୟ ତଥା ନାନା ପ୍ରକାରର କଳାକୃତି ତିଆରି କରୁଥିଲେ। ତେବେ ପିଲାଟି ଦିନରୁ ମୋର ଏହିସବୁ କାମ କରିବାରେ ଖୁବ୍‌ ଆଗ୍ରହ ଥିଲା। ଆସ୍ତେ ଆସ୍ତେ ବାପାଙ୍କଠାରୁ ମୁଁ ଏହି କାମ ଶିଖିଲି। ଏମିତି କି ସ୍କୁଲ ବୟସରୁ କାଗଜରେ ବିଭିନ୍ନ ଜୀବଜନ୍ତୁଙ୍କ ଚିତ୍ର ଆଙ୍କୁ ଥିଲି। ଏଇଥିରେ ସମୟ ଦେଇ ପାଠପଢାରେ ସମୟ ଦେଇପାରିଲିନି। ୭ମ ଶ୍ରେଣୀ ଯାଏ ପଢିଲି। ପରିବାରର ବଡ଼ମାନଙ୍କଠାରୁ କାରିଗରି କାମ ଶିଖୁଥାଏ। ପ୍ରତିଦିନ ଘରେ କାଗଜରେ ହସ୍ତକଳା କାରିଗରି କାମ ସବୁ ହୁଏ। ଯାହାକି ପୌରାଣିକ ଚରିତ୍ରକୁ ଆଧାର କରି ଯେମିତିକି ଲୀଳା, ସୁଆଙ୍ଗ ଓ ଗୀତିନାଟ୍ୟ ଆଦି। ବିଭିନ୍ନ ଚରିତ୍ରର ମୁହଁକୁ କାଠରେ ତିଆରି କରୁଥିଲି। ଏଥିପାଇଁ ପ୍ରଥମେ କେତେକ କାଠକୁ ସାଇଜକରି ସେଥିରେ ଚେହେରା ଆକୃତିର ଚିତ୍ର ଅଙ୍କନକରି ତା’ଉପରେ ଖୋଦେଇ କରି ସୁନ୍ଦର ସୁନ୍ଦର କଳାକୃତି ତିଆରି କରିଥାଏ। ଯାହା ଲୋକଙ୍କୁ ବେଶ୍‌ ପସନ୍ଦ ଆସୁଥିଲା କିନ୍ତୁ ଅଧିକ ଓଜନ ହେଉଥିବାରୁ ଏବେ କାଠ ପରିବର୍ତ୍ତେ ଗ୍ରାହକଙ୍କ ଅର୍ଡର ଅନୁସାରେ ଅଧିକ କାଗଜମୁଖା ତିଆରି କରାଯାଉଛି। ଏହି କାଗଜ ତିଆରି ମୁଖା ତିଆରି କରିବା ପାଇଁ ପ୍ରଥମେ ମାଟିର ମଡେଲ ତିଆରି କରାଯାଏ। ତା’ ପରେ କାଗଜ ଓ ତେନ୍ତୁଳିମଞ୍ଜିର ଅଠାକୁ ସେହି ମଡେଲ ଉପରେ ପରସ୍ତ ପରସ୍ତ ଲଗାଯାଇ ଛାଞ୍ଚ ବାହାର କରାଯାଏ। ଛାଞ୍ଚଟି ଖରାରେ ଶୁଖିଲା ପରେ ପୁଣି ତା’ ଉପରେ ତେନ୍ତୁଳିମଞ୍ଜି ଅଠା ଓ କରତଗୁଣ୍ଡରେ ପ୍ରସ୍ତୁତ ଏକପ୍ରକାର ପ୍ରଲେପ ଲଗାଯାଏ। ଏହା ପରେ କରଣି ସାହାଯ୍ୟରେ ତାକୁ ଫିନିଶିଂ କରାଯାଇ ଖରାରେ ଶୁଖାଯାଏ। ପରେ ସେହି କଳାକୃତି ଉପରେ ବାଲିକାଗଜ ଦ୍ୱାରା ପଲିସ କରାଯାଇଥାଏ। ତା’ପରେ ପୁଣି ଏକ କାଗଜ ପରସ୍ତ ଦିଆଯାଇ ଖରାରେ ଶୁଖାଯାଇ ଖଡ଼ି ବୋଳାଯାଇଥାଏ। ଏବଂ ଶେଷରେ ଚିତ୍ର ଉପଯୋଗୀ କରାଯାଇଥାଏ। କାଗଜମୁଖାର ବିଭିନ୍ନ ଆକୃତି ଓ ସାଇଜକୁ ନେଇ ଭିନ୍ନଭିନ୍ନ ମୂଲ୍ୟରେ ବିକ୍ରି କରାଯାଇଥାଏ। ସାଧାରଣତଃ ଗୋଟିଏ କାଗଜମୁଖାର ଦାମ୍‌ ପ୍ରାୟ ୫୦ଟଙ୍କାରୁ ଆରମ୍ଭକରି ୩ହଜାର ଟଙ୍କା ଯାଏ ବିକ୍ରି ହୋଇଥାଏ। ଜଣେ କାରିଗର ଚାହିଁଲେ ଏହି କାଗଜମୁଖା ତିଆରି କରି ମାସକୁ ୧୫ହଜାରରୁ ୨୫ହଜାର ଟଙ୍କା ରୋଜଗାର କରିପାରିବେ। ଆମ ପରିବାରର ସମସ୍ତେ କଳାକାରିଗରିକୁ ନେଇ ଜୀବିକା ନିର୍ବାହ କରିଥାନ୍ତି। ଆମର ଏହି କାମପାଇଁ ଖୋର୍ଦ୍ଧାହସ୍ତଶିଳ୍ପ ସଂଗ୍ରହାଳୟ, ଶ୍ରୀହଟକେଶ୍ୱର ମକର ମହୋତ୍ସବ ସମେତ କେତେକ ଅନୁଷ୍ଠାନରୁ ପୁରସ୍କୃତ ଓ ସମ୍ମାନିତ ହୋଇଛୁ। ଏହି କାରିଗରି ଆଜି ଆମ ପରିବାରର ପରିଚୟ ପାଲଟିଛି।
– ବନବିହାରୀ


Enter your email to get our daily news in your inbox.

All Right Reserved By Dharitri.Com

ସକାଳର ପ୍ରଥମ କିରଣ ଛୁଇଁଥିଲା ଶ୍ରୀସୂର୍ଯ୍ୟଙ୍କ ବିଗ୍ରହଙ୍କୁ…

କୋଶୋଦାସର ଶ୍ରୀପଦ୍ମକେଶର ମନ୍ଦିର ଆକ୍ରମଣର ସବିଶେଷ ଇତିହାସ ଆଲୋଚନା ଆଢ଼ୁଆଳରେ ଅଛି। ଆମେ କେବଳ ଗତ ସଂଖ୍ୟାରେ ସୂଚନା ଦେଇଥିଲୁ। ଅନୁସନ୍ଧାନ ଆମର ନୀରବ ହୋଇନାହିଁ। ଶ୍ରୀପଦ୍ମକେଶର…

ସାପ ଲାଞ୍ଜକୁ ଧରି ଦଉଡ଼ି ପରି ଘୂରାଉଥିଲେ ଯୁବକ, ହଠାତ୍‌ ଘଟିଲା ଏମିତି…

ସାପର ନାଁ ଶୁଣିଲେ ସମସ୍ତଙ୍କୁ ଡର ଲାଗେ। ଏହାର ନାଁ ଶୁଣିଲେ ସବୁଠାରୁ ସାହସୀ ମଣିଷ ମଧ୍ୟ ଭୟରେ ଥରି ଉଠେ। ଯଦି ଜଣେ ଯୁବକ ସେହି…

ବିଶ୍ୱର ଏହି ଦେଶ ପାଖରେ ରହିଛି ସବୁଠୁ ଘାତକ ବାୟୁସେନା, ଜାଣନ୍ତୁ କେଉଁ ସ୍ଥାନରେ ରହିଛି ଭାରତ…

ବିଶ୍ୱରେ ବଢ଼ୁଥିବା ଭୂରାଜନୈତିକ ଉତ୍ତେଜନା ଯେପରିକି ୟୁକ୍ରେନ ସଙ୍କଟ ଏବଂ ମଧ୍ୟପ୍ରାଚ୍ୟର ପରିସ୍ଥିତି, ସାମରିକ ଖର୍ଚ୍ଚ ରେକର୍ଡ ସ୍ତରରେ ପହଞ୍ଚିବାରେ ଲାଗିଛି। ଷ୍ଟକହୋମ୍‌ ଇଣ୍ଟରନ୍ୟାଶନାଲ ପିସ୍‌ ରିସର୍ଚ୍ଚ…

ଜାଣନ୍ତି କି ପାଇପ୍‌ଲାଇନ୍‌ ଗ୍ୟାସ୍‌ କେଉଁଠାରୁ ଆସେ? କେମିତି ଆସି ସିଧାସଳଖ ପହଞ୍ଚୁଛି ରୋଷେଇ ଘରେ…

ନୂଆଦିଲ୍ଲୀ,୨୯ା୩: ଦେଶର ଲୋକମାନେ ବର୍ଦ୍ଧିତ ଗ୍ୟାସ୍‌ ଦର ଏବଂ ସିଲିଣ୍ଡର ପାଇଁ ହଇରାଣ ହରକତ ହେଉଥିବାରୁ ଏବେ PNG (ପାଇପ୍‌ ନାଚୁରାଲ୍‌ ଗ୍ୟାସ୍‌) ଆଡ଼କୁ ମୁହାଁଇଛନ୍ତି। ଆଜି…

ଦୁନିଆର ଏମିତି ଏକ ମନ୍ଦିର, ଯେଉଁଠି ରାଜା ରାମଙ୍କୁ ଗାର୍ଡ ଅଫ ଅନର ଦିଅନ୍ତି ପୋଲିସ, ରାଜକୀୟ ନିୟମ ଅନୁସାରେ…

ଭାରତରେ ଏମିତି ଏକ ସହର ଅଛି, ଦେବତାଙ୍କୁ ମନ୍ଦିରରେ ନୁହେଁ ବରଂ ରାଜକୀୟ ଆଡ଼ମ୍ବର ଏବଂ ମହିମା ସହିତ ଏକ ପ୍ରାସାଦରେ ପୂଜା କରାଯାଏ। ଏଠାରେ ପରମ୍ପରା…

ରୋଜଗାରର ପହିଲି ପୁଲକ ପାଇଥିଲି ବାପାଙ୍କ ଖୁସିରୁ: ନଳିନୀକାନ୍ତ ନାୟକ ନିଜ ପ୍ରଥମ ରୋଜଗାର ସମ୍ପର୍କରେ ଯାହା କୁହନ୍ତି …

ଦୀର୍ଘ ବର୍ଷର ବ୍ୟବଧାନ ପରେ ଯେତେବେଳେ ନିଜ ପ୍ରଥମ ରୋଜଗାର ବିଷୟରେ କିଛି ଲେଖିବାକୁ ଯାଉଛି, ମୁଁ ବେଶ୍‌ ଭାବପ୍ରବଣ ହୋଇ ପଡୁଛି। ମୋ ପିଲାଦିନ କଟିଗଲା…

ଘର-ଘର LPG ସିଲିଣ୍ଡର ପହଞ୍ଚାଉଥିବା ବ୍ୟକ୍ତି ମାସକୁ କରନ୍ତି ୭୦ହଜାର ଟଙ୍କା ଯାଏ ରୋଜଗାର! କମିଶନ ବିଷୟରେ ଜାଣିଲେ ହୋଇଯିବେ ତାଜୁବ

ଏଲପିଜି ସିଲିଣ୍ଡର ଡେଲିଭରି କରୁଥିବା ବ୍ୟକ୍ତି କେତେ ରୋଜଗାର କରନ୍ତି? ଏଠାରେ ସେମାନଙ୍କର କମିଶନ ଏବଂ ମାସିକ ଆୟର ସମ୍ପୂର୍ଣ୍ଣ ବିବରଣୀ ଦିଆଯାଇଛି। ସାମ୍ପ୍ରତିକ ଦିନଗୁଡ଼ିକରେ, ଏଲପିଜି…

ଯୁଦ୍ଧ ଭିତରେ ବାବା ଭେଙ୍ଗାଙ୍କ ବଡ଼ ଭବିଷ୍ୟବାଣୀ: ଭାରତ ଉପରେ ପଡିବ ସାଂଘାତିକ ପ୍ରଭାବ!

ବୁଲଗେରିଆର ରହସ୍ୟମୟୀ ବାବା ଭେଙ୍ଗାଙ୍କ (Baba Vanga) ୨୦୨୬ ପାଇଁ ଯେଉଁ ଭବିଷ୍ୟବାଣୀ ଏବେ ତାହା ସତ ହେବାରେ ଲାଗିଛି! ବିଶେଷ କରି ଆମେରିକା, ଇସ୍ରାଏଲ ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri