Posted inଫୁରସତ

ଚରଣଙ୍କୁ ପରିଚୟ ଦେଇଛି କାଗଜ ମୁଖା

ଖୋର୍ଦ୍ଧା ଜିଲାର ବେଗୁନିଆ ବ୍ଲକ ଅନ୍ତର୍ଗତ କରଡ଼ ଗାଡ଼ିଆ ଗାଁ। ଏହି ଗାଁ କାଗଜମୁଖା ହସ୍ତଶିଳ୍ପ ପାଇଁ ବେଶ୍‌ ପ୍ରସିଦ୍ଧି ରହିଛି। ଏହି ଗାଁରେ ଥିବା କେତୋଟି ମୁଖା ତିଆରି ପରିବାର ମଧ୍ୟରେ ଶିଳ୍ପୀ ଚରଣ ମହାପାତ୍ରଙ୍କ ପରିବାର ଅନ୍ୟତମ। ଚରଣ ମହାପାତ୍ରଙ୍କ ବୟସ ପ୍ରାୟ ୬୭ ହେବ। ପିତା ଗଦାଧର ମହାପାତ୍ର ବି ଏହି କାଗଜ ମୁଖା କାମ କରୁଥିଲେ। ତାଙ୍କ ଦ୍ୱାରା ଅନୁପ୍ରାଣିତ ହୋଇ ଚରଣ ମଧ୍ୟ ସେହି କଳାକୁ ଆପଣେଇଲେ। ଚରଣ କୁହନ୍ତି,‘ଆମର ପୂର୍ବପୁରୁଷମାନେ ବିଭିନ୍ନ କାରୁକାର୍ଯ୍ୟ ତଥା ନାନା ପ୍ରକାରର କଳାକୃତି ତିଆରି କରୁଥିଲେ। ତେବେ ପିଲାଟି ଦିନରୁ ମୋର ଏହିସବୁ କାମ କରିବାରେ ଖୁବ୍‌ ଆଗ୍ରହ ଥିଲା। ଆସ୍ତେ ଆସ୍ତେ ବାପାଙ୍କଠାରୁ ମୁଁ ଏହି କାମ ଶିଖିଲି। ଏମିତି କି ସ୍କୁଲ ବୟସରୁ କାଗଜରେ ବିଭିନ୍ନ ଜୀବଜନ୍ତୁଙ୍କ ଚିତ୍ର ଆଙ୍କୁ ଥିଲି। ଏଇଥିରେ ସମୟ ଦେଇ ପାଠପଢାରେ ସମୟ ଦେଇପାରିଲିନି। ୭ମ ଶ୍ରେଣୀ ଯାଏ ପଢିଲି। ପରିବାରର ବଡ଼ମାନଙ୍କଠାରୁ କାରିଗରି କାମ ଶିଖୁଥାଏ। ପ୍ରତିଦିନ ଘରେ କାଗଜରେ ହସ୍ତକଳା କାରିଗରି କାମ ସବୁ ହୁଏ। ଯାହାକି ପୌରାଣିକ ଚରିତ୍ରକୁ ଆଧାର କରି ଯେମିତିକି ଲୀଳା, ସୁଆଙ୍ଗ ଓ ଗୀତିନାଟ୍ୟ ଆଦି। ବିଭିନ୍ନ ଚରିତ୍ରର ମୁହଁକୁ କାଠରେ ତିଆରି କରୁଥିଲି। ଏଥିପାଇଁ ପ୍ରଥମେ କେତେକ କାଠକୁ ସାଇଜକରି ସେଥିରେ ଚେହେରା ଆକୃତିର ଚିତ୍ର ଅଙ୍କନକରି ତା’ଉପରେ ଖୋଦେଇ କରି ସୁନ୍ଦର ସୁନ୍ଦର କଳାକୃତି ତିଆରି କରିଥାଏ। ଯାହା ଲୋକଙ୍କୁ ବେଶ୍‌ ପସନ୍ଦ ଆସୁଥିଲା କିନ୍ତୁ ଅଧିକ ଓଜନ ହେଉଥିବାରୁ ଏବେ କାଠ ପରିବର୍ତ୍ତେ ଗ୍ରାହକଙ୍କ ଅର୍ଡର ଅନୁସାରେ ଅଧିକ କାଗଜମୁଖା ତିଆରି କରାଯାଉଛି। ଏହି କାଗଜ ତିଆରି ମୁଖା ତିଆରି କରିବା ପାଇଁ ପ୍ରଥମେ ମାଟିର ମଡେଲ ତିଆରି କରାଯାଏ। ତା’ ପରେ କାଗଜ ଓ ତେନ୍ତୁଳିମଞ୍ଜିର ଅଠାକୁ ସେହି ମଡେଲ ଉପରେ ପରସ୍ତ ପରସ୍ତ ଲଗାଯାଇ ଛାଞ୍ଚ ବାହାର କରାଯାଏ। ଛାଞ୍ଚଟି ଖରାରେ ଶୁଖିଲା ପରେ ପୁଣି ତା’ ଉପରେ ତେନ୍ତୁଳିମଞ୍ଜି ଅଠା ଓ କରତଗୁଣ୍ଡରେ ପ୍ରସ୍ତୁତ ଏକପ୍ରକାର ପ୍ରଲେପ ଲଗାଯାଏ। ଏହା ପରେ କରଣି ସାହାଯ୍ୟରେ ତାକୁ ଫିନିଶିଂ କରାଯାଇ ଖରାରେ ଶୁଖାଯାଏ। ପରେ ସେହି କଳାକୃତି ଉପରେ ବାଲିକାଗଜ ଦ୍ୱାରା ପଲିସ କରାଯାଇଥାଏ। ତା’ପରେ ପୁଣି ଏକ କାଗଜ ପରସ୍ତ ଦିଆଯାଇ ଖରାରେ ଶୁଖାଯାଇ ଖଡ଼ି ବୋଳାଯାଇଥାଏ। ଏବଂ ଶେଷରେ ଚିତ୍ର ଉପଯୋଗୀ କରାଯାଇଥାଏ। କାଗଜମୁଖାର ବିଭିନ୍ନ ଆକୃତି ଓ ସାଇଜକୁ ନେଇ ଭିନ୍ନଭିନ୍ନ ମୂଲ୍ୟରେ ବିକ୍ରି କରାଯାଇଥାଏ। ସାଧାରଣତଃ ଗୋଟିଏ କାଗଜମୁଖାର ଦାମ୍‌ ପ୍ରାୟ ୫୦ଟଙ୍କାରୁ ଆରମ୍ଭକରି ୩ହଜାର ଟଙ୍କା ଯାଏ ବିକ୍ରି ହୋଇଥାଏ। ଜଣେ କାରିଗର ଚାହିଁଲେ ଏହି କାଗଜମୁଖା ତିଆରି କରି ମାସକୁ ୧୫ହଜାରରୁ ୨୫ହଜାର ଟଙ୍କା ରୋଜଗାର କରିପାରିବେ। ଆମ ପରିବାରର ସମସ୍ତେ କଳାକାରିଗରିକୁ ନେଇ ଜୀବିକା ନିର୍ବାହ କରିଥାନ୍ତି। ଆମର ଏହି କାମପାଇଁ ଖୋର୍ଦ୍ଧାହସ୍ତଶିଳ୍ପ ସଂଗ୍ରହାଳୟ, ଶ୍ରୀହଟକେଶ୍ୱର ମକର ମହୋତ୍ସବ ସମେତ କେତେକ ଅନୁଷ୍ଠାନରୁ ପୁରସ୍କୃତ ଓ ସମ୍ମାନିତ ହୋଇଛୁ। ଏହି କାରିଗରି ଆଜି ଆମ ପରିବାରର ପରିଚୟ ପାଲଟିଛି।
– ବନବିହାରୀ


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱର ସବୁଠୁ ମହଙ୍ଗା ଫଳ: ମୂଲ୍ୟ ଜାଣିଲେ ଉଡିଯିବ ହୋଶ୍‌

ସାଧାରଣତଃ ମହଙ୍ଗା ଜିନିଷ କିଣିବାକୁ ହେଲେ ଲୋକେ ବିଳାସପୂର୍ଣ୍ଣ କାର, ସୁନା ଏବଂ ହୀରା ବିଷୟରେ ଚିନ୍ତା କରନ୍ତି। କିନ୍ତୁ ଜାପାନରେ ଏକ ତରଭୁଜ ଅଛି,...

ଏପରି ଗାଁ, ଯେଉଁଠି କାହା ଘରେ ନାହିଁ ରୋଷେଇ ଘର: ଖାଇବା ଶୈଳୀ ଜାଣିଲେ ଉଡ଼ିଯିବ ହୋଶ୍‌

ଶତାବ୍ଦୀ ଧରି ଭାରତୀୟ ଗ୍ରାମଗୁଡ଼ିକ ସେମାନଙ୍କର ସରଳତା ଏବଂ ପରମ୍ପରା ପାଇଁ ଜଣାଶୁଣା। ସମୟ ବଦଳିଛି ଏବଂ ସୁବିଧାସୁଯୋଗ ବୃଦ୍ଧି ପାଇଛି। କିନ୍ତୁ ଆଜି ମଧ୍ୟ...

Post Officeର ଜବରଦସ୍ତ ସ୍କିମ୍‌: ମାସିକ ୫୫୫୦ ଟଙ୍କା ରୋଜଗାର ଗ୍ୟାରେଣ୍ଟି

ପୋଷ୍ଟ ଅଫିସ ଗ୍ରାହକମାନଙ୍କ ପାଇଁ ବିଭିନ୍ନ ପ୍ରକାରର ସଞ୍ଚୟ ଯୋଜନା ପ୍ରଦାନ କରେ। ପୋଷ୍ଟ ଅଫିସ ଏକ ଉଲ୍ଲେଖନୀୟ ଯୋଜନା ହେଉଛି, ମାସିକ ଆୟ ଯୋଜନା...

ବ୍ୟକ୍ତିଙ୍କୁ ଏମିତି ଆକ୍ରମଣ କଲା ବିଶାଳକାୟ ଅଜଗର, ଭିଡିଓ ଦେଖିଲେ…

ସାପକୁ ସାମ୍ନା କରିବା କିମ୍ବା ବୀରତ୍ୱପୂର୍ଣ୍ଣ ସାହସ ପ୍ରଦର୍ଶନ କରିବା ପ୍ରାୟତଃ ଘାତକ ସାବ୍ୟସ୍ତ ହୋଇଥାଏ। ତେଣୁ ଅଧିକାଂଶ ଲୋକ ସାପଠାରୁ ଦୂରେଇ ରହିବାକୁ ପସନ୍ଦ...

ମାତ୍ର ୫ ହଜାର ଟଙ୍କାରେ ଆରମ୍ଭ କରନ୍ତୁ ଏହି ବ୍ୟବସାୟ: ପ୍ରଥମ ଦିନରୁ ଲାଭ ହିଁ ଲାଭ…

ନୂଆଦିଲ୍ଲୀ,୧୨।୧୨: ଅନେକ ଲୋକ ଚାକିରି ଛାଡି ନିଜର ବ୍ୟବସାୟ ଆରମ୍ଭ କରିବାକୁ ଯୋଜନା କରୁଛନ୍ତି। ତଥାପି, ଅନେକ ଲୋକ ପାଣ୍ଠି ଅଭାବରୁ ଏହା କରିପାରୁ ନାହାଁନ୍ତି।...

କିଏ ଅଧିକ ପଢିଛନ୍ତି ରାହୁଲ ନା ପ୍ରିୟଙ୍କା: ଜାଣିଲେ ହେବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୧୧।୧୨: ଗାନ୍ଧୀ ପରିବାର ଭାରତୀୟ ରାଜନୀତିରେ ସବୁଠାରୁ ଚର୍ଚ୍ଚିତ ପରିବାର ମଧ୍ୟରୁ ଗୋଟିଏ। ବର୍ତ୍ତମାନ ଏହି ପରିବାରର ଦୁଇ ପ୍ରମୁଖ ବ୍ୟକ୍ତି, ରାହୁଲ ଗାନ୍ଧୀ ଏବଂ...

ଫ୍ରିଜ୍‌ରେ ଅଣ୍ଡା ରଖିଲେ ପଚିଯାଏ ନା ସତେଜ ରହେ, ପ୍ରକୃତ ଉତ୍ତର ଜାଣିଲେ…

ଅଣ୍ଡା ପୁଷ୍ଟିସାରର ଏକ ବଡ଼ ଉତ୍ସ, ତେଣୁ ଏହାକୁ ଅଧିକାଂଶ ଘରେ ରଖାଯାଇଥାଏ। କିନ୍ତୁ ଏହାକୁ କେଉଁଠାରେ ରଖିବେ ସେନେଇ ଚିନ୍ତାରେ ଥାନ୍ତି ଗୃହିଣୀମାନେ। ଫ୍ରିଜ୍‌ରେ...

୨୦୨୬ଆରମ୍ଭରୁ ଯୁଦ୍ଧ ନୁହେଁ ହେବ ପ୍ରଳୟ! ସଙ୍କେତ ଦେଲାଣି ଗ୍ରହ ଚଳନ, ଭାରତରେ ପଡିବ ପଡ଼ ପ୍ରଭାବ

ନୂଆଦିଲ୍ଲୀ,୧୧।୧୨: ୨୦୨୬ ହେଉଛି ଏପରି ଏକ ବର୍ଷ ଯାହାକୁ ବିଶ୍ୱ ଅଣଦେଖା କରିପାରିବ ନାହିଁ। ଅନେକ ସୀମା ଏପରି ଏକ ସମୟରେ ଆସିବ ଯେଉଁଠାରେ ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri