ଲାଗିରହିଛି ଆରୋପ ପ୍ରତ୍ୟାରୋପ

ଝାରସୁଗୁଡ଼ା ଅଫିସ/ବେଲପାହାଡ଼,୨୦ା୧୨: ଝାରସୁଗୁଡ଼ା ଜିଲାର ବ୍ରଜରାଜନଗର ଓ ବେଲପାହାଡ ପୌର ପରିଷଦ ପରିଚାଳନାକୁ ନେଇ ଏବେ ଦେଖାଦେଇଛି ଅଚଳାବସ୍ଥା। ଅଧିକାରୀ, କର୍ମଚାରୀ ଓ ଜନପ୍ରତିନିଧିଙ୍କ ମଧ୍ୟରେ ଆରୋପ ପ୍ରତ୍ୟାରୋପ ଲାଗିରହିଥିବାବେଳେ ଅନ୍ୟପଟେ ପୌରାଞ୍ଚଳରେ ଉନ୍ନୟନ କାମ ଆଗେଇ ପାରୁନାହିଁ। ସରକାର ଓ ଜିଲା ପ୍ରଶାସନ ଏଥିରେ ହସ୍ତକ୍ଷେପ କରି ଉଭୟ ପୌରପରିଷଦକୁ ସୂଚାରୁରୂପେ ପରିଚାଳନା କରିବାପାଇଁ ଦାବି ହେଉଛି।
ନବନିର୍ବାଚିତ ପ୍ରତିନିଧିଙ୍କୁନେଇ ବ୍ରଜରାଜନଗର ଓ ବେଲପାହାଡରେ କାଉନସିଲ୍‌ ବୈଠକ ଆହ୍ବାନ କରାଯାଉଛି ା ହେଲେ ବୈଠକରେ ଅଧିକାଂଶ କାଉନସିଲର ଅନୁପସ୍ଥିତ ରହୁଛନ୍ତି। କେତେବେଳେ କାଉନସିଲରମାନେ ପୌରାଧ୍ୟକ୍ଷ ଆଉ କେତେବେଳେ ପୌର ନିର୍ବାହୀ ଅଧିକାରୀଙ୍କ ନାମରେ ଅଭିଯୋଗ ଆଣୁଛନ୍ତି। ଗତ ଗୁରୁବାର ବେଲପାହାଡ ପୌର ପରିଷଦ ବୈଠକ ରହିଥିବାବେଳେ ଏଥିରେ ଉପାଧ୍ୟକ୍ଷାଙ୍କ ସମେତ ୧୩ଜଣ କାଉନସିଲର ଅନୁପସ୍ଥିତ ରହିଥିଲେ। ଫଳରେ କୋରମ ଅଭାବରୁ ପୌରାଧ୍ୟକ୍ଷ ବୈଠକ ବାତିଲ କରିଥିଲେ। ଏହାକୁ ନେଇ ଆରୋପ ପ୍ରତ୍ୟାରୋପ ହୋଇଥିଲା। ଏ ନେଇ ପୌରାଧ୍ୟକ୍ଷ ନିମାଇଁ ଚରଣ ପଣ୍ଡା ପତ୍ର ମାଧ୍ୟମରେ ମୁଖ୍ୟମନ୍ତ୍ରୀ ଓ ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ା ଅନ୍ୟପକ୍ଷେ ଉପଧ୍ୟକ୍ଷା ରୀନା ସୁନାଙ୍କ ନେତୃତ୍ୱରେ ଅସନ୍ତୁଷ୍ଟ କାଉନସିଲରମାନେ ସୋମବାର ଜିଲାପାଳଙ୍କୁ ଏକ ୫ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରିଛନ୍ତି। ଏହାର ଏକକିତା ନକଲ ବିଭାଗୀୟ ନିର୍ଦ୍ଦେଶକ, ୫-ଟି ସଚିବ, ଜିଲା ପ୍ରକଳ୍ପ ନିର୍ଦ୍ଦେଶକଙ୍କୁ ପ୍ରଦାନ କରିଛନ୍ତି। ଏଥିରେ ବେଲପାହାଡ ପୌର ପରିଷଦ କାଉନସିଲ୍‌ ବୈଠକରେ ଓଡିଶା ମ୍ୟୁନିସିପାଲ ଆକ୍ଟ ୧୯୫୦ (୭୧-(୨-ବି) ପାଳନ କରାଯାଉନାହିଁ, ପୌରାଧ୍ୟକ୍ଷଙ୍କ ମନମୁଖି କାର୍ଯ୍ୟ ଆଦି ଉଲ୍ଲେଖ ରହିଛି। ସେହିପରି ବ୍ରଜରାଜନଗର ପୌର ପରିଷଦ ପରିଚାଳନାରେ ଅବବ୍ୟସ୍ଥା ନେଇ ଉପାଧ୍ୟକ୍ଷ କ୍ରିଷ୍ଣା ଗୋପାଳ ସିତାନୀଙ୍କ ନେତୃତ୍ୱରେ ୧୩ଜଣ କାଉନସିଲର ସୋମବାର ପତ୍ର ମାଧ୍ୟମରେ ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଏହାର ନକଲ ପୌର ନିର୍ବାହୀ ଅଧିକାରୀ, ୟୁଡି ବିଭାଗ ସମ୍ପାଦକ, ୫-ଟି ସଚିବ ଆଦିଙ୍କୁ ପ୍ରଦାନ କରିଛନ୍ତି। ଅନ୍ୟପକ୍ଷେ ବେଲପାହାଡ ପୌର ପରିଷଦରେ କାର୍ଯ୍ୟରତ କର୍ମଚାରୀଙ୍କ ନାମରେ ଉପଧ୍ୟକ୍ଷା ଓ କେତେଜଣ କାଉନସିଲର ଆକ୍ଷେପ ମୂଳକ ମନ୍ତବ୍ୟ ଦେଇଛନ୍ତି। କର୍ମଚାରୀମାନେ ଏହାକୁ ନିନ୍ଦା କରିବା ସହ ଏସମ୍ପର୍କରେ ପୌରାଧ୍ୟକ୍ଷ ଓ ନିର୍ବାହୀ ଅଧିକାରୀଙ୍କୁ ଜଣାଇ ପଦକ୍ଷେପ ନେବାକୁ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

କୁରୁକୁଟି ମୌଜାରେ ଜମି ବିବାଦ ଅସମାହିତ: ଜିଲାପାଳ-ଏସପିଙ୍କ ବୁଝାଶୁଝା ସତ୍ତ୍ୱେ ହଟିଲେନି ଆନ୍ଦୋଳନକାରୀ

ଥୁଆମୂଳ ରାମପୁର, ୩ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣକୁ ନେଇ ଚାଲିଥିବା ବିବାଦ ଆଜି…

୬ ଘଣ୍ଟା ଧରି ପୂର୍ତ୍ତ ବିଭାଗ କର୍ମଚାରୀଙ୍କ ହାତଗୋଡ଼ ବାନ୍ଧି ମାଡ଼ ମାରି ଲୁଟ୍‌, ମହିଳାଙ୍କ ସମେତ ୫ଜଣଙ୍କୁ ବାନ୍ଧିଲା…

ରାୟଗଡ଼ା, ୩।୪ (ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରରେ ଜଣେ ସରକାରୀ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ମରଣାନ୍ତକ ଆକ୍ରମଣ ଓ ଲୁଟ କରିବା ଘଟଣାର ପର୍ଦ୍ଦାଫାଶ କରିଛି…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri