ଟିଡିଏସ୍‌ ନିୟମରେ ପରିବର୍ତ୍ତନ

ନୂଆଦିଲ୍ଲୀ,୬।୭ : ଆୟକର ବିଭାଗ ପକ୍ଷରୁ ଟ୍ୟାକ୍ସ ଡିଡକସନ ଆଟ ସୋର୍ସ(ଟିଡିଏସ୍‌) ନିୟମରେ ପରିବର୍ତ୍ତନ କରାଯାଇଛି। ଟିଡିଏସ୍‌ ଫର୍ମକୁ ବ୍ୟାପକ କରିବା ଲାଗି ବିଭାଗ ପକ୍ଷରୁ ଏଭଳି ନିଷ୍ପତ୍ତି ଗ୍ରହଣ କରାଯାଇଛି। ଏଥିରେ ଟିକସରେ କାଟ ନ କରିବା କ୍ଷେତ୍ରରେ ସୂଚନା ଦେବା ବାଧ୍ୟତାମୂଳକ କରାଯାଇଛି। ସେହିଭଳି ୧ କୋଟି ଟଙ୍କାରୁ ଅଧିକ ପରିମାଣର ଉଠାଣ ଉପରେ ବ୍ୟାଙ୍କଗୁଡିକୁ ଟିଡିଏସ୍‌ ରିପୋର୍ଟ ଦେବାକୁ ପଡିବ। କେନ୍ଦ୍ରୀୟ ପ୍ରତ୍ୟକ୍ଷ ଟିକସ ବୋର୍ଡ(ସିବିଡିଟି) ପକ୍ଷରୁ ଜାରି କରାଯାଇଥିବା ନୂଆ ନିୟମ ଇ-କମର୍ସ ଅପରେଟର, ବିଜନେସ ଟ୍ରଷ୍ଟ ଏବଂ ମ୍ୟୁଚୁଆଲ ଫଣ୍ଡଗୁଡିକ ପକ୍ଷରୁ ବଣ୍ଟନ ହେଉଥିବା ଡିଭିଡେଣ୍ଡ, ଟଙ୍କା ଉଠାଣ, ପ୍ରଫେଶନାଲ ଫିସ ଏବଂ ଇଣ୍ଟରେଷ୍ଟ କ୍ଷେତ୍ରରେ ଲାଗୁ ହେବ। ୨୬ କ୍ୟୁ ଏବଂ ୨୭ କ୍ୟୁ ଫର୍ମରେ ଏହା ଦ୍ୱାରା ପରିବର୍ତ୍ତନ କରାଯାଇଛି। ବିଭିନ୍ନ ରେସିଡେଣ୍ଟ ଏବଂ ଅଣ ରେସିଡେଣ୍ଟ ପେମେଣ୍ଟ ବେଳେ ଟିଡିଏସ୍‌ ବାବଦ କେତେ ଟଙ୍କା ଲେଖାଏ କାଟ ହୋଇଛି ଏବଂ ଜମା କରାଯାଇଛି ସେ ସମ୍ପର୍କରେ ରିପୋର୍ଟ ଦେବାକୁ ପଡିବ। ନୂଆ ଟିଡିଏସ୍‌ ଫର୍ମ ପୂର୍ବ ତୁଳନାରେ ବ୍ୟାପକ ହୋଇଥିବା ବିଶେଷଜ୍ଞ କହିଛନ୍ତି। ଯେଉଁ ରାଶି ଉପରେ ଟିଡିଏସ୍‌ କଟୁଛି ସେ ସମ୍ପର୍କରେ ସୂଚନା ଦେବାକୁ ହେବ। ବର୍ତ୍ତମାନ ଟିକସଦାତାଙ୍କୁ ସେହି ରାଶି ସମ୍ପର୍କରେ ତଥ୍ୟ ଦେବାକୁ ପଡିବ ଯାହା କୌଣସି କାରଣ ପାଇଁ ଟିଡିଏସ୍‌ କାଟ ହୋଇନାହିଁ। କମ୍‌ ଦର ଉପରେ ଟିଡିଏସ୍‌ କଟିବା ବା ଟିଡିଏସ୍‌ ନ କଟିବା ଭଳି ବିଭିନ୍ନ ସ୍ଥିତିରେ ଭିନ୍ନ ଭିନ୍ନ କୋଡ୍‌ ଦେବାକୁ ପଡିବ।


Enter your email to get our daily news in your inbox.

All Right Reserved By Dharitri.Com

PF ଆକାଉଣ୍ଟଧାରୀଙ୍କ ପାଇଁ ଖୁସି ଖବର! ଖାତାକୁ ଆସିବ ୮.୨୫% ସୁଧ, ଘରେ ବସି ଏମିତି ଚେକ୍‌ କରନ୍ତୁ ବାଲାନ୍ସ

ନୂଆଦିଲ୍ଲୀ, ୭।୭: ଯଦି ଆପଣଙ୍କର ମଧ୍ୟ EPFରେ ପଇସା ଜମା ହେଉଛି, ତେବେ ଆପଣଙ୍କ ପାଇଁ ବଡ଼ ଖୁସି ଖବର। EPFO ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri