ଭୁବନେଶ୍ୱର,୧୦।୧୨(ସୁଚିସ୍ମିତା ସାହୁ): ଯୁକ୍ତ୨ ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ ହୋଇଛି। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍ଏସ୍ଇ) ପରିବର୍ତ୍ତିତ ସୂଚୀ ଅନୁଯାୟୀ, ମାର୍ଚ୍ଚ ୧୧ରେ ହେବାକୁ ଥିବା କଳା, ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ୨୩ ତାରିଖରେ ଅନୁଷ୍ଠିତ ହେବ। ସେହିପରି ମାର୍ଚ୍ଚ ୨୧ରେ ହେବାକୁ ଥିବା କଳା, ବାଣିଜ୍ୟ ଓ ଧନ୍ଦାମୂଳକ ପରୀକ୍ଷା ୨୫ ତାରିଖରେ ହେବ। ତେବେ ପୂର୍ବରୁ ପ୍ରକାଶିତ ଅବଶିଷ୍ଟ ପରୀକ୍ଷା ସୂଚୀ ଅପରିବର୍ତ୍ତିତ ରହିଛି। ପରୀକ୍ଷା ସୂଚୀରେ ଏହି ପରିବର୍ତ୍ତନ ହେବା ପରେ ଯୁକ୍ତ୨ ପରୀକ୍ଷା ମାର୍ଚ୍ଚ ୨୫ରେ ସରିବ ବୋଲି ପରୀକ୍ଷା ନିୟନ୍ତ୍ରକ ଡ. ପ୍ରଶାନ୍ତ କୁମାର ପରିଡ଼ା ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, ଆସନ୍ତା ଜାନୁଆରୀ ୨ରୁ ଯୁକ୍ତ୨ ପ୍ରାକ୍ଟିକାଲ ଆରମ୍ଭ ହୋଇ ୧୫ ତାରିଖ ଯାଏ ଚାଲିବ। ସେହିପରି ଫେବୃଆରୀ ୧୮ରୁ ଯୁକ୍ତ୨ ଥିଓରି ପରୀକ୍ଷା ଆରମ୍ଭ ହେବ।