ବଦଳୁନି ଜଙ୍ଗଲ ରାସ୍ତାର ରୂପ

ନୟାଗଡ଼,୧୫।୧୨(ଲୋକନାଥ ମିଶ୍ର): ନୟାଗଡ଼ ବନଖଣ୍ଡ ଖଣ୍ଡପଡ଼ା ରେଞ୍ଜର ନୂଆପଲ୍ଲୀ ଠାରୁ ସାରଣ୍ଡା, ବୁଢ଼ିଝରି, ଆଙ୍ଗିସିଙ୍ଗି, କୋଶଳାଙ୍ଗ ଆଦି ଅଞ୍ଚଳକୁ ସାପୁଆ ଜଙ୍ଗଲ ଭିତରେ ରହିଥିବା ରାସ୍ତାର ରୂପ ବଦଳୁନି । କେତେବେଳେ ରାସ୍ତା ନିର୍ମାଣ ହେଉଛି ତ ଆଉ କେତେବେଳେ ମରାମତି ନାଁରେ ସରକାରୀ ଅନୁଦାନ ପ୍ରତିବର୍ଷ ଖର୍ଚ୍ଚ ଚାଲିଛି। ତେବେ କେଉଁ ଯୋଜନାରେ କାମ ହେଉଛି ସ୍ଥାନୀୟ ଆଦିବାସୀ ଜାଣି ପାରୁ ନାହାନ୍ତି। ରାସ୍ତାର କାମ ସମ୍ପର୍କରେ ସୂଚନା ଫଳକ ନ ଥିବାରୁ ସ୍ବଚ୍ଛତା ରହୁ ନ ଥିବା ଅଭିଯୋଗ ହୋଇ ଆସୁଛି । ଅଭିଯୋଗ କଲେ ଡିପାଟମେଣ୍ଟାଲି କାମ ହେଉଛି, କିଛି ଅସୁବିଧା ନାହିଁ କହି ବନ ବିଭାଗ ଫାଙ୍କି ଚାଲିଛି। ଏଭଳି ସ୍ଥଳେ ବନବିଭାଗ ଡିପାର୍ଟମେଣ୍ଟାଲି କରୁଥିବା ରାସ୍ତା କାମର ସ୍ବଚ୍ଛତା ନେଇ ପ୍ରଶ୍ନ ଉଠିଛି ।
ଏନେଇ ସାରଣ୍ଡାର ଛାଟିଆ ପ୍ରଧାନ କୁହନ୍ତି, ସାପୁଆ ଜଙ୍ଗଲ ଭିତରେ ବନବିଭାଗର କାମ ସନ୍ତୋଷଜନକ ନୁହଁ। ଆଦିବାସୀଙ୍କ ଅଭିଯୋଗ ଚାପି ହୋଇ ରହୁଥିବାରୁ ଧିରେ ଧିରେ ପ୍ରତିବାଦ କମିବାରେ ଲାଗିଛି । ରାସ୍ତା ନିର୍ମାଣ ନାଁରେ ଡ୍ରେନର କିଛି ମାଟି କାଢ଼ି ରାସ୍ତାରେ ଛିଞ୍ଚି ଦେଇ କାମ କରି ବିଲ୍‌ କରାଇ ନେଉଛନ୍ତି । ରାସ୍ତା କାମରେ ଶ୍ରମିକ କାମ କରୁ ନାହାନ୍ତି । ସବୁ କାମ ଯନ୍ତ୍ର କରୁଛି। ଆମେ ଅଭିଯୋଗ କଲେ କହୁଛନ୍ତି ଡିପାର୍ଟମେଣ୍ଟାଲି କାମକୁ ବିରୋଧ କରିବା ଉଚିତ୍‌ ନୁହଁ। ସବୁ ଠିକ୍‌ଠାକ ଚାଲିଛି । ଅଭିଯୋଗ କଲେ କ’ଣ ରାସ୍ତାର ରୂପ ବଦଳିଯିବ, ବରଂ କିଛି କାମ ହେଉଛି ତାକୁ ସ୍ବାଗତ କର କହି ବନବିଭାଗ ବୁଝାଇ ଚାଲିଛି । ସାରଣ୍ଡାର ଦୁର୍ଯ୍ୟୋଧନ ପ୍ରଧାନ କୁହନ୍ତି, ଆଦିବାସୀ ଲୋକ କିଛି ଜାଣୁ ନାହାନ୍ତି । ଜଙ୍ଗଲ ଭିତର ରାସ୍ତାରେ ଅଳ୍ପ କିଛି ମାଟି ପକାଇ ପୁରୁଣା ରାସ୍ତାକୁ ନୂଆ ଦେଖାଇ ବିଲ୍‌ କରାଯାଉଛି। ଅଭିଯୋଗ କଲେ କିଛି ସୁଫଳ ମିଳୁନି। ବଡ଼ଝାରର କାବୁଲା ମହାପାତ୍ର କୁହନ୍ତି, ପ୍ରତିବର୍ଷ ସାପୁଆ ଜଙ୍ଗଲ ଭିତରର ରାସ୍ତା ନିର୍ମାଣ ଚାଲିଛି । କ୍ଷତିପୂରଣ ଚାରା ରୋପଣ ପାଣ୍ଠି ପରିଚାଳନା ଏବଂ ଯୋଜନା ପ୍ରାଧିକରଣ(କାମ୍ପା)ରେ ରାସ୍ତା କାମ ଡିପାର୍ଟମେଣ୍ଟାଲି ହେଉଛି ବୋଲି କୁହାଯାଉଛି। ତେବେ ରାସ୍ତା ପାର୍ଶ୍ୱରେ ସୂଚନା ଫଳକ ରହୁ ନାହିଁ। ଅପରପକ୍ଷେ ରାସ୍ତା କାମ ଠିକରେ ହେଉ କି ନ ହେଉ ଲୋକ ସେହି ରାସ୍ତାରେ ଯାତାୟତ କରିଥାନ୍ତି । ରାସ୍ତାର ରୂପ ବଦଳୁ ନ ଥିଲେ ମଧ୍ୟ ସରକାର ଅନୁଦାନ ଯୋଗାଇ ଚାଲିଛନ୍ତି । କାମ କେତେଦୁର ହେଉଛି ସେନେଇ ତଦାରଖ ଅଥବା ସମୀକ୍ଷା ଠିକରେ ହେଉ ନ ଥିବାରୁ ସୁଫଳ ମିଳୁନି। ଡିପାର୍ଟମେଣ୍ଟୋଲ କାମ କହି ଲୋକଙ୍କୁ ଭୁଆଁ ବୁଲା ଚାଲିଛି ।
ଏହି ରାସ୍ତା ଉପରେ ରୂପାପଲ୍ଲୀ, ସମ୍ବରବନ୍ଧା, ନୂଆପଲ୍ଲୀ, ସାରଣ୍ଡା, ବୁଡିଝାରୀ, ଉଦୟପୁର ପଞ୍ଚାୟତର କୋଶଳାଙ୍ଗ, ଆଙ୍ଗିସିଙ୍ଗି, ନଇତଇଲା, ଚକାପଥର ପରି ଆଦିବାସୀ ଗାଁ  ଲୋକ ନିର୍ଭରଶୀଳ । ଜଙ୍ଗଲ ଭିତର କଥା ବାହାର ଦୁନିଆକୁ ଯାଇ ପାରୁନି। ସିଘାଂପଡାର ସୁବଳ ଚରଣ ପ୍ରଧାନ କୁହନ୍ତି, ନୂଆପଲ୍ଲୀଠାରୁ ଆଙ୍ଗିସିଙ୍ଗି ପର୍ଯ୍ୟନ୍ତ କାମ ଚାଲିଛି। କାମ ଠିକରେ ହେଉନି । ଯାହା ତଦନ୍ତସାପେକ୍ଷ । ଖଣ୍ଡପଡ଼ା ରେଞ୍ଜର ଉଦିତ ପ୍ରଧାନ କୁହନ୍ତି, ରାସ୍ତା କାମ ଠିକରେ ହେଉ ନ ଥିବାର ଅଭିଯୋଗ ମିଳି ନାହିଁ । ତେବେ ରାସ୍ତାକାମ ଠିକ୍‌ରେ ଚାଲିଛି। ରାସ୍ତା କାମରେ ଯନ୍ତ୍ର ଲଗାଇବାରେ କୌଣସି ଅସୁବିଧା ନାହିଁ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡିରେ ଜନଗଣନାର ପ୍ରଥମ ପର୍ଯ୍ୟାୟ ପ୍ରଶିକ୍ଷଣ ଶିବିର ଉଦଘାଟିତ, ତହସିଲଦାର…

ଦିଗପହଣ୍ଡି,୨୨ା୩(ଅଶେଷ ନାଥ ମିଶ୍ର): ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ ଦିଗପହଣ୍ଡି ତହସିଲ ଓ ଏନଏସି ପ୍ରଶାସନ ପକ୍ଷରୁ ବଡଖେମୁଣ୍ଡି ହାଇସ୍କୁଲ ପରିସରରେ ଜାତୀୟ ଜନଗଣନା ୨୦୨୭ର…

ତାଲପାଲିପଡା ଶ୍ରୀରାମମନ୍ଦିର ବିଗ୍ରହ ପ୍ରତିଷ୍ଠା ଉତ୍ସବ ଆରମ୍ଭ, ଉତ୍ସବମୁଖର…

ବଲାଙ୍ଗୀର,୨୨ା୩(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ତାଲପାଲିପଡାରେ ପୁନଃନିର୍ମାଣ ହୋଇଥିବା ଶ୍ରୀରାମମନ୍ଦିରର ବିଗ୍ରହପ୍ରତିଷ୍ଠା ଉତ୍ସବ ରବିବାର ଠାରୁ ଆରମ୍ଭ ହୋଇଯାଇଛି । ଆୟୋଜକ କମିଟି ସହିତ ପଡାର ଶତାଧିକ…

ମଧ୍ୟପ୍ରାଚ୍ୟ ଯୁଦ୍ଧ: ମୋଦିଙ୍କ ଅଧ୍ୟକ୍ଷତାରେ ୩ଘଣ୍ଟା ଧରି ବସିଲା ଉଚ୍ଚସ୍ତରୀୟ ବୈଠକ, ତେଲ-ଗ୍ୟାସ ନେଇ ଦେଲେ ବଡ଼ ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୨।୩: ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଉତ୍ତେଜନା ମଧ୍ୟରେ ରବିବାର ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ବସିଥିଲା । ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଅନୁଷ୍ଠିତ ଏହି ଉଚ୍ଚସ୍ତରୀୟ…

ପଞ୍ଜାବ କିଙ୍ଗ୍ସକ ଦଳକୁ ନେଇ ବଡ଼ ମତ ରଖିଲେ ଇର୍ଫାନ ପଠାନ, ଜାଣନ୍ତୁ…

ନୂଆଦିଲ୍ଲୀ,୨୨ା୩: ଭାରତର ପୂର୍ୱତନ ଅଲରାଉଣ୍ଡର ଇର୍ଫାନ ପଠାନଙ୍କ ମତରେ ପଞ୍ଜାବ କିଙ୍ଗ୍ସ (ପିବିକେଏସ୍‌) ଏବେ ଉଚିତ ଦିଗରେ ଆଗଉଛି। ଦଳ ଅକ୍ସନରେ ଭଲ କରିବା ସହ ଚଳିତ…

ପାରିବାରିକ କଳହର କରୁଣ ପରିଣତି; ଆତ୍ମହତ୍ୟା କଲେ ନବବଧୂ, କାରଣ ଜାଣିଲେ…

ଦିଗପହଣ୍ଡି,୨୨।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଷ୍ଟେଟବ୍ୟାଙ୍କ ସମ୍ମୁଖ ରାମଚନ୍ଦ୍ର ନଗରରେ ରହୁଥିବା ଚନ୍ଦ୍ରମା ଗୌଡ଼ (୨୮)ନାମକ ଜଣେ ନବବଧୂ ଆତ୍ମହତ୍ୟା କରିଥିବା ଜଣାପଡିଛି ।…

ବସ୍‌ରେ ଚାଲାଣ ହେଉଥିଲା କଫସିରଫ: ମାଡ଼ି ବସିଲା ପୋଲିସ

ଡୁଙ୍ଗୁରିପାଲି,୨୨।୩(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଲକ ରାମପୁର ଥାନା ପୋଲିସ ରବିବାର ୟ୧୫ ସହ ବୋତଲ କଫସିରଫ ଜବତ କରି ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରି…

ବେପରୁଆ ଗାଡି ଚାଳନା, ଚକା ଫାଟି ଭାଙ୍ଗିଲା ଘର କାଚ

ଗଞ୍ଜାମ,୨୨।୩(ବିଦ୍ୟାଧର ସାହୁ ): ଗଞ୍ଜାମ ସହର ସ୍ଥିତ ଗ୍ରାସୀମ କମ୍ପାନୀକୁ ବିଭିନ୍ନ କାମରେ ଦୈନଦିନ ଶହ ଶହ ଟ୍ରକ ଟ୍ରାକ୍ଟର ଦଶ ଚକିଆ ଭାରୀଯାନ ଯାତାୟତ କରୁଛି…

ଯୁଦ୍ଧ ଆରମ୍ଭ! ୪୮ ଘଣ୍ଟା ମଧ୍ୟରେ ୪ଟି ବଡ଼ ଆକ୍ରମଣ, ନେତାନ୍ୟାହୁ କହିଲେ ଇରାନ ବିରୋଧରେ ବିଶ୍ୱ…

ନୂଆଦିଲ୍ଲୀ,୨୨।୩: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ରବିବାର ଦିନ ଡିମୋନା ଏବଂ ଆରାଦ ସହରରେ ମିଶାଇଲ୍ ଆଟାକ୍ ହୋଇଥିବା ସ୍ଥାନ ପରିଦର୍ଶନ କରିଥିଲେ। ସେ କହିଥିଲେ ଯେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri