Posted inଜାତୀୟ

କାଲି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଚନ୍ଦ୍ରବାବୁ ନାଇଡୁ

ନୂଆଦିଲ୍ଲୀ,୧୧।୬: ଟିଡିପି ସୁପ୍ରିମୋ ଏନ ଚନ୍ଦ୍ରବାବୁ ନାଇଡୁ ଆସନ୍ତାକାଲି ଅର୍ଥାତ ବୁଧବାର ଆନ୍ଧ୍ରପ୍ରଦେଶର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ଏହି ଶପଥ ଗ୍ରହଣ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗଦେବେ। ସୂଚନା ଅନୁଯାୟୀ, ଚନ୍ଦ୍ରବାବୁ ନାଇଡୁ ସକାଳ ୧୧.୨୭ରେ ବିଜୟୱାଡାର କେସରପାଲି ଆଇଟି ପାର୍କରେ ଶପଥ ଗ୍ରହଣ କରିବେ। ମୁଖ୍ୟମନ୍ତ୍ରୀ ପଦ ଗ୍ରହଣ କରିବା ପରେ ଏହା ତାଙ୍କର ଚତୁର୍ଥ କାର୍ଯ୍ୟକାଳ ହେବ। ଏହା ପୂର୍ବରୁ ମଙ୍ଗଳବାର ଟିଡିପି ଏବଂ ଏନଡିଏ ସହଯୋଗୀମାନେ ଚନ୍ଦ୍ରବାବୁ ନାଇଡୁଙ୍କୁ ସେମାନଙ୍କର ବିଧାୟକ ଦଳ ନେତା ଭାବରେ ମନୋନୀତ କରିଛନ୍ତି।

ବର୍ତ୍ତମାନ ଟିଡିପି, ଭାଜପା ଓ ଜନସେନାର ନେତାମାନେ ରାଜ୍ୟପାଳ ଏସ ଅବଦୁଲ ନାଜିରଙ୍କୁ ଭେଟିବେ ଏବଂ ସରକାର ଗଠନ ପାଇଁ ସୁପାରିଶ କରିବେ।

ଚନ୍ଦ୍ରବାବୁ ନାଇଡୁଙ୍କ ସହ ଆଉ କିଛି ନେତା ଶପଥ ଗ୍ରହଣ କରିବାର ସମ୍ଭାବନା ରହିଛି। ଏଥିମଧ୍ୟରେ ଟିଡିପି ସାଧାରଣ ସମ୍ପାଦକ ତଥା ନାଇଡୁଙ୍କ ପୁଅ ନାରା ଲୋକେଶ ଏବଂ ଜନସେନା ନେତା ଏନ ମନୋହର ମଧ୍ୟ ରହିପାରନ୍ତି। ଶପଥ ଗ୍ରହଣ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଅନ୍ୟ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ମଧ୍ୟ ଯୋଗଦେବେ ବୋଲି ଆଶା କରାଯାଉଛି।

ଚନ୍ଦ୍ରବାବୁ ନାଇଡୁ ଚତୁର୍ଥ ଥର ପାଇଁ ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି। ୧୯୯୫ରେ ନାଇଡୁ ପ୍ରଥମ ଥର ପାଇଁ ମୁଖ୍ୟମନ୍ତ୍ରୀ ହୋଇଥିଲେ। ନାଇଡୁ ଦୁଇଥର ସଂଯୁକ୍ତ ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଥିଲେ। ତାଙ୍କ କାର୍ଯ୍ୟକାଳ କ୍ରମାଗତ ୯ ବର୍ଷ ପରେ ୨୦୦୪ରେ ସମାପ୍ତ ହୋଇଥିଲା । ଆନ୍ଧ୍ରପ୍ରଦେଶର ବିଭାଜନ ପରେ ନାଇଡୁ ତୃତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ହୋଇଥିଲେ। ସେ ୨୦୧୪ରେ ବିଭାଜିତ ଆନ୍ଧ୍ରପ୍ରଦେଶର ପ୍ରଥମ ମୁଖ୍ୟମନ୍ତ୍ରୀ ହୋଇଥିଲେ ଏବଂ ୨୦୧୯ରେ ତାଙ୍କ କାର୍ଯ୍ୟକାଳ ଶେଷ ହୋଇଥିଲା।

୨୦୧୯ରେ ନିର୍ବାଚନ ହାରିବା ପରେ ଚନ୍ଦ୍ରବାବୁ ନାଇଡୁ ୨୦୧୪ ପର୍ଯ୍ୟନ୍ତ ବିରୋଧୀ ଦଳ ନେତା ରହିଥିଲେ। ୨୦୨୪ ନିର୍ବାଚନରେ ଏକ ବଡ଼ ବିଜୟ ପରେ ପୁଣି ଥରେ ସେ ମୁଖ୍ୟମନ୍ତ୍ରୀ ହେବାର ସୁଯୋଗ ପାଇଛନ୍ତି। ଟିଡିପି, ଭାଜପା ଏବଂ ଜନସେନାଙ୍କୁ ନେଇ ଗଠିତ ଏନଡିଏ ଲୋକ ସଭାରେ ୨୧ଟି ଏବଂ ବିଧାନସଭାରେ ୧୬୪ଟି ଆସନ ଜିତିଛି।


Enter your email to get our daily news in your inbox.

All Right Reserved By Dharitri.Com

‘କେଜ୍‌ରିଓ୍ବାଲଙ୍କ ସହ ଆତଙ୍କବାଦୀ ଭଳି ବ୍ୟବହାର କରାଯାଉଛି’

ନୂଆଦିଲ୍ଲୀ,୨୧।୬: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲଙ୍କୁ ଜାମିନ ଉପରେ ଅସ୍ଥାୟୀ ଭାବେ ରୋକ ଲଗାଯିବା ପରେ ଆମ ଆଦ୍‌ମୀ ପାର୍ଟି ପକ୍ଷରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ...

ପୁଣି ନିର୍ବାଚନ ହେଲେ ୟୁପିରେ କିଏ ଗଢିବ ସରକାର, ତାଜୁବ କରିଦେବ ଏହି ସର୍ଭେ

ନୂଆଦିଲ୍ଲୀ,୨୧।୬: ଚଳିତ ନିର୍ବାଚନରେ ଉତ୍ତରପ୍ରଦେଶରେ ଇଣ୍ଡିଆ ଆଲାଇନ୍ସ ଅତୁଳନୀୟ ସଫଳତା ହାସଲ କରିଛି। ୟୁପିର ୮୦ଟି ଲୋକ ସଭା ଆସନ ମଧ୍ୟରୁ ଇଣ୍ଡିଆ ୪୩ଟି ଆସନ...

ଲୋକ ସଭା ନିର୍ବାଚନ ପରେ ଉପ ନିର୍ବାଚନରେ ହଜାର କୋଟି ଖର୍ଚ୍ଚ କରିବ ଇଲେକ୍ସନ କମିଶନ, ରାହୁଲ ଗାନ୍ଧୀଙ୍କ ସମେତ ଦାୟୀ ଆଉ ୧୦ ନେତା

ନୂଆଦିଲ୍ଲୀ,୨୧।୬: ସମଗ୍ର ଦେଶର ଲୋକ ସଭା ନିର୍ବାଚନର ଉତ୍ସାହ ଏବଂ ଚାରିଟି ରାଜ୍ୟର ବିଧାନସଭା ନିର୍ବାଚନର ଉତ୍ସାହ ଏବେ ପର୍ଯ୍ୟନ୍ତ କମିନାହିଁ ଏବଂ ବର୍ତ୍ତମାନ ଉପ-ନିର୍ବାଚନ...

ଲୋକ ସଭାରେ ଭର୍ତ୍ତୃହରୀଙ୍କ ନିଯୁକ୍ତିକୁ ବିରୋଧ କରୁଛି କଂଗ୍ରେସ, ଜାଣନ୍ତୁ କାରଣ…

ନୂଆଦିଲ୍ଲୀ,୨୧।୬: କେନ୍ଦ୍ରରେ ନୂଆ ସରକାର ଗଠନ ପରେ ସୋମବାରଠାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ତୃତୀୟ ସରକାରଙ୍କ ପ୍ରଥମ ଅଧିବେଶନ ଆରମ୍ଭ ହେବ। ଏହି ଅଧିବେଶନରେ...

ନୂଆ ସରକାରରେ ଜେପି ନଡ୍ଡାଙ୍କୁ ମିଳିପାରେ ଗୁରୁ ଦାୟିତ୍ୱ, ହୋଇପାରନ୍ତି ରାଜ୍ୟ ସଭାର…

ନୂଆଦିଲ୍ଲୀ,୨୧।୬: ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡାଙ୍କୁ ଖୁବ ଶୀଘ୍ର ନୂଆ ସରକାରରେ ଆଉ ଏକ ଗୁରୁ ଦାୟିତ୍ୱ ମିଳିପାରେ। ଏନେଇ କେବଳ...

ଅଗ୍ରସର ହେଉଛି ମୌସୁମୀ, ୫ ଦିନ ହେବ ପ୍ରବଳ ବର୍ଷା

ନୂଆଦିଲ୍ଲୀ, ୨୧।୬: ଦେଶରେ ଦ୍ରୁତଗତିରେ ଅଗ୍ରସର ହେଉଛି ମୌସୁମୀ । ଯାହା ଫଳରେ ବିଭିନ୍ନ ରାଜ୍ୟରେ ଆଗାମୀ ୫ ଦିନ ପର୍ଯ୍ୟନ୍ତ ପ୍ରବଳ ବର୍ଷା ହେବା...

ବିଧାନସଭା ନିର୍ବାଚନରେ ହାରିବା ପରେ ନିଜ ନାଁ ବଦଳାଇ ଦେଲେ ଏହି ନେତା

ଅମରାବତି,୨୧।୬: ନିକଟରେ ତାମିଲନାଡୁରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଏହି ନିର୍ବାଚନରେ ଜନସେନା ମୁଖ୍ୟ ପୱନ କଲ୍ୟାଣ ଭଲ ଭୋଟ ପାଇ ଜିତିଥିଲେ। ସେମାନଙ୍କ ପ୍ରତିଯୋଗିତାରେ...

କେନ୍ଦ୍ରମନ୍ତ୍ରୀଙ୍କ ନିଆରା ଯୋଗାସନ, ନ ହସି ରହିପାରିବେନି, ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ,୨୧।୬: ଶୁକ୍ରବାର ଯେତେବେଳେ ସାରା ଦେଶରେ ଆନ୍ତର୍ଜାତିକ ଯୋଗ ଦିବସ ପାଳନ କରାଯାଏ, ସେତେବେଳେ ମହାରାଷ୍ଟ୍ର ମଧ୍ୟ ଏହା ଦ୍ୱାରା ପ୍ରଭାବିତ ହୋଇଛି। ଯୋଗ ଦିବସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri