ଚନ୍ଦ୍ରଗ୍ରହଣ ପାଇଁ ମହାପ୍ରଭୁଙ୍କର ସ୍ବତନ୍ତ୍ର ନୀତିକାନ୍ତି : ଜାଣନ୍ତୁ …

ପୁରୀ,୬।୯: ଚନ୍ଦ୍ରଗ୍ରହଣ ପାଇଁ ମହାପ୍ରଭୁଙ୍କର ସ୍ବତନ୍ତ୍ର ନୀତିକାନ୍ତି ପାଳନ ହେବ। ୧୨ଟା ୫୭ରେ ପାକ ତ୍ୟାଗ, ଦେବ ନୀତି ନିଷେଧ। ରାତି ୨ଟାରେ ଦ୍ବାରଫିଟା ନୀତି ପରେ ଅନ୍ୟାନ୍ୟ ନୀତିକାନ୍ତି ଆରମ୍ଭ କରାଯିବ।

ଆସନ୍ତା ସେପ୍ଟେମ୍ବର ୭ ତାରିଖ ତଥା ଭାଦ୍ରବ ପୂର୍ଣ୍ଣିମାରେ ପ୍ରଥମ ଚନ୍ଦ୍ରଗ୍ରହଣ ପଡୁଥିବା ବେଳେ ଆସନ୍ତାବର୍ଷ ୨୦୨୬ ମାର୍ଚ୍ଚ ମାସରେ ଦୋଳପୂର୍ଣ୍ଣିମାନେ ଆଉ ଏକ ଚନ୍ଦ୍ରଗ୍ରହଣ ପଡୁଛି । ଯାହାକି ଭାରତରେ ଦେଖିବାକୁ ମିଳିବ । ଆସନ୍ତା ୬ ମାସ ଭିତରେ ଦୁଇ ଦୁଇଟି ଚନ୍ଦ୍ରଗ୍ରହଣ ପଡୁଛି । ଯାହାକୁ ନେଇ ଶୁଭ-ଅଶୁଭର ଗଣନା କରୁଛନ୍ତି ଜ୍ୟୋର୍ତିବିଦ ।

ଏହି ଦୁଇଟି ଯାକ ଚନ୍ଦ୍ରଗ୍ରହଣ ବଡ଼ ବଡ଼ ପର୍ବ ତଥା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସ୍ବତନ୍ତ୍ର ତିଥିରେ ପଡୁଛି। ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଜ୍ୟୋତିଷ ରାଜପଣ୍ଡିତ ଶିବନାରାୟଣ ମହାପାତ୍ର ଗଣନା କରି କହିଛନ୍ତି ଯେ ୬ ମାସ ବ୍ୟବଧାନରେ ଦୁଇ ଦୁଇଟି ଚନ୍ଦ୍ରଗ୍ରହଣ ପଡୁଥିବାରୁ ରାଜ୍ୟକୁ ଅଶୁଭ ବେଳା ରହିଛି ।

 

ଯେମିତି ବନ୍ୟା, ବାତ୍ୟା, ଭୂମିକମ୍ପ ଭଳି ପ୍ରାକୃତିକ ବିପର୍ଯ୍ୟୟର ସାମ୍ନା କରିପାରେ ଓଡ଼ିଶା । ଭାଦ୍ରବ ଶୁକ୍ଳ ପକ୍ଷ ପୂର୍ଣ୍ଣିମା ତଥା ଭାଗବତ ଜନ୍ମରେ ପଡୁଛି ପ୍ରଥମ ଚନ୍ଦ୍ର ଗ୍ରହଣ। ତେବେ ଭାଦ୍ରବ ପୂର୍ଣ୍ନିମାରେ ହେବାକୁଥିବା ଚନ୍ଦ୍ର ଗ୍ରହଣ ହେଉଛି ରାହୁ ଗ୍ରସ୍ତ ଖ ଗ୍ରାସ ଚନ୍ଦ୍ର ଗ୍ରହଣ। ତେବେ ଚନ୍ଦ୍ର ଗ୍ରହଣ ପୁରୀରେ ରାତି ୯ଟା ୫୭ ମିନିଟ ୨୨ ସେକେଣ୍ଡରୁ ରାତି ୧ଟା ୨୭ ମିନିଟ ୧୭ ସେକେଣ୍ଡ ପର୍ଯ୍ୟନ୍ତ ଅର୍ଥାତ ଦୀର୍ଘ ସାଢେ ତିନିଘଣ୍ଟା ଧରି ଏହା ଅନୁଷ୍ଠିତ ହେବ।

 

ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଏକ ଅଳ୍ପ ସମୟ ମଧ୍ୟରେ ଦୁଇଟି ଚନ୍ଦ୍ରଗ୍ରହଣ ଘଟିବା ଏକ ଅସାଧାରଣ ଘଟଣା ଏବଂ ଏହା ଜଟିଳ ପରିସ୍ଥିତି ସୃଷ୍ଟି କରିଥାଏ । ଏହି ଗ୍ରହଣଗୁଡିକ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଭିନ୍ନ ମହତ୍ତ୍ବପୂର୍ଣ୍ଣ ପର୍ବପର୍ବାଣି ସହ ସମ୍ପୃକ୍ତ ହୋଇଥିବାରୁ ଏହାର ପ୍ରଭାବ ଆହୁରି ଗୁରୁତର ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଫିଫା ବିଶ୍ୱକପ୍‌ରୁ ଓହରିଲା ଇରାନ

ତେହରାନ୍‌ ,୧୧ା୩: ଇରାନ କ୍ରୀଡ଼ା ମନ୍ତ୍ରୀ ଅହମ୍ମଦ ଡୋନିଆମାଲି ବୁଧବାର ଏକ ବଡ଼ ଘୋଷଣା କରିଛନ୍ତି। ଇରାନ ଫୁଟବଲ ଦଳ 2026 ଫିଫା ବିଶ୍ୱକପ ଖେଳିବ ନାହିଁ…

ପାଣ୍ଡ୍ୟା ବ୍ରଦର୍ସଙ୍କ ମଧ୍ୟରେ ଜୋରଦାର ଝଗଡ଼ା? ଭାଉଜଙ୍କ ସହ କଥାବାର୍ତ୍ତା ବନ୍ଦ…ବିଶ୍ୱକପ୍‌ ଜିତିବା ସତ୍ତ୍ୱେ ଚୁପ୍‌ ରହିଲେ…

ମୁମ୍ବାଇ, ୧୧।୩: କ୍ରିକେଟ ଜଗତର ସବୁଠାରୁ ଚର୍ଚ୍ଚିତ ଭ୍ରାତୃ ଯୋଡ଼ି ହାର୍ଦ୍ଦିକ ପାଣ୍ଡ୍ୟା ଏବଂ କୃନାଲ ପାଣ୍ଡ୍ୟାଙ୍କ ମଧ୍ୟରେ ସବୁକିଛି ଠିକ ଚାଲିଛି ତ? ଦୁଇ ଭାଇଙ୍କ…

କେନ୍ଦ୍ରୀୟ ଡେପୁଟେସନରେ ଯିବେ ଟୁଇନ୍ ସିଟି ପୋଲିସ କମିଶନର ଦେବଦତ୍ତ ସିଂହ

ଭୁବନେଶ୍ବର,୧୧।୩: ଭୁବନେଶ୍ୱର-କଟକ ଟୁଇନ୍ ସିଟି ପୋଲିସ କମିଶନର ଏସ୍. ଦେବଦତ୍ତ ସିଂହ କେନ୍ଦ୍ରୀୟ ଡେପୁଟେସନରେ ଯିବା ପାଇଁ ପ୍ରସ୍ତୁତ ହେଉଛନ୍ତି। ଓଡ଼ିଶା କ୍ୟାଡରର ଏହି ବରିଷ୍ଠ ଆଇପିଏସ…

୧୨ ଦିନରେ ଯୁଦ୍ଧ: ଟାର୍ଗେଟ୍‌ରେ ଆର୍ଥିକ ଅନୁଷ୍ଠାନ, ବ୍ୟାଙ୍କ

ତେହରାନ୍‌ ,୧୧ା୩: ଇରାନ୍‌-ଆମେରିକା ଯୁଦ୍ଧ ୧୨ ଦିନରେ ପହଞ୍ଚି ଥିଲାବେଳେ ଉଭୟ ପକ୍ଷଙ୍କ ଆକ୍ରମଣ ଲକ୍ଷ୍ୟ ଦିନକୁ ଦିନ ବଦଳିବାରେ ଲାଗିଛି। ପ୍ରଥମେ ତୈଳ ରିଫାଇନେରିଗୁଡିକୁ ଉଭୟ…

ଅମ୍ବାଭୋନାରେ ଚାଲିଥିଲା କଫ୍‌ସିରଫ କାରବାର, ମାଡ଼ି ବସିଲା ଅବକାରୀ ଟିମ୍‌

ବରଗଡ଼,୧୧।୩ (ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲ୍ଲା ଅମ୍ବାଭୋନା ଅଞ୍ଚଳରେ ଚାଲିଥିବା ବେଆଇନ କଫସିରପ କାରବାର ଉପରେ ଅବକାରୀ ବିଭାଗ ଶକ୍ତ ପ୍ରହାର କରିଛି। ବୁଧବାର ଅବକାରୀ ବିଭାଗର…

ଭଡ଼ା ଘରୁ ଦିଗପହଣ୍ଡି ଷ୍ଟେଟ୍‌ବ୍ୟାଙ୍କ କର୍ମଚାରୀଙ୍କ ମୃତଦେହ ଜବତ, ଏକମାତ୍ର ପୁଅଙ୍କୁ ହରାଇ…

ଦିଗପହଣ୍ଡି, ୧୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଭାରତୀୟ ଷ୍ଟେଟ ବ୍ୟାଙ୍କ (SBI)ର ଜଣେ ବରିଷ୍ଠ କିରାଣିଙ୍କ ମୃତଦେହ ବୁଧବାର ଅପରାହ୍ନରେ ତାଙ୍କ ଭଡ଼ାଘରୁ…

ବସ୍‌ ନେଲା ବାଇକ୍‌ ଆରୋହୀଙ୍କ ଜୀବନ

ଲକ୍ଷ୍ମୀପୁର, ୧୧।୩(ଅନନ୍ତ ପ୍ରସାଦ ନାୟକ): କୋରାପୁଟ ଜିଲା ଲକ୍ଷ୍ମୀପୁର ୩୨୬ ଜାତୀୟ ରାଜପଥ ଜିରୋ ପଏଣ୍ଟ ନିକଟରେ ବୁଧବାର ଏକ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି।…

ରିପୋର୍ଟରେ ‘ଧର୍ମ ପରିବର୍ତ୍ତନ’ ଉଲ୍ଲେଖ କରିଥିଲେ, ନନ୍ଦପୁରରେ RIଙ୍କୁ ସର୍ବସମ୍ମୁଖରେ ମାଡ଼; ଥାନାରେ…

ନନ୍ଦପୁର,୧୧।୩(ତୁଷାର କାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ସଦର ମହକୁମାରେ ବୁଧବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଜାତିଗତ ପ୍ରମାଣପତ୍ର ଆବେଦନର ତଦନ୍ତ ବେଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri