ଚନ୍ଦ୍ରଗ୍ରହଣ: ଏସବୁ ରାଶି ଉପରେ ପଡ଼ିବ ବିଶେଷ ପ୍ରଭାବ; ଆକସ୍କିକ ଧନଲାଭ ଯୋଗ, ଜାଣନ୍ତୁ କ’ଣ…

ଭାଦ୍ରପଦ ପୂର୍ଣ୍ଣିମା ଅବସରରେ ୭ ସେପ୍ଟେମ୍ବର ୨୦୨୫ରେ କୁମ୍ଭ ରାଶିରେ ଚନ୍ଦ୍ର ଗ୍ରହଣ ଲାଗୁଛି। ଜ୍ୟୋତିଷାଚାର୍ଯ୍ୟଙ୍କ ଅନୁସାରେ, ଏହି ଗ୍ରହଣ ସମୟରେ ରାହୁ କୁମ୍ଭରେ, ସୂର୍ଯ୍ୟ ସିଂହରେ ଏବଂ ଗୁରୁ ମିଥୁନ ରାଶିରେ ରହିବେ। କୁମ୍ଭର ସ୍ବାମୀ ଶନି ଅଟନ୍ତି। ଏହି ସମୟରେ କୁମ୍ଭ, ମୀନ ଓ ମେଷ ରାଶି ଉପରେ ଶନିଙ୍କ ସାଢେ ସାତି ମଧ୍ୟ ରହିଛି। ଶନି ନ୍ୟାୟ, ପୂର୍ବ ଜନ୍ମ, ବ୍ୟବସାୟ, ଅର୍ଥ, ରାଜନୀତି ଓ ଧର୍ମର କାରକ ଗ୍ରହ ହୋଇଥିବାରୁ ଏହି ଗ୍ରହଣ ସମସ୍ତ ରାଶିଙ୍କୁ ପ୍ରଭାବିତ କରିବ। ଗ୍ରହଣ ପରେ ସ୍ନାନ, ପୂଜା ଓ ଦାନ କରିବା ଦ୍ୱାରା ସମସ୍ତ ଦୋଷ ଦୂର ହୋଇଥାଏ। ଗ୍ରହଣ କାଳରେ କେବଳ ଭଗବାନଙ୍କ ନାମ ଜପ କରିବା ମନରେ ମାନସିକ ଭାବେ ଭଗବାନଙ୍କ ନାମ ଜପ କରନ୍ତୁ।

ଚନ୍ଦ୍ର ଗ୍ରହଣର ରାଶିଙ୍କ ଉପରେ ପ୍ରଭାବ:

**ମେଷ ରାଶି**: ସ୍ବାସ୍ଥ୍ୟରେ ସମସ୍ୟା ହୋଇପାରେ। ମାନସିକ ଚିନ୍ତା ରହିବ। ଶ୍ରୀ ହନୁମାନଙ୍କ ଉପାସନା କରନ୍ତୁ। ଗହମ ଓ ଗୁଡ଼ ଦାନ କରନ୍ତୁ।

**ବୃଷ ରାଶି**: ଧନ ଆଗମନ ହେବ, କିନ୍ତୁ ଖର୍ଚ୍ଚ ମଧ୍ୟ ହେବ। ଏହି ରାଶିରେ ଗ୍ରହଣର ଦଶମ ପ୍ରଭାବ ରହିବ। ସ୍ବାସ୍ଥ୍ୟ ସୁଖ ପ୍ରଭାବିତ ହେବ। ହନୁମାନ ବାହୁକ ପାଠ କରନ୍ତୁ। ଚିନି ଓ ଚାଉଳ ଦାନ କରନ୍ତୁ।

**ମିଥୁନ ରାଶି**: ସ୍ବାସ୍ଥ୍ୟ ସହ ସୁଖ ପ୍ରଭାବିତ ହେବ। ଖର୍ଚ୍ଚ ହେବ, କିନ୍ତୁ ଧନ ଆଗମନ ହୋଇପାରେ। ଶ୍ରୀ ସୂକ୍ତ ପାଠ କରନ୍ତୁ। ଗାଈକୁ ପାଳଙ୍ଗ ଖୁଆନ୍ତୁ। ମୁଗ ଓ କର୍ପୂର ଦାନ କରନ୍ତୁ।

**କର୍କଟ ରାଶି**: ମାନସିକ ଅଶାନ୍ତି ରହିପାରେ। ଆର୍ଥିକ ସୁଖରେ ବାଧା ଆସିପାରେ। ଭଗବାନ ଶିବଙ୍କ ଉପାସନା କରନ୍ତୁ। ଚିନି, ଦୁଗ୍ଧ ଓ ଚାଉଳ ଦାନ କରନ୍ତୁ।

**ସିଂହ ରାଶି**: ଧନ ପ୍ରାପ୍ତି ଅପେକ୍ଷା ଖର୍ଚ୍ଚ ଅଧିକ ହେବ। ଶ୍ରୀ ଆଦିତ୍ୟହୃଦୟସ୍ତୋତ୍ର ପାଠ କରନ୍ତୁ। ଗହମ ଦାନ କରନ୍ତୁ।

**କନ୍ୟା ରାଶି**: ଧନ ପ୍ରାପ୍ତି ହୋଇପାରେ। ସୱାସ୍ଥ୍ୟ ମଧ୍ୟମ ରହିବ। ଶ୍ରୀ ବିଷ୍ଣୁ ସହସ୍ତ୍ରନାମ ପାଠ କରନ୍ତୁ। ଗାଈକୁ ପାଳଙ୍ଗ ଖୁଆନ୍ତୁ। ବସ୍ତ୍ର ଦାନ କରନ୍ତୁ।

**ତୁଳା ରାଶି**: ଧନ ପ୍ରାପ୍ତି ହେବ, କିନ୍ତୁ ସ୍ବାସ୍ଥ୍ୟ ପ୍ରତି ଯତ୍ନବାନ ହୁଅନ୍ତି। ଏହି ଗ୍ରହଣ ବ୍ୟବସାୟରେ କ୍ଷତି କରିପାରେ। ଭଗବାନ ଶିବଙ୍କ ଉପାସନା କରନ୍ତୁ। ଚାଉଳ ଓ ଚିନି ଦାନ କରନ୍ତୁ।

**ବିଛା ରାଶି**: ଧାର୍ମିକ ଚିନ୍ତାଧାରା ରହିବ। ଧନ ପ୍ରାପ୍ତି ହେବ, କିନ୍ତୁ ସ୍ବାସ୍ଥ୍ୟ ଖରାପ ହୋଇପାରେ। ଶ୍ରୀ ସୂକ୍ତ ପାଠ କରନ୍ତୁ।

**ଧନୁ ରାଶି**: ଧନ ଆଗମନ ହୋଇପାରେ। ଧାର୍ମିକ ଯାତ୍ରା ହେବ। ଶ୍ରୀ ବିଷ୍ଣୁ ଉପାସନା କରନ୍ତୁ। ଅନ୍ନ ଓ ଧାର୍ମିକ ପୁସ୍ତକ ଦାନ କରନ୍ତୁ।

**ମକର ରାଶି**: ଆର୍ଥିକ ସମସ୍ୟା ଆସିପାରେ। ସ୍ବାସ୍ଥ୍ୟ ସହ ସୁଖରେ ବାଧା ଆସିବ। ଭଗବାନ ଶିବଙ୍କ ପୂଜା କରନ୍ତୁ। ରାଶି ଦାନ କରନ୍ତୁ।

**କୁମ୍ଭ ରାଶି**: ଏହି ରାଶିରେ ଗ୍ରହଣ ଲାଗୁଛି। ଧନ ପ୍ରାପ୍ତି ହେବ, କିନ୍ତୁ ସ୍ବାସ୍ଥ୍ୟରେ ସମସ୍ୟା ହୋଇପାରେ। କୁଶୋଦକ ଦ୍ୱାରା ଭଗବାନ ଶିବଙ୍କ ରୁଦ୍ରାଭିଷେକ କରନ୍ତୁ। ରାଶି ଏବଂ ବିରି ଡ଼ାଲି ଦାନ କରନ୍ତୁ।

**ମୀନ ରାଶି**: ଧନ ଆଗମନ ହେବ। ଧାର୍ମିକ ଯାତ୍ରା ହୋଇପାରେ। ହନୁମାନ ବାହୁକ ପାଠ କରନ୍ତୁ। ଧାର୍ମିକ ପୁସ୍ତକ, କଲମ ଓ ଅନ୍ନ ଦାନ କରନ୍ତୁ।


Enter your email to get our daily news in your inbox.

All Right Reserved By Dharitri.Com

ଛାଡ଼ପତ୍ର ନେବା ପାଇଁ କୋର୍ଟକୁ ଆସିଥିଲେ ସ୍ତ୍ରୀ, ରାସ୍ତା ମଝିରେ ସ୍ବାମୀଙ୍କ ମାଡ଼ରେ ହେଲେ ଲହୁଲୁହାଣ, ଆଉ ତା’ ପରେ…

ବାଲେଶ୍ୱର,୧୮ା୩(ବାଞ୍ଛାନିଧି ଦେ): ରାସ୍ତା ମଝିରେ ସ୍ତ୍ରୀଙ୍କୁ ମାରି ଲହୁଲୁହାଣ କରିଦେଇଛନ୍ତି ସ୍ବାମୀ। ବିବାହ ବିଚ୍ଛେଦ ପାଇଁ ଫ୍ୟାମିଲି କୋର୍ଟକୁ ଆସିଥିଲେ ସ୍ତ୍ରୀ। ମାତ୍ର ଘରକୁ ଯିବା ରାସ୍ତାରେ…

ଟେନସନ୍ ଶେଷ! କମର୍ସିଆଲ ଗ୍ୟାସ ସିଲିଣ୍ଡର ନେଇ ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି, ଏହି ରାଜ୍ୟକୁ ମିଳିବ…

ନୂଆଦିଲ୍ଲୀ,୧୮।୩; ମଧ୍ୟପ୍ରାଚ୍ୟ ଯୁଦ୍ଧକୁ ନେଇ ଦେଶରେ LPG ଏବଂ ତେଲ ସଙ୍କଟ ଦେଖାଯାଇଛି । ଏହାରି ଭିତରେ ସରକାର ଆଜି ବଡ଼ ନିଷ୍ପତ୍ତି ନେଇଛନ୍ତି । ସରକାର ସ୍ପଷ୍ଟ…

ଏସ୍‌-ପୂଜାରୀପୁଟରେ ପୁସିଂ ବ୍ରିଜ୍‌ ନିର୍ମାଣ ଲାଗି ଜିଲାପାଳଙ୍କୁ ଦାବିପତ୍ର

ନନ୍ଦପୁର,୧୮ା୩(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲା ଦେଇ ଯାଇଥିବା କେ.କେ ରେଳପଥର ସାଉନି ପୂଜାରୀପୁଟ ଗ୍ରାମ ନିକଟ ପୋଲ ନଂ ୧୫୬/୦୬ ଓ ୧୫୬/୦୮ ନିକଟରେ ଏକ ପୁସିଂ…

ଚାଇନା ଠୁ ତେଲ ଜାହାଜ ଛଡାଇ ଆଣିଲା ଭାରତ! ରୁଷିଆ ସହ ବଡ଼ ଡିଲ୍‌…

ନୂଆଦିଲ୍ଲୀ,୧୮।୩; ୟୁକ୍ରେନରେ ସଂଘର୍ଷ ମଧ୍ୟରେ, ଭାରତ ରୁଷିଆରୁ ଅଶୋଧିତ ତୈଳ କ୍ରୟ ବୃଦ୍ଧି କରିଛି। ଭାରତ ଏବେ ମସ୍କୋରୁ ତୈଳ ଆମଦାନୀ ଦ୍ୱିଗୁଣିତ କରିଛି। ଏହି ସମୟରେ,…

ଜସପ୍ରିତ ବୁମରା ଏବଂ ଅକ୍ଷର ପଟେଲଙ୍କ ଦରମା ବଢ଼ାଇବ BCCI, ମିଳିବ ଏତେ କୋଟି

ନୂଆଦିଲ୍ଲୀ,୧୮।୩: ଜସପ୍ରିତ ବୁମରାହ ଏବଂ ଅକ୍ଷର ପଟେଲ ନିରନ୍ତର ଭଲ ପ୍ରଦର୍ଶନ କରିଆସୁଛନ୍ତି । ଏହା ସତ୍ତ୍ୱେ, କେନ୍ଦ୍ରୀୟ ଚୁକ୍ତିନାମା ଅନୁଯାୟୀ ସେମାନଙ୍କର ଦରମା ହ୍ରାସ କରାଯାଇଥିଲା।…

ବାଘ ଗାଈକୁ ମାରି ଖାଇବା ଘଟଣା ପରେ ବନ ବିଭାଗ ଲଗାଇଲା ୪ ଟ୍ରାପ କ୍ୟାମେରା

ମୋହନା,୧୮।୩( ମନ୍ମଥ ମିଶ୍ର ): ଗଜପତି ଜିଲା ସୀମାନ୍ତ ଅଞ୍ଚଳରେ ଥିବା ଢେପାଗୁଡା ପଞ୍ଚାୟତର କାଇଟିମା ଓ ବାରିଆଦରା ଗାଁରେ ବାଘ ଆତଙ୍କ ଅଭିଯୋଗ ପରେ ବୁଧବାର…

କାଳବୈଶାଖୀ: ବର୍ଷା ସହ କୁଆପଥର ମାଡ଼

କୋକସରା,୧୮ା୩ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକର ଲଡୁଗାଁ, ବରାଡଙ୍ଗା, ଆମପାଣି ପଞ୍ଚାୟତ ଅଞ୍ଚଳରେ ମଙ୍ଗଳବାର କାଳବୈଶାଖୀ ପ୍ରଭାବରେ କୁଆପଥର ବର୍ଷା ହୋଇଛି। ରାସ୍ତାରେ…

ଇରାନକୁ ସାହାଯ୍ୟର ହାତ ବଢାଇଲା ଭାରତ, ଯୁଦ୍ଧ ପାଇଁ ପଠାଇଲା…ଚମକି ପଡିଲା ଆମେରିକା!

ନୂଆଦିଲ୍‌ଲୀ,୧୮।୩: ଭାରତ ଇରାନକୁ ସହାୟତା ପ୍ରଦାନ କରିଛି, ଯାହା ବର୍ତ୍ତମାନ ଆମେରିକା ଏବଂ ଇସ୍ରାଏଲ ସହିତ ବିବାଦରେ ଫସି ଯାଇଛି। ଭାରତରୁ ଚିକିତ୍ସା ସହାୟତାର ପ୍ରଥମ ପଠାଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri