ଚଣ୍ଡୀପ୍ରସାଦ ହେବେ ଭାରତୀୟ ସେନା ଉପମୁଖ୍ୟ

ଜଗତ୍‌ସିଂହପୁର ଅଫିସ୍‌/ଭୁବନେଶ୍ୱର, ୧୯।୧ (ବ୍ୟୁରୋ): ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ପ୍ରମୋଦ କୁମାର ମିଶ୍ର, ସିଏଜି ଗିରୀଶ ଚନ୍ଦ୍ର ମୁର୍ମୁ, ଆରବିଆଇ ଗଭର୍ନର ଶଶିକାନ୍ତ ଦାସ, ଭାରତୀୟ ପାଣିପାଗ ବିଭାଗ ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ରଙ୍କ ଭଳି ଆଉ ଜଣେ ଓଡ଼ିଆ ଜାତୀୟ ସ୍ତରରେ ଏକ ଗୁରୁତ୍ୱପୂର୍ଣ୍ଣ ପଦବୀରେ ଚମକିବେ। ସେ ହେଲେ ଲ୍ୟୁଟ୍‌ନାଣ୍ଟ ଜେନେରାଲ ଚଣ୍ଡୀପ୍ରସାଦ ମହାନ୍ତି। ଭାରତୀୟ ସେନାର ଦ୍ୱିତୀୟ ସର୍ବୋଚ୍ଚ ପଦବୀ ଅର୍ଥାତ୍‌ ଭାଇସ୍‌ ଚିଫ୍‌ ବା ଉପମୁଖ୍ୟ ଭାବେ ଚଣ୍ଡୀପ୍ରସାଦ ଦାୟିତ୍ୱ ନେବାକୁ ଯାଉଥିବା ଏକ ସୂତ୍ରରୁ ଜଣାପଡ଼ିଛି। ଜାନୁୟାରୀ ୩୧ରେ ଭାଇସ୍‌ ଚିଫ୍‌ ଏସ୍‌. କେ. ସାଇନି ଚାକିରିରୁ ଅବସର ଗ୍ରହଣ କରିବେ। ୨୬ ଜୁନ୍‌ ୧୯୬୩ରେ ଜନ୍ମିତ ଚଣ୍ଡୀପ୍ରସାଦ ପ୍ରଥମ ଓଡ଼ିଆ ଭାବେ ଉକ୍ତ ପଦବୀରେ ଅବସ୍ଥାପିତ ହେବାକୁ ଯାଉଥିବା ଜଣାପଡ଼ିଛି।
ଚଣ୍ଡୀପ୍ରସାଦ ବର୍ତ୍ତମାନ ଭାରତୀୟ ସେନାର ଦକ୍ଷିଣାଞ୍ଚଳ କମାଣ୍ଡର ମୁଖ୍ୟ ଅଛନ୍ତି। ସେ ତାଙ୍କ କ୍ୟାରିୟରରେ ୨ଟି ବିଗ୍ରେଡ୍‌ କମାଣ୍ଡ ସମ୍ଭାଳିଥିଲେ। ସେଥିମଧ୍ୟରୁ ଗୋଟିଏ ହେଲା ଚାଇନାର ଅପୋଜିଟ୍‌ ଏଲଏସି ଏବଂ କଙ୍ଗୋରେ ଜାତିସଂଘ ଶାନ୍ତି ସେନାର ବିଗ୍ରେଡ୍‌। ଏହାସହ ଆସାମରେ ଶାନ୍ତି ଫେରାଇ ଆଣିବା କ୍ଷେତ୍ରରେ ତାଙ୍କର ପ୍ରମୁଖ ଭୂମିକା ରହିଛି। ଉଲଫ୍‌ା ଆତଙ୍କବାଦକୁ ପ୍ରତିହତ କରିବାରେ ସେ ସଫଳ ହୋଇଥିଲେ। ଏଥିପାଇଁ ତାଙ୍କୁ ଅତିବିଶିଷ୍ଟ ସେବା ପଦକ ମିଳିଥିଲା।
ଜଗତ୍‌ସିଂହପୁର ସହରର ଜୟବଡ଼ର ଜିତେନ୍ଦ୍ର କିଶୋର ମହାନ୍ତି ଓ ଡ. ସାରଦା କୁମାରୀ ମହାନ୍ତିଙ୍କ ବଡ଼ପୁଅ ଚଣ୍ଡୀପ୍ରସାଦ ବାଗସାହି ୟୁ.ପି. ସ୍କୁଲରେ ୬ଷ୍ଠ ଶ୍ରେଣୀ ଯାଏ ପାଠ ପଢ଼ିଥିଲେ। ପରେ ସେ ଡେରାଡୁନ୍‌ସ୍ଥିତ ରାଷ୍ଟ୍ରୀୟ ଇଣ୍ଡିଆନ ମିଲିଟାରୀ କଲେଜରେ ପଢ଼ିଥିଲେ। ପୁଣେର ଖଡକ୍‌ଓ୍ବାସଲାସ୍ଥିତ ନ୍ୟାଶନାଲ ଡିଫେନ୍ସ ଏକାଡେମୀ, ଡେରାଡୁନସ୍ଥିତ ଇଣ୍ଡିଆନ ମିଲିଟାରୀ ଏକାଡେମୀରେ ସେ ପ୍ରଶିକ୍ଷଣ ନେଇଥିଲେ। ସେ ହେଉଛନ୍ତି ରାଜପୁତ୍‌ ରେଜିମେଣ୍ଟର ୧୯୮୨ ବ୍ୟାଚ୍‌ ପଦାତିକ ସେନା ଅଧିକାରୀ। ତାଙ୍କ ବାପା ଜିତେନ୍ଦ୍ର କିଶୋର ପୁରୀ ଜିଲା ସବ୍‌ ରେଜିଷ୍ଟ୍ରାର ଭାବେ ଅବସର ଗ୍ରହଣ କରିଥିଲେ। ମା’ ସ୍ବର୍ଗତା ସାରଦା କୁମାରୀ ଓଡ଼ିଆ ସାହିତ୍ୟର ଜଣେ ଗବେଷିକା ସାଙ୍ଗକୁ ଜଗତ୍‌ସିଂହପୁର ଏସ୍‌ଭିଏମ୍‌ କଲେଜରେ ପ୍ରାଧ୍ୟାପିକା ଥିଲେ। ଚଣ୍ଡୀପ୍ରସାଦଙ୍କ ଭାଇ କାଳୀପଦ ମହାନ୍ତି ପାନିପତ୍‌ସ୍ଥିତ ଇଣ୍ଡିଆନ ଅଏଲ କର୍ପୋରେଶନର ଜେନେରାଲ ମ୍ୟାନେଜର ଭାବେ କାର୍ଯ୍ୟ କରୁଥିବାବେଳେ ଆଉ ଜଣେ ଭାଇ ଦେବୀ ପ୍ରସାଦ ମହାନ୍ତି ଆଡଭୋକେଟ୍‌ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

ପୂର୍ବତନ ବିଧାୟକ, ପୂର୍ବତନ ଏମ୍‌ପିଙ୍କୁ ବିଜେଡିରୁ କରାଗଲା ନିଲମ୍ବନ , ଜାଣନ୍ତୁ କାହିଁକି ଏମିତି କାର୍ଯ୍ୟାନୁଷ୍ଠାନ ନେଲେ ନବୀନ

ବାସୁଦେବପୁର,୬।୪(କାଳୀପଦ ରାୟ): ଭଦ୍ରକ ଜିଲା ବାସୁଦେବପୁରର ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ଧାମନଗରର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ଭଦ୍ରକର ପୂର୍ବତନ ଏମ୍‌ପି ମଞ୍ଜୁଲତା ମଣ୍ଡଳଙ୍କୁ ଦଳ…

ମା’ମାଣିକେଶରୀ ବିଶ୍ୱ ବିଦ୍ୟାଳୟରେ ନୂତନ ସ୍ଥାୟୀ କୁଳପତି ନିଯୁକ୍ତ: ଜାଣନ୍ତୁ କାହାକୁ ମିଳିଲା ଦାୟିତ୍ୱ

ଭବାନୀପାଟଣା,୬।୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ମା’ମାଣିକେଶରୀ ବିଶ୍ୱ ବିଦ୍ୟାଳୟର ନୂତନ ସ୍ଥାୟୀ କୁଳପତି ଭାବେ ଡ଼.ପବନ କୁମାର ଅଗ୍ରୱାଲ ସୋମବାର ନିଯୁକ୍ତ ହୋଇଛନ୍ତି। ଏ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri