ଚାନ୍ଦି ଭଣ୍ଡାରର ନୂତନ ଅଭିଯାନ

ଭୁବନେଶ୍ୱର,୧୬।୧୧: ରାଜ୍ୟର ଅଗ୍ରଣୀ ରୁପା ରିଟେଲ ଚେନ୍‌ ‘ଚାନ୍ଦି ଭଣ୍ଡାର’ର ବହୁ ପ୍ରତୀକ୍ଷିତ ତଥା ନୂତନ ଅଭିଯାନ (କ୍ୟାମ୍ପେନ) ‘ୱେଡିଂ ଷ୍ଟୋରିଜ୍‌ ବାୟ ଚାନ୍ଦି ଭଣ୍ଡାର’ ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ଚଳିତ ବିବାହ ଋତୁ ଉପଲକ୍ଷେ ଷ୍ଟୋର ପକ୍ଷରୁ ରୁପା ଗହଣା ଏବଂ ଆର୍ଟିଫାକ୍ଟର ଅନନ୍ୟ କଲେକ୍ସନଗୁଡିକୁ ମଧ୍ୟ ଆନୁଷ୍ଠାନିକ ଭାବେ ଉନ୍ମୋଚନ କରାଯାଇଛି।
ଅପରପକ୍ଷରେ ବିବାହ ଏକ କାହାଣୀ, ବଧୂର ଅତି ପ୍ରିୟ ବିରାସତ, ବରର ଆଭୂଷଣ ଏବଂ ପରିବାରର ସମ୍ପତ୍ତି, ଯାହା ପିଢ଼ି ପରେ ପିଢ଼ିଙ୍କୁ ଯୋଡ଼ିଥାଏ। ପ୍ରତି ପିସ୍‌ ଗହଣା ଏକ ଦମ୍ପତିଙ୍କ ଯାତ୍ରାର ଅଂଶ ବିଶେଷ ପାଲଟିଥାଏ,ସେମାନଙ୍କ ପ୍ରତିଜ୍ଞା ତଥା ସେମାନେ ଏକତ୍ର ତିଆରି କରିଥିବା ସ୍ମୃତିଗୁଡ଼ିକର ଏହା ମୂକସାକ୍ଷୀ ହୋଇଥାଏ। ଏହି ବିବାହ ଋତୁରେ ଚାନ୍ଦି ଭଣ୍ଡାରର ନୂତନ କ୍ୟାମ୍ପେନ ‘ୱେଡିଂ ଷ୍ଟୋରିଜ୍‌ ବାୟ ଚାନ୍ଦି ଭଣ୍ଡାର’ ଜରିଆରେ ଉକ୍ତ ସ୍ବତନ୍ତ୍ର ସଂଯୋଗଗୁଡ଼ିକୁ ପାଳନ କରୁଛି। ନିଜ ଯାତ୍ରାରେ ଚାନ୍ଦି ଭଣ୍ଡାରକୁ ସାମିଲ କରିଥିବା ବାସ୍ତବ ଦମ୍ପତିମାନଙ୍କୁ ନେଇ ଏହି କ୍ୟାମ୍ପେନ ପ୍ରସ୍ତୁତ ହୋଇଛି। ୱେଡିଂ ଷ୍ଟୋରିଜ୍‌ ମାଧ୍ୟମରେ ଚାନ୍ଦି ଭଣ୍ଡାର ଉକ୍ତ ମୁହୂର୍ତ୍ତକୁ ପାଳନ କରୁଛି,ଯାହାକି ବିବାହକୁ ପରିଭାଷିତ କରିଥାଏ। ଏହି ଅବସରରେ ଷ୍ଟୋର ପକ୍ଷରୁ ରୁପା ଗହଣା ଏବଂ ଆର୍ଟିଫାକ୍ଟର ଅନନ୍ୟ କଲେକ୍ସନ ଉପଲବ୍ଧ ରହିଛି।
ଏ ସମ୍ପର୍କରେ ଚାନ୍ଦି ଭଣ୍ଡାରର ନିର୍ଦ୍ଦେଶିକା ଲିପ୍ସା ହଂସ କହିଥିଲେ, ଆମର ସମସ୍ତ ଗହଣା ନିଜ ନିଜ କାଳଜୟୀ ଡିଜାଇନ ସହ ପ୍ରତି ବିବାହର ପ୍ରେମ, ପରମ୍ପରା ଏବଂ ସୌନ୍ଦର୍ଯ୍ୟକୁ ପ୍ରତିଫଳିତ କରିଥାଏ। ଏପରିକି ପିଢ଼ି ପରେ ପିଢି ସ୍ମୃତି ସାଇତି ରଖିବା ପାଇଁ ଆମ ଗହଣା ସର୍ବୋକୃଷ୍ଟ ବୋଲି ସେ ବିସ୍ତୃତ ଭାବେ ମତପ୍ରକାଶ କରିଛନ୍ତି।
ସେହିଭଳି ଚଳିତ ବିବାହ ଋତୁକୁ ପାଳନ କରିବାକୁ ଯାଇ ଚାନ୍ଦି ଭଣ୍ଡାର ଏକ ସୀମିତ ସମୟ ଅଫରର ଶୁଭାରମ୍ଭ କରିଛି। ଏହି ଅଫର ୨୦୨୪ ନଭେମ୍ବର ୧୫ରୁ ଡିସେମ୍ବର ୧୦ ପର୍ଯ୍ୟନ୍ତ ସମସ୍ତ ଚାନ୍ଦି ଭଣ୍ଡାର ଷ୍ଟୋରରେ ଉପଲବ୍ଧ। ଏପରିକି ଏହା ଜରିଆରେ ଗ୍ରାହକ ଆମର ସୂକ୍ଷ୍ମ କାରୁକାର୍ଯ୍ୟପୂର୍ଣ୍ଣ ଗହଣା ଏବଂ କଳାକୃତିର ଗଢ଼ା ମଜୁରିରେ ୩୦% ପର୍ଯ୍ୟନ୍ତ ରିହାତି ପାଇପାରିବେ।
ଏହି ଅଭିଯାନ ସହିତ ଆମେ ସେହି ସଂଯୋଗ ଏବଂ ପ୍ରକୃତ ଦମ୍ପତିଙ୍କ ପ୍ରାମାଣିକ ସୌନ୍ଦର୍ଯ୍ୟକୁ ପାଳନ କରିବାକୁ ଲକ୍ଷ୍ୟ ରଖିଛୁ। ଏହା ମାଧ୍ୟମରେ ପ୍ରକୃତ ଉଦ୍ଦେଶ୍ୟ ହେଉଛି, ଚାନ୍ଦି ଭଣ୍ଡାରକୁ ନିଜ ଅର୍ଥପୂର୍ଣ୍ଣ ସେଲିବ୍ରେଶନରେ ସାମିଲ କରିଥିବା ବହୁ ମୂଲ୍ୟବାନ୍‌ ଗ୍ରାହକଙ୍କୁ କୃତଜ୍ଞତା ଜଣାଇବା। ଆମ ଅଳଙ୍କାର ଶୋଭାଠାରୁ ଅଧିକ-ଏହା ପରମ୍ପରାର ଏକ ଅଂଶ, ପ୍ରେମର ଅଭିବ୍ୟକ୍ତି ଏବଂ ଆମ ଗ୍ରାହକଙ୍କ ବିବାହ କାହାଣୀର ଏକ ଅଂଶ।


Enter your email to get our daily news in your inbox.

All Right Reserved By Dharitri.Com

ଟି-୨୦ ବିଶ୍ୱକପ୍: ଆଇସିସି କ’ଣ ଭାରତକୁ ବାହାର କରିପାରିଥାନ୍ତା? ନାସର ହୁସେନ୍‌ଙ୍କ ମନ୍ତବ୍ୟକୁ ନେଇ ହଟଚମଟ

ନୂଆଦିଲ୍ଲୀ,୫।୨: ଥମିବାର ନା ନେଉନାହିଁ ଟି-୨୦ ବିଶ୍ୱକପ୍ ବିବାଦ। ଏହାରି ମଧ୍ୟରେ ଏହାକୁ ଆହୁରି ଜଟିଳ ଆତାକୁ ଟାଣି ନେଉଛି ବ୍ୟକ୍ତିବିଶେଷଙ୍କ ବୟାନ। ଏହାରି ମଧ୍ୟରେ ପୂର୍ବତନ…

ବଡ଼ କାର୍ଯ୍ୟାନୁଷ୍ଠାନ ନେଲେ ଭକ୍ତ: କଂଗ୍ରେସରୁ ନିଳମ୍ବିତ ହେଲେ ୩ ସରପଞ୍ଚଙ୍କ ସହ…

ରାୟଗଡା,୫।୨(ଆଶିଷ ରଞ୍ଜନ ପଣ୍ଡା): ଗୁଡାରି ବ୍ଲକ ଅଧକ୍ଷାଙ୍କ ବିରୋଧରେ ଆଗତ ହୋଇଥିବା ଅନାସ୍ଥା ପ୍ରସ୍ତାବ ସପକ୍ଷରେ ଭୋଟ ଦେଇ ଦଳ ବିରୋଧୀ କାର୍ଯ୍ୟ ଓ ବିଶୃଙ୍ଖଳା ଆଚରଣ…

ସାମ୍ନାକୁ ଆସିଲା ଅଜିତ ପାଓ୍ବାରଙ୍କ ଶେଷ ଭିଡିଓ, ଜାଣନ୍ତୁ ବିମାନ ଦୁର୍ଘଟଣା ପୂର୍ବରୁ କ’ଣ କହିଥିଲେ? ଭାବବିହ୍ବଳ କରୁଛି…

ମୁମ୍ବାଇ,୫।୨: ମହାରାଷ୍ଟ୍ରର ଦିବଂଗତ ଉପମୁଖ୍ୟମନ୍ତ୍ରୀ ଏବଂ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ଏନସିପି) ମୁଖ୍ୟ ଅଜିତ ପାୱାରଙ୍କ ଏକ ଶେଷ ଭିଡିଓ ସାମ୍ନାକୁ ଆସିଛି, ଯାହା ରାଜ୍ୟ ରାଜନୈତିକ…

ଯୌତୁକ ପାଇଁ ସ୍ବାମୀ ସାଜିଲା ପିଶାଚ, ସ୍ତ୍ରୀଙ୍କୁ ପିଆଇଦେଲେ ବିଷ, ଫେରାର୍‌ ହୋଇଗଲେ…

ଦିଗପହଣ୍ଡି, ୫।୨(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅନ୍ତର୍ଗତ ଜକରାପଲ୍ଲୀ ଗ୍ରାମରେ ଅଧିକା ଯୌତୁକ ପାଇଁ ସନ୍ଧ୍ୟା ବିଷୋୟୀ(୨୩)ଙ୍କୁ ବୁଧବାର ସ୍ବାମୀ ଓ…

ସ୍କାଉଟ୍‌ସ ଓ ଗାଇଡ୍‌ସ ଶିବିର ଉଦ୍‌ଘାଟିତ: ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମରେ ଦୁଲୁକିଲା ମଞ୍ଚ

ଦାରିଙ୍ଗବାଡି, ୫ ।୨ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ସିମନବାଡି ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ପରିସରରେ ଗୁରୁବାର ୩ ଦିନିଆ ସ୍କାଉଟ୍‌ସ ଓ…

ପାଟଣାବାସୀଙ୍କ ଦୀର୍ଘଦିନର ଦାବି ହେଲା ପୂରଣ, ମୁଖ୍ୟମନ୍ତ୍ରୀ ଲୋକାର୍ପଣ କଲେ…

ପାଟଣା,୫।୨(ବୀର କିଶୋର ଦାଶ): ଓଡ଼ିଶାରେ ଗୁରୁବାର ୫୭ଟି ନୂତନ ସବ ରେଜିଷ୍ଟ୍ରର କାର୍ଯ୍ୟାଳୟ ଓ “ଆମ ସାଥୀ “ୟୁନିଫାଏଡ ହ୍ବାଟସ ଆପକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ…

‘ମୋଦି, ତୁମର କବର ଖୋଳାଯିବ’, କାହିଁକି ଏପରି ସ୍ଲୋଗାନ ଦେଉଛି କଂଗ୍ରେସ? ରାଜ୍ୟ ସଭାରେ ପ୍ରଧାନମନ୍ତ୍ରୀ ମୋଦି ଦେଲେ…

ନୂଆଦିଲ୍ଲୀ,୫।୨: ରାଜ୍ୟ ସଭାରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ବିବୃତ୍ତିରେ କଂଗ୍ରେସକୁ କଡ଼ା ଟାର୍ଗେଟ କରିଥିଲେ। ସେ କହିଥିଲେ…

ଏସିଆନ ଶୁଟିଂରେ ଭରତର ଆଧିପତ୍ୟ ଜାରି: ସୁରୁଚି-ରାଣାଙ୍କୁ ମିଳିଲା ରୌପ୍ୟ

ନୂଆଦିଲ୍ଲୀ,୫ା୨: ଭାରତ ନୂଆଦିଲ୍ଲୀଠାରେ ଚାଲିଥିବା ଏସିଆନ ଶୁଟିଂ ଚାମ୍ପିୟନଶିପ୍‌ରେ ନିଜ ଆଧିପତ୍ୟ ଜାରି ରଖିଛି। ବିଶ୍ୱ ଚାମ୍ପିୟନ ସମ୍ରାଟ ରାଣା ଓ ବିଶ୍ୱ କପ୍‌ ଫାଇନାଲ ବିଜେତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri