ବ୍ରହ୍ମପୁରରେ ଚାନ୍ଦି ଭଣ୍ଡାର ଷ୍ଟୋର

ବ୍ରହ୍ମପୁର ଅଫିସ,୧୦ା୪: ରାଜ୍ୟର ପ୍ରମୁଖ ରୁପା ଅଳଙ୍କାର ପ୍ରତିଷ୍ଠାନ ଚାନ୍ଦି ଭଣ୍ଡାରର ନୂତନ ଶୋ’ ରୁମ୍‌ ରବିବାର ବ୍ରହ୍ମପୁରର ଧର୍ମନଗର ମେନ୍‌ ରୋଡସ୍ଥିତ ଅଳକାପୁରୀ ମାର୍କେଟ କମ୍ପ୍ଲେକ୍ସଠାରେ ଉଦ୍‌ଘାଟିତ ହୋଇଯାଇଛି। ଏହି ଅବସରରେ ଚାନ୍ଦି ଭଣ୍ଡାରର ନିର୍ଦ୍ଦେଶିକା ଲିପ୍‌ସା ହଂସ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇ ଏହାର ଉଦ୍‌ଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଷ୍ଟୋରର ବହୁ ବରିଷ୍ଠ ଅଧିକାରୀ ଅନ୍ୟମାନେ ଉପସ୍ଥିତ ଥିଲେ। ବିଶେଷ କରି ସୂକ୍ଷ୍ମ କାରୁକାର୍ଯ୍ୟପୂର୍ଣ୍ଣ ରୁପା ଗହଣା, ରୁପା ବାସନ, ଉପହାର ସାମଗ୍ରୀ ଓ ଆର୍ଟିଫ୍ୟାକ୍ଟ ଆଦି ଚାହୁଁଥିବା ଗ୍ରାହକଙ୍କ ପାଇଁ ଏହା ଏକ ଅଗ୍ରଣୀ ଷ୍ଟୋର ହେବ।

ଯେଉଁଠି ଭଳିକି ଭଳି ରେଞ୍ଜ ଓ ଡିଜାଇନର ସମ୍ଭାର ଉପଲବ୍ଧ ରହିଛି। ଏପରିକି ଗ୍ରାହକମାନେ ବ୍ୟାପକ ରେଞ୍ଜ୍‌ର ପାଉଞ୍ଜି, ଝୁଣ୍ଟିଆ, ନେକ୍‌ଲେସ୍‌, ବ୍ରେସ୍‌ଲେଟ, କାନଫୁଲ, ମୁଦି, ବାସନକୁସନ, ଶୋ’ ପିସ୍‌ ଓ ଆହୁରି ଅନେକ କିଛି ଏଠାରୁ ପାଇପାରିବେ। ସେହିଭଳି ବିବାହ, ଜନ୍ମଦିନ, ଆନିଭର୍ସାରି ଏବଂ ବିଭିନ୍ନ ଅବସର ପାଇଁ ଉପହାର ଦେବା ନିମନ୍ତେ ଏଠାରେ ଭଳିକି ଭଳି ଉପହାର ବିକଳ୍ପ ରହିଛି। ବ୍ୟାପକ ରେଞ୍ଜ୍‌ର ରୁପା ଗହଣା ଡିଜାଇନ ସହ ବ୍ରାଉଜ ଓ ରିଲାକ୍ସ କରିବା ପାଇଁ ଏହି ଶୋ’ରୁମରେ ଗ୍ରାହକଙ୍କ ପାଇଁ ଉତ୍ତମ ସ୍ପେସ୍‌ ରହିଛି। ଉପଯୁକ୍ତ ପ୍ରଡକ୍ଟ ବାଛିବା କ୍ଷେତ୍ରରେ ଗ୍ରାହକଙ୍କୁ ସୁପରାମର୍ଶ ଦେବା ପାଇଁ ଏଠାରେ ଅଭିଜ୍ଞ କର୍ମଚାରୀ ରହିଛନ୍ତି।

ଏପରିକି ଦକ୍ଷ କାରିଗରଙ୍କ ଦ୍ୱାରା ପ୍ରସ୍ତୁତ ଉଚ୍ଚ ମାନଯୁକ୍ତ ରୁପା ଗହଣା ଯୋଗାଇବାରେ ଚାନ୍ଦି ଭଣ୍ଡାର ପ୍ରମୁଖ ଭୂମିକା ଗ୍ରହଣ କରିଥାଏ। ଏହି ଅବସରରେ ଗ୍ରାହକ ବିସ୍ତୃତ ରେଞ୍ଜ ରୁପା ସାମଗ୍ରୀର ଗଢ଼ା ମଜୁରିରେ ଫ୍ଲାଟ ୫୦% ରିହାତି ପାଇପାରିବେ। ଏହି ଅଫର ଏପ୍ରିଲ ୯ରୁ ୨୩ ତାରିଖ ପର୍ଯ୍ୟନ୍ତ ରହିବ। ଚାନ୍ଦି ଭଣ୍ଡାରର ନିର୍ଦ୍ଦେଶିକା ଲିପ୍‌ସା ହଂସ କହିଛନ୍ତି, ରୁପା ପାଇଁ ଆମର ଭଲ ପାଇବାକୁ ବ୍ରହ୍ମପୁରକୁ ଆଣି ଆମେ ଅତ୍ୟନ୍ତ ଉଲ୍ଲସିତ। ସମସ୍ତ ରୁପା ଉପତ୍ାଦ ପାଇଁ ଏହି ନୂଆ ଶୋ’ରୁମ୍‌ ଏକ ୱାନ୍‌ ଷ୍ଟପ୍‌ ଶପ୍‌ ଭାବେ ପରିଗଣିତ ହେବ। ଏହି ଷ୍ଟୋର ଗ୍ରାହକଙ୍କୁ ସ୍ମରଣୀୟ ଶପିଂ ଅନୁଭୂତି ପ୍ରଦାନ କରିବା ପାଇଁ ପ୍ରତିଶ୍ରୁତିବଦ୍ଧ।

 


Enter your email to get our daily news in your inbox.

All Right Reserved By Dharitri.Com

ଅଧାରେ ଅଟକିଲା ଧାନମଣ୍ଡି ନିର୍ମାଣ

ବରଗଡ଼,୧୭।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ରାଜ୍ୟରେ ଅଧିକ ଧାନ ଉତ୍ପାଦନ ଯୋଗୁ ଜିଲାର ଏଭଳି ପରିଚୟ ରହିଛି। ହେଲେ ଏଠାରେ ଚାଷ, ଚାଷୀଙ୍କ…

ଖରାଦିନେ ଫ୍ରିଜରେ ଜମୁଛି କି ମୋଟା ବରଫ ସ୍ତର? କରନ୍ତୁନି ହେୟଜ୍ଞାନ, ଏହି ୪ ଉପାୟରେ…

ଗ୍ରୀଷ୍ମ ଋତୁରେ ଫ୍ରିଜ ପ୍ରତ୍ୟେକ ଘରର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଆବଶ୍ୟକତା ପାଲଟିଯାଏ। ମାତ୍ର ଅନେକ ସମୟରେ ଲୋକମାନେ ଏକ ବଡ଼ ସମସ୍ୟାର ସମ୍ମୁଖୀନ ହୁଅନ୍ତି। ସେଇଟି ହେଉଛି…

ବରଗଡ଼ ଟାଉନ କେନାଲର ହେବ ସୌନ୍ଦର୍ଯ୍ୟକରଣ, ନିର୍ମାଣ ହେବ ବକ୍ସ କଣ୍ଡୁଇଟ

ବରଗଡ଼,୧୭।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ କେନାଲର ଉନ୍ନତିକରଣ ଓ ସୌନ୍ଦର୍ଯ୍ୟକରଣ ସହିତ କେନାଲ ଉପରେ ବକ୍ସ କଣ୍ଡୁଇଟ ନିର୍ମାଣ ହେବ। ରବିବାର ସନ୍ଧ୍ୟାରେ ଏହାର ଭିତ୍ତିପ୍ରସ୍ତର ସ୍ଥାପନ…

ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ, ଗାଡି ସହ ଡ୍ରାଇଭର ଫେରାର

ବରଗଡ଼,୧୭।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ସଦର ଥାନା ଅଧୀନ ଗୋବିନ୍ଦପୁର ଛକ ନିକଟରେ ରବିବାର ଏକ ସଡ଼କ ଦୁର୍ଘଟଣା ଘଟିଛି। ଏକ ଗାଡ଼ି ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ…

ଅଧରାତିରେ ପ୍ରେମିକାଙ୍କୁ ଭେଟିବାକୁ ଲୁଚିଛପି ଯାଇଥିଲେ ପ୍ରେମିକ, ଗାଁ  ଲୋକଙ୍କ ହାବୁଡ଼ରେ ପଡ଼ିବା ପରେ…

ପାଟନା,୧୭।୫: ବିହାରର ମୁଜାଫରପୁର ଜିଲାରୁ ଏକ ଚକିତ କଲା ଭଳି ଖବର ସାମ୍ନାକୁ ଆସିଛି। ରାତିର ଅନ୍ଧାରରେ ପ୍ରେମିକାକୁ ଦେଖା କରିବାକୁ ଆସିଥିବା ଜଣେ ପ୍ରେମିକକୁ ଗ୍ରାମବାସୀ…

ବଜ୍ରପାତରେ ଚାଲିଗଲା ଶ୍ରମିକଙ୍କ ଜୀବନ, ୨ ଆହତ

କୁଆଁରମୁଣ୍ଡା,୧୭ା୫(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା ରାଏବୋଗା ଥାନା ଝୁନୁମୁରରେ ରହି ଦିନ ମଜୁରିଆ ଭାବେ କାମ କରୁଥିବା ବୁଧୁଆ ବାଗେ(୩୧)ଙ୍କ ବଜ୍ରପାତରେ ମୃତ୍ୟୁ ଘଟିଛି। ତାଙ୍କ…

ପରିବାରଲୋକଙ୍କୁ ଅଟକ ରଖି କୋଦାଳରେ ଆକ୍ରମଣ କରିଥିଲେ ଯୁବକ, ବାନ୍ଧିଲା ପୋଲିସ

ଆନନ୍ଦପୁର,୧୭ା୫(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ପୌରପାଳିକା ଫକୀରପୁର ଗ୍ରାମର ପ୍ରଶାନ୍ତ କୁମାର ଦାସ ପରିବାର ଲୋକଙ୍କୁ ଆକ୍ରମଣ କରିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି…

‘୩ ପରୀକ୍ଷା, ଜଣେ ମନ୍ତ୍ରୀ…’ଧର୍ମେନ୍ଦ୍ରଙ୍କୁ କାହିଁକି ବରଖାସ୍ତ କରୁନାହାନ୍ତି ମୋଦି; ବର୍ଷିଲେ…

ନୂଆଦିଲ୍ଲୀ,୧୭।୫: ଲୋକ ସଭାର ବିରୋଧୀ ଦଳ ନେତା ତଥା କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ରବିବାର  ପୁଣି ନିଟ୍‌(NEET) ପେପର ଲିକ୍‌ ମାମଲା ଏବଂ ଶିକ୍ଷା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri