ଚନ୍ଦା କୋଚ୍ଚରଙ୍କୁ ମିଳିଲା ଜାମିନ

ନୂଆଦିଲ୍ଲୀ: ଆଇସିଆଇସିଆଇ ବ୍ୟାଙ୍କ ଏବଂ ଭିଡିଓକନ ବେଆଇନ ଅର୍ଥ କାରବାର ମାମଲାରେ ବ୍ୟାଙ୍କର ପୂର୍ବତନ ସିଇଓ ଚନ୍ଦା କୋଚ୍ଚରଙ୍କୁ ଆଶ୍ୱସ୍ତି ମିଳିଛି। ବେଆଇନ ଅର୍ଥ କାରବାର ନିରୋଧୀ ଆଇନ(ପିଏମ୍‌ଏଲ୍‌ଏ)ର ସ୍ବତନ୍ତ୍ର କୋର୍ଟ ଚନ୍ଦାଙ୍କୁ ଶୁକ୍ରବାର ଜାମିନ ପ୍ରଦାନ କରିଥିବା ଜଣାପଡିଛି। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)ର ମାମଲାରେ ଚନ୍ଦା କୋଚ୍ଚର, ତାଙ୍କ ସ୍ବାମୀ ଦୀପକ କୋଚ୍ଚର, ଭିଡିଓକନ ଗ୍ରୁପ୍‌ ଅଫ୍‌ କମ୍ପାନୀର ପ୍ରମୋଟର ବେଣୁଗୋପାଳ ଧୂତଙ୍କୁ ପକ୍ଷଭୁକ୍ତ କରାଯାଇଥିଲା। ଚନ୍ଦା କୋଚ୍ଚର ତାଙ୍କ ଓକିଲ ବିଜୟ ଅଗ୍ରଓ୍ବାଲଙ୍କ ଦ୍ୱାରା ଏ.ଏ. ନନ୍ଦଗାଓଁକରଙ୍କ ନିକଟରେ ଜାମିନ ଲାଗି ଆବେଦନ କରିଥିଲେ। ୫ ଲକ୍ଷ ଟଙ୍କା ବଣ୍ଡ୍‌ରେ ଅଦାଲତ ତାଙ୍କୁ ଜାମିନ ଦେଇଛନ୍ତି। କୋଚ୍ଚର, ଧୂତ ଏବଂ ଅନ୍ୟ ବ୍ୟକ୍ତିବିଶେଷଙ୍କ ନାମରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ(ସିବିଆଇ) ଏଫ୍‌ଆଇଆର୍‌ ଦାୟର କରିଥିଲା। ଆପରାଧିକ ମାମଲା ଦାୟର ହେବା ପରେ ଇଡି ୨୦୨୦ ସେପ୍ଟେମ୍ବରରେ ଚନ୍ଦାଙ୍କୁ ଗିରଫ କରିଥିଲା। ସୂଚନାଯୋଗ୍ୟ, ଭିଡିଓକନ ଗ୍ରୁପ୍‌ ଋଣ ପ୍ରଦାନ ଦ୍ୱାରା ଚନ୍ଦାଙ୍କ ସ୍ବାମୀ ଦୀପକ କୋଚ୍ଚରଙ୍କ କମ୍ପାନୀ ନ୍ୟୁ ପାଓ୍ବାର ରିନୁଏବଲ ଲିମିଟେଡ୍‌ ଅନୁକମ୍ପା ଭାବେ ୬୪ କୋଟି ଟଙ୍କା ଲାଭ କରିଥିବା ତଦନ୍ତକାରୀ ଏଜେନ୍ସି ଅଭିଯୋଗ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୪୭୦ ପଏଣ୍ଟ ଖସିଲା ସେନ୍‌ସେକ୍ସ

ମୁମ୍ବାଇ,୧୪।୪: ସୋମବାର ଭାରତୀୟ ଶେୟାର ବଜାରରେ କାରବାର ପ୍ରଭାବିତ ସ୍ଥିତିରେ ରହିଛି। ଏହି ସମୟରେ ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜ କାରବାର ୪୭୦ ପଏଣ୍ଟ ଖସିଥିବା ବେଳେ...

ସାମ୍‌ସଙ୍ଗ ଆଣିଲା ନୂଆ ଗାଲାକ୍ସି ଏମ୍‌୪୦

ନୂଆଦିଲ୍ଲୀ,୧୭-୬: ପ୍ରମୁଖ କମ୍ପାନୀ ସାମ୍‌ସଙ୍ଗ ପକ୍ଷରୁ ନୂଆ ଗାଲାକ୍ସି ଏମ୍‌୪୦ ମଡେଲ ବଜାରକୁ ଆସିଛି। ଏଥିରେ ୬.୩ ଇଞ୍ଚ ଏଫ୍‌ଏଚ୍‌ଡି ଇନଫିନିଟି ଓଡିସ୍ପଲେ, ଶକ୍ତିଶାଳୀ ସ୍ନାପଡ୍ରାଗନ...

୫ ରାଷ୍ଟ୍ରାୟତ୍ତ ଉଦ୍ୟୋଗର ଅଂଶଧନ ବିକ୍ରିକୁ କ୍ୟାବିନେଟ ମଞ୍ଜୁରୀ

ନୂଆଦିଲ୍ଲୀ,୨୧-୧୧: ଭାରତ ପେଟ୍ରୋଲିୟମ କର୍ପୋରେଶନ ଲିମିଟେଡ(ବିପିସିଏଲ୍‌) ସମେତ ୫ ରାଷ୍ଟ୍ରାୟତ୍ତ ଉଦ୍ୟୋଗର ଅଂଶଧନ ବିକ୍ରିକୁ କେନ୍ଦ୍ର କ୍ୟାବିନେଟ ମଞ୍ଜୁରୀ ପ୍ରଦାନ କରିଛି। ଅର୍ଥନୈତିକ ବ୍ୟାପାର ସଂକ୍ରାନ୍ତ...

ଗ୍ରାମୀଣ ଅର୍ଥ ବ୍ୟବସ୍ଥା ପାଇଁ ବଡ଼ ଚ୍ୟାଲେଞ୍ଜ

  ନୂଆଦିଲ୍ଲୀ,୨୫।୪: ଦେଶର ମୋଟ୍‌ ୧୩୦ କୋଟି ଜନସଂଖ୍ୟା ମଧ୍ୟରୁ ଗ୍ରାମାଞ୍ଚଳରେ ଦୁଇତୃତୀୟାଂଶ ଲୋକ ବସବାସ କରୁଛନ୍ତି। ୨୦୧୬ର ବିମୁଦ୍ରୀକରଣ, ମରୁଡ଼ି ସମେତ ଅନ୍ୟ ସମସ୍ୟା...

ଡିସେମ୍ବର ପରେ ଆସିପାରେ ନୀରବଙ୍କ ପ୍ରତ୍ୟର୍ପଣ ମାମଲା ରାୟ

ନୂଆଦିଲ୍ଲୀ,୨୮।୮: ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ(ପିଏନ୍‌ବି)ର ୧୩,୫୦୦ କୋଟି ଋଣ ଠକେଇ ମାମଲାରେ ଅନ୍ୟତମ ମୁଖ୍ୟ ଅଭିଯୁକ୍ତ ନୀରବ ମୋଦିଙ୍କ ପ୍ରତ୍ୟପଣ ମାମଲାର ରାୟ ଡିସେମ୍ବରରେ ଆସିପାରେ।...

ସ୍କ୍ରାପେଜ୍‌ ପଲିସି କାର୍‌ ବିକ୍ରି ବଢ଼ାଇବ

କରୋନା ମହାମାରୀର ପ୍ରଭାବ ସାଙ୍ଗକୁ ବର୍ଦ୍ଧିତ ତେଲ ଦର ଯାନ ବିକ୍ରି ବୃଦ୍ଧିରେ ବାଧକ ସାଜି ଅଟୋ ସେକ୍ଟର ପାଇଁ ଆଉ ଏକ ଚିନ୍ତାର କାରଣ...

ଜିଓରେ କ୍ୱାଲ୍‌କମ୍‌ର ୭୩୦ କୋଟି ନିବେଶ

ନୂଆଦିଲ୍ଲୀ,୧୨।୭ : ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଜିଓ ପ୍ଲାଟଫର୍ମରେ କ୍ୱାଲ୍‌କମ୍‌ ଭେଞ୍ଚରର ନିବେଶ ଫାର୍ମ କ୍ୱାଲ୍‌କମ୍‌ ଇନ୍‌କର୍ପୋରେଟେଡ ୭୩୦ କୋଟି ଟଙ୍କା ନିବେଶ କରିଛି। ୫ଜି ଏବଂ...

କୋଇଲା ଚାହିଦା ଏବେ କମିବନି: କୋଲ୍‌ ଇଣ୍ଡିଆ ମୁଖ୍ୟ

ଭୁବନେଶ୍ୱର, ୧୪-୯(ବ୍ୟୁରୋ): ଦେଶରେ ବିକଳ୍ପ ଶକ୍ତି ଉତ୍ସଗୁଡିକର ଚାହିଦା ବର୍ତ୍ତମାନ ବଢୁଛି। ଏଭଳି ସ୍ଥିତିରେ ତାପଜ ବିଦ୍ୟୁତ ଶକ୍ତି ଚାହିଦା ଅନେକ ବର୍ଷ ଯାଏ କମିବନି।...

Advertisement


Archives

Model This Week