Posted inଖେଳ

Champions Trophy 2025 : ଟସ୍‌ ଜିତିଲେ ମ୍ୟାଚ୍‌ ହାରିବ ଟିମ୍‌ ଇଣ୍ଡିଆ! ସାଂଘାତିକ କଥା କହିଦେଲେ ଖେଳ ବିଶେଷଜ୍ଞ

ଦୁବାଇ,୭।୩: ଭାରତ-ନ୍ୟୁଜିଲାଣ୍ଡ ମ୍ୟାଚରେ ଚାମ୍ପିୟନ୍ସ ଟ୍ରଫିର ଫାଇନାଲ ଫାଇଟ ଖେଳାଯିବ । ଦୁବାଇ ଇଣ୍ଟରନାଶନଲ କ୍ରିକେଟ ଷ୍ଟାଡିୟମରେ ଏହି ଫାଇନାଲ ମୁକାବିଲା ଅନୁଷ୍ଠିତ ହେବାକୁ ଯାଉଛି । ଚାମ୍ପିଅନ୍ସ ଟ୍ରଫିର ଫାଇନାଲରେ ଭାରତ ଏବଂ ନ୍ୟୁଜିଲାଣ୍ଡ ଦଳ ମୁହାଁମୁହିଁ ହେବେ। ପ୍ରଥମ ସେମିଫାଇନାଲରେ ଟିମ ଇଣ୍ଡିଆର ଚମତ୍କାର ବିଜୟ ପରେ ବୁଧବାର ଦ୍ୱିତୀୟ ସେମିଫାଇନାଲରେ ନ୍ୟୁଜିଲ୍ୟାଣ୍ଡ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରି ଟାଇଟଲ ମୁକାବିଲା ପାଇଁ ଯୋଗ୍ୟତା ଅର୍ଜନ କରିଛି। ନ୍ୟୁଜିଲାଣ୍ଡର ବିଜୟ ଟିମ ଇଣ୍ଡିଆ ପାଇଁ ଖରାପ ଖବର ଏବଂ ଏହାର କାରଣ ହେଉଛି ବିଗତ ଦିନର ଇତିହାସ, ଯାହାକି ଭାରତୀୟ ପ୍ରଶଂସକଙ୍କ ଚିନ୍ତା ବଢ଼ାଇପାରେ। ତେବେ ଭାରତ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବାକୁ ଥିବା ଫାଇନାଲ ଲଢେଇରେ ଟସ କେତେ ମହତ୍ତ୍ୱପୂର୍ଣ୍ଣ ହୋଇପାରେ ଜାଣିବା ସେ ବାବଦରେ…

ନ୍ୟୁଜିଲାଣ୍ଡ ଦଳ ଦକ୍ଷିଣ ଆଫ୍ରିକାକୁ ୫୦ ରନରେ ମାତ୍‌ ଦେଇ ଫାଇନାଲ ପ୍ରବେଶ କରିଛି । ଯାହା ଭାରତ ପାଇଁ କାଳ ସାଜିପାରେ । ସେମିଫାଇନାଲ ବିଜୟ ପରେ କିୱି ଅଧିନାୟକ ମିଚେଲ ସେଣ୍ଟନରଙ୍କୁ ଟସ ଜିତିବାକୁ ନେଇ ପ୍ରଶ୍ନ କରାଯାଇଥିଲା । ବ୍ଲାକଯାପ ଅଧିନାୟକ ସେଣ୍ଟନର ପ୍ରକାଶ କରିଥିଲେ ଯେ, ଫାଇନାଲରେ ସେମାନେ ଟସ ଜିତିବା ଉପରେ ଗୁରୁତ୍ତ୍ୱ ଦେବେ ଓ ପରିସ୍ଥିତି ଅନୁଯାୟୀ ସେମାନେ ବ୍ୟାଟିଂ କିମ୍ବା ବୋଲିଂ ନିଷ୍ପତ୍ତି ନେବେ । ଫଳରେ ଭାରତ ଉପରେ ଚାପ ସୃଷ୍ଟି କରାଯାଇ ଚାନ୍ସ ଜିତି ହେବ ।

Champions Trophy 2025 News: ସେପଟେ ଭାରତୀୟ ଅଧିନାୟକ ରୋହିତ ଶର୍ମା ଚାମ୍ପିୟନ୍ସ ଟ୍ରଫିରେ ଗୋଟିଏ ଥର ବି ଟସ ଜିତି ନାହାନ୍ତି । ଲଗାତାର ଭାବରେ ସେ ୧୧ ତମ ଟସ ହାରିଛନ୍ତି । ଫଳରେ ସମସ୍ତଙ୍କ ନଜର ରୋହିତଙ୍କ ଉପରେ ହେବ।

ସେହିପରି ଟସ ନ ଜିତିବା ମଧ୍ୟ ରୋହିତଙ୍କ ପାଇଁ କେହି କେହି ଆର୍ଶିବାଦ କହୁଛନ୍ତି । କାରଣ ରୋହିତ ପ୍ରତିପକ୍ଷ ଅଧିନାୟକଙ୍କ ନିଷ୍ପତ୍ତି ଅନୁସାରେ ହିଁ ନିଜକୁ ଖାପ ଖୁଆଇ ଚାଲିଛନ୍ତି। ଫଳରେ ଏଭଳି ଚାନ୍ସ ଓ ସମୀକ୍ଷକଙ୍କ ପାଇଁ ଏହା ଶୁଭ ସଂକେତ ।

Champions Trophy 2025 News: ଚାମ୍ପିଅନ୍ସ ଟ୍ରଫି ଫାଇନାଲ ପାଇଁ ସମ୍ଭାବ୍ୟ ଭାରତ ଏକାଦଶ: ରୋହିତ ଶର୍ମା (ଅଧିନାୟକ), ଶୁଭମନ ଗିଲ, ବିରାଟ କୋହଲି, ଶ୍ରେୟସ ଆୟର, ଅକ୍ଷର ପଟେଲ, କେଏଲ ରାହୁଲ (ୱିକେଟକିପର), ହାର୍ଦ୍ଦିକ ପାଣ୍ଡ୍ୟା, ରବିନ୍ଦ୍ର ଜାଡେଜା, ମହମ୍ମଦ ଶାମି, କୁଲଦୀପ ଯାଦବ, ବରୁଣ ଚକ୍ରବର୍ତ୍ତୀ ।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରକ୍‌ରେ ପିଟି ହୋଇ ଦୁଇ ବାଇକ୍‌ ଆରୋହୀ ଗୁରୁତର, ଜଣେ ବୁର୍ଲା ସ୍ଥାନାନ୍ତର

ବଲାଙ୍ଗୀର,୧୦।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର-ଭବାନୀପାଟଣା ୨୬ ନମ୍ବର ଜାତୀୟ ରାଜପଥର ମଠଖାଇ ମନ୍ଦିର ଓ ସିନଖମନ ରାସ୍ତା ମଝିରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ରାସ୍ତାରେ...

ଏସବୁ ରାଜ୍ୟରେ ବଢିବ SIR ସମୟସୀମା: ରିପୋର୍ଟ

ନୂଆଦିଲ୍ଲୀ,,୧୦।୧୨: ସ୍ୱତନ୍ତ୍ର ପରିଚୟପତ୍ର ସଂଶୋଧନ (SIR) ପାଇଁ ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ ସମେତ ଅନେକ ରାଜ୍ୟରେ ସମୟସୀମା ବଢ଼ାଇବାକୁ ନିର୍ବାଚନ କମିଶନ (EC) ଯୋଜନା କରୁଥିବା ଶୀର୍ଷ...

ପଲାଣଘାଟି ପଞ୍ଚାୟତକୁ ଜିଲାସ୍ତରୀୟ ପୁରସ୍କାର

ପାଟଣା,୧୦ା୧୨(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅନ୍ତର୍ଗତ ପଲାଣଘାଟି ପଞ୍ଚାୟତକୁ ଜିଲା ଜଳ ଓ ପରିମଳ ମିଶନ ପକ୍ଷରୁ ବିଶ୍ୱ ଶୌଚାଳୟ ଦିବସରେ ଜିଲାସ୍ତରରେ...

ଚାଷୀଙ୍କ ସହ ଆଲୋଚନା କଲେ ବିଧାୟକ, ଅମଳ ଧାନକୁ ନେଇ…

ପାରଳାଖେମୁଣ୍ଡି,୧୦ା୧୨(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ବିଧାୟକ ଇଂ. ରୂପେଶ କୁମାର ପାଣିଗ୍ରାହୀ କାଶୀନଗର ବ୍ଲକ ଖାରଡ଼ା ଗ୍ରାମାଞ୍ଚଳ ଗସ୍ତ କରି ଚାଷୀଙ୍କ ସହ ବିଭିନ୍ନ...

ରାସ୍ତାରେ ଓଲଟି ପଡ଼ିଲା ଗ୍ୟାସ୍‌ ବୋଝେଇ ଟ୍ୟାଙ୍କର, ଦୁର୍ଘଟଣା ଏତେ ଭୟଙ୍କର ଯେ ଲୋକେ…

ଲାଞ୍ଜିଗଡ଼,୧୦ା୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଭବାନୀପାଟଣାରୁ ରାୟଗଡ଼ାକୁ ସଂଯୋଗ କରୁଥିବା ୬ ନମ୍ବର ରାଜ୍ୟ ରାଜପଥ ବଞ୍ଜାରି ଘାଟି ନିକଟରେ ବୁଧବାର ସନ୍ଧ୍ୟାରେ ଗୋଟିଏ...

ନବନିଯୁକ୍ତ ରାଇରଙ୍ଗପୁର ଭାଜପା ପ୍ରଭାରୀଙ୍କୁ ଛୁଟୁଛି ଶୁଭେଚ୍ଛାର ସୁଅ

ପାଟଣା,୧୦ା୧୨(ବୀରକିଶୋର ଦାଶ): ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ରାଜ୍ୟ ସଂଗଠନ ମନ୍ତ୍ରୀ ମାନସ ମହାନ୍ତି କେନ୍ଦୁଝର ଜିଲା ଭାଜପା ପୂର୍ବତନ ସଭାପତି ଅଂଶୁମାନ...

ଜାପାନରରେ ପୁଣି ୬.୫ ତୀବ୍ରତାର ଭୂକମ୍ପ; ଦୁଇ ଦିନରେ ଦ୍ୱିତୀୟ ଶକ୍ତିଶାଳୀ ଝଟକା

ମୁମ୍ବାଇ,୧୦।୧୨: ଗତ ସୋମବାର ୭.୫ ତୀବ୍ରତାର ଶକ୍ତିଶାଳୀ ଭୂକମ୍ପ ଯୋଗୁଁ ସୁନାମୀ ଚେତାବନୀ ଜାରି ହେବାର ୪୮ ଘଣ୍ଟା ମଧ୍ୟରେ ବୁଧବାର ପୁଣିଥରେ ଜାପାନର ଉତ୍ତରାଞ୍ଚଳ...

ଦିଗପହଣ୍ଡିରେ ଏଡିଜେ କୋର୍ଟ ପ୍ରତିଷ୍ଠା ଦାବି

ଦିଗପହଣ୍ଡି,୧୦ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲାର ଦିଗପହଣ୍ଡି ଠାରେ ଏଡିଜେ କୋର୍ଟ ସହ ଜିଲା ସବଡିଭିଜନ କାର୍ଯ୍ୟାଳୟ ପ୍ରତିଷ୍ଠା ନିମନ୍ତେ ସ୍ଥାନୀୟ ଖେମୁଣ୍ଡି ଓକିଲ ସଂଘ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri