Posted inଖେଳ

Video: ପାକିସ୍ତାନକୁ ପାନେ ଦେବାକୁ ସଜବାଜ ହେଉଛି ଭାରତ: ଚୌକା-ଛକା ବର୍ଷା

ଦୁବାଇ,୧୭।୨: ଟିମ ଇଣ୍ଡିଆ ୨୦୨୫ ଚାମ୍ପିଅନ୍ସ ଟ୍ରଫି ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛି। ଭାରତର ପ୍ରଥମ ମ୍ୟାଚ ବାଂଲାଦେଶ ସହ ୨୦ ଫେବୃଆରୀରେ ଦୁବାଇରେ ଖେଳାଯିବ। ସୋମବାର ଦୁବାଇରେ ଅଧିନାୟକ ରୋହିତ ଶର୍ମା ଏବଂ ବିରାଟ କୋହଲିଙ୍କ ସହିତ ଟିମ ଇଣ୍ଡିଆର ସମସ୍ତ ଖେଳାଳି ଅଭ୍ୟାସ ପାଇଁ ପଡ଼ିଆକୁ ଓହ୍ଲାଇଥିଲେ। ଏହି ସମୟରେ ରୋହିତ ଏବଂ ପାଣ୍ଡ୍ୟା ଅନେକ ପ୍ରକାରର ସଟ ଖେଳିଥିଲେ। ଭାରତ ଫେବୃଆରୀ ୨୩ରେ ପାକିସ୍ତାନକୁ ଭେଟିବ। ଏହି ମ୍ୟାଚ୍‌କୁ ଧ୍ୟାନରେ ରଖି ଖେଳାଳିମାନେ ଜୋରଦାର ଅଭ୍ୟାସ କରିଥିଲେ।
ବିସିସିଆଇ ଏକ୍ସରେ ଏକ ଭିଡିଓ ଶେୟାର କରିଛି। ଏଥିରେ ଟିମ ଇଣ୍ଡିଆର ଖେଳାଳିମାନେ ଅଭ୍ୟାସ କରିବା ସହିତ ମଜା କରୁଥିବାର ଦେଖାଯାଇଥିଲା। ରୋହିତ ଶର୍ମା ନେଟ୍ସରେ ବହୁତ ଝାଳ ବୁହାଇଥିଲେ। ସେ ଅନେକ ବୋଲରଙ୍କ ସାମ୍ନା ମଧ୍ୟ କରିଥିଲେ। ରୋହିତଙ୍କୁ ସ୍ପିନ ଏବଂ ଦ୍ରୁତ ବୋଲରମାନଙ୍କ ବିପକ୍ଷରେ ଖେଳୁବାର ଦେଖାଯାଇଥିଲା। ବ୍ୟାଟିଂ ଅଭ୍ୟାସ ସମୟରେ ସ୍ପିନର କୁଲଦୀପ ଯାଦବ ତାଙ୍କ ବୋଲିଂ ମାଧ୍ୟମରେ ଅନେକ ଖେଳାଳିଙ୍କୁ ସାହାଯ୍ୟ କରିଥିଲେ।
ନେଟ ସେସନରେ କୋହଲି ଗିଲଙ୍କୁ ଅନେକ ଟିପ୍ସ ମଧ୍ୟ ଦେଇଥିଲେ। ବିସ୍ଫୋରକ ବ୍ୟାଟସମ୍ୟାନ ଶ୍ରେୟସ ଆୟର ମଧ୍ୟ ଅଭ୍ୟାସ କରିଥିଲେ। ହାର୍ଦ୍ଦିକ ପାଣ୍ଡ୍ୟା ଫର୍ମରେ ନଜର ଆସିଥିଲେ। ସେ ବ୍ୟାଟିଂ କରିବା ସମୟରେ ବଡ଼ ହିଟ ଉପରେ ଧ୍ୟାନ ଦେଉଥିଲେ। ସେ ଚୌକା ଛକା ବର୍ଷା କରିଥିଲେ।
ବ୍ୟାଟିଂ ଏବଂ ବୋଲିଂ ସହିତ, ଖେଳାଳିମାନେ ଫିଲ୍ଡିଂ ଉପରେ ମଧ୍ୟ ଧ୍ୟାନ ଦେଇଥିଲେ। ବରୁଣ ଚକ୍ରବର୍ତ୍ତୀ, ମହମ୍ମଦ ଶାମି ଏବଂ ହର୍ଷିତ ରାଣାଙ୍କୁ ପଡ଼ିଆରେ ଏକାଠି ଦେଖିବାକୁ ମିଳିଥିଲା। ରୋହିତ ଖେଳାଳିମାନଙ୍କୁ କ୍ୟାଚ ଧରିବା ଅଭ୍ୟାସ ମଧ୍ୟ କରାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଟ୍ରେନ୍‌ ଟିକେଟ ବୁକିଂ ନିୟମ ବଦଳାଇଲା IRCTC, ଯାତ୍ରା କରିବାକୁ ଥିଲେ ଜାଣି ନିଅନ୍ତୁ…

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ରେଳବାଇ ଆଧାର-ଯାଞ୍ଚ ହୋଇଥିବା IRCTC ଆକାଉଣ୍ଟ୍ ଧାରୀମାନଙ୍କ ପାଇଁ ବଡ଼ ରାହତ ଘୋଷଣା କରିଛି। ଆଡ଼ଭାନ୍ସ ରିଜର୍ଭେସନ୍ ପିରିଅଡ୍ (ARP)ର ପ୍ରଥମ ଦିନରେ...

ମହିଳାକୁ ହତ୍ୟା ଅଭିଯୋଗ, ପୋଲିସର ତନାଘନା

ଗୋପାଳପୁର,୩୦ା୧୨(ନବୀନ ରାଜ ଆଚାରୀ): ଗୋଳନ୍ଥରା ଥାନା ଅଞ୍ଚଳରେ ସୋମବାର ବିଳମ୍ବିତ ରାତିରେ ଜଣେ ମହିଳାଙ୍କୁ ତାଙ୍କ ସ୍ବାମୀ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଫାସୀନୂଆପଡା ଗ୍ରାମରେ...

ସୁରୁଖୁରୁରେ ଧାନକିଣାକୁ ଗୁରୁତ୍ୱ ଚାଷୀ, ସମବାୟ ଓ ଯୋଗାଣ ବିଭାଗ ଅଧିକାରୀଙ୍କୁ ନେଇ ବୈଠକ

ଛତ୍ରପୁର,୩୦ା୧୨(ଦିଲୀପ ସାମଲ): ଚଳିତ ବର୍ଷ ଜିଲାରେ ଧାନକିଣା ସୁରୁଖୁରୁରେ କରିବା ପାଇଁ ମଙ୍ଗଳବାର ଚାଷୀ, ସମବାୟ ଓ ଯୋଗାଣ ବିଭାଗର ଅଧିକାରୀମାନଙ୍କୁ ନେଇ ତ୍ରିପାକ୍ଷିକ ବୈଠକ...

ଆର୍‌ସିବିକୁ ବଡ଼ ଝଟ୍‌କା, ଏହି କାରଣରୁ ଖେଳିବେ ନାହିଁ…

ନୂଆଦିଲ୍ଲୀ, ୩୦।୧୨: ମହିଳା ପ୍ରିମିଅର୍ ଲିଗ୍ (WPL) ୨୦୨୬ ଆରମ୍ଭ ହେବାକୁ ମାତ୍ର କିଛି ଦିନ ବାକି ଥିବାବେଳେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗଲୁରୁ (RCB) ଟିମ୍‌କୁ...

ରାଜ୍ୟସ୍ତରୀୟ ଟାଏକୋଣ୍ଡୋରେ ସଫଳତା: ଛୁଟୁଛି ଶୁଭେଚ୍ଛାର ସୁଅ

ରାଇକିଆ,୩୦ା୧୨ (ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ସେଣ୍ଟ କ୍ୟାଥରିନ ବିଦ୍ୟାଳୟରଛାତ୍ରୀଛାତ୍ରମାନେ ରାଜ୍ୟସ୍ତରୀୟ ଟାଏକୋଣ୍ଡୋ କ୍ରୀଡ଼ାରେ ସଫଳତା ଅର୍ଜନ କରିଛନ୍ତି। ଭଦ୍ରକ ଠାରେ ଅନୁଷ୍ଠିତ ୩ଦିନିଆ...

ଟିମ୍‌ ଇଣ୍ଡିଆକୁ ଫେରିପାରନ୍ତି ମହମ୍ମଦ ସାମି: ବିଶ୍ୱକପ୍ ପୂର୍ବରୁ ବଦଳିପାରେ ଚୟନକର୍ତ୍ତାଙ୍କ ନିଷ୍ପତି

ମୁମ୍ବାଇ,୩୦।୧୨: ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ସାମିଙ୍କୁ ନେଇ ବିସିସିଆଇ ଚୟନକର୍ତ୍ତା ଏକ ବଡ଼ ନିଷ୍ପତ୍ତି ନେବାକୁ ଯାଉଛନ୍ତି। ଫିଟ୍‌ନେସ୍‌ ଏବଂ ବୟସକୁ ନେଇ ଚାଲିଥିବା...

ବର୍ଷର ଶେଷ ଦିନ ସଂହ ରାଶି ସହ ୫ରାଶିର ଫିଟିଯିବ ଭାଗ୍ୟ! ବାଜିବ ଲଟେରୀ

ଆସନ୍ତାକାଲି ହେଉଛି ୨୦୨୫ ବର୍ଷର ଶେଷ ୩୧ତମ ଦିନ ଏବଂ ବୁଧବାର। ବୁଧବାର ଦିନ ପ୍ରତିବନ୍ଧକ ଦୂରକାରୀ ଭଗବାନ ଗଣେଶ ଏବଂ ଜ୍ଞାନ ଏବଂ ବିବେକର...

ଭଲିବଲ ଟୁର୍ନାମେଣ୍ଟ: ସେମିଫାଇନାଲରେ ଦାରିଙ୍ଗିବାଡ଼ି

ଦିଗପହଣ୍ଡି,୩୦।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ତୃତୀୟ ଦିବସ ମଙ୍ଗଳବାର କ୍ୱାର୍ଟର ଫାଇନାଲ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri