Posted inଖେଳ

Champions Trophy 2025: ଏପର୍ଯ୍ୟନ୍ତ ପ୍ରତିଶ୍ରୁତି ପାଳନ କରିନାହାନ୍ତି ରୋହିତ: ଅପେକ୍ଷାରେ ଅକ୍ଷର ପଟେଲ

ନୂଆଦିଲ୍ଲୀ,୨୬।୨: ଭାରତୀୟ ଅଧିନାୟକ ରୋହିତ ଶର୍ମା ସାଥୀ ଖେଳାଳି ଅକ୍ଷର ପଟେଲଙ୍କୁ ଦେଇଥିବା ପ୍ରତିଶ୍ରୁତି ଏପର୍ଯ୍ୟନ୍ତ ପାଳନ କରିନାହାନ୍ତି। ଅକ୍ଷର ଏବେ ବି ଡିନର ପାଇଁ ଅପେକ୍ଷା କରିଛି।
ବାଂଲାଦେଶ ବିପକ୍ଷରେ ଚାମ୍ପିଅନ୍ସ ଟ୍ରଫିର ଗ୍ରୁପ ଏର ପ୍ରଥମ ମ୍ୟାଚ୍‌ରେ ଅକ୍ଷର ଇନିଂସର ୯ମ ଓଭରରେ ହ୍ୟାଟ୍ରିକ ନେବାର ସୁଯୋଗ ପାଇଥିଲେ। ଅକ୍ଷର ଲଗାତାର ଦୁଇଟି ବଲ ରେ ତାନଜିଦ ହାସନ ଏବଂ ମୁସଫିକର ରହିମଙ୍କୁ ଆଉଟ କରିଥିଲେ। ଏହା ପରେ ତୃତୀୟ ବଲଟି ଜାକିର ଅଲିଙ୍କ ବ୍ୟାଟର ଧାର ଦେଇ ସ୍ଲିପ ଆଡକୁ ଯାଇଥିଲା। କିନ୍ତୁ ରୋହିତ ଏକ ସହଜ କ୍ୟାଚ ଛାଡିଥିଲେ। ଏଥିପାଇଁ ଅକ୍ଷର ଏକ ବଡ଼ ସଫଳତା ପାଇବାରୁ ବଞ୍ଚିତ ହୋଇଥିଲେ। ଏହା ପରେ, ରୋହିତ କହିଥିଲେ,ମୋଦ୍ୱାରା ଭୁଲ୍‌ ହୋଇଛି। ଭାବୁଛି ଅକ୍ଷରଙ୍କୁ ଡିନର ପାଇଁ ବାହାରକୁ ନେଇଯିବାକୁ ପଡିବ।
ପାକିସ୍ତାନ ମ୍ୟାଚ ପରେ ଅକ୍ଷରଙ୍କୁ ପଚରାଯାଇଥିଲା, ରୋହିତ ତାଙ୍କ ପ୍ରତିଶ୍ରୁତି ପାଳନ କରିଛନ୍ତି କି? ଏହା ଉପରେ ଅକ୍ଷର କହିଥିଲେ, ଏବେ ଆମର ୬ ଦିନର ବିରତି ଅଛି। ମୁଁ ଆଶା କରୁଛି ଏହି ସମୟ ମଧ୍ୟରେ ସେ ଏହା ପଳନ କରିବେ।
ଭାରତୀୟ ଦଳ ଏହାର ଦୁଇଟି ମ୍ୟାଚ ଜିତିଛି। ଏହି ସମୟ ମଧ୍ୟରେ, ଅକ୍ଷର ୨ଟି ମ୍ୟାଚ୍‌ରେ ୩ ଉଇକେଟ ନେଇଛନ୍ତି। ଏହା ସହିତ ଭାରତ ମଧ୍ୟ ସେମିଫାଇନାଲରେ ପ୍ରବେଶ କରିଛି। ଭାରତୀୟ ଦଳ ମାର୍ଚ୍ଚ ୨ରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଶେଷ ଲିଗ ମ୍ୟାଚ ଖେଳିବ।

 


Enter your email to get our daily news in your inbox.

All Right Reserved By Dharitri.Com

ବକ୍ସ ଅଫିସରେ ଧମାକା କଲା ‘ପେଡ୍ଡି’: କ୍ଷମା ମାଗିଲେ ନିର୍ଦ୍ଦେଶକ

ତେଲୁଗୁ ସ୍ପୋଟର୍‌ସ ଆକ୍ସନ ଡ୍ରାମା ‘ପେଡ୍ଡି’ ରିଲିଜ ହେବାର ମାତ୍ର ଦୁଇ ଦିନ ମଧ୍ୟରେ ଭାରତୀୟ ବକ୍ସ ଅଫିସରେ ଧମାକା କରିଛି। ରାମ ଚରଣ ଏବଂ ଜାହ୍ନବୀ…

ବୈଭବ ସୂର୍ଯ୍ୟବଂଶୀଙ୍କୁ ଟିମ ଇଣ୍ଡିଆରେ କାହିଁକି ମିଳିଲା ସୁଯୋଗ? ଏମିତି କହିଲେ ଅଗରକର

ନୂଆଦିଲ୍ଲୀ,୬।୬: ୧୫ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀ ଏବେ ତାଙ୍କର ଅନ୍ତର୍ଜାତୀୟ ଡେବ୍ୟୁ କରିବାକୁ ପ୍ରସ୍ତୁତ ଏବଂ ସେ ସଚିନ ତେନ୍ଦୁଲକରଙ୍କ ରେକର୍ଡ ଭାଙ୍ଗିବେ ବୋଲି ଚର୍ଚ୍ଚା ଯୋର…

ଆମ୍ବ ଗୋଟାଇବାକୁ ଯାଇଥିଲେ ବୃଦ୍ଧା, କଚାଡ଼ି କଚାଡ଼ି ମାରିଲା ଦନ୍ତା

ଆନନ୍ଦପୁର/ବଞ୍ଚୋ,୬ା୬(ସୁଶାନ୍ତ କୁମାର ସାହୁ/ପ୍ରଦୋଷ କୁମାର ବିଶ୍ୱାଳ): ନିଜ ଆମ୍ବତୋଟାରେ ଶନିବାର ସକାଳୁ ଆମ୍ବ ଗୋଟାଇବାକୁ ଆସିଥିବା ବେଳେ ଦନ୍ତାହାତୀ ହାବୁଡ଼ରେ ପଡ଼ିଥିଲେ ବୃଦ୍ଧା। ଆନନ୍ଦପୁର ଥାନା ଫକୀରପୁର…

ପାକିସ୍ତାନର ନୂଆ ଚାଲ୍‌: PoKରେ ନିର୍ବାଚନ କରିବାକୁ ଘୋଷଣା, ଭାରତ କହିଲା…

ନୂଆଦିଲ୍ଲୀ,୬।୬:ପାକିସ୍ତାନର ଗିଲଗିଟ-ବାଲ୍ଟିସ୍ତାନ ବିଧାନସଭା ପାଇଁ ନିର୍ବାଚନ ଆୟୋଜନ ଯୋଜନା କରୁଛି। ଏହି ଅଞ୍ଚଳଟି ପାକିସ୍ତାନ ଦ୍ୱାରା ଅବୈଧ ଏବଂ ବଳପୂର୍ବକ ଭାବରେ ଦଖଲ କରାଯାଇଥିବା ଭାରତୀୟ ଅଞ୍ଚଳ।…

ଜଳାଶୟ ମାଟି କାମକୁ ନେଇ କଂଗ୍ରେସ – ବିଜେଡି ମୁହାଁମୁହିଁ: ପୌର ପରିଷଦ ଅଧ୍ୟକ୍ଷା, କାଉନସିଲର ପହଞ୍ଚିବା ପରେ ହଙ୍ଗାମା

ବଲାଙ୍ଗୀର, ୬।୬( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହରର କରଙ୍ଗାକଟା ଓ ନରସିଂହ ବନ୍ଧ ଆଡିରେ ଶନିବାର ସକାଳେ କଂଗ୍ରେସ ଓ ବିଜେଡି ମୁହାଁମୁହିଁ ହୋଇଛନ୍ତି। ବିଜେଡି…

ଭୟଙ୍କର ଦୁର୍ଘଟଣା :ବସ୍ ସହ ଲୁହାପଥର ବୋଝେଇ ଟ୍ରେଲର ଧକ୍କା

କେନ୍ଦୁଝର,୬।୬ (ନରେଶ ଚନ୍ଦ୍ର ପଟ୍ଟନାୟକ) : ଯୋଡା ଥାନା ଅନ୍ତର୍ଗତ ଏନ୍‌ଏଚ୍–୫୨୦ର ଲହଣ୍ଡା ନିକଟସ୍ଥ ରେଳୱେ ଅଣ୍ଡରପାସ୍‌ରେ ଏକ ଟ୍ରେଲର ଓ ଯାତ୍ରୀବାହୀ ବସ୍‌ ମଧ୍ୟରେ ଧକ୍କା…

କେବଳ ବୈଭବ ସୂର୍ଯ୍ୟବଂଶୀ ନୁହଁନ୍ତି; ଏହି ଖେଳାଳି ବି ପ୍ରଥମ ଥର ପାଇଁ ଭାରତର ଟି-୨୦ ଦଳରେ ସ୍ଥାନ ପାଇଛନ୍ତି

ନୂଆଦିଲ୍ଲୀ,୬।୬: ବୈଭବ ସୂର୍ଯ୍ୟବଂଶୀଙ୍କୁ ଆୟରଲ୍ୟାଣ୍ଡ ଏବଂ ଇଂଲଣ୍ଡ ବିପକ୍ଷରେ ଟି-୨୦ ସିରିଜ ପାଇଁ ଚୟନ କରାଯାଇଛି। ଶନିବାର ବିସିସିଆଇ ଏହି ଦୁଇଟି ସିରିଜ ଏବଂ ଏସୀୟ କ୍ରୀଡା…

୭୯ ଥର ରକ୍ତଦାନ କରି ସୃଷ୍ଟି କଲେ ରେକର୍ଡ: ଜନ୍ମଦିନରେ ବଞ୍ଚାଇଲେ ଶିଶୁର ଜୀବନ

ଭଞ୍ଜନଗର, ୬।୬ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲାର ଭଞ୍ଜନଗର ଅଞ୍ଚଳର ଜଣାଶୁଣା ରକ୍ତଦାତା ତଥା ସାମାଜିକ କର୍ମୀ ଜୟକୃଷ୍ଣ ପଟ୍ଟନାୟକ ୭୯ ଥର ରକ୍ତଦାନ କରି ଭଞ୍ଜନଗର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri