Posted inଖେଳ

Champions Trophy 2025: ଗିଲ୍‌ଙ୍କ ଜବରଦସ୍ତ ଶତକ: ବାଂଲାଦେଶକୁ ପରାସ୍ତ କଲା ଭାରତ

ଦୁବାଇ,୨୦।୨: ଚାମ୍ପିଅନ୍ସ ଟ୍ରଫି ୨୦୨୫ର ପ୍ରଥମ ମ୍ୟାଚ୍‌ରେ, ଭାରତୀୟ ଦଳ ବାଂଲାଦେଶକୁ ୬ ଉଇକେଟ୍‌ରେ ପରାସ୍ତ କରିଛି। ଦୁବାଇ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚରେ ବାଂଲାଦେଶ ଦଳର ଅଧିନାୟକ ନାଜମୁଲ ହୋସେନ ସାଣ୍ଟୋ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ବାଂଲାଦେଶ ଭାରତ ପାଇଁ ୨୨୯ ରନର ଟାର୍ଗେଟ ରଖିଥିଲା। ବାଂଲାଦେଶ ଦଳ ୨୨୮ ରନରେ ଅଲଆଉଟ ହୋଇଯାଇଥିଲା। ଜବାବରେ, ଭାରତ ଗିଲଙ୍କ ୧୨୯ ବଲ ରୁ ୯ ଚୌକା ଏବଂ ୨ଟି ଛକା ସହାୟତାରେ ଅପରାଜିତ ୧୦୧ ରନ ବଳରେ ୪୬.୩ ଓଭରରେ ୪ ଉଇକେଟ ହରାଇ ୨୩୧ ରନ କରି ମ୍ୟାଚ ଜିତି ନେଇଥିଲା। ଏହିପରି ଭାରତୀୟ ଦଳ ଚାମ୍ପିଅନ୍ସ ଟ୍ରଫିରେ ବିଜୟ ସହିତ ତା’ର ଅଭିଯାନ ଆରମ୍ଭ କରିଛି।
ଟାର୍ଗେଟର ପିଛା କରି ଅଧିନାୟକ ରୋହିତ ଶର୍ମା ଏବଂ ଗିଲ ଭାରତକୁ ଭଲ ଆରମ୍ଭ ଦେଇଥିଲେ, କିନ୍ତୁ ରୋହିତ ୪୧ ରନ କରି ଆଉଟ ହୋଇଥିଲେ। ଏହା ପରେ ଦଳ ବିରାଟ କୋହଲି, ଶ୍ରେୟସ ଆୟର ଏବଂ ଅକ୍ଷର ପଟେଲଙ୍କ ଉଇକେଟ ହରାଇଥିଲା। କୋହଲି ୨୨ ରନ, ଶ୍ରେୟସ ୧୫ ଏବଂ ଅକ୍ଷର ୮ ରନ କରିଥିଲେ। ଏହା ପରେ, କେଏଲ ରାହୁଲ ଗିଲଙ୍କ ସହିତ ପଞ୍ଚମ ଉଇକେଟ ପାଇଁ ୮୭ ରନର ଅପରାଜିତ ଭାଗୀଦାରି କରିଥିଲେ। କେଏଲ ରାହୁଲ ୪୭ ବଲ୍‌ରେ ଗୋଟିଏ ଚୌକା ଓ ଦୁଇଟି ଛକା ସହାୟତାରେ ୪୧ ରନ କରି ଅପରାଜିତ ରହିଥିଲେ। ବାଂଲାଦେଶ ପକ୍ଷରୁ ରିଶାଦ ହୋସେନ ଦୁଇଟି ଉଇକେଟ ନେଇଥିବା ବେଳେ ତସ୍କିନ ଅହମ୍ମଦ ଏବଂ ମୁସ୍ତାଫିଜୁର ରହମାନ ଗୋଟିଏ ଲେଖାଏ ଉଇକେଟ ପାଇଥିଲେ।
ପୂର୍ବରୁ, ତୌହିଦ ହୃଦୟଙ୍କ ଶତକ ଏବଂ ଜାକିର ଅଲିଙ୍କ ଅର୍ଦ୍ଧଶତକ ବଳରେ ବାଂଲାଦେଶ ଭାରତକୁ ବିଜୟ ପାଇଁ ୨୨୯ ରନର ଟାର୍ଗେଟ ଦେଇଥିଲା। ଟସ ଜିତି ପ୍ରଥମେ ବ୍ୟାଟିଂ କରିବା ପରେ, ବାଂଲାଦେଶର ପରିସ୍ଥିତି ଏକ ସମୟରେ ଖରାପ ଥିଲା ଏବଂ ସେମାନେ ମାତ୍ର ୩୫ ରନରେ ପାଞ୍ଚଟି ଉଇକେଟ ହରାଇଥିଲା, କିନ୍ତୁ ଜାକିର ଏବଂ ହୃଦୟ ଏକ ଚମତ୍କାର ଭାଗୀଦାରି କରି ବାଂଲାଦେଶର ଇନିଂସକୁ ରକ୍ଷା କରିଥିଲେ। ଏହି ଦୁଇଟି ଇନିଂସ ସହାୟତାରେ ବାଂଲାଦେଶ ୪୯.୪ ଓଭରରେ ୨୨୮ ରନ କରିପାରିଥିଲା। ହୃଦୟ ୧୧୮ ବଲରେ ୬ ଚୌକା ଏବଂ ୨ଟି ଛକା ସହାୟତାରେ ୧୦୦ ରନ କରିବା ପରେ ପାଭିଲିୟନ ଫେରିଥିଲେ।
ମହମ୍ମଦ ଶାମିଙ୍କ ନେତୃତ୍ୱରେ ବୋଲରମାନେ ଭାରତ ପାଇଁ ଚମତ୍କାର ପ୍ରଦର୍ଶନ କରିଥିଲେ। ମ୍ୟାଚ୍ରେ ଶାମି ପାଞ୍ଚଟି ଉଇକେଟ ନେଇଥିବା ବେଳେ ହର୍ଷିତ ରାଣା ତିନୋଟି ଏବଂ ସ୍ପିନର ଅକ୍ଷର ପଟେଲ ଦୁଇଟି ଉଇକେଟ ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ହଠାତ୍‌ ମୋଚିରାମଙ୍କୁ କାମୁଡ଼ିଲା ସାପ: ତା’ପରେ ଏମିତି କାମ କଲେ ଡାକ୍ତର ଆଶ୍ଚର୍ଯ୍ୟ

ଉଦଳା,୫।୯(ସନ୍ତୋଷ ବାଛିନୀ): ଅଚାନକ କାମୁଡିଲା ସାପ, ଆଉ ସାପକୁ ମାରି ତାକୁ ଧରି ମେଡିକାଲରେ ପହଁଚିଲେ ଯୁବକ। ଏଭଳି ଘଟଣା ଦେଖିବାକୁ ମିଳିଛି ମୟୁରଭଞ୍ଜ ଜିଲା ଉଦଳା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇବେ ମୀନାକ୍ଷୀରାଣୀ: ଛୁଟୁଛି ଶୁଭେଚ୍ଛାର ସୁଅ

ଲୋଇସିଂହା,୫।୯(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହା ହରେକୃଷ୍ଣ ମହତାବ ହାଇସ୍କୁଲର କଳା ଶିକ୍ଷୟିତ୍ରୀ ତଥା ଗାଳ୍ପିକା ମୀନାକ୍ଷୀରାଣୀ ମିଶ୍ର ଜିଲାର ଏକମାତ୍ର ଶିକ୍ଷୟିତ୍ରୀ ଭାବେ ରାଜ୍ୟସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା…

କେରଳରେ ଭୟଙ୍କର ସଡ଼କ ଦୁର୍ଘଟଣା: ଟ୍ରକ୍‌କୁ ପିଟିଲା କାର୍‌; ୮ ଛାତ୍ରଙ୍କ ମୃତ୍ୟୁ

ତ୍ରିଶୂର ,୫।୯: କେରଳର ତ୍ରିଶୂର ଜିଲାରେ ଶୁକ୍ରବାର ବିଳମ୍ବିତ ରାତିରେ ଘଟିଛି ଭୟଙ୍କର ସଡ଼କ ଦୁର୍ଘଟଣା। ଏକ ଟ୍ରକ୍‌କୁ କାର୍‌ ଧକ୍କା ଦେବା ଫଳରେ କାର୍‌ରେ ଥିବା…

‘ମୋ ପତ୍ନୀ ମଧ୍ୟ…’, ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ଏମିତି କାହିଁକି କହିଲେ ପୂର୍ବତନ ଭାରତୀୟ କ୍ରିକେଟର, ବଢିଲା ଚର୍ଚ୍ଚା

ନୂଆଦିଲ୍ଲୀ,୫।୯: ମାତ୍ର ୧୫ ବର୍ଷ ବୟସରେ କ୍ରିକେଟ ଜଗତରେ ନିଜର ଗଭୀର ଛାପ ଛାଡ଼ିଛନ୍ତି ବୈଭବ ସୂର୍ଯ୍ୟବଂଶୀ। ଏହି ଯୁବ କ୍ରିକେଟରଙ୍କ ପ୍ରତିଭାକୁ ନେଇ ଏବେ ପୂର୍ବତନ…

ମୋଦିଙ୍କ ପାଇଁ ଚକୋଲେଟ୍‌ର ‘ଇଣ୍ଡିଆ ଗେଟ୍‌’ ଆଣିଥିଲେ ବେଲଜିୟମ ପ୍ରଧାନମନ୍ତ୍ରୀ, ଭାରତରେ ପହଞ୍ଚିବା ପରେ ଘଟିଲା ଏମିତି କିଛି!

ନୂଆଦିଲ୍ଲୀ,୫।୯: ଭାରତ ଗସ୍ତରେ ଆସିଥିବା ବେଲଜିୟମ ପ୍ରଧାନମନ୍ତ୍ରୀ ବାର୍ଟ ଡି ୱେଭର୍‌ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଇଁ ଆଣିଥିଲେ ଏକ ଅତ୍ୟନ୍ତ ନିଆରା ଉପହାର। ଭାରତର ପ୍ରସିଦ୍ଧ…

ମନ୍ଦିର ବୁଲାଣିରେ ଅଘଟଣ, ବାଇକ୍‌କୁ ଧକ୍କା ଦେଲା ବାଇକ୍‌: ଆଉ ତା’ପରେ…

ବରଗଡ଼,୫ା୯(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ଭଟ୍‌ଲି ଥାନା ଅନ୍ତର୍ଗତ ମେଣ୍ଢାପାଲି ବନଦୁର୍ଗା ମନ୍ଦିର ନିକଟସ୍ଥ ବୁଲାଣିରେ ଏକ ପିକ୍‌ଅପ ଭ୍ୟାନ (ନଂ-ଓଡି ୧୫ଏଡି ୭୮୯୨) ଅନ୍ୟ ଏକ ବାଇକକୁ…

ବୈଦେଶିକ ମୁଦ୍ରାଭଣ୍ଡାରରେ ୧୧ ବିଲିୟନ ଡଲାର ବୃଦ୍ଧି

ନୂଆଦିଲ୍ଲୀ,୫ା୯: ଅଗଷ୍ଟ ୨୮ ସୁଦ୍ଧା ଶେଷ ହୋଇଥିବା ସପ୍ତାହରେ ଭାରତର ବୈଦେଶିକ ମୁଦ୍ରାଭଣ୍ଡାର ପରିମାଣରେ ୧୧.୪୭୫ ବିଲିୟନ ଡଲାର ବୃଦ୍ଧି ଘଟିବା ସହ ମୋଟ ଭଣ୍ଡାର ପରିମାଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri