‘ବ୍ୟାଙ୍କକୁ ଉନ୍ନତିମୂଳକ ସ୍ଥିତିରେ ପହଞ୍ଚାଇବାକୁ ଆହ୍ବାନ’

ଭୁବନେଶ୍ୱର,୨୧ା୯: ଭାରତୀୟ ମଜଦୁର ସଂଘ ଦ୍ୱାରା ସମ୍ବର୍ଦ୍ଧିତ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ କର୍ମଚାରୀ ସଂଘ (ଓଜିବିକେଏସ୍‌) ଏବଂ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ଅଧିକାରୀ ସଂଘ (ଓଜିବିଏଏସ୍‌)ର ୪ର୍ଥ ଦ୍ୱିବାର୍ଷିକ ସାଧାରଣ ଅଧିବେଶନ ନିକଟରେ ସ୍ଥାନୀୟ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଇଞ୍ଜିନିୟର୍ସଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଭାରତୀୟ ମଜଦୁର ସଂଘର ସର୍ବଭାରତୀୟ ସ୍ତରର ସାଧାରଣ ସମ୍ପାଦକ ଗିରୀଶ ଚନ୍ଦ୍ର ଆର୍ଯ୍ୟ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ସେହିଭଳି ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କର ମହାପ୍ରବନ୍ଧକ ବସନ୍ତ କୁମାର ପାତ୍ର ଏବଂ ଜଗନ୍ନାଥ ପ୍ରସାଦ ନାୟକ ସମ୍ମାନିତ ଅତିଥିଭାବେ ଯୋଗଦେଇ ବ୍ୟାଙ୍କକୁ ଉନ୍ନତିମୂଳକ ସ୍ଥିତିରେ ପହଞ୍ଚାଇବାକୁ ଆହ୍ବାନ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଭାରତୀୟ ମଜଦୁର ସଂଘର ରାଜ୍ୟ ସଭାପତି ପୃଥୀରାଜ ପଣ୍ଡା, ରାଜ୍ୟ ସାଙ୍ଗଠନିକ ମନ୍ତ୍ରୀ ଗିରୀଶ ଚନ୍ଦ୍ର ମହନ୍ତ ଏବଂ ସର୍ବଭାରତୀୟ ଗ୍ରାମୀଣ ବ୍ୟାଙ୍କର ମଜଦୁର ସଂଘର ସାଧାରଣ ସମ୍ପାଦକ ନିଶାନ୍ତ ସାଖି ପ୍ରମୁଖ ଅତିଥି ଭାବେ ଯୋଗଦେଇ ସଂଘକୁ ସୁଦୃଢ଼ କରିବା ପାଇଁ ପରାମର୍ଶ ଦେଇଥିଲେ। ସେହିପରି ଓଜିବିକେଏସ୍‌ର ମୁଖ୍ୟ ଉପଦେଷ୍ଟା ସରୋଜ କୁମାର ପ୍ରଧାନ ଅତିଥିଭାବେ ଯୋଗଦେଇ ଆଞ୍ଚଳିକ ଗ୍ରାମୀଣ ବ୍ୟାଙ୍କର ସମସ୍ୟାଗୁଡିକ ବିଷୟରେ ସମସ୍ତଙ୍କୁ ଅବଗତ କରାଇଥିଲେ।
ଅପରପକ୍ଷରେ ନୂତନ ଭାବେ ଓଜିବିକେଏସ୍‌ର ସଭାପତି ଓ ସାଧାରଣ ସମ୍ପାଦକ ଯଥାକ୍ରମେ ସୁରେଶ ମହାକୁଡ ଓ ବନବିହାରୀ ପୃଷ୍ଟି ହୋଇଥିବା ବେଳେ ଓଜିବିଏଏସ୍‌ର ସଭାପତି ଏବଂ ସାଧାରଣ ସମ୍ପାଦକ ଯଥାକ୍ରମେ ଦେବାଶିଷ ପରିଡ଼ାଏବଂ ପ୍ରିୟବ୍ରତ ଦାସ ନିଯୁକ୍ତ ହୋଇଛନ୍ତି। ରଜନିକାନ୍ତ ମହାପାତ୍ରଙ୍କୁ ମୁଖ୍ୟ ଉପଦେଷ୍ଟା, ସୋମନାଥ ପାଣି, ଉପଦେଷ୍ଟା ଓଜିବିଏଏସ୍‌ ଭାବେ ଦାୟିତ୍ୱ ଦିଆଯାଇଛି। ଉକ୍ତ ସଭାରେ ୫୫୦ରୁ ଊର୍ଦ୍ଧ୍ୱ କର୍ମଚାରୀ ଉପସ୍ଥିତ ଥିଲେ। ପ୍ରଦୀପ୍ତ କୁମାର ନାୟକ ଗଣମାଧ୍ୟମ କାର୍ଯ୍ୟକୁ ସଞ୍ଚାଳନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୧,୪୦୦ କୋଟିରୁ ଅଧିକ ସମ୍ପତ୍ତିର ମାଲିକ ଡି.କେ. ଶିବକୁମାର, ଜାଣନ୍ତୁ ନୂଆ ମୁଖ୍ୟମନ୍ତ୍ରୀଙ୍କ ନେଟଓ଼୍ବର୍ଥ

ବେଙ୍ଗାଲୁରୁ,୨୮।୫: କର୍ନାଟକ କଂଗ୍ରେସର ପ୍ରମୁଖ ନେତା ତଥା ଉପମୁଖ୍ୟମନ୍ତ୍ରୀ ଡି. କେ. ଶିବକୁମାର (D.K. Shivakumar) ନିଜର ନିର୍ୱାଚନୀ ସପଥପତ୍ର (Affidavit) ଦାଖଲ କରିଛନ୍ତି । ଏହି…

ବଦଳିଲା ପାଗ, IMD ଦେଲା ଚେତାବନୀ, ଆଗାମୀ ୩ ଦିନରେ ଭୟଙ୍କର…

ନୂଆଦିଲ୍ଲୀ, ୨୮।୫: ଆଇଏମଡି ଅନୁଯାୟୀ, କେନ୍ଦ୍ରୀୟ ଉତ୍ତର ପ୍ରଦେଶ ଏବଂ ସଂଲଗ୍ନ ଅଞ୍ଚଳ ଉପରେ ଏକ ଘୂର୍ଣ୍ଣିବଳୟ ଜାରି ରହିଛି। ଏକ ଘୂର୍ଣ୍ଣିବଳୟ ଉତ୍ତର ପଶ୍ଚିମ ପ୍ରଦେଶରୁ…

Rule Change 1st June: ଜୁନ ୧ରୁ ବଦଳିଯିବ ୬ଟି ବଡ଼ ନିୟମ ପରିବର୍ତ୍ତନ ହେବ, ଆପଣଙ୍କ ପକେଟକୁ କରିବ ପ୍ରଭାବିତ

ନୂଆଦିଲ୍ଲୀ, ୨୮।୫: ମେ ମାସ ଶେଷ ହେବାକୁ ଯାଉଛି, ଏବଂ ଏହା ସହିତ, ଜୁନ ୧ ରୁ ଅନେକ ବଡ଼ ଆର୍ଥିକ ପରିବର୍ତ୍ତନ କାର୍ଯ୍ୟକାରୀ ହେବାର ଆଶା…

ଇଦ୍‌-ଉଜ୍‌-ଜୁହାରେ ଏମିତି ମେସେଜ୍‌ ଦେଲେ ପ୍ରଧାନମନ୍ତ୍ରୀ: ଆମ ସମାଜରେ…

ନୂଆଦିଲ୍ଲୀ,୨୮।୫: ସାରା ଦେଶରେ ଆଜି ଇଦ୍‌-ଉଜ୍‌-ଜୁହା ପର୍ବ ପାଳନ କରାଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଏହି ଅବସରରେ ନାଗରିକମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ‘ଏକ୍ସ’ ରେ ଏକ…

କର୍ନାଟକ ରାଜନୀତିରେ ରୋଚକ ଦୃଶ୍ୟ, ମୁଖ୍ୟମନ୍ତ୍ରୀ ସିଦ୍ଦାରାମାୟାଙ୍କ ପାଦ ଛୁଇଁଲେ ଶିବକୁମାର

ବେଙ୍ଗାଲୁରୁ, ୨୮।୫: କର୍ନାଟକ ରାଜନୀତିରେ ମୁଖ୍ୟମନ୍ତ୍ରୀ ପଦକୁ ନେଇ ଚାଲିଥିବା କଳ୍ପନାଜଳ୍ପନା ମଧ୍ୟରେ, ଗୁରୁବାର ବେଙ୍ଗାଲୁରୁସ୍ଥିତ ମୁଖ୍ୟମନ୍ତ୍ରୀ ସିଦ୍ଦାରାମାୟାଙ୍କ ବାସଭବନରେ ଏକ ଗୁରୁତ୍ୱପୂର୍ଣ୍ଣ ଜଳଖିଆ ବୈଠକ ଅନୁଷ୍ଠିତ…

ମୁଖ୍ୟମନ୍ତ୍ରୀ ହେବା ପରେ ପ୍ରଥମଥର ପ୍ରଧାନମନ୍ତ୍ରୀଙ୍କୁ ଭେଟି ଏମିତି ଅପିଲ କରିଦେଲେ ବିଜୟ, ଦେଖିକି ରହିଗଲେ …

ନୂଆଦିଲ୍ଲୀ,୨୮।୫: ତାମିଲନାଡୁରେ କ୍ଷମତା ଗ୍ରହଣ କରିବା ପରେ, ମୁଖ୍ୟମନ୍ତ୍ରୀ ସି. ଜୋସେଫ ବିଜୟ ବୁଧବାର ପ୍ରଥମ ଥର ପାଇଁ ଜାତୀୟ ରାଜଧାନୀ ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ…

ଗାଁ ମୁହାଁ ହାତୀ: ଭୟରେ ଗାଁ ଲୋକେ

ବାଙ୍କୀ,୨୮/୫(ଶୁଭେନ୍ଦୁ ମହାପାତ୍ର): କଟକ ଜିଲା ବାଙ୍କୀ ଉପଖଣ୍ଡ ଜାତ ମୁଣ୍ଡିଆଠାରେ କାଲି ରାତିରୁ ୪ ଟିକିଆ ହାତୀପଲ ବୁଲୁଥିବା ଦେଖି ଅଞ୍ଚଳବାସୀ ଭାୟଭୀତ ଅବସ୍ଥାରେ ଅଛନ୍ତି ।…

ପ୍ରଦ୍ୟୁମ୍ନଙ୍କୁ ମନ୍ତ୍ରୀ ପଦ ଦେବାକୁ ବଢ଼ୁଛି ଅନୁରୋଧ: ଗଞ୍ଜାମରୁ ୨ ଜଣକୁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ମିଳିବା ସମ୍ଭାବନା

ଭଞ୍ଜନଗର,୨୮।୫(ବାବୁଲା ପ୍ରଧାନ): ଦୀର୍ଘ ୧୦ ମାସର ନୀରବତା ପରେ ପୁଣି ରାଜ୍ୟ ମନ୍ତ୍ରୀମଣ୍ଡଳରେ ଖାଲିଥିବା ୬ ମନ୍ତ୍ରୀ ପଦବୀ ପୂରଣ ସହ କିଛି ପୁରୁଣା ମନ୍ତ୍ରୀଙ୍କ ପଦବୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri