୭୮ ବର୍ଷ ପରେ ଚକରା ଘାଟି ମନେପଡ଼ିଲା: ବିଧାୟକ,ଆରସିସିଏଫ ଉନ୍ନୟନ କାର୍ଯ୍ୟ ତଦାରଖ କଲେ

ଭଞ୍ଜନଗର,୨୭ା୨(ବାବୁଲା ପ୍ରଧାନ):ଘୁମୁସର ବୀର ଚକରା ବିଷୋୟୀଙ୍କ ସ୍ମୃତିକୁ ବଜାୟ ରଖିବା ପାଇଁ ଦେଶ ସାଧୀନତାର ୭୮ ବର୍ଷ ପରେ ବର୍ତ୍ତମାନର ଭାଜପା ସରକାର ଉଦ୍ୟମ ଆରମ୍ଭ କରିଛନ୍ତି। ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକଙ୍କ ଉଦ୍ୟମରେ ଚକରା ଘାଟିର ଉନ୍ନତିକରଣ କାର୍ଯ୍ୟ ଆରମ୍ଭ ହୋଇଛି। ଏହାକୁ ନେଇ ଅଞ୍ଚଳବାସୀ ଖୁସି ପ୍ରକଟ କରିଛନ୍ତି। ଇତିମଧ୍ୟରେ ଘାଟିର ବିକାଶ ପାଇଁ ପ୍ରାୟ ୬ କୋଟି ଟଙ୍କା ଜଙ୍ଗଲ ବିଭାଗ ପକ୍ଷରୁ ଅନୁମୋଦନ ହୋଇଛି। ଠିକାଦାର କାମ ୧୦ ଦିନ ହେବ ଆରମ୍ଭ କରିଛନ୍ତି। ଆଗାମୀ ଦିନରେ ସମ୍ପୃକ୍ତ ଅଞ୍ଚଳର ଅନ୍ୟାନ୍ୟ ବିକାଶ ପାଇଁ ଆହୁରି ୨ଶହ କୋଟି ଟଙ୍କା ଅନୁଦାନ ଆସିବ। କାର୍ଯ୍ୟ କିଭଳି ଠିକ ଭାବେ ହେବ ସେଥିପାଇଁ ଭଞ୍ଜନଗର ବିଧାୟକ ନାୟକ ବାରମ୍ବାର ଉକ୍ତ ଘାଟି ପରିଦର୍ଶନ କରି କାର୍ଯ୍ୟ ସମୀକ୍ଷା କରୁଛନ୍ତି । ଗୁରୁବାର ଆରସିସିଏଫ ସଞ୍ଜୟ ସ୍ବାଇଁ, ଡିଏଫଓ ହିମାଂଶୁ ଶେଖର ମହାନ୍ତି, ଏସିଏଫ୍‌ ଡ. ରଶ୍ମି ରଞ୍ଜନ ସାଇଁ, ଗାଲେରି ରେଞ୍ଜର ଆଶାଲତା ଦିଗାଲ, ବନପାଳ ଶୁଭସ୍ମିତା ପାତ୍ର ପ୍ରମୁଖ ଚକରା ଘାଟି ପରିଦର୍ଶନ କରି ଘାଟିର ବିକାଶ ପାଇଁ ନିଆଯାଇଥିବା ପଦକ୍ଷେପ ଏବଂ କାମ କିଭଳି ଚାଲିଛି ତାହାର ସମୀକ୍ଷା କରିଥିଲେ। ଏହି ସମୟରେ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଚୁକ୍ତି ଅନୁସାରେ କାମ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିରେ ଖିଲାପ କଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି। ଏହି ଅର୍ଥରେ ଘାଟିରେ ଦୁଇଟି ୱାଚ ଟାୱାର, ପୋଖରୀ, ମନ୍ଦିର, ରୋଷେଇ ଘର, ପାଚେରି, ପିଇବା ପାଣି ଆଦି ବ୍ୟବସ୍ଥା କରାଯିବାକୁ ଲକ୍ଷ୍ୟ ରଖାଯାଇଛି।

ସ୍ବାଧୀନତା ସଂଗ୍ରାମ ବେଳେ ବ୍ରିଟିଶଙ୍କ ବିରୋଧରେ ଘୁମୁସର ବୀର ଚକରା ବିଷୋୟୀ ଲଢ଼େଇ କରିଥିଲେ। ଏଥିପାଇଁ ସେ ତିଲିସିଙ୍ଗୀଠାରୁ ୧୦ କି.ମି. ଦୂର ଘଞ୍ଚ ଜଙ୍ଗଲ ଭିତରେ ଚନ୍ଦ୍ରଗିରି ଜଙ୍ଗଲରେ ଘାଟି ପ୍ରସ୍ତୁତ କରିଥିଲେ। ଚକରାଙ୍କୁ ୧୪ ବର୍ଷ ବୟସ ହୋଇଥିବା ବେଳେ ୧୮୩୬ରେ ସେ ବ୍ରିଟିଶମାନଙ୍କ ବିରୋଧରେ ଲଢେଇ ପାଇଁ ପଦକ୍ଷେପ ନେଇଥିଲେ। ଉକ୍ତ ଘାଟିରେ ଚକରା ରହି ଆଦିବାସୀମାନଙ୍କୁ ମେଳି କରି ଲଢ଼େଇ କରୁଥିଲେ। ଏଥିସହ ସେ ରାଜ୍ୟର ବିଭିନ୍ନ ଅଞ୍ଚଳ ବୁଲି ବ୍ରିଟିଶ ଶାସକଙ୍କ ବିରୋଧରେ ମେଳି କରି ଲଢ଼େଇ କରୁଥିଲେ। ୧୮୪୨ରେ ଚକରା ଘୁମୁସର ନୂଆଗାଁରେ ହୋଇଥିବା ବ୍ରିଟିଶଙ୍କ ଶିବିରକୁ ପୋଡ଼ି ଦେଇଥିଲେ। ଏଥିରେ ବ୍ରିଟିଶ ଶାସକଙ୍କ ବ୍ୟାପକ କ୍ଷୟକ୍ଷତି ହୋଇଥିଲା। ଚକରାଙ୍କ ବୀରତ୍ୱ ଦେଖି ବ୍ରିଟିଶମାନେ ତାଙ୍କୁ ଧରିବା ପାଇଁ ଅନେକ ଚେଷ୍ଟା କରିଥିଲେ। ମାତ୍ର ଚକରା ଧରା ପଡ଼ି ନ ଥିଲେ। ସେ କେବେ ମୃତ୍ୟୁବରଣ କରିଛନ୍ତି କିଭଳି ମୃତ୍ୟୁବରଣ କରିଛନ୍ତି ତାହାର କିଛି ଇତିହାସ ନାହିଁ। କିନ୍ତୁ ଚକରା ଯେଉଁ ଘାଟିରେ ରହି ଲଢ଼େଇ କରୁଥିଲେ ତାହା ଆଜି ପର୍ଯ୍ୟନ୍ତ ରହିଛି। ଦେଶ ସାଧୀନତା ପରେ ଚକରା ଘାଟିର ବିକାଶ ପାଇଁ ଏପର୍ଯ୍ୟନ୍ତ ସରକାର ଟଙ୍କାଟିଏ ଅନୁଦାନ ଦେଇ ନ ଥିଲେ। କିଛି ବର୍ଷ ତଳେ ସମ୍ପୃକ୍ତ ଅଞ୍ଚଳରେ ରେଞ୍ଜର ଥିବା ତଥା ବର୍ତ୍ତମାନର କେନ୍ଦୁପତ୍ର ଫୁଲବାଣୀ ଡିଭିଜନର ଡିଏଫଓ ଶରତ ମିଶ୍ର ନିଜ ଉଦ୍ୟମରେ ଘାଟିରେ ଛୋଟିଆ ମନ୍ଦିରଟିଏ ନିର୍ମାଣ କରିଥିଲେ। ବର୍ତ୍ତମାନ ପ୍ରଦ୍ୟୁମ୍ନ ନାୟକ ବିଧାୟକ ନିର୍ବାଚିତ ହେବା ପରେ ଘୁମୁସର ମାଟିର ବୀରପୁତ୍ରମାନଙ୍କ ସ୍ମୃତି ରକ୍ଷା ପାଇଁ ପଦକ୍ଷେପ ନେଇଛନ୍ତି। ଏନେଇ ପରିବେଶବିତ୍‌ ରମେଶ ପାତ୍ର କହନ୍ତି, ଘାଟିର ସୁରକ୍ଷା ସହ ବନ୍ୟପ୍ରାଣୀ ଏବଂ ଜଙ୍ଗଲ ସୁରକ୍ଷା ପାଇଁ ସରକାର ପଦକ୍ଷେପ ନେଇଛନ୍ତି। ଏହା ପ୍ରଶଂସନୀୟ ପଦକ୍ଷେପ। ସେହିଭଳି ଚକରା ବିଷୋୟୀ କଲଚୁରାଲ ଟ୍ରଷ୍ଟର କର୍ମକର୍ତ୍ତା ଜଗବନ୍ଧୁ ଜେନା କହିଛନ୍ତି, ଚକରା ପ୍ରଥମେ ବ୍ରିଟିଶ ଶାସକଙ୍କ ବିରୋଧରେ ଲଢେଇ କରିଥିଲେ।
ଫୋଟ ୨୭a ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ଉନ୍ନୟନ କାର୍ଯ୍ୟ ତଦାରଖ କରୁଛନ୍ତି।
ଫୋଟ ୨୭b ଆର୍‌ସିସିଏଫ୍‌ ଏବଂ ଅନ୍ୟମାନେ ସମୀକ୍ଷା କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ତୁର୍କୀରୁ ନଭପ୍ରୀତ୍‌ ସିଂଙ୍କୁ ଫେରାଇ ଆଣିଲା ଭାରତ, ଜାଣନ୍ତୁ ନଭପ୍ରୀତ୍‌ କିଏ…

ନୂଆଦିଲ୍ଲୀ,୩ା୧୦: ଅନ୍ତର୍ଜାତୀୟ ନିଶା କାରବାରର କିଙ୍ଗ୍‌ପିନ୍‌ ନଭପ୍ରୀତ୍‌ ସିଂଙ୍କୁ ତୁର୍କୀରୁ ବାହାର କରାଇ ଭାରତ ତାଙ୍କୁ ଫେରାଇଆଣିଥିବା ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହା ଶନିବାର ଘୋଷଣା କରିଛନ୍ତି।…

୩୫୧ ରନ୍ କରି ବି ହାରିଲା ଭାରତ: ୱେଷ୍ଟଇଣ୍ଡିଜ୍‌ର ରେକର୍ଡ ରନ୍ ଚେଜ୍‌, ଏକାକୀ ବିଜୟ ଛଡ଼ାଇ ନେଲେ ଶେ ହୋପ୍

ନ୍ୟୁ ଚଣ୍ଡୀଗଡ଼,୩।୧୦: ଏଠାର ପିସିଏ ଇଣ୍ଟରନ୍ୟାସନାଲ୍ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ତୃତୀୟ तथा ଚୂଡ଼ାନ୍ତ ଦିନିକିଆ ମ୍ୟାଚ୍‌ରେ ଭାରତକୁ ୫ ଉଇକେଟରେ ପରାସ୍ତ କରିଛି ୱେଷ୍ଟଇଣ୍ଡିଜ୍। ଟସ୍ ଜିତି…

ବିଦ୍ୟୁତ୍‌ କାର୍ଯ୍ୟାଳୟରେ ପଡ଼ିଲା ତାଲା

କାଟପାଡ଼,୩ା୧୦(କେ.ରାଜଶେଖର ରାଓ): କୋରାପୁଟ ଜିଲା କୋଟପାଡ଼ ସଡ଼ରଙ୍ଗା ପଞ୍ଚାୟତ ବେଲଗଁା ଅଞ୍ଚଳରେ ୧ ମାସରୁ ଊର୍ଦ୍ଧ୍ୱ ହେବ ଟ୍ରାନ୍ସଫର୍ମର ପୋଡ଼ିଯାଇଥିବାରୁ ଉପଭୋକ୍ତାମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ରାତି…

ବଣୁଆ ହାତୀ ହେଲା ଲୋକଙ୍କ ସାଥୀ, ୬ ମାସ ହେଲା ଘରଘର ବୁଲି ଖାଉଛି ଖାଦ୍ୟ

ଜମନକିରା,୩।୧୦(ରବୀନ୍ଦ୍ର ପ୍ରସାଦ ଦାନୀ): ଜଙ୍ଗଲର ବଣୁଆ ଦନ୍ତା ଏବେ ଗାଁ ଲୋକଙ୍କ ଆପଣାର ପାଲଟିଛି। ଗତ ୬ ମାସରୁ ଅଧିକ ସମୟ ଧରି ସମ୍ବଲପୁର ଜିଲା ଜମନକିରା…

ଦୁର୍ଗା ପୂଜା ପୂର୍ବରୁ କେନ୍ଦୁଝର ପୋଲିସର ବ୍ୟାପକ ସୁରକ୍ଷା ଯାଞ୍ଚ: ଆନନ୍ଦପୁର ଉପଖଣ୍ଡରେ…

ହାଟଡିହୀ,୩।୧୦(ଶୁଭକାନ୍ତ ନାୟକ): ଆସନ୍ତା ଦୁର୍ଗା ପୂଜା ପାର୍ବଣ ସମୟରେ ଅପରାଧ ନିୟନ୍ତ୍ରଣ ଓ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ କେନ୍ଦୁଝର ଏସ୍‌ପି ନୀତିନ କୁଶଲକର ଦାଗୁଡୁଙ୍କ ସ୍ୱତନ୍ତ୍ର ନିର୍ଦ୍ଦେଶ…

ଖେଳାଳି ଚୟନରେ ଅନିୟମିତତା ଅଭିଯୋଗ, ସୁବର୍ଣ୍ଣପୁରରେ ଜୋର ଧରିଲା ଚର୍ଚ୍ଚା…

ଅମରପାଲି,୩।୧୦(ପୀତାମ୍ବର ସାହୁ): ଜିଲାସ୍ତରୀୟ ଦୌଡ଼କୁଦ ପ୍ରତିଯୋଗିତାରେ ଭାଗ ନ ନେଇ ଜଣେ ଖେଳାଳି ରାଜ୍ୟସ୍ତରୀୟ ପ୍ରତିଯୋଗିତା ପାଇଁ ମନୋନୀତ ହୋଇଥିବା ଅଭିଯୋଗ । ଏହାକୁ ନେଇ ସୁବର୍ଣ୍ଣପୁର…

ସ୍ୱର୍ଣ୍ଣ ବିଜେତା ଭାରତୀୟ ହକି ଦଳ ପାଇଁ ଓଡ଼ିଶା ସରକାରଙ୍କ ଆର୍ଥିକ ପୁରସ୍କାର ଘୋଷଣା: ପ୍ରତି ଖେଳାଳିଙ୍କୁ ୧୧ ଲକ୍ଷ, କୋଚ୍‌ଙ୍କୁ ମିଳିବ…

ଭୁବନେଶ୍ୱର,୩ା୧୦: ଏସୀୟ କ୍ରୀଡ଼ାରେ ସ୍ୱର୍ଣ୍ଣ ପଦକ ଜିତି ଆଗାମୀ ୨୦୨୮ ଅଲିମ୍ପିକ୍ସ ପାଇଁ ସିଧାସଳଖ ଯୋଗ୍ୟତା ଅର୍ଜନ କରିଥିବା ଭାରତୀୟ ପୁରୁଷ ହକି ଦଳ ପାଇଁ ବଡ଼…

ଦୁର୍ଘଟଣାରେ ଆହତଙ୍କୁ ବୋହି ମେଡିକାଲ ନେଲେ ଦୁଇ ହୋମଗାର୍ଡ, ସାହସିକତା ପାଇଁ ଗଜପତି ଏସ୍‌ପିଙ୍କ ପ୍ରଶଂସା

ମୋହନା,୩ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ଶନିବାର ସନ୍ଧ୍ୟା ପ୍ରାୟ ୫ଟା ସମୟରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ମହିନ୍ଦ୍ରା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?