୧୭ରୁ ଚକା ଜାମ୍‌ ଆନ୍ଦୋଳନ

ସୋର,୧୬।୧୦(ଜନ୍ମେଜୟ ମିଶ୍ର)ଛ ୧୬ନଂ. ଜାତୀୟ ରାଜପଥ ସମ୍ପ୍ରସାରଣ ବେଳେ କର୍ତ୍ତୃପକ୍ଷଙ୍କ ଦୂରଦୃଷ୍ଟି ଅଭାବରୁ ସୋର ସହରର ପ୍ରବେଶ ଦ୍ୱାର ଉତ୍ତରେଶ୍ୱର ଓ ୟୁଏନ କଲେଜ ଛକରେ ସଂକୀର୍ଣ୍ଣ ଗଳାପୋଲ ନିର୍ମାଣ କରାଯାଇଛି। ଫଳରେ ଦୀର୍ଘ ବର୍ଷ ହେଲା ଲୋକେ ନାହିଁ ନ ଥିବା ସମସ୍ୟାରେ ସମ୍ମୁଖୀନ ହେଉଛନ୍ତି। ବିଶେଷ କରି ଏହି ଗଳାପୋଲରେ ଅଧିକାଂଶ ସମୟରେ ଟ୍ରାଫିକ୍‌ ସମସ୍ୟା ଯୋଗୁ ଆମ୍ବୁଲାନ୍ସ, ଅଗ୍ନିଶମ ଗାଡ଼ି ଏବଂ ସ୍କୁଲ, କଲେଜ ଛାତ୍ର, ସ୍କୁଲ ଗାଡ଼ି ଏବଂ ଷ୍ଟେଶନକୁ ଯାତାୟାତ କରୁଥିବା ଯାତ୍ରୀମାନେ ଘଣ୍ଟାଘଣ୍ଟାକାଳ ଅଟକି ରହୁଛନ୍ତି। ଅଧିକାଂଶ ସମୟରେ ଭାରୀଯାନ କିମ୍ବା ଯାତ୍ରୀବାହୀ ବସ୍‌ ଏହି ରାସ୍ତାରେ ଯାତାୟତ ଅସମ୍ଭବ ହୋଇ ପଡୁଛି। ଏହାକୁ ଦୃଷ୍ଟିରେ ରଖି ଉକ୍ତ ଜାତୀୟ ରାଜପଥ ଛ’ଟିକିଆ ରାସ୍ତା ସମ୍ପ୍ରସାରଣ ବେଳେ ବହୁ ଦାବି ପରେ ଜନସାଧାରଣଙ୍କ ସ୍ବାର୍ଥ ଦୃଷ୍ଟିରୁ ଉଭୟ ପୋଲକୁ ଭଙ୍ଗାଯାଇ ପରିବର୍ଦ୍ଧିତ ଲମ୍ବ ୨୪ ମିଟର ଏବଂ ଉଚ୍ଚତା ୫.୫ ମିଟର କରାଯିବା ପାଇଁ ଆବଶ୍ୟକୀୟ ଅର୍ଥ ୨୦୨୨ରୁ ମଞ୍ଜୁର ହୋଇଛି। ଜାତୀୟ ରାଜପଥ କର୍ତ୍ତୃପକ୍ଷ, ଠିକା କମ୍ପାନୀ ଓ ଜିଲା ପ୍ରଶାସନର ଉଦାସୀନତା ଯୋଗୁ ଅଦ୍ୟାବଧି କୌଣସି କାର୍ଯ୍ୟ କରାଯାଉନାହିଁ। ଏହାର ପ୍ରତିବାଦରେ ସୋର ନାଗରିକ ମଞ୍ଚ ପକ୍ଷରୁ ଆସନ୍ତା ୧୭ ତାରିଖ ସକାଳ ୯ଟାରୁ ଜାତୀୟ ରାଜପଥରେ ଚକା ଜାମ୍‌ ଆନ୍ଦୋଳନ ଆରମ୍ଭ ହେବ ବୋଲି ଆହ୍ବାନ ଦିଆଯାଇଛି। ଏନେଇ ସଂସ୍କୃତି ଭବନ ପରିସରରେ ଆୟୋଜିତ ଖବରଦାତା ସମ୍ମିଳନୀରେ ମଞ୍ଚର ସଭାପତି ନେତ୍ରାନନ୍ଦ ରାଉତ, ରବୀନ୍ଦ୍ର କୁମାର ଉପାଧ୍ୟାୟ, ଦାମୋଦର ଦାଶ ମହାପାତ୍ର, ଉଦ୍ଧବ ଚରଣ ବିଶ୍ୱାଳ ଏବଂ ମାୟାଧର ନାୟକ ପ୍ରମୁଖ ଉପସ୍ଥିତ ରହି ଆଲୋଚନା କରିବା ସହିତ ସୋରବାସୀଙ୍କର ସହଯୋଗ କାମନା କରିଛନ୍ତି। ଏଥର ନାଗରିକ ମଞ୍ଚ ପକ୍ଷରୁ ୬ ଘଣ୍ଟିଆ ଜାତୀୟ ରାଜପଥ ବନ୍ଦ କରାଯିବା ସହିତ କାର୍ଯ୍ୟ ଆରମ୍ଭ ପର୍ଯ୍ୟନ୍ତ ଏହି ଆନ୍ଦୋଳନ ଜାରି ରହିବ ବୋଲି ଖବରଦାତା ସମ୍ମିଳନୀରେ ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଗଞ୍ଜେଇ ଜବତ, ଜଣେ ଗିରଫ

ମୋହନା, ୫ା୧୨(ମନ୍ମଥ ମିଶ୍ର): ଗଞ୍ଜେଇ ଚୋରାଚାଲାଣ କରୁଥିବା ବେଳେ ଶୁକ୍ରବାର ଜଣେ ବ୍ୟକ୍ତିଙ୍କୁ ମୋହନା ଅବକାରୀ ବିଭାଗ କର୍ମଚାରୀ ଗିରଫ କରି କୋର୍ଟଚାଲାଣ କରିଛନ୍ତି। ସେ...

ରୁଷିକୁଲ୍ୟା ମୁହାଁଣରୁ ୨ ଆନ୍ଧ୍ର ଟ୍ରଲର ଜବତ

ଗଞ୍ଜାମ,୫ା୧୨(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରୁଷିକୁଲ୍ୟା ମୁହାଁଣ ନୋ ଫିସିଙ୍ଗ ଜୋନ୍‌ରୁ ଆନ୍ଧ୍ର ପ୍ରଦେଶର ଦୁଇଟି ଟ୍ରଲରକୁ ଶୁକ୍ରବାର ବନ ବିଭାଗ ଜବତ କରି ମତ୍ସ୍ୟ...

ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ, ବନ୍ଧୁକ ଜବତ

ବାଲିଗୁଡ଼ା,୫ା୧୨ (ସଞ୍ଜୟ କୁମାର ପାଣିଗ୍ରାହୀ): କିଛି ଦିନର ନୀରବତା ପରେ ପୁଣି କନ୍ଧମାଳ ଜିଲା ବେଲଘର-କୋଟଗଡ଼ ଥାନା ସୀମାନ୍ତରେ ମାଓ ଗତିବିଧି ଦେଖାଦେଇଛି। ଏସଓଜି ଏବଂ...

ପ୍ଲାଷ୍ଟିକର ବହୁଳ ବ୍ୟବହାର ଜୀବଜଗତ ପ୍ରତି ବିପଦ

ଦିଗପହଣ୍ଡି,୫ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଭୀଷ୍ମଗିରି ଗ୍ରାମ ସ୍ଥିତ ରାମଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ‘ଇକୋ’ କ୍ଲବ୍‌ ପକ୍ଷରୁ ଏକ...

୭ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କଲା ତୁମୁଡିବନ୍ଧ ପୋଲିସ

ତୁମୁଡିବନ୍ଧ,୫ା୧୨(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲାରେ ନୀଳ ଜହର ଅପରେଶନ ଜୋରଦାର ଜାରି ରହିଥିବାବେଳେ ବେଆଇନ ଭାବେ କରାଯାଇଥିବା ୮ ଏକର ପରିମିତ ଜାଗାର ପ୍ରାୟ...

ଲାଗିଗଲା କାହା ନଜର: ଏକାବେଳକେ ଆଖି ବୁଜିଦେଲେ ସ୍ତ୍ରୀ- ସ୍ବାମୀ, ପେଟରୁ ମରିଗଲା…

ଦିଗପହଣ୍ଡି,୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ସାରେ ଏକ...

‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? ବିଧାନସଭାରେ କହିଦେଲେ ମନ୍ତ୍ରୀ

ଭୁବନେଶ୍ୱର,୫।୧୨: ‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? କଂଗ୍ରେସ ବିଧାୟକ ଦଳ ନେତାଙ୍କର ଏପରି ପ୍ରଶ୍ନର ଉତ୍ତର ରଖିଲେ ସଂସ୍କୃତି ମନ୍ତ୍ରୀ। ବିଧାନସଭାରେ ଓଡ଼ିଆ ଭାଷା,...

ନିମ୍ନମାନର ମଧ୍ୟାହ୍ନଭୋଜନ ନେଇ ସ୍କୁଲ ପାଚେରି ଡେଇଁ ସରପଞ୍ଚଙ୍କ ପାଖେ ପହଞ୍ଚିଲେ ପିଲା, ପରେ…

ଦିଗପହଣ୍ଡି, ୫ା୧୨(ଅଶେଷ ନାଥ ମିଶ୍ର):ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ୍‌ କଉଡ଼ିଆ ଗ୍ରାମ ୫-ଟି ନୋଡାଲ ହାଇସ୍କୁଲରେ ନିମ୍ନମାନର ମଧ୍ୟାହ୍ନ ଭୋଜନକୁ ଶୁକ୍ରବାର ଛାତ୍ରୀଛାତ୍ରମାନେ ବର୍ଜନ କରିଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri