Posted inଖେଳ

ଆୟକର ବିଭାଗରୁ ଦେଢ ଲକ୍ଷ ଦରମା ପାଆନ୍ତି ଚହଲ! ବିସିସିଆଇ-ଆଇପିଏଲରୁ ମିଳେ ମୋଟା ଅଙ୍କର ଦରମା

ନୂଆଦିଲ୍ଲୀ,୯।୧: ଭାରତୀୟ କ୍ରିକେଟ ଦଳର ଲେଗ ସ୍ପିନର ୟୁଜବେନ୍ଦ୍ର ଚହଲଙ୍କ ଜୀବନରେ ଅସ୍ଥିରତା ଦେଖାଯାଇଛି। ଚହଲ ତାଙ୍କ ସ୍ତ୍ରୀ ଧନଶ୍ରୀଙ୍କଠାରୁ ଛାଡପତ୍ର ନେଇ ଚର୍ଚ୍ଚାରେ ଅଛନ୍ତି। ସେମାନଙ୍କ ଛାଡପତ୍ର ଚର୍ଚ୍ଚା ଏବେ ଗଣମାଧ୍ୟମରେ ଜୋର ଧରିଛି। ତଥାପି, ଦୁହେଁ ଏପର୍ଯ୍ୟନ୍ତ ଏହାକୁ ନିଶ୍ଚିତ କରିନାହାଁନ୍ତି। ତେବେ ଚହଲଙ୍କ ରୋଜଗାର ବିଷୟରେ ଆପଣ ଜାଣିଛନ୍ତି କି?

ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ୟୁଜବେନ୍ଦ୍ର ଚହଲ ବିସିସିଆଇ ଓ ଆଇପିଏଲ ସହ ରହି ମଧ୍ୟ ଆୟକର ବିଭାଗରେ ଜଣେ ଇନ୍ସପେକ୍ଟର ଅଛନ୍ତି। ବିସିସିଆଇ ଏବଂ ଆଇପିଏଲ ବ୍ୟତୀତ ଚହଲଙ୍କୁ ଏଠାରୁ ମଧ୍ୟ ମୋଟାଅଙ୍କର ଦରମା ମିଳିଥାଏ। ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଚହଲଙ୍କୁ ଆୟକର ବିଭାଗରୁ ପ୍ରତି ମାସରେ ୪୪,୯୦୦ ଟଙ୍କାରୁ ୧,୪୨,୪୦୦ ଟଙ୍କା ପର୍ଯ୍ୟନ୍ତ ଦରମା ମିଳିଥାଏ।

ରିପୋର୍ଟ ଅନୁସାରେ, ଚହଲଙ୍କ ବର୍ତ୍ତମାନର ସମ୍ପତ୍ତି ପ୍ରାୟ ୪୫ କୋଟି ଟଙ୍କା। ତଥାପି, ସେ ଏବେ ବିସିସିଆଇର କେନ୍ଦ୍ରୀୟ ଚୁକ୍ତିନାମାରେ ନାହାନ୍ତି। ଚହଲଙ୍କୁ IPL 2025 ରେ ଖେଳିବା ପାଇଁ ୧୮ କୋଟି ଟଙ୍କାରେ କିଣାଯାଇଛି। ତାଙ୍କୁ କିଣିବା ପାଇଁ ପଞ୍ଜାବ କିଙ୍ଗ୍ସ ଏତେ ବିପୁଳ ପରିମାଣରେ ଟଙ୍କା ଦେଇଛି।

ଏକ ରିପୋର୍ଟ ଅନୁଯାୟୀ, ରବୀନା ଟଣ୍ଡନ, ତାଙ୍କ ଝିଅ ରାଶା ଏବଂ ଅମନ ଦେବଗନ ଶନିବାର ବିଗ ବସ ର ଏପିସୋଡରେ ସେମାନଙ୍କର ଆଗାମୀ ଫିଲ୍ମ ‘ଆଜାଦ’ର ପ୍ରଚାର ପାଇଁ ଆସିବେ। ରବିବାର ଏପିସୋଡରେ ଭାରତୀୟ କ୍ରିକେଟର ଶ୍ରେୟସ ଆୟର, ୟୁଜବେନ୍ଦ୍ର ଚହଲ ଏବଂ ଶଶାଙ୍କ ସିଂହ ଦେଖାଦେଇପାରନ୍ତି। ଏହି ତିନି ଜଣ କ୍ରିକେଟରଙ୍କୁ IPL 2025 ରେ ପଞ୍ଜାବ କିଙ୍ଗସ ପକ୍ଷରୁ ଖେଳିବାର ଦେଖିବାକୁ ମିଳିବ। ଆଉ ଏକ ଭଲ କଥା ହେଉଛି ଯେ ଶୋ’କୁ ଏକ କମେଡି ଲୁକ ଦେବା ପାଇଁ କୃଷ୍ଣା ଅଭିଷେକ ଏବଂ କଶ୍ମୀରା ଶାହ ମଧ୍ୟ ଉପସ୍ଥିତ ରହିବେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?