Posted inଖେଳ

ଚହଲ, ଅର୍ଶଦୀପଙ୍କୁ ମିଳିଲା ସଫଳତା

ତ୍ରିନିଦାଦ,୩ା୮: ଭାରତ ଓ ଓ୍ବେଷ୍ଟଇଣ୍ଡିଜ୍‌ ମଧ୍ୟରେ ୫ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜ୍‌ ଗୁରୁବାର ଆରମ୍ଭ ହୋଇଛି। ପ୍ରଥମ ମ୍ୟାଚରେ ଟସ୍‌ ହାରି ଭାରତ ବୋଲିଂ କରିଥିଲା। ୟୁଜବେନ୍ଦ୍ର ଚହଲ ଏବଂ ଅର୍ଶଦୀପ ସିଂ ଦୁଇଟି ଲେଖାଏ ଉଇକେଟ ନେବାରୁ େଓଷ୍ଟେଇଣ୍ଡିଜ୍‌ ୨୦ ଓଭରରେ ୬ ଉଇକେଟ ହରାଇ ୧୪୯ ରନ୍‌ ସଂଗ୍ରହ କରିଛି। ଦଳ ପକ୍ଷରୁ ରୋଭମାନ ପାଓ୍ବେଲ ୪୮ ଓ ନିକୋଲାସ ପୁରନ ୪୧ ରନ୍‌ କରିଥିଲେ। ଭାରତ ପକ୍ଷରୁ ଏହି ମ୍ୟାଚ୍‌ରେ ଆଇପିଏଲ୍‌ ସେନସେସନ୍‌ ତିଳକ ବର୍ମା ଓ ମୁକେଶ କୁମାର ଟି ୨୦ ପଦାର୍ପଣ କରିଛନ୍ତି।

ପ୍ରଥମେ ବୋଲିଂ କରିଥିବା ଭାରତ ପକ୍ଷରୁ ଅର୍ଶଦୀପ ସିଂ ଓ ମୁକେଶ କୁମାର ବୋଲିଂ ଆରମ୍ଭ କରିଥିଲେ। ପ୍ରଥମ ୩ ଓଭରରେ ଓ୍ବେଷ୍ଟଇଣ୍ଡିଜ୍‌ ୨୧ ରନ୍‌ କରିଥିଲା। ଚତୁର୍ଥ ଓଭରରରୁ ସ୍ପିନ୍‌ ବୋଲରଙ୍କୁ ବ୍ୟବହାର କରିଥିଲେ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା। ପ୍ରଥମ ଉଇକେଟରେ ଓ୍ବେଷ୍ଟଇଣ୍ଡିଜର ଦୁଇ ଓପନର ୨୯ ରନ୍‌ ଯୋଡିଥିଲେ। ବ୍ରାଣ୍ଡନ୍‌ କିଙ୍ଗ ଧୂଆଁଧାର ବ୍ୟାଟିଂ କରିବା ସହ ୧୯ ବଲ୍‌ରୁ ୪ ଚୌକା ଓ ୧ ଛକା ସହ ୨୮ ରନ୍‌ କରିଥିଲେ। ୫ମ ଓଭରର ପ୍ରଥମ ବଲରେ କାଇଲ ମେୟର୍ସ(୧)ଙ୍କୁ ଆଉଟ କରିଥିଲେ ୟୁଜବେନ୍ଦ୍ର ଚହଲ। ପରବର୍ତ୍ତୀ ଦୁଇ ବଲ ମଧ୍ୟରେ ବିପଜ୍ଜନକ ବ୍ରାଣ୍ଡନ କିଙ୍ଗଙ୍କୁ ମଧ୍ୟ ସେ ପ୍ୟାଭିଲିୟନ୍‌ ପଠାଇଥିଲେ। ଉଇକେଟ କିପର ନିକୋଲାସ ପୁରନ୍‌ ଆକ୍ରମଣାତ୍ମକ ବ୍ୟାଟିଂ କରିଥିବା ବେଳେ ଜନସନ୍‌ ଚାଲର୍‌ସ ମାତ୍ର ୩ ରନ୍‌ କରି କୁଲଦୀପ ଯାଦବଙ୍କ ବଲରେ ଆଉଟ ହୋଇଥିଲେ। ନିକୋଲାସ ପୁରନ୍‌ ଦ୍ରୁତ ୪୧ ରନ୍‌ ସ୍କୋର କରିଥିବା ବେଳେ ଅଧିନାୟକ ରୋଭମାନ୍‌ ପାଓ୍ବେଲ(୪୮)ଙ୍କ ସହ ୩୮ ରନ୍‌ ଯୋଡିଥିଲେ। ୨୮ ବଲ୍‌ ଖେଳି ଦୁଇଟି ଲେଖାଏ ଛକା ଓ ଚୌକା ମାରିଥିବା ବେଳେ ଭାରତୀୟ ଅଧିନାୟକ ପାଣ୍ଡ୍ୟାଙ୍କ ବଲରେ ତିଳକ ବର୍ମାଙ୍କୁ କ୍ୟାଚ୍‌ ଦେଇଥିଲେ ପୁରନ୍‌। ପୁରନ ପ୍ୟାଭିଲିୟନ ଫେରିବା ପରେ ଅଧିନାୟକ ରୋଭମାନ ପାଓ୍ବେଲ ୩୨ ବଲ୍‌ ଖେଳି ୪୮ ରନ୍‌ ସ୍କୋର କରିଥିଲେ। ତାଙ୍କ ଇନିଂସରେ ୩ ଚୌକା ଓ ୩ ଛକା ସାମିଲ ଥିଲା। ଶେଷ ଭାଗରେ ସିମରନ ହେଟମେୟର ୧୦, ରୋମାରିଓ ଶେଫର୍ଡ ୪ ଓ ଜାସନ୍‌ ହୋଲ୍ଡର ୬ ରନ୍‌ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଏମିତି ବି ଆସେ ମୃତ୍ୟୁ: ରାତିରେ ଖାଇପିଇ ଶୋଇଲେ ସକାଳକୁ…

ପାତ୍ରପୁର,୩।୪(ଉମାଚରଣ ନେପାକ): ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ କୋଳିହଳା ଗ୍ରାମର ବାସୁଦେବ ବେହେରା(୪୫)କୋଏମ୍ବାଟୁରର ଏକ ସୁତା କଳରେ ଦାଦନ ଖଟୁଥିବା ବେଳେ ଗୁରୁବାର ରାତିରେ ହୃଦଘାତରେ ତାଙ୍କର…

ବନ୍ଧୁ ମିଳନ ନାମରେ ବଳ କଷିଲେ ଯୁବ ଗୋଷ୍ଠୀ: ସାମିଲ ହେଲେ ଶହ ଶହ…

ଗଞ୍ଜାମ,୩।୪(ବିଦ୍ୟାଧର ସାହୁ ): ୧୬ ନଂ ଜାତୀୟ ରାଜପଥ ପାର୍ଶ୍ୱରେ ଥିବା ମା’ ଏଲେମା ମନ୍ଦିର ପ୍ରାଙ୍ଗଣରେ ଗଞ୍ଜାମ ସହରର ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଶୁକ୍ରବାର…

ଉତ୍ସବମୁଖର ଦାରିଙ୍ଗବାଡି: ଉତ୍ସାହ ସହ ପାଳନହେଲା ଗୁଡ ଫ୍ରାଇଡେ, ଯୀଶୁଖ୍ରୀଷ୍ଟଙ୍କ ଯାତନାର ଦୃଶ୍ୟ…

ଦାରିଙ୍ଗବାଡି,୩।୪ (ଅରୁଣ ସାହୁ): ଗୁଡ୍‌ ଫ୍ରାଇଡେ ପାଇଁ କନ୍ଧମାଳ ଜିଲା  ଉତ୍ସବ ମୁଖର ହୋଇଥିବା ବେଳେ ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ମଧ୍ୟ ଏହି ପର୍ବ ବଡ଼ ଧୁମଧାମରେ…

ମାମୁଁ ଘରକୁ ଆସି ଗତକାଲିଠୁ ଥିଲେ ନିଖୋଜ: ଆଜି କେନାଲରୁ ମିଳିଲା ମୃତଦେହ, ପରିବାର ଲୋକେ ଆଣିଲେ ସାଂଘାତିକ ଅଭିଯୋଗ

ପଟ୍ଟାମୁଣ୍ଡାଇ ୩।୪(କଳ୍ପତରୁ ନାୟକ) କେନ୍ଦ୍ରାପଡା ଜିଲାରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଗୁରୁବାର ପୂର୍ବାହ୍ନରୁ ନିଖୋଜ ଥିବା ଜଣେ ୭ ବର୍ଷୀୟ ନାବାଳିକା ସ୍କୁଲ…

ଇସ୍ରାଏଲକୁ ‘ପଙ୍ଗୁ’ କରିଦେଲା ଇରାନ: IDF ‘ଗୁପ୍ତଚର’ଙ୍କୁ ତାଲିମ ଦେଇଥିବା କାରଖାନାକୁ ଉଡ଼ାଇ ଦେଲା

ତେହରାନ,୩।୪: ଇରାନ ପୁଣିଥରେ ଇସ୍ରାଏଲର ଏକ ଉଚ୍ଚ-ପ୍ରଯୁକ୍ତି ପ୍ରତିରକ୍ଷା କେନ୍ଦ୍ର ଉପରେ ଏକ ସଠିକ ବାଲିଷ୍ଟିକ କ୍ଷେପଣାସ୍ତ୍ର ଆକ୍ରମଣ କରିଛି। ଏଥର, ଟାର୍ଗେଟ ଥିଲା ପେଟାହ ଟିକଭା…

ଆମେରିକାକୁ ଇରାନର ଖୋଲା ଧମକ, କହିଲା ‘ଆମେ ଆମେରିକାକୁ ପ୍ରସ୍ତର ଯୁଗଠାରୁ ବି ପୂର୍ବ ଯୁଗକୁ ଫେରାଇ ଦେବୁ’

ତେହରାନ,୩।୪: ମଧ୍ୟପ୍ରାଚ୍ୟରେ ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ଏବେ ଆହୁରି ବିପଦପୂର୍ଣ୍ଣ ପର୍ଯ୍ୟାୟରେ ପ୍ରବେଶ କରିଛି। ଏହି ମୁକାବିଲା ଆଉ କେବଳ ଦୁଇଟି ରାଷ୍ଟ୍ର…

ରାଜ୍ୟ ସଭାର ଉପନେତା ପଦରୁ ହଟାଯିବା ପରେ କମିଯିବ କି ରାଘବ ଚଢାଙ୍କ ଦରମା? ଜାଣନ୍ତୁ କ’ଣ ରହିଛି ନିୟମ

ନୂଆଦିଲ୍ଲୀ,୩।୪: ରାଜ୍ୟ ସଭାରେ ଉପନେତା ପଦରୁ ରାଘବ ଚଢାଙ୍କୁ ହଟାଇବା ପରେ ରାଜନୈତିକ ବିତର୍କ ଆରମ୍ଭ ହୋଇଛି। ଅଶୋକ ମିତ୍ତଲ ଏବେ ଏହି ଭୂମିକା ଗ୍ରହଣ କରିବେ।…

ସ୍ତ୍ରୀଙ୍କ ସହ ଯାଇଥିଲେ ଶ୍ୱଶୁର ଘର: ଘରେ ବୁଲିଲା କଳାକନା

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଜଗନ୍ନାଥ ମନ୍ଦିର ସାହିରେ ରହୁଥିବା ରାଜମିସ୍ତ୍ରୀ ପିଣ୍ଟୁ ସାହୁଙ୍କ ଘର ତାଲା ଭାଙ୍ଗି ଦୁର୍ୱୃତ୍ତମାନେ କଳାକନା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri