ଡିଅନ୍‌ ରିଭର ଫ୍ରଣ୍ଟ ହାଉସିଂ ପ୍ରକଳ୍ପକୁ ପ୍ରମାଣପତ୍ର

ଭୁବନେଶ୍ୱର,୫।୩: ରାଜ୍ୟର ପ୍ରମୁଖ ଗୃହ ନିର୍ମାଣକାରୀ ସଂସ୍ଥା ତଥା ଡିଅନ୍‌ ଗ୍ରୁପ୍‌ର ଅଗ୍ରଣୀ ହାଉସିଂ ପ୍ରକଳ୍ପ ‘ଡିଅନ୍‌ ରିଭର ଫ୍ରଣ୍ଟ ଫେଜ୍‌-୧ ଏବଂ ଫେଜ୍‌-୨’କୁ ନିକଟରେ ପଞ୍ଜୀକରଣ ପ୍ରମାଣପତ୍ର ମିଳିଛି। ଏପରିକି କଟକ ବିକାଶରେ ଗୁରୁତ୍ୱ ବହନ କରୁଥିବା ଏବଂ କମ୍ପାନୀର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ଭାବେ ଡିଅନ୍‌ ରିଭର ଫ୍ରଣ୍ଟ ଫେଜ୍‌-୧ ଏବଂ ଫେଜ୍‌-୨ ହାଉସିଂ ପ୍ରକଳ୍ପକୁ ନିକଟରେ ପଞ୍ଜୀକରଣ ପ୍ରମାଣପତ୍ର ମିଳିଛି। ଓଡ଼ିଶା ସ୍ଥାବର ସମ୍ପତ୍ତି ନିୟାମକ ପ୍ରାଧିକରଣ (ଓରେରା) ଅଧିନିୟମ ଅନୁଯାୟୀ ଡିଅନ୍‌ ଇନ୍‌ଫ୍ରାଟେକ୍‌କୁ ଆନୁଷ୍ଠାନିକ ଭାବେ କଟକ ଉନ୍ନୟନ କର୍ତ୍ତୃପକ୍ଷ(ସିଡିଏ) ପକ୍ଷରୁ ଏହି ପଞ୍ଜୀକରଣ ପ୍ରମାଣପତ୍ର ପ୍ରଦାନ କରାଯାଇଛି। ସେହିଭଳି କମ୍ପାନୀର ଏହି ସଫଳତା କଟକର ରିଅଲ ଇଷ୍ଟେଟ କ୍ଷେତ୍ରରେ ଏକ ମାଇଲଖୁଣ୍ଟ ହେବ। ବିଶେଷକରି ସିଡିଏ ଦ୍ବାରା ପଞ୍ଜୀକୃତ ଏହା ୫ମ ପ୍ରକଳ୍ପ ହୋଇଥିଲାବେଳେ ଏହି ସ୍ବୀକୃତି ପାଇବାକୁ କମ୍ପାନୀର ଶେଷ ହୋଇଥିବା ପ୍ରକଳ୍ପ ମଧ୍ୟରେ ଦ୍ୱିତୀୟ ବୋଲି ଡିଅନ୍‌ ପକ୍ଷରୁ ସୂଚନା ଦିଆଯାଇଛି। ଡିଅନ୍‌ ଇନ୍‌ଫ୍ରାଟେକ୍‌ର ଏହି ସଫଳତା ପାଇଁ ୨୨୨ ଆବଣ୍ଟନକାରୀ ବାଣ ଫୁଟାଇବା ସହ କେକ୍‌ କାଟି ନିଜ ଖୁସି ବ୍ୟକ୍ତ କରିଛନ୍ତି। ଏହି ଅବସରରେ ଡିଅନ୍‌ ଇନ୍‌ଫ୍ରା ଟେକ୍ସୋସାଇଟିର ସଭାପତି କହିଛନ୍ତି, ଆମ ଉଦ୍ଦେଶ୍ୟ ଏକ ସମାଜ ଗଢ଼ିବା, ଯେଉଁଠି ଏକତା, ଭାଇଚାରା ଏବଂ ସମାନତାର ମୂଲ୍ୟବୋଧ ରହିବ। ଆଗାମୀ ଦିନରେ ଆମେ ଏକ ଉନ୍ନତ ଏବଂ ସମୃଦ୍ଧ ସମାଜ ଗଢ଼ିବା ଦିଗରେ ନିଜ ଚେଷ୍ଟା ଜାରି ରଖିବୁ। ସେହିପରି ଡିଅନ୍‌ ଇନ୍‌ଫ୍ରାଟେକ୍‌ର ନିର୍ଦ୍ଦେଶକ ମନୋଜ ସାହୁ, କଟକ ଉନ୍ନୟନ କର୍ତ୍ତୃପକ୍ଷ ଅଧିକାରୀଙ୍କ ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ କୃତଜ୍ଞତା ଜଣାଇଛନ୍ତି। ରିଭର ଫ୍ରଣ୍ଟ ଫେଜ୍‌-୧ ଏବଂ ଫେଜ୍‌-୨ ପ୍ରକଳ୍ପ ଓରେରା ଅଧିନିୟମ ଅନୁଯାୟୀ ପଞ୍ଜୀକୃତ ହେବା ଦ୍ୱାରା ଆବଣ୍ଚିତ ବ୍ୟକ୍ତିମାନେ ବର୍ତ୍ତମାନ ନିଜ ଫ୍ଲାଟ୍‌କୁ ନିଜ ନାମରେ ପଞ୍ଜୀକୃତ କରିପାରିବେ ବୋଲି ଅଭିବ୍ୟକ୍ତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମିଲର୍ସଙ୍କ ମନମୁଖି କାର୍ଯ୍ୟ: ମଣ୍ଡିରେ ପଡ଼ିରହିଛି ୪ ହଜାର କ୍ୱିଣ୍ଟାଲ ଧାନ

କେସିଙ୍ଗା,୨।୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅଧିନସ୍ଥ କାଣ୍ଡେଲ ପ୍ରାଥମିକ କୃଷି ସମବାୟ ସମିତି କାର୍ଯ୍ୟାଳୟର ଧାନ ମଣ୍ଡିରେ ଦୀର୍ଘ ଦିନ ହେଲା ଧାନ ପଡ଼ିରହିଛି।…

ଛାତିଥରା ଘଟଣା; ଏକାଥରେ ବିଷ ପିଇଲେ ୫ ନାବାଳିକା, ଏକାଠି ଜଳିଲା ଜୁଇ

ପାଟନା, ୨।୨: ବିହାରର ଔରଙ୍ଗାବାଦ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି । ଏଠାକାର ଏକ ଗାଁରେ ପାଞ୍ଚ ଜଣ ନାବାଳିକା ଏକାଠି ବିଷ ପିଇ…

ICCର ନିୟମ ଭାଙ୍ଗିଲେ ଏହି ଖେଳାଳି! ଖେଳ ସମୟରେ କଲେ ଏମିତି କାମ ଯାହା ହେଉଛି ଖୁବ ଚର୍ଚ୍ଚା

ନୂଆଦିଲ୍ଲୀ,୨।୨: ICC ପୁରୁଷ ୧୯ ବର୍ଷରୁ କମ ବିଶ୍ୱକପ ୨୦୨୬ର ୧୨ତମ ମ୍ୟାଚ ରବିବାର, ଫେବୃଆରୀ ୧ରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ହୋଇଥିଲା। ଏହି ମ୍ୟାଚ…

ପୁଣି ହଜାର ହଜାର ଟଙ୍କା କମିଲା ସୁନା ଦର: ୧୦ ଗ୍ରାମ ପିଛା ଅଛି…

ନୂଆଦିଲ୍ଲୀ,୨।୨: ସୁନାର ମୂଲ୍ୟ ଆହୁରି ହ୍ରାସ ପାଇଛି। ସପ୍ତାହର ଆରମ୍ଭ ଦିନ ଅର୍ଥାତ୍‌ ସୋମବାର ପୁଣି ଖସିଛି ସୁନା, ରୁପା ଦର। ୨୪ କ୍ୟାରେଟ ସୁନା ଦର…

ଅଜିତ ପାଓ୍ବାରଙ୍କ ଅନ୍ତିମ ସଂସ୍କାରରେ ୩୦ ଲକ୍ଷ ଟଙ୍କାର ଗହଣା ଚୋରି!

ମୁମ୍ବାଇ,୨।୨: ମହାରାଷ୍ଟ୍ରର ବାରାମତୀରେ ଲକ୍ଷ ଲକ୍ଷ ଲୋକ ସେମାନଙ୍କର ପ୍ରିୟ ନେତା ‘ଅଜିତ ଦାଦା’ଙ୍କୁ ଶେଷ ଶ୍ରଦ୍ଧାଞ୍ଜଳି ଜଣାଇବା ପାଇଁ ଏକତ୍ରିତ ହୋଇଥିବା ବେଳେ, ଚୋରମାନେ ଏହି…

ଶରଦ ପାଓ୍ବାରଙ୍କୁ ଶକ୍ତ ଝଟକା, ଅଜିତ ଯିବା ପରେ ବଦଳିଗଲା NCP!

ମୁମ୍ବାଇ,୨।୨: ନ୍ୟାସନାଲିଷ୍ଟ କଂଗ୍ରେସ ପାର୍ଟି (ଏନସିପି) ମହାରାଷ୍ଟ୍ର ସଭାପତି ସୁନୀଲ ତତକରେ ସ୍ପଷ୍ଟ କରିଛନ୍ତି ଯେ ଏନଡିଏ ସହିତ ରହିବା ପାଇଁ ତାଙ୍କ ଦଳର ନିଷ୍ପତ୍ତି ଦୃଢ଼…

ସଂଗ୍ରାମଙ୍କ ଘରେ ପଶିଲେ ସଶସ୍ତ୍ର ଚୋର: ଆଉ ତା’ପରେ…

କେନ୍ଦୁଝର,୨।୨ (ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝରରେ ବଢୁଛି ଚୋରି। ରବିବାର ରାତି ପ୍ରାୟ ୧୦ଟାରେ କାଞ୍ଜିପାଣି ଥାନା ବାୟାପଣ୍ଡାଧାର ଗ୍ରାମରେ ସଂଗ୍ରାମ କେଶରୀ ନାୟକ ନାମକ ଜଣେ…

ଭାଜପାର ବରିଷ୍ଠ ନେତାଙ୍କ ପରଲୋକ, ରାଜସ୍ଥାନ କ୍ୟାବିନେଟରେ ଥିଲେ ମନ୍ତ୍ରୀ

ଜୟପୁର,୨।୨: ସୋମବାର ସକାଳେ ବରିଷ୍ଠ ଭାଜପା ନେତା ହେମ ସିଂହ ଭଦାନାଙ୍କ ଦେହାନ୍ତ ହୋଇଛି। ତାଙ୍କର ୫୫ ବର୍ଷ ବୟସରେ ଦେହାନ୍ତ ହୋଇଛି। ସେ ରାଜସ୍ଥାନ ରାଜନୀତିର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri