Posted inଜାତୀୟ

ମମତାଙ୍କୁ ଆଇନା ଦେଖାଇଲା କେନ୍ଦ୍ର, ମହିଳାଙ୍କୁ ସୁରକ୍ଷା ଦେବାରେ ପଶ୍ଚିମବଙ୍ଗ ସରକାର…

ନୂଆଦିଲ୍ଲୀ,୨୬ା୮ : ପଶ୍ଚିମବଙ୍ଗରେ ୪୮,୬୦୦ ବଳାତ୍କାର ଏବଂ ପୋକ୍‌ସୋ ମାମଲା ବିଚାର ଅପେକ୍ଷାରେ ପଡ଼ି ରହିଥିବାବେଳେ ମମତା ବାନାର୍ଜୀ ସରକାର ଅବଶିଷ୍ଟ ୧୧ଟି ଫାଷ୍ଟ-ଟ୍ରାକ୍‌ କୋର୍ଟ ପ୍ରତିଷ୍ଠା କରିବାରେ ବିଫଳ ହୋଇଛନ୍ତି। ରାଜ୍ୟକୁ ୧୨୩ଟି ଫାଷ୍ଟ-ଟ୍ରାକ୍‌ କୋର୍ଟ ମଞ୍ଜୁର ହୋଇଥିଲା, କିନ୍ତୁ ସେଥିରୁ ଅଧିକାଂଶ କାର୍ଯ୍ୟକ୍ଷମ ନୁହେଁ। ମହିଳା ଓ ଝିଅମାନଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ନିରାପତ୍ତା ପଦକ୍ଷେପ କାର୍ଯ୍ୟକାରୀ କରିବାରେ ବିଫଳ ପଶ୍ଚିମବଙ୍ଗ ସରକାରଙ୍କୁ କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଅନ୍ନପୂର୍ଣ୍ଣା ଦେବୀ ସମାଲୋଚନା କରିଛନ୍ତି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମମତା ଲେଖିଥିବା ପତ୍ରର ଜବାବରେ ସୋମବାର ଅନ୍ନପୂର୍ଣ୍ଣା କହିଛନ୍ତି, ଦେଶର ୩୦ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଗତ ଜୁନ୍‌ ସୁଦ୍ଧା ୪୦୯ ପୋକ୍‌ସୋ କୋର୍ଟ ସମେତ ୭୫୨ ଫାଷ୍ଟଟ୍ରାକ୍‌ କୋର୍ଟ କାର୍ଯ୍ୟ କରୁଛି। ଏହି କୋର୍ଟଗୁଡ଼ିକ ଜରିଆରେ ୨,୫୩,୦୦୦ରୁ ଅଧିକ ମାମଲାର ଫଇସଲା ହୋଇଛି। ବଳାତ୍କାର ଓ ଶିଶୁ ଯୌନ ଅପରାଧ ମାମଲାର ସମାଧାନ ପାଇଁ ଏହି ଯୋଜନାରେ ପଶ୍ଚିମବଙ୍ଗକୁ ୨୦ ପୋକ୍‌ସୋ କୋର୍ଟ ଏବଂ ୧୦୩ଟି ଫାଷ୍ଟଟ୍ରାକ୍‌ କୋର୍ଟ ମଞ୍ଜୁର ହୋଇଥିଲା। ୨୦୨୩ ଜୁନ୍‌ ପର୍ଯ୍ୟନ୍ତ କୌଣସି କୋର୍ଟ କାର୍ଯ୍ୟକ୍ଷମ ହୋଇ ନ ଥିଲା।
ସୂଚନାଯୋଗ୍ୟ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ୩ ଦିନ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କୁ ପତ୍ର ଲେଖି ଦେଶରେ ବଳାତ୍କାର ସଂଖ୍ୟା ବଢ଼ୁଥିବା ନେଇ ଚିନ୍ତାବ୍ୟକ୍ତ କରିବା ସହ ତ୍ୱରିତ୍‌ ନ୍ୟାୟ ସୁନିଶ୍ଚିତ କରିବାରେ ପ୍ରସ୍ତାବିତ ଆଇନ କେତେ ସକ୍ଷମ ବୋଲି ପ୍ରଶ୍ନ ଉଠାଇଥିଲେ। ଦେଶରେ ଦୈନିକ ହାରାହାରି ୯୦ ବଳାତ୍କାର ଘଟୁଛି, ଯାହା ସମାଜର ଆତ୍ମବିଶ୍ୱାସ ଓ ବିବେକକୁ ଦୋହଲାଇଦେଇଛି। ମହିଳାମାନେ ଯେପରି ସୁରକ୍ଷିତ ଓ ନିରାପଦ ଅନୁଭବ କରିବେ, ସେଥିପାଇଁ ଏଭଳି ଅପରାଧକୁ ବନ୍ଦ କରାଇବା ଆମ ସମସ୍ତଙ୍କର କର୍ତ୍ତବ୍ୟ ବୋଲି ମମତା ଲେଖିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପିଲାସାଲୁଙ୍କି ଜଳଭଣ୍ଡାରରୁ ଜଳ ନିଷ୍କାସନ: ତଳିଆ ଅଞ୍ଚଳରେ ବନ୍ୟା ଆଶଙ୍କା, ଜାରି ହେଲା ହାଇ-ଅଲର୍ଟ!

ଖଜୁରୀପଡ଼ା,୧୯ା୯(ବିଦୁର ବେହେରା): ବଙ୍ଗୋପସାଗରରେ ସୃଷ୍ଟ ସକ୍ରିୟ ଲଘୁଚାପ ପ୍ରଭାବରେ ଖଜୁରୀପଡ଼ା ବ୍ଲକ ଅନ୍ତର୍ଗତ ପିଲାସାଲୁଙ୍କି ଜଳଭଣ୍ଡାରର ଉପରମୁଣ୍ଡରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ଦେଖାଦେଇଛି। ଜଳଭଣ୍ଡାରର…

ଦୁଆଙ୍କୁ ମିଳିଲା ସାନ ଭଉଣୀ: ଦ୍ୱିତୀୟ କନ୍ୟାରତ୍ନଙ୍କୁ ସ୍ୱାଗତ କଲେ ‘ଦୀପବୀର୍‌’

ମୁମ୍ବାଇ: ବଲିଉଡ୍‌ର ଚର୍ଚ୍ଚିତ ତଥା ଲୋକପ୍ରିୟ ଯୋଡ଼ି ଦୀପିକା ପାଦୁକୋନ୍‌ ଏବଂ ରଣବୀର୍‌ ସିଂହଙ୍କ ଘରକୁ ଆସିଛି ନୂଆ ଅତିଥି। ଶନିବାର ଏହି ଷ୍ଟାର୍‌ ଦମ୍ପତିଙ୍କ କୋଳକୁ…

ସମୁଦ୍ର ତଟକୁ ସ୍ବଚ୍ଛ ରଖିବା ପାଇଁ ପ୍ରୟାସ, ବରୁଣ ଦେବତାଙ୍କୁ ବନ୍ଦାପନା କରି…

ମହାକାଳପଡ଼ା,୧୯ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): ପୁରାଣରେ ବର୍ଣ୍ଣିତ ସମୁଦ୍ରକୂ ବରୁଣ ଦେବତା ରୂପେ ପୂଜା କରାଯାଏ। ଶନିବାର ପୂର୍ବାହ୍ନରେ କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ନାଞ୍ଜୁରା ପଞ୍ଚାୟତ ଶାସନ…

ଉପ-ନିର୍ବାଚନକୁ ନେଇ ମମତାଙ୍କୁ ବଡ଼ ଆଶ୍ୱସ୍ତି; ଏହି ଆସନରେ ହେଲା ଟୁଇଷ୍ଟ

କୋଲକାତା,୧୯।୯: ରେଜିନଗର ବିଧାନସଭା ଉପ-ନିର୍ବାଚନ ପାଇଁ ମମତା ବାନାର୍ଜୀଙ୍କ ଶିବିରର ପ୍ରାର୍ଥୀ ରବିଉଲ ଆଲାମ ଚୌଧୁରୀଙ୍କ ନାମାଙ୍କନକୁ ନେଇ ଶନିବାର ଏକ ନୂଆ ରାଜନୈତିକ ମୋଡ଼ ସାମ୍ନାକୁ…

ଦୁଇ ମୋଟରସାଇକେଲ ମୁହାଁମୁହିଁ, ଶିକ୍ଷକ ଗୁରୁତର ହୋଇ…

ପଟ୍ଟାଙ୍ଗି,୧୯ା୯(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ଥାନା ଅନ୍ତର୍ଗତ ପଡାଲଗୁଡ଼ା ଛକ ନିକଟରେ ଦୁଇ ମୋଟରସାଇକେଲ ମୁହାଁମୁହିଁ ଧକ୍କା ହେବା ଫଳରେ ବିଦ୍ୟାଳୟକୁ ଯାଉଥିବା ଶିକ୍ଷକ…

ଅକ୍ଟୋବର ୧୫ରୁ ବଦଳିଯିବ UPI ପେମେଣ୍ଟ କରିବାର ପଦ୍ଧତି; ଗ୍ୟାସ ସିଲିଣ୍ଡର ପାଇଁ ନଗଦ ଟଙ୍କା ଦେବାକୁ ପଡ଼ିବ ନା ନାହିଁ? ଜାଣନ୍ତୁ…

ନୂଆଦିଲ୍ଲୀ,୧୯।୯: ସାରା ଦେଶରେ LPG ସିଲିଣ୍ଡରର ବହୁଳ ବ୍ୟବହାର ହୋଇଥାଏ; ତେଣୁ, ଯଦି ଆପଣ ମଧ୍ୟ ଘରେ LPG ସିଲିଣ୍ଡର ବ୍ୟବହାର କରନ୍ତି, ତେବେ ଏହି ସୂଚନା…

ଘରେ ଶୋଇଥିଲେ ମହିଳା, ଚୋଟ ମାରିଲା ସାପ, ଆଉ ତା’ ପରେ…

ପୁରୁଷୋତ୍ତମପୁର,୧୯ା୯(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ କେଏନପୁର ଗ୍ରାମରେ ଶନିବାର ସାପ କାମୁଡ଼ି ଜଣେ ମହିଳାଙ୍କର ମୃତ୍ୟୁ ଘଟିଛି। ସେ ହେଲେ ଭାସି ବେହେରା…

ଚର୍ଚ୍ଚାରେ ନୀତା ଅମ୍ବାନୀଙ୍କ ହାର, ତିଆରି କରିବାକୁ ଲାଗିଥିଲା ୩ ବର୍ଷ, ଗଢ଼ିଛନ୍ତି ୧୪ କାରିଗର, ଦାମ୍‌ ଜାଣିଲେ…

ମୁମ୍ବାଇ,୧୯ା୯: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ମାଲିକ ମୁକେଶ ଅମ୍ବାନୀଙ୍କ ସ୍ତ୍ରୀ ନୀତା ଅମ୍ବାନୀଙ୍କୁ କୌଣସି ପରିଚୟର ଆବଶ୍ୟକତା ନାହିଁ। ୬୦ ବର୍ଷ ବୟସରେ ନୀତା ଅମ୍ବାନୀ ତାଙ୍କର ପ୍ରତ୍ୟେକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?