କ୍ରୁଜ୍ ଇଣ୍ଡିଆ ମିଶନ ଅଧୀନରେ ଓଡ଼ିଶାରେ ୪ଟି ନଦୀ କ୍ରୁଜ୍ ସର୍କିଟ ଯୋଜନା

ଭୁବନେଶ୍ୱର,୨୦ା୮: କେନ୍ଦ୍ର ସରକାର କ୍ରୁଜ୍ ଇଣ୍ଡିଆ ମିଶନ ଅଧୀନରେ ଓଡ଼ିଶାରେ ପର୍ଯ୍ୟଟନକୁ ପ୍ରୋତ୍ସାହନ ଦେବା ପାଇଁ ଚାରୋଟି ନୂଆ ନଦୀ କ୍ରୁଜ୍ ସର୍କିଟ ବିକାଶ କରିବାକୁ ଯୋଜନା କରିଛନ୍ତି।

କେନ୍ଦ୍ର ବନ୍ଦର, ନୌବାଣିଜ୍ୟ ଓ ଜଳପଥ ମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲ ରାଜ୍ୟସଭାରେ ଏକ ପ୍ରଶ୍ନର ଉତ୍ତରରେ କହିଛନ୍ତି ଯେ, ଏହି ଉଦ୍ୟମ ଓଡ଼ିଶାର ବିସ୍ତୃତ ନଦୀ ଓ ଉପକୂଳବର୍ତ୍ତୀ ସମ୍ଭାବନାକୁ ପର୍ଯ୍ୟଟନ ପାଇଁ ବ୍ୟବହାର କରିବାକୁ ଲକ୍ଷ୍ୟ ରଖିଛି।

ଯୋଜନା ଅନୁଯାୟୀ, ନିମ୍ନଲିଖିତ ଚାରୋଟି ସର୍କିଟ ବିକଶିତ ହେବ:

୧. ବୈତରଣୀ ନଦୀ ସହ ଜାତୀୟ ଜଳପଥ ୧୪ରେ ଭିତରକନିକା ସର୍କିଟ।

୨. ମହାନଦୀ ସହ ଜାତୀୟ ଜଳପଥ ୬୪ରେ ଜୋବ୍ରା ସର୍କିଟ।

୩. ବିରୁପା, ବଡ଼ ଗେଙ୍ଗୁଟି ଓ ବ୍ରହ୍ମଣୀ ନଦୀ ସହ ଜାତୀୟ ଜଳପଥ ୨୨ରେ ଲଳିତଗିରି-ଉଦୟଗିରି-ରତ୍ନଗିରି ସର୍କିଟ।

୪. ବୁଢ଼ାବଳଙ୍ଗ ନଦୀ ସହ ଜାତୀୟ ଜଳପଥ ୨୩ରେ ବାଲେଶ୍ୱର ଲୁକ୍କାୟିତ ବେଳାଭୂମି ସର୍କିଟ।

Share