Posted inଜାତୀୟ

ସ୍ବପ୍ନାଙ୍କ ଜାମିନକୁ କେନ୍ଦ୍ରର ବିରୋଧ

ଚେନ୍ନାଇ,୧୧।୭: କେରଳ ସୁନା ଚାଲାଣ ମାମଲାର ମୁଖ୍ୟ ଅଭିଯୁକ୍ତ ସ୍ବପ୍ନା ସୁରେଶଙ୍କ ଜାମିନ ଆବେଦନକୁ ଶୁକ୍ରବାର କେନ୍ଦ୍ର ସରକାର ବିରୋଧ କରିଛନ୍ତି। ତାଙ୍କୁୁ ଜାମିନ ଦିଆଗଲେ ଏନ୍‌ଆଇଏର ତଦନ୍ତରେ ବାଧା ସୃଷ୍ଟି ହେବାର ଆଶଙ୍କା ରହିଥିବା କେରଳ ହାଇକୋର୍ଟରେ କେନ୍ଦ୍ର ଦର୍ଶାଇଛି। ଏଥିରେ ଖଣ୍ଡପୀଠ ସମ୍ମତି ପ୍ରକାଶ କରିବା ସହ ଶୁଣାଣିକୁ ଜୁଲାଇ ୧୪ ପର୍ଯ୍ୟନ୍ତ ଘୁଞ୍ଚାଇ ଦେଇଛନ୍ତି। ଏଥିସହ ସ୍ବପ୍ନାଙ୍କ ଓକିଲଙ୍କୁ ଏନ୍‌ଆଇଏ ଦ୍ୱାରା ଆଗତ ଏଫ୍‌ଆଇଆର୍‌ କପି ଦେବାକୁ କୋର୍ଟ ରାଜି ହୋଇଛନ୍ତି। ସ୍ବପ୍ନା ଆଗୁଆ ଜାମିନ ଲାଗି ଗୁରୁବାର ହାଇକୋର୍ଟରେ ଆବେଦନ କରିଥିଲେ। କେନ୍ଦ୍ର ସରକାରଙ୍କ ପକ୍ଷରୁ ଆଇନଜୀବୀ ରବି ପ୍ରକାଶ ଏହାକୁ ବିରୋଧ କରି ମାମଲାର ତଦନ୍ତ ଚାଲିଛି ଓ ସ୍ବପ୍ନାଙ୍କୁ ଜେରା କରାଯିବା ବାକି ଅଛି ବୋଲି ଯୁକ୍ତି ବାଢ଼ିଥିଲେ। ପ୍ରକାଶଥାଉ କି, ଏହି ମାମଲାରେ ଶୁକ୍ରବାର ଏନ୍‌ଆଇଏ ପକ୍ଷରୁ ୪ ଜଣଙ୍କ ବିରୋଧରେ ଏଫ୍‌ଆଇଆର୍‌ ରୁଜୁ କରାଯାଇଛି। ସେମାନେ ହେଲେ ସରିଥ କୁମାର, ସ୍ବପ୍ନା ସୁରେଶ, ୟୁଏଇର କୁଖ୍ୟାତ ଚୋରା ବ୍ୟବସାୟୀ ତଥା କିଙ୍ଗପିନ୍‌ ଫାଜିଲ ପରିଦ ଓ ସ୍ବପ୍ନାଙ୍କ ବନ୍ଧୁ ସନ୍ଦୀପ ନାୟର। ରବିବାର ୟୁୂଏଇରୁ ଥିରୁଭାନନ୍ତପୁରମ୍‌କୁ ୩୦ କେଜି ସୁନା ଚାଲାଣ ହେବା ବେଳେ ଜବତ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଅସ୍ତ୍ରବିରତି ବନ୍ଦ ହେଲେ ବି ଅନୁପ୍ରବେଶ ଜାରି…

ଶ୍ରୀନଗର,୨୬।୯: ଭାରତ ପାକିସ୍ତାନ ମଧ୍ୟରେ ଅସ୍ତ୍ରବିରତି ଚୁକ୍ତି ହୋଇଛି। ତେବେ ପାକିସ୍ତାନ ଅନ୍ୟ ଉପାୟରେ ନିୟନ୍ତ୍ରଣ ରେଖା (ଏଲ୍‌ଓସି)ରେ ଉତ୍ତେଜନା ସୃଷ୍ଟି କରିବାରେ ଲାଗିଛି। ଅସ୍ତ୍ରବିରତି...

କରୋନା ଭ୍ୟାକ୍ସିନ ଆସିବା ପରେ ବି ବଦଳାନ୍ତୁ ନାହିଁ ନିଜର ବ୍ୟବହାର: ବିଶେଷଜ୍ଞ

ନୂଆଦିଲ୍ଲୀ,୨ ।୧: ଦେଶରେ କୋଭାସିଲ୍ଡକୁ ବିଶେଷଜ୍ଞ ସମିତି ପକ୍ଷରୁ ଅନୁମତି ମିଳିବା ପରେ ସମସ୍ତେ ଏକ ପ୍ରକାର ଖୁସି ଅଛନ୍ତି କହିଲେ ଚଳେ । ହେଲେ...

ତୃଣମୂଳ କଂଗ୍ରେସ ନେତାଙ୍କୁ ଲକ୍ଷ୍ନୌରେ ପ୍ରବେଶ କରିବାକୁ ମିଳିିବନି ଅନୁମତି: ଡିଜିପି

ଲକ୍ଷ୍ନୌ,୨୨।୧୨: ତୃଣମୂଳ କଂଗ୍ରେସ ନେତାଙ୍କୁ ଲକ୍ଷ୍ନୌରେ ପ୍ରବେଶ କରିବା ଅନୁମତି ମିଳିବ ନାହିଁ ବୋଲି ତ୍ତରପ୍ରଦେଶ ଡିଜିପି ଓ.ପି. ସିଂ ସୂଚନା ଦେଇଛନ୍ତି। ତୃଣମୂଳ ନେତା...

ଦିଲ୍ଲୀରେ ପ୍ରଥମ ଥର ହେଲା ରାପିଡ ଆଣ୍ଡିଜେନ୍‌ ଟେଷ୍ଟ: ୨୪୨ କଣ୍ଟେନମେଣ୍ଟ ଜୋନ୍‌ରେ ହେବ ପରୀକ୍ଷା

ନୂଆଦିଲ୍ଲୀ,୧୮।୬: ଦିଲ୍ଲୀରେ ଦ୍ରୁତଗତିରେ ବଢ଼ୁଥିବା କରୋନା ମାମଲାକୁ ଦୃଷ୍ଟିରେ ରଖି ଗୁରୁବାରଠାରୁ ରାପିଡ୍‌ ଆଣ୍ଟିଜେନ୍‌ ଟେଷ୍ଟିଂ ଆରମ୍ଭ ହୋଇଛି। ଏହି ଟେଷ୍ଟିଂ ଦ୍ୱାରା ବହୁତ କମ୍‌...

କଂଗ୍ରେସ ସହ ମେଣ୍ଟକୁ ନେଇ ପ୍ରତିକ୍ରିୟା ରଖିଲେ କୁମାରସ୍ବାମୀ: କହିଲେ, ‘ପ୍ରତିଟି ମୁହୂର୍ତ୍ତ ଯନ୍ତ୍ରଣାରେ ବିତୁଛି’

ବେଙ୍ଗାଲୁର,୧୯।୬: କର୍ନାଟକରେ କଂଗ୍ରେସ ଓ ଜେଡିଏସ୍‌ ମଧ୍ୟରେ ଲାଗି ରହିଥିବା ବିବାଦ ବୁଧବାର ପୁଣି ଥରେ ସାମ୍ନାକୁ ଆସିଛି। ଏହାକୁ ନେଇ ରାଜ୍ୟର ମୁଖ୍ୟମନ୍ତ୍ରୀ ଏଚ୍‌.ଡି....

ଅଯୋଧ୍ୟା ମନ୍ଦିରରୁ ୮ ମୂର୍ତ୍ତି ଚୋରି

ଅଯୋଧ୍ୟା, ୨୩।୯: ଅଯୋଧ୍ୟାର ଶହେ ବର୍ଷର ଏକ ମନ୍ଦିରରୁ ୮ ପୁରାତନ ମୂର୍ତ୍ତି ଚୋରି ହୋଇଛି। ଏନେଇ ହାଇଦରଗଡ଼ ପୋଲିସ ସର୍କଲରେ ଏକ ଚୋରି ମାମଲା...

୨୪ ଘଣ୍ଟାରେ ୫୫ ହଜାରରୁ ଊର୍ଦ୍ଧ୍ୱ ସଂକ୍ରମିତଙ୍କୁ ନେଇ ଦେଶ ଅତିକ୍ରମ କଲା ୧୬ ଲକ୍ଷ

ନୂଆଦିଲ୍ଲୀ,୩୧।୭: କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଦ୍ୱାରା ମିଳିଥିବା ସୂଚନା ଅନୁଯାୟୀ, ଏବେ ଦେଶ କରୋନା ସଂକ୍ରମଣରେ ପ୍ରତିଦିନ ନୂଆ ନୂଆ ରେକର୍ଡ...

ବିରିୟାନୀ ପାଇଁ ବିବାହ ଭୋଜି ପାଲଟିଲା ରଣକ୍ଷେତ୍ର

ବିଶାଖାପଟ୍ଟନମ୍‌,୧୯।୫: ଆନ୍ଧ୍ରପ୍ରଦେଶ ପଶ୍ଚିମ ଗୋଦାବରୀ ଜିଲାରେ ଘଟିଛି ଏକ ଅଭାବନୀୟ ଘଟଣା। ଏଠାରେ ବିରିୟାନୀ ପରସାକୁ କେନ୍ଦ୍ର କରି ବର ପକ୍ଷ ଏବଂ କନ୍ୟା ଘର...

Advertisement


Archives

Model This Week