ଭୁବନେଶ୍ୱରରେ ମଡର୍ଣ୍ଣ ମାଛ ମାର୍କେଟକୁ କେନ୍ଦ୍ର ସରକାରଙ୍କ ଅନୁମୋଦନ

ଭୁବନେଶ୍ୱର,୧୩ା୩: ରାଜଧାନୀରେ ୫୦ କୋଟି ଟଙ୍କାର ଏକ ଆଧୁନିକ ମାଛ ବଜାର ସ୍ଥାପନ ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରକଳ୍ପକୁ ଅନୁମୋଦନ କରାଯାଇଛି। ଭୁବନେଶ୍ୱର ଏମପି ଅପରାଜିତା ଷଢ଼ଙ୍ଗୀ ତାଙ୍କ ଅଫିସିଆଲ୍ ଫେସବୁକ୍ ହ୍ୟାଣ୍ଡେଲରେ ଏହି ସୂଚନା ଦେଇଛନ୍ତି।

“ମୁଁ ଏହା ଜଣାଇ ଖୁସି ଯେ ଆଜି ଭାରତ ସରକାରଙ୍କ ମତ୍ସ୍ୟ, ପଶୁପାଳନ ଏବଂ ଦୁଗ୍ଧ ମନ୍ତ୍ରଣାଳୟ ଦ୍ୱାରା ଭୁବନେଶ୍ୱର ପାଇଁ ୫୦ କୋଟି ଟଙ୍କାର ମଡର୍ଣ୍ଣ ଫିସ୍ ମାର୍କେଟ୍ ପ୍ରକଳ୍ପକୁ ଅନୁମୋଦନ କରାଯାଇଛି। ଡବଲ୍ ଇଞ୍ଜିନ୍ ସରକାରଙ୍କ ପ୍ରତି କୃତଜ୍ଞ!,” ସେ ଲେଖିଛନ୍ତି।

ସେପ୍ଟେମ୍ବର ୨୦୧୪ରେ, ଭାଜପା ଏମପି ଭୁବନେଶ୍ୱରରେ ପ୍ରସ୍ତାବିତ ଅତ୍ୟାଧୁନିକ ପ୍ରକଳ୍ପ ପାଇଁ ସମର୍ଥନ ଲୋଡ଼ି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଅନୁରୋଧ କରିଥିଲେ। ଷଢ଼ଙ୍ଗୀ ଏବଂ ମାଝୀଙ୍କ ମଧ୍ୟରେ ହୋଇଥିବା ବୈଠକ ଅନୁଯାୟୀ, ଏକ ବିସ୍ତୃତ ପ୍ରକଳ୍ପ ରିପୋର୍ଟ (ଡିପିଆର) ପ୍ରସ୍ତୁତ କରାଯାଇଥିଲା ଏବଂ ରାଜ୍ୟ ସରକାର ଉତ୍ତର ଭୁବନେଶ୍ୱରର ପାଣ୍ଡରାରେ ୫.୮୦ ଏକର ଜମି ଚିହ୍ନଟ କରିଥିଲେ। ପରେ, ଷଢ଼ଙ୍ଗୀ ମତ୍ସ୍ୟ, ପଶୁପାଳନ ଏବଂ ଦୁଗ୍ଧ ମନ୍ତ୍ରଣାଳୟ ସହିତ ଅନୁମୋଦନ ପାଇଁ ଆଲୋଚନା କରିଥିଲେ।

ତେବେ ପ୍ରସ୍ତାବିତ ମାଛ ବଜାର ପ୍ରକଳ୍ପ ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ପୂର୍ବ ସରକାରଙ୍କର ଏକ ପଦକ୍ଷେପ ବୋଲି କହି ଷଡ଼ଙ୍ଗୀ ସମସ୍ତ ଶ୍ରେୟ ଭାଜପା ସରକାରଙ୍କୁ ଦେବା ପରେ ବିଜେଡି କ୍ଷୋଭ ପ୍ରକାଶ କରିଛି।

“ପୂର୍ବ ସରକାର ଭୁବନେଶ୍ୱରରେ ଏକ ଆଧୁନିକ ମାଛ ବଜାର ସ୍ଥାପନ ପାଇଁ 2023 ରେ ଭୁବନେଶ୍ୱର ମ୍ୟୁନିସିପାଲ କର୍ପୋରେସନ (BMC)କୁ ନିର୍ଦ୍ଦେଶ ଦେଇଥିଲେ। ନିର୍ଦ୍ଦେଶ ଅନୁଯାୟୀ, ନାଗରିକ ସଂସ୍ଥା ଜମି ଚିହ୍ନଟ କରି ଏକ DPR ପ୍ରସ୍ତୁତ କରିଥିଲା। ଏମପି’ଙ୍କୁ ତାଙ୍କ କାମ ପାଇଁ ଶ୍ରେୟ ନେବା ଉଚିତ। କିନ୍ତୁ, ଅନ୍ୟର କାମକୁ ନିଜର ବୋଲି ଦାବି କରି ଶ୍ରେୟ ନେବା ଗ୍ରହଣୀୟ ନୁହେଁ। ତତ୍କାଳୀନ ନବୀନ ପଟ୍ଟନାୟକ ସରକାର ମାଛ ବଜାର ପାଇଁ ପାଣ୍ଠି ବଣ୍ଟନ କରିଥିଲେ। କିନ୍ତୁ, 2024 ନିର୍ବାଚନ ଯୋଗୁଁ DPR ଅନୁମୋଦନ ହୋଇନଥିଲା। ପ୍ରକଳ୍ପକୁ ଅନୁମୋଦନ କରିବା ପାଇଁ ଆମେ କେନ୍ଦ୍ରକୁ ଧନ୍ୟବାଦ ଦେଉଛୁ, କିନ୍ତୁ ଲୋକସଭା ସଦସ୍ୟ ଯେଉଁଭଳି ଭାବରେ ସମସ୍ତ ଶ୍ରେୟ ନେବାକୁ ଚାହୁଁଛନ୍ତି ତାହା ହାସ୍ୟାସ୍ପଦ,” ଷଡଙ୍ଗୀଙ୍କୁ ଟାର୍ଗେଟ କରି ଭୁବନେଶ୍ୱର ମେୟର ସୁଲୋଚନା ଦାସ କହିଛନ୍ତି।

Share