୪ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ରୀୟ ଟିମ୍‌: ଖଣିଜ ପାଣ୍ଠିର କରିବେ ସମୀକ୍ଷା

ଭୁବନେଶ୍ୱର,୨୦।୫: ପିଏମ୍‌ ଅର୍ଥନୈତିକ ପରାମର୍ଶଦାତା ପରିଷଦର ୨ ଜଣିଆ ଟିମ୍‌ ୪ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ୨ ଜଣିଆ କେନ୍ଦ୍ରୀୟ ଟିମ୍‌ ମଙ୍ଗଳବାରଠାରୁ ୨୩ ତାରିଖ ଯାଏ କେନ୍ଦୁଝର ଜିଲା ଗସ୍ତରେ ଯିବେ।

କେନ୍ଦ୍ରୀୟ ଟିମ୍‌ କେନ୍ଦୁଝର ଜିଲା ଖଣିଜ ପାଣ୍ଠି ଉପରେ ସମୀକ୍ଷା କରିବେ। ଏପରିକି କେନ୍ଦୁଝରରେ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି।