ବୈଶାଖ ମେଳାକୁ କେନ୍ଦ୍ରୀୟ ଅନୁଦାନ ମିଳୁ: ଦାବି କଲେ ଏମ୍‌ପି ପ୍ରଦୀପ ପୁରୋହିତ

ବରଗଡ଼,୩।୪(ପ୍ରେମାନନ୍ଦ ଖମାରୀ): ପଶ୍ଚିମ ଓ ପ୍ରସିଦ୍ଧ ତୀର୍ଥକ୍ଷେତ୍ର ନୃସିଂହନାଥ ମନ୍ଦିରରେ ହେଉଥିବା ବୈଶାଖ ମେଳା ପାଇଁ କେନ୍ଦ୍ରୀୟ ଅନୁଦାନ ଦାବି କଲେ ବରଗଡ଼ ଏମ୍‌ପି ପ୍ରଦୀପ ପୁରୋହିତ। ସାମଜିକ ଓ ପରମ୍ପରା ଦୃଷ୍ଟିରୁ ଏହି ବୈଶାଖ ମେଳା କେବଳ ଓ ନୁହେଁ ପ ରାଜ୍ୟ ଛତିଶଗ ପାଇଁ ମଧ୍ୟ ବହୁ ଗୁରୁତ୍ୱ ବହନ କରିଥାଏ। ପ୍ରଭୁଙ୍କ ଜନ୍ମୋତ୍ସବ ଓ ବୈଶାଖ ମେଳାରେ ଦୁଇ ରାଜ୍ୟର ଲକ୍ଷ ଲକ୍ଷ ସଂଖ୍ୟାରେ ଶ୍ରଦ୍ଧାଳୁ ଏକାଠି ହୋଇଥାନ୍ତି । ଆୟୋଜନ କମିଟି ପକ୍ଷରୁ ପ୍ରତିବର୍ଷ ମେଳାରେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରାଯାଇଥାଏ। ତେଣୁ କେନ୍ଦ୍ର ସରକାର ଏହି ମେଳା ପାଇଁ ପ୍ରତିବର୍ଷ କିଛି ଆର୍ଥିକ ସହାୟତା ଯୋଗାଇଲେ ମେଳା ଆହୁରି ସରସ ସୁନ୍ଦର ହୋଇପାରିବ ବୋଲି କହିଛନ୍ତି ବରଗଡ଼ ଏମ୍‌ପି। ଏହା ସହ ମେଳା ଆୟୋଜନ କିଭଳି ଆହୁରି ସୂଚାରୁରୂପେ ହୋଇପାରିବ ସେନେଇ କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ ହସ୍ତକ୍ଷେପ କରନ୍ତୁ ବୋଲି ଦାବି କରିଛନ୍ତି ଏମ୍‌ପି।

ଚଳିତବର୍ଷ ମେ ୭ ତାରିଖରୁ ୧୨ ତାରିଖ ପର୍ଯ୍ୟନ୍ତ ନୃସିଂହନାଥ ମହାପ୍ରଭୁଙ୍କ ଜନ୍ମୋତ୍ସବ ଓ ବୈଶାଖ ମେଳା ମହାସମାରୋହରେ ଆୟୋଜନ କରାଯାଉଛି । ଦୀର୍ଘ ୫ ଦିନ ଧରି ମହାଆ ଏହି ମେଳା ଆଧ୍ୟାତ୍ମିକ ପରିବେଶରେ ଆୟୋଜନ କରାଯାଉଛି । ପ୍ରଭୁ ନୃସିଂହନାଥଙ୍କ ନିକଟରେ ପୂଜା କଲେ ସବୁ ମନୋସ୍କାମନା ପୂରଣ ହୁଏ ବୋଲି ବହୁ କାଳରୁ ଲୋକଙ୍କ ବିଶ୍ୱାସ ରହିଛି । ସ୍ଥାନୀୟ ଲୋକଙ୍କ ଆସ୍ଥା ଓ ଭାବାବେଗ ସହ ଜ ହୋଇ ରହି ଆସିଛି ପ୍ରଭୁଙ୍କ ବୈଶାଖ ମେଳା । ସେଥିପାଇଁ ବୈଶାଖ ମେଳାରେ ବହୁ ଦୂରଦୂରାନ୍ତରୁ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥାଏ । ହେଲେ କେନ୍ଦ୍ର ସରକାର ଏଥିପାଇଁ କୌଣସି ଅନୁଦାନ ଦିଏ ନାହିଁ । ବରଗଡ଼ ଏମ୍‌ପି ପ୍ରଥମ ଥର ଏମ୍‌ପି ହେବା ପରେ ଏହି ବୈଶାଖ ମେଳା ପାଇଁ କେନ୍ଦ୍ରୀୟ ଅନୁଦାନ ପାଇଁ ପର୍ଯ୍ୟଟନ ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତଙ୍କ ନିକଟରେ ଦାବି ଉପସ୍ଥାପନା କରିଛନ୍ତି । ବରଗ ଜିଲ୍ଲାର ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ନୃସିଂହନାଥ ପୌରାଣିକ ମନ୍ଦିର ଅବସ୍ଥାପିତ । ଏହା ତ୍ରୟୋଦେଶ ଶତାବ୍ଦୀରେ ନିର୍ମିତ ବୈଷ୍ଣବ ମନ୍ଦିର । ଯେଉଁଠାରେ ଭଗବାନ ନୃସିଂହ ବିରା ବା ମାର୍ଜାର ରୂପେ ପୂପେ ପାଉଛନ୍ତି। ପାଟଣାଗଡ଼ ରାଜା ବୈଜଳ ସିଂହ ଦେବ ୧୩୧୩ ରେ ଏହି ମନ୍ଦିର ର୍ନିମାଣ କରିଥିଲେ । ୪୫ ଫୁଟ ଉଚ୍ଚ ଓ ଏହାର ଦୁଇଟି ଭାଗ ରହିଛି । ପ୍ରଥମଟିରେ ନୃସିଂହନାଥ ବିଗ୍ରହ ପୂଜା ପାଉଥିବା ବେଳେ ଅନ୍ୟଟିରେ ଜଗମୋହନ ପୂଜା ପାଉଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭାରତକୁ ୪୦,୦୦୦ ଏଲ୍‌ଏମ୍‌ଜି ଯୋଗାଇବ ଇସ୍ରାଏଲୀ କମ୍ପାନୀ

ଜେରୁଜେଲମ୍‌ ,୬ା୧୨: ଇସ୍ରାଏଲ୍‌ର ଏକ ପ୍ରମୁଖ ପ୍ରତିରକ୍ଷା କମ୍ପାନୀ ଭାରତକୁ ପ୍ରଥମ ପର୍ଯ୍ୟାୟରେ ୪୦ ହଜାର ହାଲୁକା ମେଶିନ୍‌ ଗନ୍‌ (ଏଲ୍‌ଏମ୍‌ଜି) ଯୋଗାଇବାକୁ ଯାଉଛି। ଆସନ୍ତାବର୍ଷ...

ଏୟାରବସ୍‌ ଏ-୩୨୦ରେ ଗୁଣବତ୍ତା ସମସ୍ୟା, ବିମାନ ଡେଲିଭରିରେ ବିଳମ୍ବ

ପ୍ୟାରିସ୍‌,୬ା୧୨: ଏୟାର ବସ୍‌ ଏ-୩୨୦ ବିମାନଗୁଡ଼ିକରେ ସଫ୍ଟଓ୍ବେର ସମସ୍ୟା ଦେଖାଦେବା ପରେ ଗତ ମାସରେ କମ୍ପାନୀ ସେଗୁଡ଼ିକର ସମାଧାନ କରିଥିଲା। ସଫ୍ଟଓ୍ବେର ଅପ୍‌ଡେଟ୍‌ ପାଇଁ ଅନେକ...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri