କରୋନା ମହାମାରୀ ପରେ ୭ ସୂତ୍ରୀ ଯୋଜନା ଉପରେ କେନ୍ଦ୍ର ସରକାରଙ୍କ ଗୁରୁତ୍ୱ

ନୂଆଦିଲ୍ଲୀ, ୫।୯: ଦେଶରେ କରୋନା ମହାମାରୀ ସଙ୍କଟ ଜାରି ରହିଛି। ସଂକ୍ରମଣରୁ ଦୂରେଇ ରହିବା ପାଇଁ ଜାରି ହୋଇଥିବା ଲକ୍‌ଡାଉନ୍‌ ଯୋଗୁ ଦେଶର ଆର୍ଥିକ ସ୍ଥିତି ବିଗିଡ଼ି ଯାଇଛି। ଏପରିସ୍ଥଳେ ଅର୍ଥନୀତିକୁ ସ୍ବାଭାବିକ ଅବସ୍ଥାକୁ ଆଣିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ୭ ସୂତ୍ରୀ ଯୋଜନା ଉପରେ ଗୁରୁତ୍ୱଦେବାକୁ ଯାଉଛନ୍ତି। କୃଷିକ୍ଷେତ୍ରକୁ କେନ୍ଦ୍ର ସରକାର ଅଧିକ ଗୁରୁତ୍ୱ ଦେବାର ଯୋଜନା କରିଛନ୍ତି। ସେହିପରି ମାନୁଫାକଚରିଂ କ୍ଷେତ୍ରରେ ଆତ୍ମନିର୍ଭର ଲକ୍ଷ୍ୟ ନେଇ ସରକାର କାର୍ଯ୍ୟ କରୁଛନ୍ତି। ସର୍ଭିସ୍‌ ସେକ୍ଟରରେ ଇନୋଭେଶନ ଦ୍ୱାରା ଆର୍ଥିକ କ୍ଷେତ୍ରକୁ ସୁଦୃଢ଼ କରାଯିବାର ଯୋଜନା ପ୍ରସ୍ତୁତ କରାଯାଇଛି। ଏହି କ୍ଷେତ୍ରରେ ଡିଜିଟାଲୀକରଣକୁ ଗୁରୁତ୍ୱ ଦିଆଯାଉଛି। ସେହିପରି ଗ୍ଲୋବାଲ ଭାଲ୍ୟୁ ଚେନ୍‌ରେ ଭାରତର ଆତ୍ମନିର୍ଭରତାକୁ ସୁଦୃଢ଼ କରାଯିବାର ଉଦ୍ୟମ ସରକାରଙ୍କ ପକ୍ଷରୁ ଅବ୍ୟାହତ ରହିଛି। ନିବେଶ ସୁଯୋଗ ବୃଦ୍ଧି ପାଇଁ ଡିଜିଟାଲ ଫାଇନାନ୍ସିଂ ପ୍ରକ୍ରିୟାକୁ ତ୍ୱରାନ୍ବିତ କରାଯାଉଛି। ଶ୍ରମିକଙ୍କ କାର୍ଯ୍ୟ କୁଶଳତା ବଢ଼ାଇବା ପାଇଁ ସ୍କିଲିଂ, ଅପ୍‌ ସ୍କିଲିଂ ଏବଂ ରି-ସ୍କିଲିଂ ଆଦି ୩ଟି କାର୍ଯ୍ୟକ୍ରମ ଆରମ୍ଭ କରାଯିବ। କରୋନା ମହାମାରୀ ସଙ୍କଟକୁ ଦୃଷ୍ଟିରେ ରଖି ଆଗାମୀ ଦିନରେ ଏଭଳି ସ୍ଥିିତିର ମୁକାବିଲା ଲାଗି ହେଲଥ୍‌ କେୟାର ଇକୋସିଷ୍ଟମ୍‌ ଉପରେ ଗୁରୁତ୍ୱାରୋପ କରାଯିବ। ଏହାଦ୍ୱାରା ଭାରତ ହେଲଥ୍‌ କେୟାର କ୍ଷେତ୍ରରେ ଆତ୍ମନିର୍ଭର ହୋଇପାରିବ ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ରାତ୍ରିକାଳୀନ କଟକଣା କୋହଳ

ନୂଆଦିଲ୍ଲୀ,୩୦।୭: ଦେଶରେ କୋଭିଡ୍‌-୧୯ ସ୍ଥିତିକୁ ଅନୁଧ୍ୟାନ କରି ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ବୁଧବାର ଅନ୍‌ଲକ୍‌-୩ ନିର୍ଦ୍ଦେଶନାମା(ଗାଇଡ୍‌ଲାଇନ) ଜାରି କରାଯାଇଛି। ଏହା ଅଗଷ୍ଟ ୩୧ପର୍ଯ୍ୟନ୍ତ ଜାରି ରହିବ।...

ଭାଜପା ମୋତେ ମାରି ଦେବାକୁ ଚାହୁଁଛି: ହାର୍ଦ୍ଦିକ

ରାଜକୋଟ,୨୦।୪: କଂଗ୍ରେସ ନେତା ହାର୍ଦ୍ଦିକ ପଟେଲ ଭାଜପା ଉପରେ ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି କି ଭାଜପା ଚେଷ୍ଟା କରୁଛି ତାଙ୍କୁ ଆକ୍ରମଣ କରି ମାରି...

ଟାଟା ମୋଟର୍ସର ଇଣ୍ଡିଆକୀ ଦୁସରୀ ଦିଓ୍ବାଲି ଅଭିଯାନ

ନୂଆଦିଲ୍ଲୀ,୧୪-୧୧: ଟାଟା ମୋଟର୍ସ ପକ୍ଷରୁ ଇଣ୍ଡିଆକୀ ଦୁସରୀ ଦିଓ୍ବାଲି ଅଭିଯାନ ସମ୍ପର୍କରେ ଘୋଷଣା କରାଯାଇଛି। ଏହି ଅଭିଯାନ ଅନ୍ତର୍ଗତ କ୍ଷୁଦ୍ର ବାଣିଜି୍ୟକ ଯାନ ଉପରେ ଗ୍ରାହକଙ୍କୁ...

ଟାଟା ପାୱାରର ହାଇ-ଟେକ୍‌ ଇ ଜେଡ୍‌ ଚାର୍ଜିଂ ସମାଧାନ

ନୂଆଦିଲ୍ଲୀ,୧୬।୧: ଚଳିତ ବର୍ଷ ଗ୍ରେଟର ନୋଏଡାଠାରେ ଆୟୋଜିତ ଅଟୋ ଏକ୍ସପୋ ୨୦୨୩ରେ ଟାଟା ପାୱାରର ହାଇ-ଟେକ୍‌ ଇ ଜେଡ୍‌ ଚାର୍ଜିଂ ସମାଧାନକୁ ପ୍ରଦର୍ଶିତ କରାଯାଇଛି। ବିଶେଷକରି...

ଏଲ୍‌ଡିଏଫ୍‌-ୟୁଡିଏଫ୍‌ ମଧ୍ୟରେ ଚାଲିଛି ମ୍ୟାଚ୍‌ ଫିକ୍ସିଂ:ମୋଦି

ଥିରୁଭାନନ୍ତପୁରମ୍‌,୩୦।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କେରଳରେ ଏକ ନିର୍ବାଚନୀ ସଭାକୁ ମଙ୍ଗଳବାର ସମ୍ବୋଧିତ କରିଛନ୍ତି। ଲେଫ୍ଟ ଡେମୋକ୍ରାଟିକ ଫ୍ରଣ୍ଟ (ଏଲଡିଏଫ୍‌) ଏବଂ ୟୁନାଇଟେଡ ଡେମୋକ୍ରାଟିକ ଫ୍ରଣ୍ଟ...

ଏଏମ୍‌ୟୁରେ କୁରାନ ସହିତ ରହିଛି ଗୀତା-ରାମାୟଣ : ମୋଦି

ଅଲୀଗଡ଼,୨୨।୧୨: ଅଲୀଗଡ଼ ମୁସଲିମ୍‌ ବିଶ୍ୱବିଦ୍ୟାଳୟ (ଏଏମ୍‌ୟୁ)ର ଶତାବ୍ଦୀ ବର୍ଷ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗଦେଇ ଶିକ୍ଷାର୍ଥୀଙ୍କୁ ଦେଶଗଠନ ପାଇଁ ଆଗେଇ ଆସିବାକୁ ଆହ୍ବାନ ଜଣାଇଛନ୍ତି।...

ଧରା ପଡ଼ିଲା ଚାଇନାର ଚାଲାକି: କରୁଥିଲା ମିଛ ଯୁଦ୍ଧାଭ୍ୟାସ

ବେଜିଂ, ୨୪।୧୦: ଏଲ୍‌ଏସିରେ ଯୁଦ୍ଧଭ୍ୟାସ କରୁଥିବାର ଭିଡ଼ିଓ ଚାଇନା ଟେଲିଭିଜନରେ ପ୍ରସାରିତ ହୋଇଥିଲା। ତେବେ ଏହା ମିଛ ବୋଲି ଏବେ ଜଣାପଡ଼ିଛି। ଚାଇନା ଚାଲାକି କରି...

ପୁଣି ଇଡି ଜାଲରେ ଚିଦାମ୍ବରମ୍‌

ନୂଆଦିଲ୍ଲୀ,୩।୧: କିଛି ଦିନର ବିରାମ ପରେ ପୁଣି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଜାଲରେ ପୂର୍ବତନ ଅର୍ଥମନ୍ତ୍ରୀ ପି. ଚିଦାମ୍ବରମ୍‌। ଶୁକ୍ରବାର ଏୟାର ଇଣ୍ଡିଆ ଦ୍ୱାରା କିଣାଯାଇଥିବା ବିମାନର...

Advertisement
Archives

Model This Week